Posted inଜାତୀୟ

ସିବିଆଇକୁ ତଦନ୍ତ ଦାୟିତ୍ୱ

ନୂଆଦିଲ୍ଲୀ/ ଲକ୍ଷ୍ନୌ, ୩୧ା୭(ପି.ଟି.): ବହୁଚର୍ଚ୍ଚିତ ଉନ୍ନାଓ ପୀଡ଼ିତା ଦୁର୍ଘଟଣା ମାମଲାର ତଦନ୍ତ ଦାୟିତ୍ୱ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)କୁ ଦିଆଯାଇଛି। ଉତ୍ତରପ୍ରଦେଶ ସରକାରଙ୍କ ସୁପାରିସକ୍ରମେ କେନ୍ଦ୍ର ସରକାର ଏହି ସମ୍ବେଦନଶୀଳ ମାମଲାର ତଦନ୍ତଭାର ସିବିଆଇକୁ ହସ୍ତାନ୍ତର କରିଛନ୍ତି।
ବଳାକତ୍ାର ପୀଡ଼ିତା ତାଙ୍କ ଓକିଲ ଓ ପରିବାର ସଦସ୍ୟଙ୍କ ସହ ରବିବାର ଯାଉଥିବାବେଳେ ଏକ ଟ୍ରକ ସେମାନଙ୍କ କାର୍‌କୁ ଧକ୍କା ଦେଇଥିଲା। ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ପୀଡ଼ିତା ଓ ତାଙ୍କ ଓକିଲ ଗୁରୁତର ହୋଇଥିଲେ। ଏହି ଘଟଣାରେ ପୋଲିସ ଭାଜପା ବିଧାୟକ କୁଲଦୀପ୍‌ ସିଂ ସେନ୍‌ଗାରଙ୍କ ସମେତ ୯ ଅଭିଯୁକ୍ତଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିଛି।
ବାଙ୍ଗରମୌ ଆସନରୁ ୪ ଥର ବିଧାୟକ ହୋଇଥିବା ସେନ୍‌ଗାରଙ୍କ ବିରୋଧରେ ବଳାତ୍କାର ମାମଲା ରୁଜୁ ହେବା ପରେ ଗତବର୍ଷ ଏପ୍ରିଲରେ ତାଙ୍କୁ ଗିରଫ କରାଯାଇଥିଲା। ଏବେ ଏହି ଘଟଣାକୁ ନେଇ ରାଜନୀତି ଜୋର୍‌ ଧରିବାରେ ଲାଗିଛି। ମଙ୍ଗଳବାର ମଧ୍ୟ ବିରୋଧୀ ଦଳ ପକ୍ଷରୁ ଏହାକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। କଂଗ୍ରେସ, ଟିଏମ୍‌ସି, ଡିଏମ୍‌କେ ଓ ବିଏସ୍‌ପି ସଦସ୍ୟମାନେ ଗୃହରେ ନାରାବାଜି କରିବା ସହ ପୀଡ଼ିତାଙ୍କୁ ନ୍ୟାୟ ଦେବାକୁ ଦାବି କରିଥିଲେ। ପରେ ଏମାନେ କକ୍ଷ ତ୍ୟାଗ କରି ଚାଲିଯାଇଥିଲେ। ପୀଡ଼ିତା ପରିବାରକୁ ଅଧିକ ସୁରକ୍ଷା ଯୋଗାଇ ଦେବା ଲାଗି ଲୋକ ସଭାରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ କହିଥିଲେ। ତେବେ ରାଜ୍ୟ ସରକାର ଏନେଇ ପଦକ୍ଷେପ ଗ୍ରହଣ କରୁଥିବା ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଜୋଷୀ କହିଥିଲେ। ବିରୋଧୀଙ୍କ ପକ୍ଷରୁ ବିଧାୟକ ସେନ୍‌ଗାରଙ୍କ ନିଲମ୍ବନ ଦାବି କରାଯାଇଥିବାବେଳେ ତାଙ୍କୁ ବହୁ ପୂର୍ବରୁ ଦଳରୁ ବିଦା କରାଯାଇଥିବା ଦଳ ପକ୍ଷରୁ କୁହାଯାଇଛି। ଉତ୍ତରପ୍ରଦେଶ ଭାଜପା ସଭାପତି ସ୍ବତନ୍ତ୍ର ଦେବ ଏହା କହିବା ସହ ପୀଡ଼ିତାଙ୍କ ପରିବାରକୁ ଦଳ ସହଯୋଗ କରିବ ବୋଲି ସ୍ପଷ୍ଟ କରିଛନ୍ତି। ଉନ୍ନାଓ ଘଟଣାକୁ ନେଇ ପ୍ରତିବାଦ ବିକ୍ଷୋଭ ଜାରି ରହିଥିବାବେଳେ ନୂଆଦିଲ୍ଲୀର ୟୁପି ଭବନରେ ମଧ୍ୟ ମହିଳାମାନେ ବିକ୍ଷୋଭ କରିଥିଲେ। ଲକ୍ଷ୍ନୌସ୍ଥିତ ଭାଜପା କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ କରାଯାଇଥିଲା। କଂଗ୍ରେସ ନେତ୍ରୀ ସାବିତ୍ରୀବାଇ ଫୁଲେ ଓ ତାଙ୍କ ସମର୍ଥକମାନଙ୍କୁ ପୋଲିସ ଗିରଫ କରିଥିଲା। ଉନ୍ନାଓ ପୀଡ଼ିତାଙ୍କ ପରିବାର ପକ୍ଷରୁ ହସ୍ପିଟାଲ ସମ୍ମୁଖରେ ବିକ୍ଷୋଭ କରାଯାଇଥିବାବେଳେ ପୀଡ଼ିତାଙ୍କ ଦାଦାଙ୍କୁ ପାରୋଲ ମିଳିବା ପରେ ପରିସ୍ଥିତି ଶାନ୍ତ ପଡ଼ିଛି। ଆଲ୍ଲାହାବାଦ୍‌ ହାଇକୋର୍ଟ ପୀଡ଼ିତାଙ୍କ ଦାଦାଙ୍କୁ ନିଜ ସ୍ତ୍ରୀଙ୍କ ଶେଷକୃତ୍ୟ ଲାଗି ଗୋଟିଏ ଦିନ ପାରୋଲ୍‌ ପ୍ରଦାନ କରିଛନ୍ତି।
ସେପଟେ ଚିକିତ୍ସିତ ହେଉଥିବା ପୀଡ଼ିତା ଓ ତାଙ୍କ ଓକିଲଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ମେଡିକାଲର ମୁଖପାତ୍ର ସନ୍ଦୀପ ତିଓ୍ବାରୀ ପ୍ରକାଶ କରିଛନ୍ତି। ସେମାନଙ୍କୁ ଆଇସିୟୁରେ ଭେଣ୍ଟିଲେଟର ସହ ରଖାଯାଇଥିବା ସେ କହିଛନ୍ତି। ଅନ୍ୟପକ୍ଷରେ ଜାତୀୟ ମହିଳା କମିଶନର ଏକ ଟିମ୍‌ ଉନ୍ନାଓ ପୀଡ଼ିତାଙ୍କ ମା’ଙ୍କୁ ଲକ୍ଷ୍ନୌରେ ଭେଟିଛନ୍ତି। ଗତ ସୋମବାର ଟିମ୍‌ ଡିଜିପି ଓ.ପି. ସିଂଙ୍କୁ ଭେଟି ଉପଯୁକ୍ତ ତଦନ୍ତ ଲାଗି ଦାବି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ବେଆଇନ ବେଟିଂ ଆପ ମାମଲାରେ ଇଡିର ବଡ଼ ଆକ୍ସନ: ପୂର୍ବତନ କ୍ରିକେଟର, ବଲିଉଡ ସେଲିବିଟ୍ରିଙ୍କ ସମ୍ପତ୍ତି ଜବତ, ଜାଣନ୍ତୁ କାହାଠୁ କେତେ…

ନୂଆଦିଲ୍ଲୀ,୧୯।୧୨: ବେଆଇନ ବେଟିଂ ଆପ ମାମଲାରେ ଇଡି ବଡ଼ ଆକ୍ସନ ନେଇଛି। ପୂର୍ବତନ କ୍ରିକେଟର ଓ ବଲିଉଡ ସେଲିବେଟ୍ରିଙ୍କ ସମ୍ପତ୍ତି ଜବତ କରାଯାଇଛି। ଯୁବରାଜ ସିଂଙ୍କ...

ଭୋଜି ସାରି ଫେରୁଥିଲେ, ମୁହାଁମୁହିଁ ହେଲା ୨ ବାଇକ୍‌, ଆଉ ତା’ ପରେ…

ଭଞ୍ଜନଗର,୧୯ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜଳଭଣ୍ଡାର ସେତୁ ନିକଟରେ ଶୁକ୍ରବାର ଅପରାହ୍ନରେ ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ବାସୁ ଦାସ...

ପୁରୁଷୋତ୍ତମପୁର ସବ୍‌-ରେଜିଷ୍ଟ୍ରାର ଅଫିସରେ ଜମି ଦୁର୍ନୀତି ଘଟଣା: କାର୍ଯ୍ୟାନୁଷ୍ଠାନ ଲାଗି ଅତିରିକ୍ତ ଜିଲାପାଳଙ୍କୁ ସ୍ମାରକପତ୍ର

ପୁରୁଷୋତ୍ତମପୁର,୧୯ା୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସବ୍‌ରେଜିଷ୍ଟ୍ରାର ଅଫିସରେ ଜମି ଦୁର୍ନୀତି ଘଟି ଜମିର ପ୍ରକୃତ ମାଲିକଙ୍କ ମୃତ୍ୟୁ ଘଟିଥିବା ସତ୍ତ୍ବେ ଅନ୍ୟ ଜଣେ ବ୍ୟକ୍ତି...

କେବେ ବୃଦ୍ଧି ହେବ ଦରମା ଆଉ କେତେ ବୃଦ୍ଧି ହେବ? ଅଷ୍ଟମ ବେତନ କମିଶନରକୁ ନେଇ ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୧୯।୧୨: ସପ୍ତମ ବେତନ କମିଶନର କାର୍ଯ୍ୟକାଳ ଡିସେମ୍ବର ୩୧, ୨୦୨୫ରେ ଶେଷ ହେବାକୁ ଯାଉଛି, ଏବଂ ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀ...

୯ ଦଫା ଦାବି ନେଇ ଗଣଧାରଣା ଦେଲେ ପାଚିକା ସଂଘ, ଦରମା ବୃଦ୍ଧି ନ ହେଲେ…

କେସିଙ୍ଗା,୧୯ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ପାଚିକା ଓ ସହାୟିକା ମଜଦୁର ସଂଘ ସଭାନେତ୍ରୀ ରଶ୍ମିତା ହେର୍ନାଙ୍କ ନେତୃତ୍ୱରେ ୯ ଦଫା ଦାବି ନେଇ...

ପୁରୁଷୋତ୍ତମପୁର ତହସିଲଦାର ଭାବେ ଯୋଗଦେଲେ ମୃଣାଳିକା ରାଠୋର, ପ୍ରତିଶ୍ରୁତି ଦେଇ କହିଲେ…

ପୁରୁଷୋତ୍ତମପୁର,୧୯ା୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ନୂତନ ତହସିଲଦାର ଭାବରେ ୨୦୨୪ ବ୍ୟାଚ୍‌ର ପ୍ରୋବେସନ ଆଇଏଏସ୍‌ ଅଫିସର ମୃଣାଳିକା ରାଠୋର ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri