ସୋନିର ନ୍ୟୁ ଆଲ୍‌ଫା ୭ ଆର୍‌ ଭି କ୍ୟାମେରା

ଭୁବନେଶ୍ୱର,୮ା୪: ସୋନି ଇଣ୍ଡିଆର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମତ ଆଲ୍‌ଫା ୭ଆର୍‌ ଭି କ୍ୟାମେରାର ସର୍ବଭାରତୀୟ ଉନ୍ମୋଚନ ସମ୍ପର୍କରେ ଘୋଷଣା କରାଯାଇଥିଲା। ଏପରିକି ନିକଟରେ ବ୍ରାଣ୍ଡ୍‌ର ଆଲ୍‌ଫା ସିରିଜ ତଥା ନୂତନ ଇଣ୍ଟେଲିଜେନ୍ସ କ୍ୟାମେରାର ବଜାର ପ୍ରବେଶ ମଧ୍ୟ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ଓଡ଼ିଶା ବଜାର ପକ୍ଷରୁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ବିଶେଷକରି ଉକ୍ତ କାର୍ଯ୍ୟକ୍ରମରେ କମ୍ପାନୀର ନ୍ୟୁ ଆଲ୍‌ଫା ୭ ଆର୍‌ ଭି କ୍ୟାମେରା ମଡେଲର ଅନାବରଣ ସହ ଓଡ଼ିଶା ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଥିଲା। ଏହି ଅବସରରେ ସୋନି ଇଣ୍ଡିଆର ଓଡ଼ିଶା ଶାଖା ମୁଖ୍ୟ ସି.ପି. ଓଝା, ଏଏସ୍‌ଏମ୍‌ ସିଦ୍ଧାର୍ଥ ପଟ୍ଟନାୟକଙ୍କ ସମେତ ଅଭିଷେକ ପୋଦ୍ଦାର ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ, ସୋନି ଆଲ୍‌ଫା ୭ଆର୍‌ ଭି ମଡେଲ ସର୍ବୋଚ୍ଚ ରିଜୋଲ୍ୟୁସନ ଇମେଜ୍‌ ସେନ୍ସରକୁ ଏକ ନୂତନ ଏଆଇ ପ୍ରୋସେସିଂ ୟୁନିଟ୍‌ ସହ ସଂଯୋଗ କରିଥାଏ। ଏପରିକି ସୋନି ଆଲ୍‌ଫା ୭ଆର୍‌ ଭି କୌଣସି ଆଲ୍‌ଫା କ୍ୟାମେରାରେ ୬୧ ଏମ୍‌ପି ଫୁଲ୍‌ ଫ୍ରେମ୍‌ ସହ ୮ ଷ୍ଟେପ୍‌ ଇମେଜ୍‌ ସ୍ଥିରତା ପ୍ରଣାଳୀ ପ୍ରଦାନ କରିଥାଏ। ବିଶେଷକରି ସଂଶୋଧିତ ୧୬-ବିଟ୍‌ ର ଏଚ୍‌ଡିଏମ୍‌ଆଇ ଏବଂ ଆଇଏସ୍‌ଓ୧୦୨୪୦୦ ଓ ୧୦ ଏଫ୍‌ପିଏସ୍‌, ଓ୍ବାଇଫାଇ, ହାଇ-ସ୍ପିଡ୍‌ କମ୍ୟୁନିକେଶନ ଫଙ୍କ୍‌ସନ, ଉଚ୍ଚସ୍ତରୀୟ ଅପରେବିଲିଟି ସହିତ ସ୍ମୁଥ୍‌ ୱାର୍କ ଫ୍ଲୋ ଇଣ୍ଟିଗ୍ରେଶନ ପ୍ରଦାନ କରୁଛି ବୋଲି ସୋନି ପକ୍ଷରୁ କୁହାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟର ବହୁ ବରିଷ୍ଠ ଫଟୋଗ୍ରାଫର ଓ ୫୦ରୁ ଅଧିକ ଗ୍ରାହକ ଏବଂ ସୋନିର ଓଡ଼ିଶା ଶାଖା କର୍ମଚାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

New Labour Law: ସପ୍ତାହକୁ ମିଳିବ କି ୩ଦିନ ଛୁଟି? କଣ କହିଲା ଶ୍ରମ ମନ୍ତ୍ରଣାଳୟ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୧୨: ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରୁ ଅଫିସ୍ ପର୍ଯ୍ୟନ୍ତ, ଲୋକଙ୍କ ମନରେ ସମାନ ପ୍ରଶ୍ନ ଘୂରି ବୁଲୁଛି ଯେ, ଭାରତରେ ଚାରି ଦିନିଆ କାର୍ଯ୍ୟ ସପ୍ତାହ...

ମେସିଙ୍କ କ୍ରିକେଟ୍‌ କ୍ରେଜ୍‌: ବଡ଼ ଉପହାର ଦେଲେ ଜୟ ଶାହା

ନୂଆଦିଲ୍ଲୀ, ୧୫।୧୨: ଆର୍ଜେଣ୍ଟିନାର ଷ୍ଟାର ଫୁଟବଲ ଖେଳାଳି ଲିଓନେଲ ମେସି ତାଙ୍କ ଗୋଟ ଇଣ୍ଡିଆ ଟୁର୍‌ର ତୃତୀୟ ଦିନରେ ଦିଲ୍ଲୀରେ ପହଞ୍ଚିଛନ୍ତି। ଏହି କାର୍ଯ୍ୟକ୍ରମ ଦିଲ୍ଲୀର...

ରାଜ୍ୟ ସରକାରଙ୍କ ବଡ଼ ଭେଟି: ପିଜି ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ ୬୭% ପର୍ଯ୍ୟନ୍ତ ବୃଦ୍ଧି

ଭୁବନେଶ୍ୱର,୧୫।୧୨: ଓଡ଼ିଶାର ଆୟୁଷ ଶିକ୍ଷା କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ସ୍ୱରୂପ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ସରକାରୀ ଆୟୁର୍ବେଦିକ ଓ ହୋମିଓପାଥିକ ମେଡିକାଲ...

ବଏ ଫ୍ରେଣ୍ଡ ରୁମରୁ ମିଳିଲା ମହିଳାଙ୍କ ମୃତଦେହ! ପରିବାର ପକ୍ଷରୁ ହତ୍ୟା ଅଭିଯୋଗ

କେନ୍ଦ୍ରାପଡ଼ା,୧୫।୧୨: କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଗରାପୁରସ୍ଥିତ ଏକ ଭଡ଼ା ଘରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହେବା ଘଟଣା ଏକ ନୂଆ ମୋଡ଼ ନେଇଛି।...

ଭଲିବଲ ପ୍ରତିଯୋଗିତା: ରିଷିଡ଼ା ଚାମ୍ପିୟନ

ରିଷିଡ଼ା, ୧୫ା୧୧(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡା ବାପୁଜୀ ମିନି ଷ୍ଟାଡିୟମରେ ରବିବାର ଦିନିକିଆ ରିଷିଡ଼ା କପ ଭଲିବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।...

ଟି-୨୦ରେ ବଡ଼ କାରନାମା କଲେ ତିଲକ ବର୍ମା: କୋହଲିଙ୍କ ପଛରେ ପକାଇଲେ

ନୂଆଦିଲ୍ଲୀ,୧୫।୧୨: ଟିମ ଇଣ୍ଡିଆର ଯୁବ ବ୍ୟାଟ୍ସମ୍ୟାନ ତିଲକ ବର୍ମା ଟି-୨୦ କ୍ରିକେଟରେ ଏକ ବଡ଼ ସଫଳତା ହାସଲ କରିଛନ୍ତି। ସେ ତାଙ୍କ ଟି-୨୦ କ୍ୟାରିୟରରେ ୪୦୦୦...

ନଭେମ୍ବରରେ ଦ୍ୱିତୀୟ ମାସ ପାଇଁ ପାଇକାରୀ ମୁଦ୍ରାସ୍ଫୀତି ନକାରାତ୍ମକ

ନୂଆଦିଲ୍ଲୀ,୧୫।୧୨: ସରକାରୀ ତଥ୍ୟ ଅନୁଯାୟୀ, ନଭେମ୍ବର ୨୦୨୫ରେ ପାଇକାରୀ ମୂଲ୍ୟ ସୂଚକାଙ୍କ (WPI) ଭିତ୍ତିକ ମୁଦ୍ରାସ୍ଫୀତି ହାର କ୍ରମାଗତ ଦ୍ୱିତୀୟ ମାସ ପାଇଁ (-) ୦.୩୨...

ଏପରି ଗାଁ, ଯେଉଁଠି କାହା ଘରେ ନାହିଁ ରୋଷେଇ ଘର: ଖାଇବା ଶୈଳୀ ଜାଣିଲେ ଉଡ଼ିଯିବ ହୋଶ୍‌

ଶତାବ୍ଦୀ ଧରି ଭାରତୀୟ ଗ୍ରାମଗୁଡ଼ିକ ସେମାନଙ୍କର ସରଳତା ଏବଂ ପରମ୍ପରା ପାଇଁ ଜଣାଶୁଣା। ସମୟ ବଦଳିଛି ଏବଂ ସୁବିଧାସୁଯୋଗ ବୃଦ୍ଧି ପାଇଛି। କିନ୍ତୁ ଆଜି ମଧ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri