Posted inଜାତୀୟ

ଫିଲ୍ମ ପର୍ଯ୍ୟଟନ ବୃଦ୍ଧିକୁ ଗୁରୁତ୍ୱ

ଶ୍ରୀନଗର, ୨୩।୫: ଜମ୍ମୁ ଓ କଶ୍ମୀରର ଶ୍ରୀନଗରସ୍ଥିତ ଶେର-ଇ-କଶ୍ମୀର ଅନ୍ତର୍ଜାତୀୟ ସମ୍ମେଳନ କେନ୍ଦ୍ରରେ ସୋମବାର ଅତି କଡ଼ା ସୁରକ୍ଷା ମଧ୍ୟରେ ଜି୨୦ ପର୍ଯ୍ୟଟନ କାର୍ଯ୍ୟଗୋଷ୍ଠୀ ବୈଠକ ଆରମ୍ଭ ହୋଇଛି। ଜମ୍ମୁ ଓ କଶ୍ମୀରରୁ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ହେବା ପରେ ଏହା ହେଉଛି ପ୍ରଥମ ଅନ୍ତର୍ଜାତୀୟ ସ୍ତରୀୟ କାର୍ଯ୍ୟକ୍ରମ। ଦୁଇଦିନିଆ ସମ୍ମିଳନୀରେ ବିଶ୍ୱର ବିଭିନ୍ନ ଭାଗରୁ ଅତିକମ୍‌ରେ ୬୦ ଜଣ ପ୍ରତିନିଧି ଯୋଗ ଦେଇଥିବା ବେଳେ ୨୦ ଜଣ ସାମ୍ବାଦିକ ଅଂଶଗ୍ରହଣ କରିଛନ୍ତି।
ମୁଖ୍ୟ ସମନ୍ବୟକାରୀ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା କହିଛନ୍ତି ଯେ, ଜି୨୦ ପର୍ଯ୍ୟଟନ କାର୍ଯ୍ୟଗୋଷ୍ଠୀର ଅନ୍ୟତମ ମୁଖ୍ୟ କାର୍ଯ୍ୟସୂଚୀ ହେଉଛି ଫିଲ୍ମ ଟୁରିଜମ୍‌। ସିନେମା ପର୍ଯ୍ୟଟନରେ ଜମ୍ମୁ ଓ କଶ୍ମୀରର ସମ୍ଭାବ୍ୟ ଶକ୍ତିକୁ ପ୍ରଦର୍ଶନ ଲାଗି ଏଭଳି ପ୍ରଚେଷ୍ଟା କରାଯାଇଛି। ସେ କହିଛନ୍ତି, ଏହା ନିଃସନ୍ଦେହରେ କୁହାଯାଇପାରେ ଯେ ଏଠାରେ ଅନୁଷ୍ଠିତ ଜି ୨୦ ବୈଠକ କଶ୍ମୀର ପର୍ଯ୍ୟଟନକୁ ନୂଆ ରୂପ ଦେବ। ଏଥିସହିତ ଏହି ସମ୍ମିଳନୀ ଜମ୍ମୁ ଓ କଶ୍ମୀର ଅର୍ଥନୀତିକୁ ମଧ୍ୟ ସୁଦୃଢ଼ କରିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।
ବୈଠକରେ ପୂର୍ବାପେକ୍ଷା ସର୍ବାଧିକ ପ୍ରତିନିଧି ଯୋଗ ଦେଇଛନ୍ତି ବୋଲି ଶ୍ରୀଙ୍ଗଲା କହିଛନ୍ତି। ଚାଇନା ସମେତ କେତେକ ସଦସ୍ୟ ରାଷ୍ଟ୍ର ଏହି କାର୍ଯ୍ୟକ୍ରମରୁ ଦୂରେଇ ରହିଥିବା ସେ ପ୍ରକାଶ କରିଛନ୍ତି। ଜମ୍ମୁ ଓ କଶ୍ମୀର ଏକ ବିବାଦୀୟ ଅଞ୍ଚଳ ବୋଲି ଅଭିହିତ କରି ଚାଇନା ଜି୨୦ରେ ଯୋଗ ଦେଇ ନ ଥିବା ବେଳେ ସାଉଦି ଆରବ ଏହି କାର୍ଯ୍ୟକ୍ରମ ପାଇଁ ନାମ ପଞ୍ଜୀକରଣ କରିନାହିଁ। ସେହିପରି ତୁର୍କୀ ଏହି ବୈଠକରୁ ନିଜକୁ ଦୂରେଇ ରଖିଛି। ହେଲେ ଇସ୍‌ଲାମୀୟ ରାଷ୍ଟ୍ର ସଙ୍ଗଠନ (ଓଆଇସି)ର ସଦସ୍ୟ, ନାଇଜେରିଆ ଓ ଇଣ୍ଡୋନେସିଆର ରାଷ୍ଟ୍ରଦୂତମାନେ ଏଥିରେ ଯୋଗ ଦେଇଛନ୍ତି। ପ୍ରତିନିଧିମାନେ ପରି ମହଲ, ଚେସ୍‌ମାସାହି ଓ ମୋଗଲ ଗାର୍ଡେନ ପରିଦର୍ଶନ କରିବେ। ଏଥିସହିତ ସେମାନେ ପୁନରୁଦ୍ଧାର ହୋଇଥିବା ପୋଲୋ ଭିଉ ମାର୍କେଟ ବୁଲିବା ସହ ବୁଧବାର କଶ୍ମୀର ଉପତ୍ୟକା ଯିବାର କାର୍ଯ୍ୟକ୍ରମ ରହିଛି। ବିଶ୍ୱ ସ୍ତରୀୟ ପ୍ରତିନିଧି ଏହି ସମ୍ମିଳନୀରେ ଯୋଗ ଦେଇଥିବାରୁ କଶ୍ମୀରରେ ସୁରକ୍ଷା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ କଡ଼ାକଡ଼ି କରିଦିଆଯାଇଛି। ଏନ୍‌ଏସ୍‌ଜିର ଡ୍ରୋନ୍‌ ନିରୋଧୀ ଟିମ୍‌ ଆକାଶମାର୍ଗ ଉପରେ ନଜର ରଖିଥିବା ବେଳେ ଡାଲ୍‌ ହ୍ରଦ ନିକଟରେ ମରିନ୍‌ କମାଣ୍ଡୋମାନେ ପଇଁତରା ମାରୁଛନ୍ତି। ଚେନାବ ନଦୀରେ ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌)ର ଯବାନମାନେ ଡଙ୍ଗାରେ ରହି ସୁରକ୍ଷା ବ୍ୟବସ୍ଥାକୁ ତଦାରଖ କରୁଛନ୍ତି। ଜମ୍ମୁର ଅଖନୁର ସ୍ଥିତ ଭାରତ-ପାକିସ୍ତାନ ସୀମାନ୍ତ ଉପରେ ମଧ୍ୟ କଡ଼ା ନଜର ରଖାଯାଇଛି। ସେନା ସହ ଜମ୍ମୁ ଓ କଶ୍ମୀର ପୋଲିସ ମିଶି ବୈଠକ ସ୍ଥଳ ଜବାରଓ୍ବାନ୍‌ ରେଞ୍ଜ ଉପରେ ଦୃଷ୍ଟି ରଖିଛନ୍ତି। ଦେଶର ବିଭିନ୍ନ ଭାଗରେ ହୋଇଥିବା ନିର୍ବାଚନ ଲାଗି ଜମ୍ମୁ ଓ କଶ୍ମୀରରୁ ଯାଇଥିବା ସିଆର୍‌ପିଏଫ୍‌ ଯବାନମାନଙ୍କୁ ଜି୨୦ ସମ୍ମିଳନୀ ସ୍ଥଳକୁ ଫେରାଇ ଅଣାଯାଇଛି। ପଣବନ୍ଦୀ ଭଳି ସ୍ଥିତିକୁ ଟାଳିବା ଲାଗି ‘ବ୍ଲାକ୍‌ କ୍ୟାଟ୍‌’ କମାଣ୍ଡୋମାନଙ୍କୁ ମଧ୍ୟ ମୁତୟନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ବାଇକ ମୁହାଁମୁହିଁ ଧକ୍କା: ଆଉ ତା’ପରେ ଘଟିଗଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି- ଘୋଡାହାଡ ଡ଼୍ୟାମ ରାସ୍ତାର ଦ୍ବାର ଗାଁ ମୁଖ୍ୟରାସ୍ତା କ୍ରସର ନିକଟରେ ଗୁରୁବାର ମଧ୍ୟାହ୍ନରେ ଦୁଇ ବାଇକ...

ଗାଁରେ ପହଞ୍ଚିଲା ଦାଦନ ଶ୍ରମିକଙ୍କ ମୃତଦେହ: ସହାୟତା ଦାବି

ଦିଗପହଣ୍ଡି,୨୫।୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ନୂଆଗାଁର ଦାଦନ ଶ୍ରମିକ ଅରକ୍ଷିତ ନାୟକ(୧୯) ତାମିଲନାଡୁର ତ୍ରିପୁର କାଙ୍ଗିଆମ ଠାରେ ଗତ...

ମତ୍ସ୍ୟ ଚାଷ ପ୍ରତି ବଢୁଛି ଆଗ୍ରହ: ଚାଷୀଙ୍କୁ ୪୦ ରୁ ୫୦ ପ୍ରତିଶତ ମିଳୁଛି ସବସିଡି

ଭଞ୍ଜନଗର,୨୫/୧୨(ବାବୁଲା ପ୍ରଧାନ): ଚିକେନ, ମଟନ ଅପେକ୍ଷା ମାଛ ସ୍ବାସ୍ଥ୍ୟ ପାଇଁ ହିତକର। ତେଣୁ ମାଛ ପ୍ରତି ଲୋକଙ୍କ ଆଗ୍ରହ ବଢୁଛି। କିନ୍ତୁ ଗଞ୍ଜାମ ଜିଲାରେ ଆବଶ୍ୟକତା...

ଆଶ୍ଚର୍ଯ୍ୟ ଲାଗିଲେ ବି ସତ, ପୋଷା କୁକୁର ପାଇଁ ଫିନାଇଲ ପିଇ ଜୀବନ ହାରିଲେ ଦୁଇ ଭଉଣୀ

ନୂଆଦିଲ୍ଲୀ,୨୫।୧୨: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଦୁଇ ଭଉଣୀ ଫିନାଇଲ୍ ପିଇ ଆତ୍ମହତ୍ୟା କରିଛନ୍ତି । ଏହାର  କାରଣ...

ହିଲଭିୟୁ ପାର୍କରେ ଟ୍ରେନ ଦୁର୍ଘଟଣା: ଟ୍ରାକ ବାହାରକୁ ଚାଲିଗଲା ବଗି

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ହିଲଭିୟୁ ପାର୍କରେ ଛୁଟିଦିନ ରହିଥିବାରୁ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି । ତେବେ...

ଜାତୀୟ କବାଡ଼ି ପ୍ରତିଯୋଗିତାରେ ଭାଗ ନେବେ ଓଡ଼ିଆ ପୁଅ ଶିବପ୍ରସାଦ

ଗଞ୍ଜାମ,୨୫ା୧୨(ବିଦ୍ୟାଧର ସାହୁ): ଆସନ୍ତା ୬ ତାରିଖରେ ରାଇପୁର ଭିଲାଇ ରାଜକୁମାର କଲେଜରେ ଅନୁଷ୍ଠିତ ହେବ ନ୍ୟାଶନାଲ ଇଭେଣ୍ଟ କବାଡ଼ି। ଏହି ପ୍ରତିଯୋଗିତାରେ ଖେଳିବାକୁ ଓଡ଼ିଶାର ଦୁଇ...

ଶୀତକୁ ନାହିଁ ଖାତିର, ଦାରିଙ୍ଗବାଡ଼ିରେ ବଢୁଛି ପର୍ଯ୍ୟଟକଙ୍କ ଭିଡ଼

ଦାରିଙ୍ଗବାଡ଼ି,୨୫ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ପୁଣି ବଢ଼ିଲା ଶୀତର ପ୍ରକୋପ। ବିଭିନ୍ନ ସ୍ଥାନରେ ଘନକୁହୁଡି ସହ ଶୀତ ଦ୍ବିଗୁଣିତ ହୋଇଛି। ଗୁରୁବାର ସକାଳେ...

ଗୁଲୁଆଙ୍କ ଗୁମର ଖୋଲିଦେଲେ ସ୍ତ୍ରୀ: ନୂଆ ନୂଆ ଝିଅଙ୍କୁ ଧରି….

ଭୁବନେଶ୍ୱର,୨୫।୧୨: ଓଡ଼ିଆ କମେଡିଆନ୍‌ ଗୁଲୁଆଙ୍କ ସାଂସାରିକ ଜୀବନରେ ଆସିଛି ଝଡ଼। ଜୀବନ ପ୍ରତି ବିପଦ ଥିବା ଗୁଲୁଆ ଅଭିଯୋଗ କରିବା ପରେ ତାଙ୍କ ସ୍ତ୍ରୀ ତଥା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri