ଛତୁଆ ନିମ୍ନମାନର, କମୁନି ପୁଷ୍ଟିହୀନତା

ଯାଜପୁର ଅଫିସ,୧୧ା୫: ଶିଶୁ, ଗର୍ଭବତୀ ଓ ପ୍ରସୂତି ମହିଳାଙ୍କ ପୁଷ୍ଟିହୀନତା ଓ ରକ୍ତହୀନତାର ନିରାକରଣ ଲକ୍ଷ୍ୟ ନେଇ ଛତୁଆ ବଣ୍ଟନ ଯୋଜନା କାର୍ଯ୍ୟକାରୀ ହେଉଛି। ହେଲେ ଏହି ଛତୁଆରେ ପରିପୂରକ ପୁଷ୍ଟିକର ଖାଦ୍ୟ ଦେବା ବଦଳରେ ଆବଣ୍ଟିତ ଅର୍ଥକୁ କିପରି ବର୍ଷ ବର୍ଷ ଧରି ମିଳିମିଶି ଲୁଟ କରୁଛନ୍ତି ତାହାର ପ୍ରମାଣ ଏବେ ଦେଖିବାକୁ ମିଳିଛି। ସରକାରୀ ଅଧିକାରୀ ଓ କେତେକ ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି) କର୍ମକର୍ତ୍ତାଙ୍କ ଅସାଧୁମେଣ୍ଟ ଯୋଗୁ ବାର୍ଷିକ ବିପୁଳ ଅର୍ଥ ଲୁଟ୍‌ ହେଉଛି। ଫଳରେ ଏବେ ବି ଯାଜପୁର ଜିଲାରେ ପୁଷ୍ଟିହୀନତା ଓ ରକ୍ତହୀନତା ଆକ୍ରାନ୍ତଙ୍କ ସଂଖ୍ୟା ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣ ହୋଇ ପାରି ନ ଥିବା କୁହାଯାଉଛି।
ଯାଜପୁର ଜିଲା ଧର୍ମଶାଳା ବ୍ଲକର ସିଡିପିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗତ ଶନିବାର ନିମ୍ନମାନର ଛତୁଆକୁ ନେଇ ଏକ ଘଟଣା ଦେଖିବାକୁ ମିଳିଛି। ନାଉପାଳ ଗ୍ରାମର ରୋଜି ସାହୁ ନାମ୍ନୀ ଜଣେ ମହିଳା ଏକ ଛତୁଆ ଓ ହାଲୁଆ ପ୍ୟାକେଟ ଧରି ସିଡିପିଓଙ୍କ ନିକଟରେ ନିମ୍ନମାନର ବୋଲି ଲିଖିତ ଅଭିଯୋଗ କରିଛନ୍ତି। ଖାଇବା ଉପଯୋଗୀ ଛତୁଆ ଯୋଗାଇ ଦେବାକୁ ସେ ଅନୁରୋଧ କରିଛନ୍ତି। ଏହାପରେ ସେ ସିଡିପିଓଙ୍କ ଅଫିସ ସାମ୍ନାରେ ସାଧାରଣ ଲୋକଙ୍କ ସମ୍ମୁଖରେ ଚାଲୁଣୀ ମାଧ୍ୟମରେ ଛତୁଆ ପ୍ୟାକେଟ ଖୋଲି ଚଲେଇ ଥିଲେ। ସେଥିରୁ ଚୋକଡ଼ ଓ ଖଦଡ଼ ଆଦି ଅଖାଦ୍ୟ ବାହାରିଥିବା ଦେଖାଯାଇଥିଲା। ସେ କହିଥିଲେ ଏଭଳି ଖାଦ୍ୟ ପାଟିକୁ ଯାଉନାହିଁ, ତେଣୁ ଗାଈ ବଳଦକୁ ଦେଇ ଦେଉଛୁ। ଧର୍ମଶାଳା ବ୍ଲକ କାଏମାର ହିତାଧିକାରୀ ପ୍ରତିମା ମିଶ୍ର ଏବଂ ଓତପୁରର ରଞ୍ଜିତା ମଲ୍ଲିକ ଓ ମୋନାଲିସା ମଲ୍ଲିକ କହିଛନ୍ତି, ଅଙ୍ଗନଓ୍ବାଡି ଜରିଆରେ ଯୋଗାଇ ଦିଆଯାଉଥିବା ଛତୁଆ, ହାଲୁଆକୁ ସ୍ବାଦ ଅଭାବରୁ ଶିଶୁମାନେ ଖାଉନାହାନ୍ତି। ବୁଟ, ଚିନାବାଦାମ ଏବଂ ଚିନିର ଭାଗ ରହୁନି। ଏଗୁଡ଼ିକ କମା ଯାଇ ଗହମ ଭାଗ ବୃଦ୍ଧି କରାଯାଉଛି। ଫଳରେ ଛତୁଆ ସ୍ବାଦହୀନ ହୋଇ କେବଳ ଗହମଗୁଣ୍ଡ ଭଳି ଲାଗୁଛି। ଶିଶୁ ସମେତ ପ୍ରସୂତି ଓ ଗର୍ଭବତୀ ମହିଳାମାନେ ଏହି ଛତୁଆକୁ ନ ଖାଇ ପକାଇ ରଖୁଛନ୍ତି।
ଶିଶୁ ଓ ଗର୍ଭବତୀ ମହିଳାମାନଙ୍କୁ ଅତୀତରେ ଯୋଗାଇ ଦିଆଯାଇଥିବା ଡାଲି ଏବଂ ଚାଉଳରେ ବ୍ୟାପକ ଦୁର୍ନୀତି ହୋଇଥିଲା। ଏଭଳି ଅନିୟମିତତା ଏଡ଼ାଇବାକୁ ଯାଇ ରାଜ୍ୟ ସରକାର ୨୦୧୧ରୁ ଟେକ୍‌ ହୋମ୍‌ ରାଶନ (ଟିଏଚ୍‌ଆର୍‌) ଯୋଜନାରେ ପୁଷ୍ଟିକର ଖାଦ୍ୟ ଭାବେ ଛତୁଆ ଯୋଗାଇ ଆସୁଛନ୍ତି। କିନ୍ତୁ ଏହା ଡାଲି ଦୁର୍ନୀତିଠାରୁ ବଳି ପଡ଼ିଥିବା ଅଭିଯୋଗ ହେଉଛି। ଏବେ ଜିଲାର ୧୬ ସ୍ବୟଂ ସହାୟକ ଗୋଷ୍ଠୀ ଛତୁଆ ଯୋଗାଇ ଆସୁଛନ୍ତି। ଜିଲାରେ ଏବେ ବି ଅତିଶୟ ପୁଷ୍ଟିହୀନ ଏବଂ କମ୍‌ ଓଜନ ପିଲା ରହିଛନ୍ତି, ଯାହାର ଉଦାହରଣ ନିକଟରେ ଦାନଗଦି ଏବଂ ସୁକିନ୍ଦା ବ୍ଲକ ସମେତ ଧର୍ମଶାଳା ବ୍ଲକ ଅଞ୍ଜିରା ପଞ୍ଚାୟତ ବୁରୁସାହି ଓ ଚକ୍ରଧରପୁର ପଞ୍ଚାୟତର ବଲାଙ୍ଗିଆ ଗ୍ରାମରେ ଦେଖିବାକୁ ମିଳିଛି। ଏଥିପାଇଁ ପୁଷ୍ଟିହୀନ ଶିଶୁଙ୍କ ପାଇଁ ୨୪୦ଗ୍ରାମ, ୩ରୁ ୬ବର୍ଷ ଶିଶୁଙ୍କ ପାଇଁ ୮୦ଗ୍ରାମ ଏବଂ ଗର୍ଭବତୀ ଓ ପ୍ରସୂତି ମହିଳାମାନଙ୍କୁ ୨୫୦ ଗ୍ରାମ ଛତୁଆ ଦୈନିକ ଦିଆଯାଉଛି। ତେବେ ଛତୁଆର ମାନ ନିମ୍ନଧରଣର ଏବଂ ନିର୍ମାଣକାରୀ ସଂସ୍ଥା ବ୍ୟାପକ ଭାବେ ହରିଲୁଟ କରୁଥିବା ଅଭିଯୋଗ ହେଉଛି।
ସେହିପରି ଶିଶୁମାନଙ୍କୁ ହାଲୁଆ ପାଇଁ ଦିଆଯାଉଥିବା ପ୍ୟାକେଟରେ କେବଳ ସୁଜି ଓ ଚିନି ରହୁଛି। ସେଥିରେ ବେସନ କିମ୍ବା ତେଲରେ ସୁଜି ଭଜା ଯାଉନାହିଁ। ୧ା୧୧ା୨୦୧୯ରେ ଜିଲାର ବଡ଼ଚଣା ଶିଶୁ ବିକାଶ ପ୍ରକଳ୍ପ ଅନ୍ତର୍ଗତ କୁନ୍ଦଳ ଓ ଦାଣ୍ଡ ହରିପୁର ଅଙ୍ଗନଓ୍ବାଡି କେନ୍ଦ୍ରରେ ଛତୁଆ ବଣ୍ଟନ ସମୟରେ ଜିଲା ସମାଜ କଲ୍ୟାଣ ଅଧିକାରୀ (ଡିଏସ୍‌ଡବ୍ଲୁଓ) ପରିଦର୍ଶନରେ ଯାଇଥିଲେ। ସେହି ସମୟରେ ସେ ନିମ୍ନମାନର ଛତୁଆ ସମେତ ବିଭିନ୍ନ ତ୍ରୁଟି ହେଉଥିବା ଦେଖିବାକୁ ପାଇଥିଲେ। ଏହିସବୁ ତ୍ରୁଟି ଅନୁଧ୍ୟାନ କରିବା ପରେ ସମ୍ପୃକ୍ତ ସାଇବାବା ସ୍ବୟଂ ସହାୟକ ଗୋଷ୍ଠୀକୁ ଡିଏସ୍‌ଡବ୍ଲ୍ୟୁଓ ଜବାବ ତଲବ କରିଥିଲେ। ଅନୁରୂପ ଭାବେ ବରୀ, ଦାନଗଦି, ସୁକିନ୍ଦା, ଧର୍ମଶାଳା ଆଦି ବ୍ଲକ ଅଞ୍ଚଳରେ ଏଭଳି ଅନିୟମିତତା ପୂର୍ବରୁ ପଦାକୁ ଆସିଛି। ଏହି ଅନିୟମିତତାରେ ବିଭାଗର କେତେଜଣ ଅଧିକାରୀଙ୍କ ସମ୍ପୃକ୍ତି ଥିବାବେଳେ ମାସିକ ଚାନ୍ଦା ନ ଦେଲେ ବିଲ୍‌ ହେଉ ନ ଥିବା କେତେକ ଏସ୍‌ଏଚ୍‌ଜିର କର୍ତ୍ତୃପକ୍ଷ କହିଛନ୍ତି। ତେବେ ନିର୍ମାଣକାରୀ ସଂସ୍ଥାଙ୍କ ଉପରେ କେତେଜଣ ପ୍ରଭାବଶାଳୀଙ୍କ ଆଶୀର୍ବାଦ ରହିଥିବାରୁ ଯେତେ ନିମ୍ନମାନର ଛତୁଆ ବଣ୍ଟନ କଲେ ବି କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବା ଅଭିଯୋଗ ହେଉଛି।
ଯାଜପୁର ଜିଲାରେ ୧୬ଟି ଗୋଷ୍ଠୀ ଜରିଆରେ ଛତୁଆ ପାଇଁ ବାର୍ଷିକ ପ୍ରାୟ ୧୭ କୋଟି ଟଙ୍କା ଖର୍ଚ୍ଚ ହେଉଛି। ଡିଏସ୍‌ଡବ୍ଲ୍ୟୁଓ ଅଫିସରୁ ମିଳିଥିବା ତଥ୍ୟ ଅନୁସାରେ ୨୦୨୦-୨୧ ବର୍ଷର ଅଗଷ୍ଟରୁ ମାର୍ଚ୍ଚ ପର୍ଯ୍ୟନ୍ତ ୧୧ କୋଟି ୯୬ ଲକ୍ଷ ୫୭ ହଜାର ୭୩୪ ଟଙ୍କା, ୨୦୨୧-୨୨ ବର୍ଷରେ ୧୭ କୋଟି ୨୯ ଲକ୍ଷ ୯୯ ହଜାର ୭୨ ଟଙ୍କା ଏବଂ ୨୦୨୨-୨୩ ବର୍ଷରେ ୧୬ କୋଟି ୫୦ ଲକ୍ଷ ୫୮ ହଜାର ୨୮୩ ଟଙ୍କା ବିଲ୍‌ ହୋଇଛି।
ଏ ସଂକ୍ରାନ୍ତରେ ଡିଏସ୍‌ଡବ୍ଲ୍ୟୁଓ ଇନ୍ଦୁରେଖା ନାୟକଙ୍କୁ ପଚାରିବାରେ ସେ କହିଛନ୍ତି, ସେ ଯାଜପୁର ଜିଲାରେ ନୂତନ ଭାବେ ଯୋଗ ଦେଇଛନ୍ତି। ତେବେ ନିମ୍ନମାନର ଛତୁଆ ଉପରେ ଯେଉଁସବୁ ଅଭିଯୋଗ ହେଉଛି, ସେଗୁଡ଼ିକର ତଦନ୍ତ କରି ବିହିତ ପଦକ୍ଷେପ ନେବାକୁ ଉଦ୍ୟମ କରାଯାଉଛି।

-ହର୍ଷବର୍ଦ୍ଧନ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡିର ଗର୍ବ ଓ ଗୌରବ, ଓପିଏସ୍‌ସି ପରୀକ୍ଷାରେ ୧୬ତମ ସ୍ଥାନରେ ମାନସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ): ଓପିଏସସିର ଫଳାଫଳ ବାହାରି ସାରିଥିବା ବେଲେ ଏଥିରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ମେରାମାହା ଗ୍ରାମର ମାନସ...

ପୃଥକ ଦୁର୍ଘଟଣା: ଅଟୋ-ବାଇକ୍‌ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ, ଜଳିଗଲା କାର୍‌

ବ୍ରହ୍ମଗିରି,୨୮।୧୨: ଜାତୀୟ ରାଜପଥ ବ୍ରହ୍ମଗିରି ପଣଷପଦା ନିକଟରେ ରବିବାର ଏକ ଅଘଟଣ ଘଟିଛି। ଚିଲିକାରୁ ଫେରୁଥିବା ଏକ କାର୍‌ ରାଜପଥରେ ଜଳି ଯାଇଛି। CNG ଗ୍ୟାସ...

କ୍ରିକେଟ ହଲ୍‌ ଅଫ୍‌ ଫେମ୍‌ରେ ସାମିଲ ହେଲେ ଅଷ୍ଟ୍ରେଲିଆର ଏହି ଖେଳାଳି

ଆଡିଲେଡ୍‌,୨୮ା୧୨: ପୂର୍ୱତନ ଅଷ୍ଟ୍ରେଲିଆନ୍‌ ଫାଷ୍ଟ ବୋଲର ବ୍ରେଟ୍‌ ଲି’ଙ୍କୁ ରବିବାର ଅଷ୍ଟ୍ରେଲିଆନ କ୍ରିକେଟ ହଲ୍‌ ଅଫ୍‌ ଫେମ୍‌ରେ ସାମିଲ କରାଯାଇଛି। ଘାତକ ପେସ୍‌ ସାଙ୍ଗକୁ ଆଦର୍ଶ...

ଗଟାମାହା ଜଙ୍ଗଲରେ ଅତର୍କିତ ଚଢ଼ାଉ, ଗଞ୍ଜେଇ ଗଛ ପୋଡ଼ିଦେଲା ପୋଲିସ

ଜି.ଉଦୟଗିରି,୨୮/୧୨( ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ପୋଲିସ ଥାନା ଅନ୍ତର୍ଗତ ଗଟାମାହା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଗଞ୍ଜେଇ ଚାଷ ହେଉଥିବା ଖବର ପାଇ...

ବାଲେଶ୍ୱରରେ କାଠ ମାଫିଆଙ୍କ ଆତଙ୍କ: ବନ ବିଭାଗ ଗାଡ଼ି ଭଙ୍ଗାରୁଜା ସହ ଜବତ ଗାଡ଼ି ଛଡ଼ାଇ ନେଲେ

ବାଲେଶ୍ୱର,୨୮ା୧୨: ନୀଳଗିରି ବନଖଣ୍ଡରେ କାଠ ମାଫିଆଙ୍କ ଦୌରାତ୍ମ୍ୟ ଚରମ ସୀମାରେ ପହଞ୍ଚିଛି। ବନବିଭାଗ କର୍ମଚାରୀଙ୍କ ଉପରେ ଆକ୍ରମଣ କରି ନେଇଗଲେ ଜବତ ହୋଇଥିବା କାଠ ବୋଝେଇ...

ଦୁର୍ଗମ ଗାଁକୁ ଯାଇ ଉନ୍ନୟନ କାର୍ଯ୍ୟ ତଦାରଖ କଲେ ଏମ୍‌ପି

ଲାଞ୍ଜିଗଡ଼, ୨୮ା୧୨(ରମେଶ ଚନ୍ଦ୍ର ନାୟକ): ରାଜ୍ୟ ସଭା ସଦସ୍ୟ ସୁଜିତ କୁମାର ରବିବାର କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜି ପଞ୍ଚାୟତର ଦୁର୍ଗମ ତୁର୍କା ଗାଁ...

ପିକନିକ୍ ବେଳେ ପାଇନ୍ ବଣରେ ଦୁଇ ଯୁବ ଗୋଷ୍ଠୀ ପିଟାପିଟି, ଲାଠି ଚାଳନା କଲା ପୋଲିସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ ): ବର୍ଷର ଶେଷ ରବିବାର ରହିଥିବାରୁ ଦାରିଙ୍ଗବାଡିରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି । ତେବେ ଦାରିଙ୍ଗବାଡିର ଡ଼ୁଲୁରୀ ପାଇନ...

ସ୍କୁଟି ଆରୋହୀଙ୍କ ଉପରେ ଚଢ଼ିଗଲା ୧୦ ଚକିଆ ଟ୍ରକ, ଟାୟାର ଜାଳି ରାସ୍ତାକୁ ଓହ୍ଲାଇଲେ ଲୋକେ

ବଲାଙ୍ଗିର,୨୮ା୧୨: – ବଲାଙ୍ଗିର ୨୬ନମ୍ୱର୍ ଜାତୀୟ ରାଜପଥ ଶାସ୍ତ୍ରୀ ନଗର ଛକରେ ସଡ଼କ ଦୁର୍ଘଟଣା ହୋଇଛି ।୧୦ଚକିଆ ମାଲ ବୋଝେଇ ଟ୍ରକ ଜଣେ ସ୍କୁଟି ଆରୋହୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri