ପିଲାଙ୍କୁ ସିଟ ଯୋଗାଇବା ନେଇ ଚିନ୍ତା

ଭୁବନେଶ୍ୱର,୨୩ା୫(ବ୍ୟୁରୋ): ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ରେକର୍ଡ ସଂଖ୍ୟକ ପିଲା ପାସ୍‌ କରିବା ପରେ ଯୁକ୍ତ ୨ରେ ସମସ୍ତଙ୍କୁ ସିଟ ଯୋଗାଇଦେବା ନେଇ ଉଚ୍ଚଶିକ୍ଷା ବିଭାଗର ଚିନ୍ତା ବଢ଼ିଛି। ଚଳିତ ବର୍ଷ ରାଜ୍ୟର ୫ଲକ୍ଷ ୧୨ ହଜାର ପିଲା ମାଟ୍ରିକ ପାସ କରିଛନ୍ତି। ମାତ୍ର ରାଜ୍ୟର କଲେଜଗୁଡ଼ିକରେ +୨ ପ୍ରଥମ ବର୍ଷ ପାଇଁ ମୋଟ ୫ଲକ୍ଷ ୯ହଜାର ସିଟ ରହିଛି। ତେଣୁ ପିଲାଙ୍କୁ ଯୁକ୍ତ ୨ କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗରେ ନାମ ଲେଖାଇବା ବଦଳରେ ଧନ୍ଦାମୂଳକ ଶିକ୍ଷା ପ୍ରତି ଆକର୍ଷିତ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ପ୍ରୟାସ ଆରମ୍ଭ କରିଛି। ପିଲାଙ୍କୁ ଧନ୍ଦାମୂଳକ ଶିକ୍ଷା ପ୍ରତି ଆକର୍ଷିତ କରିବା ପାଇଁ ରାଜ୍ୟ ସରକାର ଯୋଜନା କରୁଛନ୍ତି। ସ୍କୁଲ ସ୍ତରରେ ପିଲାଙ୍କୁ ଏନେଇ ପ୍ରୋତ୍ସାହିତ କରିବାକୁ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶାଳୟ ପକ୍ଷରୁ ସବୁ ଜିଲା ଶିକ୍ଷାଧିକାରୀଙ୍କୁ ଚିଠି ଲେଖାଯାଇଛି।
ରାଜ୍ୟରେ ଏବେ ୨୩୧ ସରକାରୀ ଧନ୍ଦାମୂଳକ ସେକେଣ୍ଡାରୀ ସ୍କୁଲ ରହିଥିବା ଚିଠିରେ ଉଲ୍ଲେଖ କରାଯାଇଛି। ସାଧାରଣ ପାଠପଢ଼ା ଅପେକ୍ଷା ପିଲାମାନେ ଧନ୍ଦାମୂଳକ ପାଠ୍ୟକ୍ରମରେ ନାମ ଲେଖାଇଲେ ରୋଜଗାରକ୍ଷମ ହେବା ସହ ନିଜସ୍ବ ଅନୁଷ୍ଠାନ ଆରମ୍ଭ କରିପାରିବେ ବୋଲି ବିଭାଗ ପକ୍ଷରୁ ଦର୍ଶାଯାଇଛି। ବ୍ୟକ୍ତିତ୍ୱ ବିକାଶ ସାଙ୍ଗକୁ କୁଶଳୀ କାରିଗର ଚାହିଦା ଏହାଦ୍ୱାରା ପୂରଣ କରାଯାଇପାରିବ। ଏନେଇ ବିଦ୍ୟାଳୟ ସ୍ତରରେ ସଚେତନତା ସୃଷ୍ଟି କରାଯିବ। ବିଇଓ ଅଫିସ, ସିଆର୍‌ସିସି ଅଫିସ ଏବଂ ହାଇସ୍କୁଲର ନୋଟିସ ବୋର୍ଡରେ ଏ ସମ୍ପର୍କରେ ସୂଚିତ କରି ଛାତ୍ରୀଛାତ୍ରଙ୍କୁ ଜଣାଇବାକୁ କୁହାଯାଇଛି। ଏହାଛଡ଼ା ପଦକ୍ଷେପ ସମ୍ପର୍କରେ ସ୍କୁଲ ପରିଚାଳନା କମିଟି ପକ୍ଷରୁ ଅଭିଭାବକ ଓ ଛାତ୍ରୀଛାତ୍ରଙ୍କୁ ସଚେତନ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। ଏଗ୍ରିକଲଚର, ହେଲଥ୍‌ ଆଣ୍ଡ ପାରାମେଡିକାଲ, ଇଞ୍ଜିନିୟରିଂ ଆଣ୍ଡ୍‌ ଟେକ୍ନୋଲୋଜି, ହୋମସାଇନ୍ସ ଏବଂ ହ୍ୟୁମାନିଟିଜ୍‌ ଆଦି ୬ଟି କ୍ଷେତ୍ରରେ ଧନ୍ଦାମୂଳକ ଶିକ୍ଷା ପାଇଁ ପିଲାଙ୍କୁ ପ୍ରବର୍ତ୍ତାଯିବ। ଜଣେ ଛାତ୍ରୀ ବା ଛାତ୍ର କେବଳ ଗୋଟିଏ ଧନ୍ଦାମୂଳକ ବିଷୟରେ ନାମ ଲେଖାଇପାରିବେ।
ସୂଚନାଥାଉ କି, ମୟୂରଭଞ୍ଜ ଜିଲାରେ ସର୍ବାଧିକ ୧୭ଟି ବିଦ୍ୟାଳୟରେ ଧନ୍ଦାମୂଳକ ପାଠ୍ୟକ୍ରମ ବ୍ୟବସ୍ଥା ରହିଛି। ସେହିପରି କଟକ ଜିଲାରେ ୧୪, ଗଞ୍ଜାମରେ ୧୩, ସୁନ୍ଦରଗଡ଼, ଯାଜପୁର, କେନ୍ଦ୍ରାପଡ଼ା ଓ ଖୋର୍ଦ୍ଧା ଜିଲାରେ ୧୨ଟି ଲେଖାଏ, ବାଲେଶ୍ୱର ଭଦ୍ରକ ଓ ଜଗତ୍‌ସିଂହପୁର ଜିଲାରେ ୧୧ଟି ଲେଖାଏ, ଢେଙ୍କାନାଳ ଓ ପୁରୀ ଜିଲାରେ ୧୦ଟି ଲେଖାଏ ବିଦ୍ୟାଳୟରେ ଧନ୍ଦାମୂଳକ ପାଠ୍ୟକ୍ରମ ବ୍ୟବସ୍ଥା ଅଛି। କେନ୍ଦୁଝରରେ ୯ଟି, କଳାହାଣ୍ଡି ଓ କୋରାପୁଟରେ ୭ଟି ଲେଖାଏ, ଅନୁଗୋଳ, ବରଗଡ଼, ବଲାଙ୍ଗୀର ଓ ଝାରସୁଗୁଡ଼ାରେ ୬ଟି ଲେଖାଏ, କନ୍ଧମାଳରେ ୫ଟି, ଗଜପତି, ରାୟଗଡ଼ା ଓ ସମ୍ବଲପୁର ଜିଲାରେ ୪ଟି ଲେଖାଏ, ନୂଆପଡ଼ା, ଦେବଗଡ଼ ଓ ସୁବର୍ଣ୍ଣପୁର ଜିଲାରେ ୩ଟି ଲେଖାଏ, ବୌଦ୍ଧ, ମାଲକାନଗିରି ଓ ନବରଙ୍ଗପୁର ଜିଲାର ୨ଟି ଲେଖାଏ ବିଦ୍ୟାଳୟରେ ବିଭିନ୍ନ ଧନ୍ଦାମୂଳକ ପାଠ୍ୟକ୍ରମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri