ପଦବୀ ଖାଲି ପଡ଼ିଛି

Dillip Cherian

ପାଖାପାଖି ୨ ମାସ ହେଲା ଦୋହାରେ ଭାରତୀୟ ରାଷ୍ଟ୍ରଦୂତ ପଦବୀ ଖାଲି ରହିବା ଯୋଗୁ କାତାରରେ ଭାରତର କୂଟନୈତିକ ପ୍ରତିନିଧିତ୍ୱରେ ବଡ଼ ଶୂନ୍ୟସ୍ଥାନ ଦେଖାଯାଇଛି। ପୂର୍ବରୁ ଦୋହାରେ ଥିବା ଭାରତର ରାଷ୍ଟ୍ରଦୂତ ଦୀପକ ମିତ୍ତଲ ସ୍ବଦେଶକୁ ଫେରି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ)ରେ ଯୋଗଦେଇଛନ୍ତି। ଯୁଗ୍ମ ସଚିବ (ଗଲ୍ଫ) ଭିପୁଲ ସେହି ପଦବୀରେ ଅବସ୍ଥାପିତ ହେବେ ବୋଲି କଳ୍ପନାଜଳ୍ପନା ପ୍ରକାଶ ପାଉଛି। କିନ୍ତୁ ବହିର୍ବ୍ୟାପାର ମନ୍ତ୍ରଣାଳୟ (ଏମ୍‌ଇଏ) ଔପଚାରିକ ଭାବେ ଏ ସମ୍ପର୍କରେ ଘୋଷଣା କରିନାହିଁ। ଦୋହାରେ ଭାରତୀୟ ରାଷ୍ଟ୍ରଦୂତଙ୍କ ଅନୁପସ୍ଥିତି କେବଳ ଏକ ଅମଲାତାନ୍ତ୍ରିକ ବିଷୟ ନୁହେଁ, ବରଂ ସିଧାସଳଖ ପ୍ରଭାବିତ ହେଉଥିବା ବ୍ୟକ୍ତିମାନଙ୍କ ଉପରେ ଏହାର ଗମ୍ଭୀର ପରିଣାମ ରହିଛି। ବିଶେଷକରି ଗତ ବର୍ଷ ଅଗଷ୍ଟରୁ ଦୋହାରେ ଏକାନ୍ତ କାରାବାସରେ ଥିବା ୮ ଜଣ ପୂର୍ବତନ ନୌସେନା ଅଧିକାରୀ ଅସହାୟ ଅନୁଭବ କରୁଛନ୍ତି। ଭାରତୀୟ ରାଷ୍ଟ୍ରଦୂତ ନ ଥିବାରୁ ସେମାନଙ୍କ ସମ୍ପର୍କୀୟଙ୍କ ଭଲମନ୍ଦ ଓ ମାମଲାର ନ୍ୟାୟିକ ସ୍ଥିତି ସମ୍ପର୍କରେ ସେମାନେ କିଛି ଜାଣିପାରୁନାହାନ୍ତି। ଏହି ନୌସେନା ଅଧିକାରୀଙ୍କ ବିରୋଧରେ ଅଭିଯୋଗ ଫଦ୍ଦର୍ର୍ ପ୍ରସ୍ତୁତ ହୋଇ କାତାର ଆଇନ ଅନୁଯାୟୀ ବିଚାର ପ୍ରକ୍ରିୟା ଚାଲିଛି। ଏଣୁ ଅଧିକାରୀମାନଙ୍କ ପରିବାରବର୍ଗ ସେମାନଙ୍କ ସ୍ଥିତିକୁ ନେଇ ଅଧିକ ଚିନ୍ତିତ ରହିଛନ୍ତି। ରାଷ୍ଟ୍ରଦୂତ ନିଯୁକ୍ତ ହୋଇ ନ ଥିବାରୁ ଯୋଗାଯୋଗ କରିବା ପାଇଁ ସୁଯୋଗ ନାହିଁ କିମ୍ବା ଆଗକୁ କି ପଦକ୍ଷେପ ନିଆଯିବ ସେ ସମ୍ପର୍କରେ ମାର୍ଗଦର୍ଶନ କରିବାକୁ କେହି ନାହାନ୍ତି। ଏଭଳି ଅନିଶ୍ଚିତତା ମଧ୍ୟରେ ଏମ୍‌ଇଏ ତୁରନ୍ତ ଜଣେ ଦକ୍ଷ ଓ ସକ୍ଷମ ରାଷ୍ଟ୍ରଦୂତଙ୍କୁ ଦୋହାରେ ନିଯୁକ୍ତ କରିବା ଆବଶ୍ୟକ।
ସିଭିଲ ସର୍ଭିସ୍‌ରେ ମହିଳାଙ୍କ ପ୍ରଭାବ
ଭାରତୀୟ ଅମଲାତାନ୍ତ୍ରିକ କ୍ଷେତ୍ରରେ ଏକ ବିରାଟ ପରିବର୍ତ୍ତନ ହେଉଛି। ନିକଟରେ ୟୁପିଏସ୍‌ସି ସିଭିଲ ସର୍ଭିସ୍‌ ପରୀକ୍ଷାଫଳ ପ୍ରକାଶ ପାଇଛି ଓ ଏଥିରେ ଏକ ଅଭୂତପୂର୍ବ ଉନ୍ନତି ସାମ୍ନାକୁ ଆସିଛି। ଯୋଗ୍ୟ ତାଲିକାର ଶୀର୍ଷ ୪ଟି ସ୍ଥାନ ମହିଳାମାନେ ଦଖଲ କରିଛନ୍ତି। ଇଶିତା କିଶୋର ପ୍ରଥମ, ଗରିମା ଲୋହିଆ ଦ୍ୱିତୀୟ, ଉମା ହରଥି ତୃତୀୟ ଏବଂ ସ୍ମୃତି ମିଶ୍ର ଚତୁର୍ଥ ସ୍ଥାନରେ ରହିଛନ୍ତି। ଶୀର୍ଷ ୨୫ ଜଣ ସଫଳ ପ୍ରାର୍ଥୀଙ୍କ ମଧ୍ୟରେ ଅଛନ୍ତି ୧୪ ଜଣ ମହିଳା । ଲଗାତର ୨ ବର୍ଷ ହେଲା ସିଭିଲ ସର୍ଭିସ୍‌ର ଶୀର୍ଷତମ ର଼୍ୟାଙ୍କରେ ମହିଳାମାନଙ୍କ ପ୍ରାଧାନ୍ୟ ରହିଛି। ଏଭଳି ପରିବର୍ତ୍ତନର ଧାରା ସିଭିଲ ସର୍ଭିସ୍‌ରେ ମହିଳାମାନଙ୍କ ଉଲ୍ଲେଖନୀୟ ପ୍ରଗତିର ଗୁରୁତ୍ୱକୁ ପ୍ରକାଶ କରିଛି। ସିଭିଲ ସର୍ଭିସ୍‌ରେ ସେମାନଙ୍କ ପ୍ରତିନିଧିତ୍ୱ ବି ସମୟକ୍ରମେ ବଢିବାରେ ଲାଗିଛି ଓ ମହିଳାମାନଙ୍କ କ୍ରମୋନ୍ନତିର ଯାତ୍ରା ଅତ୍ୟନ୍ତ କଠିନ ରହିଆସିଛି। ୧୯୫୧ରେ ପ୍ରଥମ ମହିଳା ଆନ୍ନା ଜର୍ଜ ମାଲହୋତ୍ରା ଆଇଏଏସ୍‌ ଅଫିସର ଭାବେ ଯୋଗଦେବାଠାରୁ ଆରମ୍ଭ କରି ଏବକାର ପ୍ରାର୍ଥୀମାନଙ୍କର ଲହର ଯାଏ, ମହିଳାମାନେ ସଂଘର୍ଷପୂର୍ଣ୍ଣ ଆହ୍ବାନର ସାମ୍ନା କରିଆସିଛନ୍ତି। ପରିସଂଖ୍ୟାନରୁ ଜଣାପଡେ , ଚଳିତ ବର୍ଷ ସ୍ବୀକୃତ ତଥା ସଫଳ ୯୩୩ ପ୍ରାର୍ଥୀମାନଙ୍କର ଏକ ତୃତୀୟାଂଶରୁ ଅଧିକ ହେଉଛନ୍ତି ମହିଳା। ଦୁଇ ଦଶକ ପୂର୍ବରୁ ଏହା ଥିଲା ପ୍ରାୟ ୨୦ ପ୍ରତିଶତ ଏବଂ ତା’ତୁଳନାରେ ଏବକାର ସଫଳତାରେ ଆଖିଦୃଶିଆ ବୃଦ୍ଧି ଘଟିଛି। ସିିଭିଲ ସର୍ଭିସ୍‌ରେ ମହିଳାମାନଙ୍କ ସଂଖ୍ୟା ବୃଦ୍ଧି ସୂଚାଉଛି ଯେ, ପାରମ୍ପରିକ ପୁରୁଷପ୍ରାଧାନ୍ୟ ଅମଲାତାନ୍ତ୍ରିକ ଦୃଶ୍ୟପଟରେ ଏକ ବଡ଼ ପରିବର୍ତ୍ତନ ଘଟିଛି। ସେମାନଙ୍କ ଯୋଗଦାନ ଏକ ଅଧିକ ସମ୍ମିଳିତ ଓ ବ୍ୟାପକ ଶାସକୀୟ ଢାଞ୍ଚା ପାଇଁ ବାଟ ଦେଖାଇବାର ସମ୍ଭାବନା ସୃଷ୍ଟି ହୋଇଛି।
ମଦ ସମସ୍ୟା
ତାମିଲନାଡୁ ପୋଲିସର ପ୍ରୋହିବିଶନ ଏନ୍‌ଫୋର୍ସମେଣ୍ଟ ଓ୍ବିଙ୍ଗ୍‌ (ପିଇଡବ୍ଲ୍ୟୁ) କର୍ମଚାରୀମାନଙ୍କୁ ଡିଜିପିଙ୍କ ତରଫରୁ ନିଆଯାଇଥିବା ଏକ ପଦକ୍ଷେପ ରକ୍ଷା କରିଦେଇ ପାରେ। ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ସି. ଶୈଳେନ୍ଦ୍ର ବାବୁ ପୋଲିସ ଅଧିକାରୀମାନଙ୍କୁ ଏକ ଲିଖିତ ବାର୍ତ୍ତା ପଠାଇ ଅନ୍ୟ କୌଣସି ଡ୍ୟୁଟିରେ ମୁତୟନ ହେବା ଲୋଭରୁ ବିରତ ହେବାକୁ କହିଛନ୍ତି। ଏହି ନିର୍ଦ୍ଦେଶନାମା ରାଜ୍ୟର ସବୁ କମିଶନର ଏବଂ ଆରକ୍ଷୀ ଅଧୀକ୍ଷକଙ୍କ ନିକଟକୁ ପଠାଇ ଦିଆଯାଇଛି। ସ୍ପଷ୍ଟତଃ, ପିଇଡବ୍ଲ୍ୟୁ ଅଧିକାରୀମାନଙ୍କୁ ଅନ୍ୟସବୁ କ୍ଷେତ୍ରକୁ ନିଆଯିବା ସହ ଦାୟିତ୍ୱ ଦିଆଯାଇଛି, ଯେଉଁଥିରେ ସେମାନଙ୍କ ମୂଳ ଉଦ୍ଦେଶ୍ୟ ସହ କୌଣସି ସମ୍ପର୍କ ନାହିଁ। ସୂତ୍ରରୁ ଜଣାପଡ଼ିଛି , ପିଇଡବ୍ଲ୍ୟୁ ୟୁନିଟ୍‌ ଅଧିକାରୀମାନଙ୍କୁ ବ୍ୟକ୍ତି, ବିଲ୍ଡିଂ ଓ ସଂସ୍ଥା ସୁରକ୍ଷା ଦାୟିତ୍ୱରେ ଲଗାଯାଉଛି , ଯାହା ସେମାନଙ୍କ କାମ ନୁହେଁ। ତାମିଲନାଡୁରେ ବେଆଇନ ମଦ ବିକ୍ରି ବିରୋଧରେ ଲଢେଇ କରିବା ବଦଳରେ ଅନେକ ସମୟରେ ସେମାନଙ୍କୁ ଅତିରିକ୍ତ କାର୍ଯ୍ୟ କରିବାକୁ ବାଧ୍ୟ କରାଯାଉଛି। ତେବେ ଡିଜିପି ଏବେ ସେମାନଙ୍କୁ ରକ୍ଷା କରିବାକୁ ଆଗେଇ ଆସିଛନ୍ତି ଓ ପିଇଡବ୍ଲ୍ୟୁ ବିଭାଗକୁ ତା’ର ପ୍ରକୃତ ଦାୟିତ୍ୱ ଓ ମଦ ଉପଦ୍ରବୀଙ୍କ ଉପରେ ନଜର ରଖିବା ପାଇଁ ନିିର୍ଦ୍ଦେଶ ଦେଇଛନ୍ତି। ବେଆଇନ ମଦ କାରବାରକୁ ନେଇ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା ଘଟିଚାଲିଛି। ଭିଲ୍ଲପୁରମ୍‌ ଏବଂ ଛେଙ୍ଗଲାପାଟ୍ଟୁ ଜିଲାରେ ଗୋଟିଏ ପରେ ଗୋଟିଏ ବିପର୍ଯ୍ୟୟ ଘଟି ମିଥାନଲ ମିଶ୍ରିତ ମଦ ପିଇ ୨୪ ଜଣଙ୍କ ମୃତ୍ୟୁ ହୋଇଛି। ଖୁବ୍‌ ନିକଟରେ ଥାଞ୍ଜାଭୁର ଜିଲାରେ ବିଷାକ୍ତ ମଦ ଯୋଗୁ ୨ ଜଣଙ୍କ ମୃତ୍ୟୁ ହୋଇଥିବା ଫୋରେନ୍‌ସିକ ଅନୁଧ୍ୟାନରୁ ଜଣାପଡ଼ିଛି। ସାୟାନାଇଡଯୁକ୍ତ ମଦ ପିଇବା ଯୋଗୁ ଏଭଳି ଘଟିଛି। ଏଣୁ ସଂଯମ ଓ ସୁରକ୍ଷା ଭାବନା ଦୃଷ୍ଟିରୁ ଆଶା କରାଯାଏ ଯେ, ଡିଜିପିଙ୍କ ନିର୍ଦ୍ଦେଶ ପରେ ପିଇଡବ୍ଲ୍ୟୁର ମୁଖ୍ୟ ଦାୟିତ୍ୱ ପ୍ରତି ଏହାର ଅଧିକାରୀମାନେ ଅଧିକ ଧ୍ୟାନଦେବା ଦରକାର।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଟେକ୍ସଟାଇଲ ଶିଳ୍ପରୁ ବର୍ଜ୍ୟ କପଡ଼ା ସଂଗ୍ରହ କରି ସେଥିରୁ ଷ୍ଟେସ୍‌ନେରି ଉତ୍ପାଦ ପ୍ରସ୍ତୁତ କରୁଛନ୍ତି ସୁରଟର ରାଶି ଅଗ୍ରଓ୍ବାଲା। ସେ ବର୍ଜ୍ୟରୁ ଡାଏରି, ଜର୍ନାଲ, ପ୍ଲାନର,...

ପ୍ଲାଷ୍ଟିକ୍‌ : ଏକ କ୍ଷୁଦ୍ର ପ୍ରବନ୍ଧ

ଶୈଳେନ୍ଦ୍ର ଦ୍ୱିବେଦୀ   ଆନ୍ତର୍ଜାତିକ ସ୍ତରରେ ପ୍ଲାଷ୍ଟିକ୍‌ ବର୍ଜ୍ୟ ଏବଂ ତଜ୍ଜନିତ ପ୍ରଦୂଷଣ ରୋକିବା ପାଇଁ ବିଶ୍ୱସ୍ତରରେ ରାଜିନାମା କଥା ଗୁରୁତ୍ୱର ସହ ଚିନ୍ତା କରାଯାଉଥିବାବେଳେ...

ମନ୍ତ୍ରଶକ୍ତିର ପ୍ରଭାବ

ଡ. ଛାୟାକାନ୍ତ ଷଡ଼ଙ୍ଗୀ   ବୈଦିକ ଋଷିମାନଙ୍କୁ ମନ୍ତ୍ରଦ୍ରଷ୍ଟା କୁହାଯାଏ। ଦାର୍ଶନାର୍ଥକ ଦୃଶ୍‌ ଧାତୁରୁ ଦ’ କାର ଲୋପ ହୋଇ ଋଷି ଶବ୍ଦ ଗଠିତ। ନିରୁକ୍ତାଚାର୍ଯ୍ୟ...

ଆଇନରୁ ଆଭାସ

ସଂସଦର ପ୍ରାଥମିକ କାର୍ଯ୍ୟ ହେଉଛି ଆଇନ ଗଢ଼ିବା। କିଏ ଆଇନ ଗଢ଼ିବେ ଏବଂ ପାସ୍‌ କରିବେ ତାହା ବିଚାରକରି ଆମେ ଲୋକ ସଭାକୁ ପ୍ରାର୍ଥୀଙ୍କୁ ଚୟନକରୁ।...

କିମାଶ୍ଚର୍ଯ୍ୟମ

ମହାଭାରତର ଯକ୍ଷ ପ୍ରଶ୍ନ ‘କିମାଶ୍ଚର୍ଯ୍ୟମ?’ ର ଉତ୍ତରରେ ଯୁଧିଷ୍ଠିର କହିଥିଲେ, ପ୍ରତି ମୁହୂର୍ତ୍ତରେ ଲକ୍ଷ ଲକ୍ଷ ଜୀବ ମୃତ୍ୟୁବରଣ କରୁଥିଲେ ମଧ୍ୟ ଆମେ ଚିରଦିନ ବଞ୍ଚିବା...

ଆଷ୍ଟ୍ରାଜେନେକାର ସ୍ବୀକାର ଓ ଭାରତ

ଷ୍ଟ୍ରାଜେନେକା ହେଉଛି ଏକ ବ୍ରିଟେନ-ସୁଇଡେନ ମଲ୍‌ଟିନ୍ୟାଶନାଲ ଫାର୍ମାସ୍ୟୁଟିକାଲ ଆଣ୍ଡ ବାୟୋଟେକ୍ନୋଲୋଜି କମ୍ପାନୀ। ଏହି ଟିକାର ପାର୍ଶ୍ୱ ପ୍ରତିକ୍ରିୟା ରହିଥିବା କମ୍ପାନୀ ନିକଟରେ ବ୍ରିଟେନର ଏକ ଅଦାଲତରେ...

ଏଇ ଭାରତରେ

ଭାରତର ପ୍ରମୁଖ ସହରଗୁଡ଼ିକରେ ଥିବା କ୍ୟାନ୍‌ସର ହସ୍ପିଟାଲରେ ଚିକିତ୍ସାର ସୁବିଧା ରହିଥିଲେ ମଧ୍ୟ ପୀଡ଼ିତଙ୍କୁ ନେଇ ବାରମ୍ବାର ଯିବା ଓ ସେଠାରେ ରହି କେମୋଥେରାପି ନେବାରେ...

Dillip Cherian

ଶୂନ୍ୟତାର ସ୍ମାରକ

ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ମୋହନ ଯାଦବ ପ୍ରାଥମିକତାଭିତ୍ତିରେ କ’ଣ କରାଯିବ ତାହାର କୌଶଳ ଅର୍ଜନ କରିଛନ୍ତି। ଏହା ମଧ୍ୟ କହିବା ଉଚିତ ଯେ, ସେ ଯାହାକୁ ଅପ୍ରାସଙ୍ଗିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri