ଡେଲାଙ୍ଗ ଷ୍ଟେଶନ ବଜାରରେ ଜଳୁନି ହାଇମାଷ୍ଟ ଲାଇଟ୍‌

ଡେଲାଙ୍ଗ,୧୪।୫(ଡି.ଏନ୍‌.ଏ.):ଡେଲାଙ୍ଗ ଷ୍ଟେଶନ ବଜାର ଉପରେ ସ୍ଥାନୀୟ ୭ଟି ପଞ୍ଚାୟତରୁ ଊର୍ଦ୍ଧ୍ୱ ଲୋକ ନିର୍ଭର କରୁଥିବାବେଳେ ବଜାର ଏବେ ନିଶାଡ଼ି ଓ ବାଇକ୍‌ ଚୋରଙ୍କ ଆଡାସ୍ଥଳୀ ପାଲଟିଛି। ସନ୍ଧ୍ୟା ହେଲେ ବଜାରକୁ ଆଲୋକୀକରଣ କରିବାକୁ ଥିବା ହାଇମାଷ୍ଟ ଲାଇଟ୍‌ ଆଜକୁ ଦୀର୍ଘ ୨ବର୍ଷ ହେବ ଜଳୁନି। ଫଳରେ ନିଶାଡ଼ି ଓ ଗାଡି ଚୋର ଅନ୍ଧାରରେ ଆଡ୍ଡା ଜମାଇବା ସହିତ ସାଧାରଣ ଲୋକଙ୍କ ବାଇକ୍‌ ଲୁଟୁଛନ୍ତି। ଗତ ଫନୀ ବାତ୍ୟା ପରେ ବିଦ୍ୟୁତ୍‌ ଖୁଣ୍ଟଗୁଡ଼ିକ ସଜଡ଼ା ଯାଇ ଆଲୋକୀକରଣ ପାଇଁ ୩୦ଟି ହାଇମାଷ୍ଟ ଲାଇଟ୍‌ର ବ୍ୟବସ୍ଥା ହୋଇଥିଲା। ସେଥିମଧ୍ୟରୁ ଏବେ ମାତ୍ର ୧୩ଟା ଜଳୁଛି। ବଜାର ଅନ୍ଧାରରେ ରହୁଥିବାରୁ ରାତିରେ ଚୋର ଓ ନିଶାଡ଼ିଙ୍କ ପ୍ରାଦୁର୍ଭାବ ବଢୁଥିବାରୁ ଦୋକାନ ଛାଡ଼ି ଘରକୁ ଯିବାକୁ ଦୋକାନୀ ଭୟ କରୁଛନ୍ତି। ଚୋରି ହେବା ଭୟରେ ଅସହ୍ୟ ଗୁଳୁଗୁଳିରେ ବାଧ୍ୟ ହୋଇ ଦୋକାନ ଭିତରେ ଶୋଉଛନ୍ତି। ୧୯୬୦ ମସିହା ପୂର୍ବରୁ ୬ ଗୋଟି ଦୋକାନକୁ ନେଇ ଗଢି ଉଠିଥିବା ଡେଲାଙ୍ଗ ବଜାରର ମାନଚିତ୍ର ସମ୍ପୂର୍ଣ୍ଣ ବଦଳି ଯାଇଥିଲେ ମଧ୍ୟ ଅଦ୍ୟାବଧି ତାର ସାଧାରଣ ସମସ୍ୟା ବଦଳି ପାରିନି। ବର୍ତ୍ତମାନ ବଜାରରେ ୨୬୦ ଦୋକାନରେ ରହିଛି। ଭାରତୀ ବିହାରଠାରୁ ଆରମ୍ଭ କରି ବେରବୋଇ ବଜାର ଓ ଡେଲାଙ୍ଗ ଷ୍ଟେଶନ ଛକଠାରୁ ଆରମ୍ଭ କରି ରାଧାକାନ୍ତ ବିଦ୍ୟାପୀଠ ପର୍ଯ୍ୟନ୍ତ ବିସ୍ତୃତ ବଜାରରେ ଆଲୋକୀକରଣ ବ୍ୟବସ୍ଥା ନ ଥିବାରୁ ବଜାର ଆସିବାକୁ ସ୍ଥାନୀୟ ବାସିନ୍ଦା ନା ପସନ୍ଦ କରୁଛନ୍ତି। ହାଇମାଷ୍ଟ ଲାଇଟ୍‌ଗୁଡ଼ିକ ୨ବର୍ଷ ହେବ ଅକାମି ହୋଇ ପଡ଼ିଥିଲେ ମଧ୍ୟ ଏହାର ମରାମତି ନିମନ୍ତେ ପ୍ରଶାସନ ଚିନ୍ତା କରୁନି ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଏନେଇ ରେଞ୍ଚ ପଞ୍ଚାୟତର ସରପଞ୍ଚ ହରିହର ସ୍ବାଇଁଙ୍କୁ ପଚାରିବାରେ, ଲାଇଟ୍‌ଗୁଡ଼ିକ ମରାମତି କରିବାକୁ ଫଣ୍ଡ ନାହିଁ। ବିଗତ ଗ୍ରାମସଭା ମିଟିଂରେ ଏଥିପାଇଁ ଆଲୋଚନା ହୋଇଛି। ସ୍ଥାନୀୟ ପ୍ରଶାସନ ଏହି ସମସ୍ୟାକୁ ଯଥାଶୀଘ୍ର ସମାଧାନ କରିବାକୁ ବ୍ୟବସାୟୀ ଓ ଜନସାଧାରଣ ନିବେଦନ କରିଛନ୍ତି। ଅନ୍ୟପଟେ ପୋଲିସ ପକ୍ଷରୁ ପାଟ୍ରୋଲିଂ ବ୍ୟବସ୍ଥା କଡ଼ାକଡ଼ି କରିବାକୁ ଦୋକାନୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri