ଅବସରପ୍ରାପ୍ତ ପିଅନଙ୍କୁ ୩ ବର୍ଷ ଜେଲଦଣ୍ଡ

ଭୁବନେଶ୍ୱର,୧୩।୪ (ବ୍ୟୁରୋ): ଜାଲ ଦସ୍ତାବିଜ୍‌ ଜରିଆରେ ଚାକିରି ମାମଲାର ଦୀର୍ଘ ୧୧ବର୍ଷ ପରେ ବୁଧବାର ଭୁବନେଶ୍ୱର ଅତିରିକ୍ତ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ରାୟ ପ୍ରକାଶ ପାଇଛି। ଏହି ମାମଲାରେ ଅଭିଯୁକ୍ତ ଥିବା ନୟାଗଡ଼ ଜିଲା ଓଡ଼ଗାଁ ଥାନା ଅନ୍ତର୍ଗତ ବାହାଡ଼ଝୋଲ ରେଗୁଲେଟେଡ୍‌ ମାର୍କେଟ କମିଟି (ଆର୍‌ଏମ୍‌ସି)ର ପୂର୍ବତନ ମାର୍କେଟ୍‌ ସରକାର ତଥା ଅବସରପ୍ରାପ୍ତ ପିଅନ ବଂଶୀଧର ମହାପାତ୍ରଙ୍କୁ ୩ ବର୍ଷ ଜେଲଦଣ୍ଡ ହୋଇଛି। ଏଥିସହ ଏହି ମାମଲାର ୩ଟି ଦଫାରେ ତାଙ୍କୁ ୨୦ ହଜାର ଲେଖାଏ ମୋଟ ୬୦ ହଜାର ଟଙ୍କାର ଅର୍ଥଦଣ୍ଡରେ ମଧ୍ୟ ଦଣ୍ଡିତ କରାଯାଇଛି। ଜରିମାନା ଅନାଦାୟ ଅଧିକ ୬ମାସ ଜେଲଦଣ୍ଡ ଭୋଗିବାକୁ ବିଚାରପତି ସସ୍ମିତା ପାଢ଼ୀ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି। ତେବେ ଏହି ଦଣ୍ଡାଦେଶ ଆଧାରରେ ବଂଶୀଧରଙ୍କ ପେନ୍‌ସନ୍‌ ରାଶି କାଟିବାକୁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି।
ମାମଲାର ବିବରଣୀ ଅନୁଯାୟୀ, ବଂଶୀଧର ଜାଲ ପ୍ରମାଣପତ୍ର ଦେଇ ‘ଆର୍‌ଏମ୍‌ସି’ରେ ଗତ ୧୯୭୫ ଅଗଷ୍ଟ ୨୦ରେ ଚାକିରି କରିଥିଲେ। ବଂଶୀଧରଙ୍କ ପ୍ରକୃତ ଜନ୍ମ ତାରିଖ ୧୯୫୫ ଅଗଷ୍ଟ ୧ ହୋଇଥିବାବେଳେ ସ୍କୁଲ ଲିଭିଂ ସାର୍ଟିଫିକେଟ୍‌ରେ ୧୯୫୧ ଏପ୍ରିଲ ୨୩ ଦର୍ଶାଇଥିଲେ। ଗୋପିପଡ଼ା ସର୍ଦ୍ଦାର ପଟେଲ ବିଦ୍ୟାପୀଠରେ ସେ ପାଠ ପଢ଼ି ନ ଥିଲେ ମଧ୍ୟ ସେଠାକାର ଜାଲ ଲିଭିଂ ସାର୍ଟିିଫିକେଟ୍‌ ଦାଖଲ କରିଥିଲେ। ଏନେଇ ଜଣେ ବ୍ୟକ୍ତି ୨୦୧୧ରେ ଆର୍‌ଏମ୍‌ସିର ଚେୟାରମ୍ୟାନ୍‌ ତଥା ନୟାଗଡ଼ ଉପଜିଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହାର ତଦନ୍ତ ପାଇଁ ତହସିଲଦାରଙ୍କୁ ଦାୟିତ୍ୱ ଦିଆଯାଇଥିଲା। ବଂଶୀଧର ଜାଲ ଦସ୍ତାବିଜ୍‌ ଦେଇ ଚାକିରି କରିଥିବା ତଦନ୍ତ ରିପୋର୍ଟରେ ତହସିଲଦାର ଦର୍ଶାଇଥିଲେ। ଏପରିକି ବାହାଡ଼ାଝୋଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବଂଶୀଧର ପାଠ ପଢ଼ିଥିବା ମଧ୍ୟ ତଦନ୍ତବେଳେ ଜଣାପଡ଼ିଥିଲା। ଏ ସଂକ୍ରାନ୍ତରେ ଭୁବନେଶ୍ୱର ଭିଜିଲାନ୍ସ ଥାନାରେ ଉପ ଜିଲାପାଳ ଏତଲା ଦେଇଥିଲେ। ଭିଜିଲାନ୍ସ ଏକ ମାମଲା (ନଂ.୨୦/୨୦୧୧) ରୁଜୁ କରି ତଦନ୍ତ କରିଥିଲା। ଏହାପରେ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ବଂଶୀଧର ଚାକିରିରୁ ଅବସର ନେଇଥିଲେ। ୨୦୧୨ରେ ଭିଜିଲାନ୍ସ ଚାର୍ଜଶିଟ୍‌ ଦାଖଲ କରିବା ପରେ କୋର୍ଟରେ ଶୁଣାଣି ପ୍ରକ୍ରିୟା ଆରମ୍ଭ ହୋଇଥିଲା। ୬ଜଣଙ୍କ ସାକ୍ଷ୍ୟ ଓ ଅନ୍ୟ ଦସ୍ତାବିଜ ଆଧାରରେ କୋର୍ଟ ରାୟ ପ୍ରକାଶ କରିଛନ୍ତି। ସ୍ବତନ୍ତ୍ର ସରକାରୀ ଓକିଲ କାମଦେବ ତ୍ରିପାଠୀ ମାମଲା ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଜୁଙ୍କୁ ମିଳିଲା ଆଜୀବନ କାରାଦଣ୍ଡ: ଅଢେଇ ବର୍ଷ ତଳେ…

ବ୍ରହ୍ମପୁର, ୨୩/୧୨(ସୁବାସ ଚନ୍ଦ୍ର ପାଢ଼ୀ): ଜିଲା ଜଜ ଅଶାନ୍ତ କୁମାର ଦାସ ମଙ୍ଗଳବାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି। ଅଭିଯୁକ୍ତଙ୍କୁ ଦୋଷୀ...

ଓଡ଼ିଶାରେ ବଢୁଛି ଶୀତର ପ୍ରକୋପ: ୩ ଦିନରେ ଏସବୁ ଜିଲାରେ ହ୍ରାସ ପାଇବ ପାରଦ

ଭୁବନେଶ୍ୱର,୨୩।୧୨: ରାଜ୍ୟରେ ଶୀତର ଲହରି ଜାରି ରହିଥିବା ବେଳେ ରାଜଧାନୀ ଭୁବନେଶ୍ୱର ସମେତ ବିଭିନ୍ନ ସହରର ତାପମାତ୍ରା ଗତ ୩ ଦିନ ମଧ୍ୟରେ ଗୁରୁତର ଭାବେ...

ବୁଧଙ୍କ ବିରଳ ଗୋଚର; ବର୍ଷ ଶେଷରେ ମାଲାମାଲ ହୋଇଯିବେ ଏହି ରାଶି…

ଆସନ୍ତା ୨୯ ତାରିଖରେ ବୁଦ୍ଧିର ଦାତା ବୁଧ ଗୁରୁ ରାଶି ଧନୁରେ ପ୍ରବେଶ କରିବାକୁ ଯାଉଛନ୍ତି । ବୁଧଙ୍କ ଏହି ଗୋଚର ୨୦୨୫ ବର୍ଷ ଶେଷରେ...

ଯାଜପୁରରେ ରୁଦ୍ଧଦ୍ୱାର ବୈଠକ ପରେ ମୁହଁ ଖୋଲିଲେ ମୋକିମ୍‌: କହିଲେ…

ଯାଜପୁର,୨୩।୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ରସୁଲପୁର ବ୍ଲକ କୁଆଖିଆରେ ବନ୍ଧୁମିଳନ ପରେ ପ୍ରତିକ୍ରିୟା ରଖିଲେ ମୋକିମ। କହିଲେ, କଂଗ୍ରେସରେ ଅନେକ ନେତା ଓ କର୍ମୀ...

‘ଗରିବ ଯଦି ମହାପ୍ରଭୁଙ୍କ ସାମଗ୍ରୀ ବିକ୍ରି କର’, ପୁରୀରେ ସାନ୍ତା ଟୋପି ବିକ୍ରିକୁ ନେଇ ବିବାଦ

ଭୁବନେଶ୍ୱର: ବଡ଼ଦିନ ବା ଖ୍ରୀଷ୍ଟମାସ ଅବସରରେ ରାଜଧାନୀ ଭୁବନେଶ୍ୱରର ଏବଂ ଶ୍ରୀକ୍ଷେତ୍ର ପୁରୀର ରାସ୍ତା କଡ଼ରେ ସାନ୍ତା କ୍ଲଜ୍ ଟୋପି ଓ ଅନ୍ୟାନ୍ୟ ସାମଗ୍ରୀ ବିକ୍ରି...

ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ଶେଷ: ଖୁବଶୀଘ୍ର ହେବ ଅଳଙ୍କାର ଗଣତି ମଣତି

କଟକ,୨୩।୧୨: ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ଏବଂ ରତ୍ନ ଅଳଙ୍କାର ଗଣତି ମଣତି ସମ୍ପର୍କିତ ଜନସ୍ୱାର୍ଥ ମାମଲାର ଶୁଣାଣି କରି ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଭାରତୀୟ ପ୍ରତ୍ନତତ୍ତ୍ୱ...

ଚାଲିଗଲା ମା’ ଛେଉଣ୍ଡ ଛୁଆହାତୀ ଶମ୍ଭୁର ଜୀବନ

ବାରଙ୍ଗ,୨୩।୧୨(ଲିଙ୍ଗରାଜ ରାଉତ): ଚନ୍ଦକା ଜଙ୍ଗଲର କୁମାରଖୁଣ୍ଟିରେ ରହୁଥିବା ୬ମାସର ମା’ଛେଉଣ୍ଡ ହାତୀ ଛୁଆ ଶମ୍ଭୁ ମଙ୍ଗଳବାର ମୃତ୍ୟୁବରଣ କରିଛି। ମୃତ୍ୟୁର ପ୍ରକୃତ କାରଣ ଜଣାପଡି ନ...

ଚାଷୀଙ୍କୁ ଶୋଷଣ ଚଳିବ ନାହିଁ, ନଚେତ୍‌ ନିଆଁ ଜଳିବ: ପ୍ରଦୀପ ମାଝୀ

ଝରିଗାଁ, ୨୩।୧୨ (କିଶୋର ଚନ୍ଦ୍ର ମଣ୍ଡଳ):ନବରଙ୍ଗପୁର ଜିଲାର ଝରିଗାଁ, ଉମରକୋଟ ଓ ରାଇଘର, ଚନ୍ଦାହାଣ୍ଡି ବ୍ଲକ ଠାରେ ଚାଷୀ ମହାସଂଘ ପକ୍ଷରୁ ବ୍ଳକ ବନ୍ଦ କରାଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri