ସହରାଞ୍ଚଳରେ ସଫଳ ହେଉନି ଆବାସ ଯୋଜନା

ଭୁବନେଶ୍ୱର,୧୨।୫(ବ୍ୟୁରୋ): ୨୦୨୨ ସୁଦ୍ଧା ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ପକ୍କାଘର ଯୋଗାଇ ଦେବାକୁ ସରକାର ଘୋଷଣା କରିଥିଲେ। ସେଥିପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଏହି କ୍ରମରେ ୨୦୧୫ରେ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମ୍‌ଏଓ୍ବାଇ) ଆରମ୍ଭ ହୋଇଥିଲା। ତେବେ ସହରାଞ୍ଚଳରେ ବହୁ ହିତାଧିକାରୀ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥିଲେ ହେଁ ଅଧିକାଂଶ ହିତାଧିକାରୀ ଦୀର୍ଘଦିନ ବିତିଯାଇଥିଲେ ମଧ୍ୟ ଘର ତିଆରି ସମ୍ପୂର୍ଣ୍ଣ କରିପାରି ନାହାନ୍ତି। ତେଣୁ ସହରାଞ୍ଚଳରେ ଏହି ଯୋଜନାର ସମ୍ପୂର୍ଣ୍ଣକରଣକୁ ନେଇ ଚିନ୍ତା ପ୍ରକାଶ ପାଇଛି। ଭୁବନେଶ୍ୱରରେ ପିଏମ୍‌ଏଓ୍ବାଇ ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥିବା କେତେ ହିତାଧିକାରୀ ଘର ସମ୍ପୂର୍ଣ୍ଣ କରିନାହାନ୍ତି ଏବଂ ଏହାର କାରଣ କ’ଣ ତାହା ଜାଣିବା ପାଇଁ ସମୀକ୍ଷା କରାଯାଇ ଏକ ରିପୋର୍ଟ ପ୍ରସ୍ତୁତ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ଏ ନେଇ ଗୁରୁବାର ବିଏମ୍‌ସି କାର୍ଯ୍ୟାଳୟରେ ଷ୍ଟେକ୍‌ହୋଲ୍‌ଡରମାନଙ୍କର ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା।
୨୦୧୬-୧୭ ମଧ୍ୟରେ ପିଏମ୍‌ଏଓ୍ବାଇରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ମୋଟ ୬୮୪ଜଣ ହିତାଧିକାରୀଙ୍କୁ ଚୟନ କରାଯାଇ କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ବହୁ ହିତାଧିକାରୀ ଗୃହ ନିର୍ମାଣ ସମ୍ପୂର୍ଣ୍ଣ କରିଥିବାବେଳେ ୨୧୨ଜଣ ହିତାଧିକାରୀ ଅଧାପନ୍ତରିଆ ଗୃହ ନିର୍ମାଣ କରିଛନ୍ତି। ତେଣୁ କେଉଁ କାରଣରୁ ଗୃହ ନିର୍ମାଣ ହୋଇପାରୁନି, ଅଧା ହୋଇ ପଡିରହିଛି, ଏପରିକି କିଛି ହିତାଧିକାରୀ ଗୋଟିଏ/ ଦୁଇଟି କିସ୍ତି ନେଇ କାହିଁକି ଘର କରିନାହାନ୍ତି ତାହାର ସତ୍ୟାସତ୍ୟ ଜାଣିବା ପାଇଁ ଏକ ସର୍ଭେ କରାଯିବ। ଏ ନେଇ ଏକ ଏନ୍‌ଜିଓ ଲାଇଫ୍‌ ଏକାଡେମୀ ଅଫ୍‌ ଭୋକେସନାଲ ଷ୍ଟଡିଜ୍‌ (ଲାଭସ)କୁ ଅନ୍ତର୍ଭୁକ୍ତ କରାଯାଇଛି। ସମ୍ପୃକ୍ତ ଏନ୍‌ଜିଓ, ବିଏମ୍‌ସି କର୍ମଚାରୀ, କର୍ପୋରେଟର, କମ୍ୟୁନିଟି ଅର୍ଗାନାଇଜର, ସରକାରୀ ଆଦେଶ ପାଇଥିବା ହିତାଧିକାରୀଙ୍କୁ ନେଇ ଏକ କମିଟି ଗଠନ ହେବ। ଏହି କମିଟିରେ ୨୦ରୁ ୩୦ଜଣ ସଦସ୍ୟ ରହିବେ। ସେମାନଙ୍କୁ ନେଇ ୫ଟି ସବ୍‌କମିଟି ଗଠନ କରାଯିବ। ଏହି ସବ୍‌କମିଟି ୨ଦିନ ଧରି ଅସମ୍ପୂର୍ଣ୍ଣ ଥିବା ହିତାଧିକାରୀଙ୍କ ଘର ଘର ବୁଲି ତଥ୍ୟ ସଂଗ୍ରହ କରିବେ। ଏହି ସମୀକ୍ଷା ରିପୋର୍ଟକୁ ୪୫ଦିନ ମଧ୍ୟରେ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଯିବ ବୋଲି ସୂଚନା ଦିଆଯାଇଛି। ତେବେ ଘର ତିଆରି ସମ୍ପୂର୍ଣ୍ଣ ହୋଇପାରୁ ନ ଥିବାର ମୁଖ୍ୟ କାରଣ ହେଉଛି ବର୍ଦ୍ଧିତ ଦର। ଅଧିକାଂଶ ହିତାଧିକାରୀଙ୍କର ଜମି ଭାଇଚାରାରେ ଥିବା କାରଣରୁ ସେମାନଙ୍କୁ ମୂଳ ଜମିର ଅଧିକାର ମିଳିପାରୁ ନାହିଁ। ନିଜ ନିଜ ମଧ୍ୟରେ ବିବାଦ ଲାଗି ରହୁଥିବାରୁ ନିର୍ମାଣ ସମ୍ପୂର୍ଣ୍ଣ ହେଉନାହିଁ। କେତେକ ସ୍ଥାନରେ ହିତାଧିକାରୀଙ୍କ ମୃତ୍ୟୁ ହୋଇଥିବାବେଳେ ଆଉ କେତେଜଣ ନିର୍ଦ୍ଧାରିତ ଜମିଠାରୁ ଅଧିକ ଜମି ଜବରଦଖଲରେ ଗୃହ ନିର୍ମାଣ କରୁଛନ୍ତି। ଯାହାକି ଅନ୍ୟ ଏକ ସମସ୍ୟା ପାଲଟୁଥିବା ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ, ପିଏମ୍‌ଏଓ୍ବାଇ ଅନ୍ତର୍ଗତ ହିତାଧିକାରୀମାନଙ୍କୁ ୩୨୨ ବର୍ଗଫୁଟ ଅଞ୍ଚଳରେ ଘର ନିର୍ମାଣ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୧ଲକ୍ଷ ୫୦ହଜାର ଟଙ୍କା ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ୫୦ ହଜାର ଟଙ୍କା ଆର୍ଥିକ ଅନୁଦାନ ୪ଟି ପର୍ଯ୍ୟାୟରେ ଦିଆଯାଉଛି। ତେବେ ଘର ନିର୍ମାଣ ପାଇଁ ମୋଟ୍‌ ବ୍ୟୟ ଅଟକଳ ୩ଲକ୍ଷ ୨୦ ହଜାର ଟଙ୍କା ଥିବାବେଳେ ହିତାଧିକାରୀଙ୍କୁ ୧ଲକ୍ଷ ୫୦ହଜାର ଟଙ୍କା ନିଜ ହାତରୁ ଖର୍ଚ୍ଚ କରିବାକୁ ପଡୁଛି। ସେହିପରି ୪ମାସ ମଧ୍ୟରେ ନିର୍ମାଣ ସମ୍ପୂର୍ଣ୍ଣ କଲେ ୨୦ ହଜାର ଟଙ୍କା ଏବଂ ୬ମାସ ମଧ୍ୟରେ ସମ୍ପୂର୍ଣ୍ଣ କଲେ ୧୦ହଜାର ଟଙ୍କା ସରକାରଙ୍କ ପକ୍ଷରୁ ପ୍ରୋତ୍ସାହନ ରାଶି ଦେବାର ପ୍ରାବଧାନ ରହିଛି। ତେବେ ୨୦୧୫ରୁ ଯୋଜନାର ରାଶି ଅପରିବର୍ତ୍ତିତ ଥିବାରୁ ବର୍ଦ୍ଧିତ ଦର ଅନୁଯାୟୀ ଘର ନିର୍ମାଣ କରିବା ସମ୍ଭବ ହେଉ ନ ଥିବା ଅନେକ ହିତାଧିକାରୀ ମତ ଦେଇଛନ୍ତି। ସମୀକ୍ଷା ରିର୍ପୋଟରେ ଯୋଜନାର ରାଶି ୨ଲକ୍ଷରୁ ବୃଦ୍ଧି କରିବା ପାଇଁ ପ୍ରସ୍ତାବ ଦିଆଯିବା ନେଇ ମଧ୍ୟ ସୂଚନା ଦିଆଯାଇଛି। କର୍ମଶାଳାରେ କର୍ପୋରେଟର, ବିଏମ୍‌ସିର ଅତିରିକ୍ତ କମିଶନର-୧ ଲକ୍ଷ୍ମୀକାନ୍ତ ସେଠୀ, ସ୍ବତନ୍ତ୍ର ସୁବିଧା ସଂସ୍ଥା ନିର୍ଦ୍ଦେଶକ, ଲାଇଫ ଏକାଡେମୀ ଅଫ୍‌ ଭୋକେଶନାଲ ଷ୍ଟଡିଜ୍‌ର ନିର୍ଦ୍ଦେଶକ, ବିଏମ୍‌ସିର କର୍ମକର୍ତ୍ତା, ହିତାଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri