୨୦ମହଲା ବିଲ୍ଡିଂରୁ ପଡ଼ି ଓୟୋ ପ୍ରତିଷ୍ଠାତା ରିତେଶ ଅଗ୍ରଓ୍ବାଲଙ୍କ ବାପାଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୧୦।୩: ଓୟୋ ପ୍ରତିଷ୍ଠାତା ରିତେଶ ଅଗ୍ରଓ୍ବାଲଙ୍କ ବାପା ରମେଶ ଅଗ୍ରଓ୍ବାଲଙ୍କ ଶୁକ୍ରବାର ଦେହାନ୍ତ ହୋଇଛି। ଗୁରୁଗ୍ରାମରେ ଏକ ଉଚ୍ଚ ମହଲାରୁ ଖସିପଡି ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଓୟୋର ଜଣେ ମୁଖପାତ୍ର ରିତେଶ ଅଗ୍ରୱାଲଙ୍କ ପିତାଙ୍କ ମୃତ୍ୟୁ ଖବରକୁ ନିଶ୍ଚିତ କରିଛନ୍ତି। ସୂଚନା ମୁତାବକ, ରିତେଶ ଅଗ୍ରୱାଲଙ୍କ ପିତା ରମେଶ ଅଗ୍ରୱାଲ କୋଠାର ୨୦ମହଲାରୁ ଖସିପଡିଥିଲେ ଏବଂ ପରେ ସେ ଗୁରୁତର ଆହତ ହୋଇଥିଲେ। ଗୁରୁଗ୍ରାମ ପୋଲିସ ଏହି ଘଟଣାର ଯାଞ୍ଚ କରୁଛି। ସୂଚନାଯୋଗ୍ୟ, ଗୁରୁଗ୍ରାମର ସେକ୍ଟର ୫୪ରେ ଡିଏଲ୍‌ଏଫ୍‌ର କ୍ରିଷ୍ଟା ସୋସାଇଟିରେ ରମେଶ ଅଗ୍ରୱାଲ ତାଙ୍କ ପତ୍ନୀଙ୍କ ସହ ରହୁଥିଲେ। ଯଦିଓ ରିତେଶ ଅଗ୍ରୱାଲ ସେହି ବିଲଡିଂରେ ରହୁ ନ ଥିଲେ କିନ୍ତୁ ଦୁର୍ଘଟଣା ସମୟରେ ସେ ଓ ତାଙ୍କ ସ୍ତ୍ରୀ ଏବଂ ମା’ ଘରେ ଉପସ୍ଥିତ ଥିଲେ। ଏହି ଘଟଣାରେ ଗୁରୁଗ୍ରାମର ଡିସିପି ଇଷ୍ଟ ବୀରେନ୍ଦ୍ର ବିଜୟ ତାଙ୍କ ବିବୃତ୍ତିରେ କହିଛନ୍ତି, ନିଜ ଘରର ବାଲକୋନିରୁ ତଥା ୨୦ ମହଲାରୁ ଖସିପଡିବାରୁ ରମେଶ ଅଗ୍ରୱାଲଙ୍କ ମୃତ୍ୟୁ ଘଟିଛି। ସେକ୍ଟର ୫୩ ଏସ୍‌ଏଚ୍‌ଓଙ୍କ ନେତୃତ୍ୱରେ ଏକ ଟିମ୍‌ ଘଟଣାସ୍ଥଳ ପରିଦର୍ଶନ କରି ତଦନ୍ତ ଆରମ୍ଭ କରିଛି। ଅନ୍ୟପଟେ ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

କର୍‌କରେଙ୍କ ହତ୍ୟାକାରୀ ଆର୍‌ଏସ୍‌ଏସ୍‌ ସହ ଜଡ଼ିତ: କଂଗ୍ରେସ ନେତାଙ୍କ ଦାବିକୁ ନେଇ ବିବାଦ

ମୁମ୍ବାଇ,୬ା୫:୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ବେଳେ ଆତଙ୍କବାଦ ନିରୋଧୀ ସ୍କ୍ବାଡ୍‌ (ଏଟିଏସ୍‌)ର ତତ୍କାଳୀନ ମୁଖ୍ୟ ହେମନ୍ତ କର୍‌କରେଙ୍କୁ ଆତଙ୍କବାଦୀ ଅଜମଲ କସବ ହତ୍ୟା କରି ନ...

ଉଚ୍ଚତର ଶିକ୍ଷା,ଗବେଷଣାକୁ ୟୁଜିସିର ପ୍ରାଧାନ୍ୟ

ଭୁବନେଶ୍ୱର,୬।୫: ରାଜ୍ୟରେ ଉଚ୍ଚତର ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଉତ୍କର୍ଷ ହାସଲ ଲାଗି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପ୍ରାଧାନ୍ୟ ଦେଉଛି, ଏଥିପାଇଁ ପର୍ଯ୍ୟାପ୍ତ ଆର୍ଥିକ...

ଆଇଡିବିଆଇର ୪ର୍ଥ ତ୍ରୈମାସିକ ଫଳାଫଳ

ଭୁବନେଶ୍ୱର,୬।୫: ଆଇଡିବିଆଇ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ ୨୦୨୩-୨୪ ଆର୍ଥିକ...

କଟକରେ ଅରୁନ୍ଧତୀ ଜୁଏଲର୍ସର ଏକ୍ସକ୍ଲୁସିଭ ଆଉଟଲେଟ: ଉଦଘାଟନ କରିବେ ରବିନା ଟଣ୍ଡନ, ଅର୍ଚ୍ଚିତା

ଭୁବନେଶ୍ୱର,୬।୫( (ଅଭୟ ଦାଶ): ରାଜ୍ୟର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ଅରୁନ୍ଧତୀ ଜୁଏଲର୍ସର ଏକ୍ସକ୍ଲୁସିଭ ଆଉଟଲେଟ କଟକର କ୍ୟାଣ୍ଟନମେଣ୍ଟ ଛକଠାରେ ଖୋଲିବାକୁ ଯାଉଛି। ଏପରିକି ଆଜି...

ଏପ୍ରିଲ୍‌ରେ ୫,୪୧,୯୪୬ ୟୁନିଟ ଗାଡ଼ି ବିକ୍ରି

ଭୁବନେଶ୍ୱର,୬।୫: ହୋଣ୍ଡା ମୋଟରସାଇକେଲ୍‌ ଆଣ୍ଡ୍‌ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ର ମାସିକ ଗାଡି ବିକ୍ରି ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି କମ୍ପାନୀ ଚଳିତ ଆର୍ଥିକ...

ବଜାରରେ ବାଗୀର ନୂତନ ଉତ୍ପାଦ

ଭୁବନେଶ୍ୱର,୬।୫: ବଜାଜ୍‌ ଆଲିଆଞ୍ଜ୍‌ ଜେନେରାଲ ଇନ୍‌ସ୍ୟୁରାନ୍ସ (ବିଏଜିଆଇ ବା ବାଗୀ)ର ନୂତନ ଉତ୍ପାଦ ‘ପ୍ରିଭେ’ର ଅନାବରଣ ନିକଟରେ ହୋଇଯାଇଛି। ଏପରିକି କମ୍ପାନୀ ଏକ ବର୍ଦ୍ଧିତ ଏବଂ...

ବିପତ୍ତି ଡାକୁଛି ଜଙ୍ଗଲ ନିଆଁ

ଡେରାଡୁନ୍‌,୬ା୫:ଉତ୍ତରାଖଣ୍ଡ ଜଙ୍ଗଲରେ ଗତ ନଭେମ୍ବରରୁ ଅଦ୍ୟାବଧି ୮୮୬ ଥର ନିଅଁା ଲାଗିଛି। ବନାଗ୍ନିରେ ୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଜାଣିଶୁଣି ନିଆଁ ଲଗାଇବା ଅଭିଯୋଗରେ ୬୪...

ଦେଶରେ ଦୈନିକ ଖୋଲୁଛି ୫୦୦ରୁ ଅଧିକ କମ୍ପାନୀ

ଭୁବନେଶ୍ୱର,୬।୫(ଅନୁରାଧା ମହାରଣା): ଦେଶରେ ଶିଳ୍ପକୁ ପ୍ରୋତ୍ସାହିତ କରିବା ପାଇଁ ଲୋକମାନେ ଚାକିରି ଖୋଜିବା ପରିବର୍ତ୍ତେ କିପରି ନିଯୁକ୍ତି ପ୍ରଦାନ କରିପାରିବେ ସେ ଦିଗ ପ୍ରତି ଗୁରୁତ୍ୱ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri