Posted inଜାତୀୟ

ରୁବୀ ହେଲେ ରୁବୀ

ପାଟନା, ୩ା୩:ପ୍ରେମ ଅନ୍ଧ। ପ୍ରେମ କରିବା ପୂର୍ବରୁ ବର୍ଣ୍ଣ, ଜାତି କିମ୍ବା ଗୁଣକୁ ଦେଖାଯାଏ ନାହିଁ। ଅଜବ ପ୍ରେମ ଘଟଣାକୁ ନେଇ ଅନେକ ସମୟରେ ଘଟଣାମାନ ଖବରକାଗଜ ଓ ନ୍ୟୁଜ୍‌ ଚ୍ୟାନେଲରେ ଦେଖିବାକୁ ମିଳୁଛି। ତେବେ ସେମିତି ଏକ ଅଜବ ପ୍ରେମ କାହାଣୀ ବିହାରରୁ ସାମ୍ନାକୁ ଆସିଛି। ବିହାର ଖଗରିଆ ଜିଲାର ରୁବୀ ଦେବୀ ୨୦୦୯ ରେ ନୀରଜ କୁମାର ସିଂଙ୍କୁ ବୈଦିକ ରୀତିନୀତିରେ ବାହାହୋଇଥିଲେ। ନୀରଜଙ୍କ ଔରସରୁ ରୁବୀଙ୍କର ୪ଟି ସନ୍ତାନ ଥିଲେ। ପରବର୍ତ୍ତୀ ସମୟରେ ରୁବୀ ପାଖ ପସ୍ରହାଗ୍ରାମର ମୁକେଶ ନାମକ ଅନ୍ୟ ଜଣେ ବିବାହିତ ବ୍ୟକ୍ତିଙ୍କ ପ୍ରେମରେ ପଡ଼ିଗଲେ। ସେମାନଙ୍କ ମଧ୍ୟରେ ଗଢ଼ିଉଠିଥିବା ପ୍ରେମ ସମୟକ୍ରମେ ଏତେ ମଜଭୁତ ହୋଇଯାଇଥିଲା ଯେ, ଦୁହେଁ ପରସ୍ପରକୁ ଛାଡ଼ି ରହିପାରୁ ନ ଥିଲେ। ଫଳରେ ଗୋଟିଏ ଦିନ ସେମାନେ ଘରଛାଡ଼ି ଚାଲିଯିବାକୁ ନିଷ୍ପତ୍ତି ନେଲେ। ରୁବୀ ପ୍ରେମିକଙ୍କ ସହ ଗତବର୍ଷ ଫେବୃୟାରୀ ୬ରେ ଫେରାର୍‌ ହୋଇଥିଲେ। ସେ ନିଜ ସହ ତାଙ୍କ ୩ ପିଲାଙ୍କୁ ନେଇ ଯାଇଥିବାବେଳେ ସେପଟେ ଘରେ ନୀରଜଙ୍କ ପାଖରେ ଛାଡ଼ିଚାଲିଯାଇଥିଲେ ତାଙ୍କ ଗୋଟିଏ ଝିଅକୁ। ବିବାହିତ ମୁକେଶଙ୍କ ସ୍ତ୍ରୀଙ୍କ ନାଁ ମଧ୍ୟ ରୁବୀ ଦେବୀ ଓ ତାଙ୍କର ୨ ପିଲା ଥିଲେ।
ନୀରଜଙ୍କ ସ୍ତ୍ରୀ ରୁବୀଙ୍କୁ ମୁକେଶ ଅପହରଣ କରି ନେଇଥିବା ଅଭିଯୋଗ କରିବା ପରେ ଗାଁରେ ପଞ୍ଚାୟତ ବସିଥିଲା। ଗାଁ ପଞ୍ଚାୟତ ପକ୍ଷରୁ ଯେଉଁ ନିଷ୍ପତ୍ତି ନିଆଗଲା ସେଥିରେ ମୁକେଶ ରାଜି ହେଲେ ନାହିଁ। ଘଟଣାକୁ କିଛିଦିନ ବିତିଯିବା ପରେ ମୁକେଶଙ୍କ ସ୍ତ୍ରୀ ରୁବୀ ଦେବୀଙ୍କ ନମ୍ବର ନୀରଜଙ୍କୁ କୌଣସି ସୂତ୍ରରୁ ମିଳିଯାଇଥିଲା। ଏହାପରେ ଦୁହେଁ ଫୋନ୍‌ରେ କଥା ହେବା ଆରମ୍ଭ କଲେ। ଘଣ୍ଟା ଘଣ୍ଟା ଫୋନ୍‌ ଯୋଗେ କଥା ହେଉ ହେଉ ଦୁହେଁ ପରସ୍ପର ପ୍ରେମରେ ପଡ଼ିଯାଇଥିଲେ। ପରବର୍ତ୍ତୀ ସମୟରେ ଉଭୟଙ୍କ ପରିବାରର ସମ୍ମତିକ୍ରମେ ସେମାନଙ୍କର ବାହାଘର ହୋଇଥିଲା। ନୀରଜ ମୁକେଶଙ୍କ ୨ ପିଲାଙ୍କୁ ଗ୍ରହଣ କରିବାକୁ ମଧ୍ୟ ରାଜି ହୋଇଥିଲେ। ତେବେ ପ୍ରତିଶୋଧପରାୟଣ ହୋଇ ମୁକେଶଙ୍କ ସ୍ତ୍ରୀ ରୁବୀଙ୍କ ସହିତ ନୀରଜ ପ୍ରେମ ସମ୍ପର୍କ ଗଢ଼ିଥିବା ଆଲୋଚନା ହେଉଛି। ସୂଚନାଯୋଗ୍ୟ ଦୁଇ ଦମ୍ପତି ମଧ୍ୟପ୍ରଦେଶରେ ରହୁଛନ୍ତି। ନୀରଜ ଟାଟା କମ୍ପାନୀରେ କାମ କରୁଥିବାବେଳେ ମୁକେଶ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri