ଚିରାଫଟା ହୋର୍ଡିଂ ଯୋଗୁ ଦୁର୍ଘଟଣା

ରାଉରକେଲା ଅଫିସ,୯।୬: ସ୍ମାର୍ଟସିଟି ରାଉରକେଲାର ପ୍ରମୁଖ ସ୍ଥାନମାନଙ୍କରେ ଆର୍‌ଏମ୍‌ସିର ଅନୁମୋଦନ କ୍ରମେ ବିଭିନ୍ନ ନାମୀଦାମୀ କମ୍ପାନୀର ବିଜ୍ଞାପନ ହୋର୍ଡିଂ ଲାଗିଛି। ଏହି ହୋର୍ଡିଂଗୁଡିକ ବିଭିନ୍ନ ସମୟରେ ବର୍ଷା ପବନରେ ଫାଟିଯାଇ ପତାକା ଭଳି ଉଡୁଛି। ପବନ ହେଲେ ଏହି ଚିରାଫଟା ହୋର୍ଡିଂ ଯାନବାହନ ସମ୍ମୁଖରେ ପଡିବା ଦ୍ୱାରା ଦୁର୍ଘଟଣା ଘଟୁଛି। ସେହିପରି ଏହା ସ୍ମାର୍ଟସିଟିର ସୌନ୍ଦର୍ଯ୍ୟ ବୃଦ୍ଧିରେ ମଧ୍ୟ ପ୍ରତିବନ୍ଧକ ସାଜୁଛି ।
ଆର୍‌ଏମ୍‌ସିର ଅନୁମୋଦନ କ୍ରମେ ବିଭିନ୍ନ ସଂସ୍ଥା ତରଫରୁ ସହରର ସିଭିଲ ଟାଉନଶିପ୍‌, ଉଦିତନଗର, ପାନପୋଷ ଆଦି ଅଞ୍ଚଳ ରାସ୍ତାକଡ଼ରେ ନାମୀଦାମୀ କମ୍ପାନୀର ବିଜ୍ଞାପନ ଭିତ୍ତିକ ହୋର୍ଡିଂ ଲଗାଯାଇଛି। ଏଥିପାଇଁ ସଂସ୍ଥାଗୁଡିକ କମ୍ପାନୀମାନଙ୍କ ପାଖରୁ ନିର୍ଦ୍ଧାରିତ ରାଶି ନେବା ସହ କମିଶନ ଅର୍ଥ ଆର୍‌ଏମ୍‌ସିକୁ ପ୍ରଦାନ କରାଯାଉଛି। ତେବେ ଏହି ହୋର୍ଡିଂଗୁଡିକ ବିଭିନ୍ନ ସମୟରେ ଫାଡି ହୋଇ ପତାକା ସଦୃଶ ଝୁଲୁଛି। ଏହାକୁ ବଦଳାଯାଉ ନ ଥିବାରୁ ଉକ୍ତ ଚିରା ହୋର୍ଡିଂ ସ୍ମାର୍ଟସିଟି ସୌନ୍ଦର୍ଯ୍ୟ ବୃଦ୍ଧିରେ ପ୍ରତିବନ୍ଧକ ସାଜୁଛି। ସେହିପରି ବର୍ଷା ପବନ ହେଲେ ଉଡ଼ିଆସି ରାସ୍ତାରେ ଯାଉଥିବା ଯାନବାହନର ସମ୍ମୁଖ ଭାଗ ଗ୍ଲାସକୁ ଢାଙ୍କିଦେଉଛି। ଫଳରେ ଝଡପବନ ସମୟରେ ଯାନବାହନ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ଏ ସମ୍ପର୍କରେ ଆର୍‌ଏମ୍‌ସିର ଉପ ପୌରଆୟୁକ୍ତ ଗୌରବ ପଧାନଙ୍କୁ ପଚାରିବାରୁ ତୁରନ୍ତ ଏ ନେଇ ସମ୍ପୃକ୍ତ ଠିକା ସଂସ୍ଥାଙ୍କୁ ଅବଗତ କରାଯିବା ସହ ଚିରାଫଟା ହୋର୍ଡିଂ ହଟାଯିବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri