୩ ପଥକର ଫାଟକ ବନ୍ଦ ହେଉନି

ସୋନପୁର,୯।୪(ନି.ପ୍ର.): ସୁବର୍ଣ୍ଣପୁର ଜିଲାର ୩ଟି ସ୍ଥାନରେ ଥିବା ପଥକର ଫାଟକ(ଟୋଲ ଗେଟ୍‌)ରୁ ଦୀର୍ଘ ବର୍ଷ ଧରି ଟିକସ ଆଦାୟ ହେଉଛି। ବ୍ରିଜ୍‌ ନିର୍ମାଣର ଖର୍ଚ୍ଚ ବାହାରି ସାରିଥିଲେ ମଧ୍ୟ ସରକାର ଟୋଲଗେଟ୍‌ଗୁଡିକୁ ବନ୍ଦ କରୁନାହାନ୍ତି। ବିଧାନସଭାରେ ପ୍ରଶ୍ନ ପଚାରିଲେ ମଧ୍ୟ ସ୍ପଷ୍ଟ ଉତ୍ତର ମିଳୁନି। ସାଧାରଣରେ ଏଥିନେଇ ପ୍ରବଳ ଅସନ୍ତୋଷ ଦେଖା ଦେଇଥିଲା ବେଳେ ରାଜନେତା ଓ ପ୍ରଶାସନ ଅସହାୟ ହୋଇ ପଡିଛନ୍ତି।
ସୋନପୁର-ବିନିକା-ଡୁଙ୍ଗୁରିପାଲି ରାସ୍ତାର ଘୋଡାଧାରଠାରେ ଅଙ୍ଗନଦୀ ଉପରେ ୩୦ବର୍ଷ ପୂର୍ବରୁ ବ୍ରିଜ୍‌ ନିର୍ମାଣ ହୋଇଛି। ସେହି ଦିନଠାରୁ ଓଡିଶା ବ୍ରିଜ୍‌ ନିର୍ମାଣ ସଂସ୍ଥା ପକ୍ଷରୁ ପ୍ରତ୍ୟେକ ବର୍ଷ ଟେଣ୍ଡର କରାଯାଇ ଟୋଲ ଟିକସ ଆଦାୟ କରାଯାଉଛି। ବ୍ରିଜ୍‌ ନିର୍ମାଣରେ ସେତେବେଳେ ୩କୋଟି ଟଙ୍କା ବ୍ୟୟ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ଟୋଲ ଟିକସରୁ ୯ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଆଦାୟ ସରିଲାଣି। ତଥାପି ମହାସୁଲ ଫାଟକ ବନ୍ଦ ହେଉନି। ଏହି ରାସ୍ତା ଦେଇ ଯାତାୟତ କରୁଥିବା ଯାନବାହାନରୁ ଯଥାରୀତି ଟିକସ ଆଦାୟ ଚାଲିଛି। ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲାର ଅଧିବାସୀ ବୁର୍ଲା ଡାକ୍ତରଖାନାକୁ ଚିକିତ୍ସା ପାଇଁ ଚାରିଚକିଆ ଯାନରେ ଯିବା ଆସିବା ସମୟରେ ଅଯଥା ଖର୍ଚ୍ଚାନ୍ତ ହେଉଛନ୍ତି। ଫାଟକରେ ଅଯଥା ଭିଡ ପାଇଁ ରୋଗୀ ଓ ପରିଜନ ଅଯଥା ହଇରାଣ ହେଉଛନ୍ତି। ଅନ୍ୟପକ୍ଷେ ବ୍ରିଜ୍‌ ମରାମତି ଆବଶ୍ୟକ କରୁଥିବା ବେଳେ ସେଥିପ୍ରତି କାହାରି ଦୃଷ୍ଟି ନାହିଁ।
ସେହିପରି ସୋନପୁର ନିକଟରେ ମହାନଦୀ ଉପରେ ବ୍ରିଜ୍‌ ନିର୍ମାଣ ହୋଇଛି। ବ୍ରିଜ୍‌ ପ୍ରାୟ ୨୦ବର୍ଷ ପୂର୍ବରୁ ଉଦ୍‌ଘାଟନ ହେଲାଣି। କିନ୍ତୁ ହିକୁଡି ଛକରେ ଯାନବାହାନ ନିକଟରୁ ମାହାସୁଲ ଆଦାୟ କରାଯାଉଛି। ଏହି ମୁଖ୍ୟ ରାସ୍ତାଦେଇ ଦୈନିକ ଶତାଧିକ ଯାନବାହାନ ସମ୍ବଲପୁର, ବୁର୍ଲା ଓ ବୀରମହାରାଜପୁରକୁ ଯିବା ଆସିବା କରୁଛି । ଆଶ୍ଚର୍ଯ୍ୟର ବିଷୟ ସୋନପୁର ବ୍ରିଜ୍‌ ସହିତ ବୌଦ୍ଧ ଜିଲାର ବୌଦ୍ଧ-ଟିଆକଟା ବ୍ରିଜ୍‌ କାର୍ଯ୍ୟ ସମାନ ସମୟରେ ସରିଥିଲା। ବୌଦ୍ଧରେ ମହାସୁଲ ଅସୁଲି ଅନେକ ବର୍ଷ ତଳୁ ବନ୍ଦ ହୋଇଛି। ମାତ୍ର ସୋନପୁର ହିକୁଡିରେ ଟିକସ ଆଦାୟ ବନ୍ଦ ହେଉନି।
ବୀରମହାରାଜପୁର ବ୍ଲକର ସୁବଳୟାଠାରେ ସୁରୁବାଲି ଯୋରରେ ପ୍ରାୟ ୨୬ ବର୍ଷ ପୂର୍ବରୁ ବ୍ରିଜ୍‌ ନିର୍ମାଣ ହୋଇଛି। ଏହି ରାସ୍ତା ଦେଇ ଲୋକେ ମୁର୍ଷୁଣ୍ଡି, ବୀରମହାରାଜପୁର, ରେଢାଖୋଲ ଓ ବୌଦ୍ଧକୁ ଯିବା ଆସିବା କରିବା ସମୟରେ ଟିକସ ଦେବାକୁ ପଡୁଛି। ଜିଲାର କେତେକ ସଚେତନ ନାଗରିକ ଉପରୋକ୍ତ ବ୍ରିଜ୍‌ ରାସ୍ତାରେ ମାହାସୁଲ ଫାଟକ ବନ୍ଦ କରିବାକୁ ପ୍ରାକ୍ତନ ଜିଲାପାଳଙ୍କ ନିକଟରେ ଲିଖିତ ଦାବି କରିଥିଲେ। କିନ୍ତୁ କୌଣସି ସୁଫଳ ମିଳିଲାନି। ୨୦୨୨ରେ ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା ଏ ସମ୍ପର୍କରେ ଓଡିଶା ବିଧାନସଭାରେ ପ୍ରଶ୍ନ ପଚାରି ଥିଲେ। ଦୀର୍ଘବର୍ଷ ଧରି ଟିକସ ଆଦାୟ କରାଯିବା ନେଇ ବିଧାୟକ ଉଦ୍‌ବେଗ ପ୍ରକାଶ କରିଥିଲେ। ତଥ୍ୟ ସଂଗ୍ରହ ପରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ବିଭାଗୀୟ ମନ୍ତ୍ରୀ ସେତେବେଳେ ପ୍ରତିଶ୍ରୁତି ଦେଇଥିଲ୍ରେ। ମାତ୍ର କୌଣସି କାର୍ଯ୍ୟାନୁଷ୍ଠାନ ନିଆଗଲାନି। ଅନ୍ୟପକ୍ଷେ ବ୍ରିଜ୍‌ ନିର୍ମାଣ ସମ୍ପର୍କିତ କୌଣସି ଫାଇଲ ସୁବର୍ଣ୍ଣପୁର ଓ ବଲାଙ୍ଗୀର ପୂର୍ତ୍ତ ବିଭାଗ କାର୍ଯ୍ୟାଳୟରୁ ମିଳୁନି। ବ୍ରିଜ୍‌ ନିର୍ମାଣ ସମୟରେ ସମ୍ବଲପୁରରେ ବ୍ରିଜ୍‌ ଡିଭିଜନ କାର୍ଯ୍ୟାଳୟ ଥିଲା। ଏଭଳି ସ୍ଥିତିରେ ରାଜ୍ୟ ସରକାର ଫାଟକ ବନ୍ଦ କରୁନାହାନ୍ତି। ଲୋକେ ଟିକସ ଦେଉଥିବା ବେଳେ ଜିଲାର ରାଜନେତା ଓ ପ୍ରଶାସନ ଅସହାୟ ଅବସ୍ଥାରେ ଅଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri