Odisha Elections 2024

ଜିଲାର ପ୍ରଥମ ମିଶନ ଶକ୍ତି କାଫେ ଉଦ୍‌ଘାଟିତ

ବିଷମକଟକ,୩।୫(ଡି.ଏନ୍‌.ଏ.): ରାୟଗଡା ଜିଲା ବିଷମକଟକରେ ମଙ୍ଗଳବାର ଜିଲାର ପ୍ରଥମ ମିଶନ ଶକ୍ତି କାଫେ ଉଦ୍‌ଘାଟିତ ହୋଇଛି। ବିଷମକଟକ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମିତ ଏହି କାଫେକୁ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଛନ୍ତି। ସମ୍ମାନିତ ଅତିଥି ଭାବେ ଜିଲାପାଳ ସ୍ବଧାଦେବ ସିଂ, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଉପଦେଷ୍ଟା ସୁଧୀର କୁମାର ଦାସ, ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଅନୂସୟା ମାଝି, ଜିଲା ପରିଷଦ ଅଧ୍ୟକ୍ଷା ସରସ୍ବତୀ ମାଝି, ବିଷମ କଟକ ବ୍ଲକ ଅଧ୍ୟକ୍ଷା ଯଶୋଦା ହୁଇକା, ଜିଲା ପରିଷଦ ସଦସ୍ୟା ସୁଜାତା କାଡ୍ରାକା, ଉପାଧ୍ୟକ୍ଷ ଦେବୀ ପ୍ରସାଦ ପଟ୍ଟନାୟକ, ସ୍ଥାନୀୟ ସରପଞ୍ଚ ନମିତା କୁଲସିକା ପ୍ରମୁଖ ଯୋଗ ଦେଇଥିଲେ। ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଭ୍ୟାମାନଙ୍କ ଦ୍ୱାରା ଏହି କାଫେ ପରିଚାଳନା କରାଯିବ। ଏଠାରେ ଭଳିକି ଭଳି ଖାଦ୍ୟ ପରସାଯିବା ବ୍ୟବସ୍ଥା କରାଯାଇଛି ।
ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି କର୍ମନିଯୁକ୍ତି ଯୋଜନାରେ ଏହି ଲୋକାଭିମୁଖୀ ପ୍ରକଳ୍ପଟି ପ୍ରାୟ ୨୬ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଛି। ପ୍ରକଳ୍ପ ନିର୍ମାଣର ସିଂହଭାଗ ରାଶି ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଅନ୍ତର୍ଗତ ହୋଇଥିବା ହେତୁ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ବିଷମକଟକ ବ୍ଲକ ପ୍ରଶାସନ ଏବଂ ଜିଲାପାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମାତ୍ର ୪ ମାସ ମଧ୍ୟରେ କାଫେ ନିର୍ମାଣ ସଂପୂର୍ଣ୍ଣ କରାଯାଇଛି। ସ୍ବଳ୍ପ ସମୟ ମଧ୍ୟରେ ନିର୍ମାଣ କାର୍ଯ୍ୟ ସରିଥିବାରୁ ଉପସ୍ଥିତ ଅତିଥିମାନେ ପ୍ରଶଂସା କରିଥିଲେ। ଏହାପରେ ବିଷମକଟକ ବସ୍‌ଷ୍ଟାଣ୍ଡ ନିକଟରେ ନିର୍ମିତ ସେଲଫି ପଏଣ୍ଟକୁ ମନ୍ତ୍ରୀ ଲୋକାର୍ପଣ କରିଥିଲେ। ସେଠାରୁ ମନ୍ତ୍ରୀ ଏବଂ ଅତିଥିମାନେ କୁଟ୍ରାଗଡା ଗ୍ରାମକୁ ଯାଇ ସ୍ବୟଂ ସହାୟିକା ଗୋଷ୍ଠୀ କର୍ମଶାଳା କେନ୍ଦ୍ର, ହାଟମୁନିଗୁଡା ପଞ୍ଚାୟତରେ ଏସ୍‌ଏଚଜି ସଭ୍ୟାଙ୍କ ନିମନ୍ତେ ଟେଲରିଂ ଟ୍ରେନିଙ୍ଗ କେନ୍ଦ୍ର,ସାପ୍ତାହିକ ହାଟ, ପଞ୍ଚାୟତ ବିଶ୍ରାମ କକ୍ଷ ଏବଂ ଦୁର୍ଗୀଠାରେ ଟେଲରିଂ ଟ୍ରେନିଙ୍ଗ ସେଣ୍ଟର ଉଦ୍‌ଘାଟନ କରିଛନ୍ତି । ବିଷମକଟକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସଦାସିବ ନାୟକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଉଦ୍‌ଘାଟନୀ କାର୍ଯକ୍ରମ ଆୟୋଜିତ ହୋଇଥିଲା। ସହକାରୀ ଯନ୍ତ୍ରୀ ପ୍ରତିଶ ତ୍ରିପାଠୀ, କନିଷ୍ଠ ଯନ୍ତ୍ରୀ ନିରଞ୍ଜନ ବେହେରା, ଗୋପୀନାଥ ମହାଙ୍କୁଡ, ଓପିଲିପି ପ୍ରୋଗ୍ରାମ ମ୍ୟାନେଜର ସୁଦର୍ଶନ ପାଢୀ, ଶିବ ଓରାମ, ଦିପକ ନାୟକଙ୍କ ସମେତ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ବୁଲାଣି ରାସ୍ତାରେ ଓଲଟି ପଡିଲା ବସ୍‌: ୨ ମୃତ, ୩୦ରୁ ଊର୍ଦ୍ଧ୍ୱ ଆହତ

ଫୁଲବାଣୀ/ଫିରିଙ୍ଗିଆ,୨୮ା୫(ରାକେଶ କୁମାର ରାଉତ/ବିକ୍ରମ ଦିଗାଲ) -କନ୍ଧମାଳ ଜିଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ କାଳିଆ ସାହି ନିକଟ ବୁଲାଣି ରାସ୍ତାରେ ମଙ୍ଗଳବାର ସନ୍ଧ୍ୟାରେ ‘ସାଲୁଙ୍କି’ ନାମକ ଘରୋଇ...

ସଫେଇ ଆଳରେ କରୁଥିଲେ ସୁନା ଲୁଟ, ଧରା ପଡିବା ପରେ ଦୟା ଦେଖାଇଲେ ସୁନା ମାଲିକ

ଦାରିଙ୍ଗବାଡି, ୨୮।୫ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡି ଅଞ୍ଚଳରେ ସୁନା ସଫେଇ କରିଦେବି-ମଙ୍ଗଳସୂତ୍ର ଗୁନ୍ଥିଦେବା ବାହାନା କରି ସୁନା ଲୁଟ କରୁଥିଲେ...

ନିରଞ୍ଜନଙ୍କ ଅଫିସ୍‌ରେ ରେଡ୍‌ ଘଟଣା: ୨୪ ଘଣ୍ଟା ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନ ହେଲେ ଆନ୍ଦୋଳନ ଚେତାବନୀ

ଭଦ୍ରକ,୨୮ା୫(ସନାତନ ରାଉତ)-ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରର କଂଗ୍ରେସ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକଙ୍କ ଭଦ୍ରକ ମୋଟେଲ ଛକସ୍ଥିତ ନିର୍ବାଚନ କାର୍ଯ୍ୟାଳୟରେ ରେଡ୍‌ କରାଯିବା ଓ ବିଜେଡି...

ଗୁଟଖା କାରବାର ଉପରେ ବଡ଼ ଚଢାଉ

ଜୟପୁର,୨୮ା୫(ପବନ ପାଣିଗ୍ରାହୀ): ବେଆଇନ ଭାବେ ଚାଲିଥିବା ଗୁଟୁଖା କାରବାର ଉପରେ ରୋକୋ ଲଗାଇବାକୁ ମଙ୍ଗଳବାର ଜୟପୁର ପୌରପାଳିକା ପକ୍ଷରୁ ସହରର ବିଭିନ୍ନ ଦୋକାନ ଉପରେ ଚଢାଉ...

ନିର୍ବାଚନ ପ୍ରଚାରରେ ଭଦ୍ରକ ଆସିବେ ଖାର୍ଗେ, ରାହୁଲ

ଭଦ୍ରକ,୨୮।୫(ସନାତନ ରାଉତ): ଜୁନ୍‌ ୧ତାରିଖରେ ସପ୍ତମ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ। ଏହି ପରିପ୍ରେକ୍ଷୀରେ ଭଦ୍ରକରେ କଂଗ୍ରେସ ନିର୍ବାଚନ ପ୍ରଚାରକୁ ଜୋରଦାର କରିଛି। ବୁଧବାର କଂଗ୍ରେସର...

ଶାହା କଲେ ଡାଇରେକ୍ଟ ଆଟାକ୍‌ , ତାମିଲନାଡୁରୁ ଲଢିଥା’ନ୍ତେ ନବୀନ, ହେଲେ…

ନିମାପଡ଼ା, ୨୮।୫: ନିମାପଡ଼ା ସଭାରୁ ଡାଇରେକ୍ଟ ଆଟାକ୍‌ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। ସଭାରେ ସେ ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶାଣିତ ସ୍ବରରେ...

ଲୁହାରଡ୍‌ ବୋଝେଇ ଟ୍ରକରେ ଗଞ୍ଜେଇ ଚାଲାଣ: ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯିବ : ଏସ୍‌ପି

ସୋନପୁର,୨୮।୪(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଟାଉନ ପୋଲିସ ଏକ ଲୁହାରଡ ବୋଝେଇ ଟ୍ରକ୍‌ରେ ବୌଦ୍ଧ ଜିଲା କଣ୍ଟାମାଳରୁ ମଧ୍ୟପ୍ରଦେଶକୁ ବିପୁଳ ପରିମାଣର ଗଞ୍ଜେଇ ଚୋରାଚାଲାଣ ବେଳେ ଜବତ...

ରାଜନୈତିକ ହିଂସା ରୋକିବାକୁ ପୋଲିସର ବଡ଼ ପଦକ୍ଷେପ, ରାତି ସାଢ଼େ ୮ଟା ପରେ ଦୋକାନ ବଜାର ବନ୍ଦ

ଗଞ୍ଜାମ,୨୮।୫: ରାଜନୈତିକ ହିଂସା ରୋକିବାକୁ ପୋଲିସର ବଡ଼ ପଦକ୍ଷେପ । ଜୁନ ୪ ତାରିଖ ପର୍ଯ୍ୟନ୍ତ ରାତି ସାଢ଼େ ୮ଟା ପରେ ସବୁ ଦୋକାନ ବଜାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri