ବଜାରରେ ଦେଶୀ ରଙ୍ଗ କମ୍‌, କେମିକାଲ ବେଶି

ରାଉରକେଲା ଅଫିସ, ୬।୩:ଆସନ୍ତା ୮ତାରିଖରେ ଲୋକେ ଧୁମ୍‌ଧାମ୍‌ରେ ହୋଲି ପର୍ବ ପାଳନ କରିବେ। ଏହାକୁ ନେଇ ରାଉରକେଲା ସହର ଚଳଚଞ୍ଚଳ ହୋଇପଡିଛି। ହୋଲିରେ ସହରର ଶତାଧିକ ଛୋଟବଡ ଅନୁଷ୍ଠାନ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଯୋଜନା କରିଛନ୍ତି। ଏହା ଭିତରେ ସହରର ବିଭିନ୍ନ ବଜାରରେ ହୋଲି ପସରା ଖୋଲିଗଲାଣି। ହୋଲି ପାଇଁ ରାଉରକେଲାର ଲୋକମାନେ ରଙ୍ଗ, ପିଚିକାରୀ ଆଦି ବିଭିନ୍ନ ସାମଗ୍ରୀ କିଣୁଛନ୍ତି। ତେବେ ଚଳିତବର୍ଷ ହୋଲିରେ ରାଉରକେଲା ବଜାରରେ ଚାଇନା ମାଲ୍‌ ଭରପୁର ଉପଲବ୍ଧ ଥିବା ଦେଖିବାକୁ ମିଳିଛି। ଛେଣ୍ଡ, ପାନପୋଷ ଆଦି ବଜାରରେ ମେଡ୍‌ ଇନ୍‌ ଚାଇନା ନିର୍ମିତ କୃତ୍ରିମ ରଙ୍ଗ, ପ୍ଲାଷ୍ଟିକ ପିଚିକାରୀ, ଗୁଲାଲ, ପିଲାଙ୍କର ମୁଖା, ପ୍ରେସର ଗନ୍‌, ଏସ୍‌ଡି ପମ୍ପ ଏବଂ କାର୍ଟୁନ ରୋବର୍ଟ, ସ୍ପାଇଡର ମ୍ୟାନ ଆଦିର ପିଚିକାରୀ ବିକ୍ରି ହେଉଥିବା ପରିଲକ୍ଷିତ ହେଉଛି। ଚାଇନା ସାମଗ୍ରୀ ଶସ୍ତା ରହୁଥିବା ବେଳେ ସ୍ବଦେଶୀ ସାମଗ୍ରୀ ଅପେକ୍ଷାକୃତ ଅଧିକ ଦାମ୍‌ ରହୁଛି। ଫଳରେ ଲୋକମାନେ ଚାଇନା ସାମଗ୍ରୀ ଆଡକୁ ଆକର୍ଷିତ ହେଉଛନ୍ତି। ଏ ନେଇ ପାନପୋଷ ବଜାରର ବ୍ୟବସାୟୀ ପ୍ରଦୀପ ଦାଶ କୁହନ୍ତି, ଚାଇନା ହୋଲି ସାମଗ୍ରୀ ସମ୍ପୂର୍ଣ୍ଣ ରାସାୟନିକ ଓ କୁତ୍ରିମ ଉପାଦାନ ବିଶିଷ୍ଟ ଅଟେ। ମେଡ୍‌ ଇନ ଚାଇନା ହୋଲି ଦ୍ରବ୍ୟ ବର୍ଜନ କରାଯାଉଥିବା ବେଳେ ଏହା ବଜାରକୁ କେମିତି ଆସୁଛି ତାହା ଜାଣିନାହିଁ। ହୋଲିରେ ଜୈବିକ ଉପାଦାନରେ ପ୍ରସ୍ତୁତ ରଙ୍ଗ ବ୍ୟବହାର କରିବା ଉଚିତ୍‌ ବୋଲି ସେ କହିଛନ୍ତି। ସେହିପରି କଂଗ୍ରେସ ନେତା ପ୍ରଶାନ୍ତ ସେଠୀ କୁହନ୍ତି, ଚାଇନିଜ ହୋଲି ରଙ୍ଗ ସମ୍ପୂର୍ଣ୍ଣ କେମିକାଲ ଯୁକ୍ତ। ଏଣୁ ଏହା ବର୍ଜନୀୟ। ଚାଇନିଜ ରଙ୍ଗ ମଣିଷ ଦେହରେ ପଡିଲେ ଚର୍ମଜନିତ ରୋଗ ଏବଂ ଆଖି ନଷ୍ଟ ହେବା ଆଶଙ୍କା ରହିଛି। ରାଉରକେଲାକୁ ଏତେମାତ୍ରାରେ ମେଡ୍‌ ଇନ୍‌ ଚାଇନା ମାଲ୍‌ ଆସିବା ପଛରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସମ୍ପୃକ୍ତି ରହିଛି । ଜନତାଙ୍କ ଭୋଟ ହାତେଇବା ପାଇଁ କେବଳ ଚାଇନା ସାମଗ୍ରୀ ବର୍ଜନ ଅଭିଯାନ ହେଉଥିବା ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ପାରମ୍ପରିକ ‘ଟୋକି ପର୍ବ’ ପାଇଁ  ଚଳଚଞ୍ଚଳ କଳାହାଣ୍ଡି:  ସଜାଗ ଅଛନ୍ତି ପର୍ବ ପାଳନ କମିଟି, ଜାନୀ-ଦିଶାରୀଙ୍କ ନେତୃତ୍ୱରେ…

ଥୁଆମୂଳ ରାମପୁର, ୨୮ା୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଆସନ୍ତାକାଲି ଅର୍ଥାତ ରବିବାର କନ୍ଧ ସମ୍ପ୍ରଦାୟର ଗଣପର୍ବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri