ବିଦେଶୀ ସଭରେନ ବଣ୍ଡ ଯୋଜନା; ପୁନର୍ବିଚାର ଲାଗି ସୀତାରାମନ୍‌ ଅରାଜି

ନୂଆଦିଲ୍ଲୀ,୨୯-୭: ବିଦେଶୀ ସଭରେନ ବଣ୍ଡ ଜାରି କରି ଭାରତ ପ୍ରାୟ ୧୦ ବିଲିୟନ ଡଲାର ଋଣ ଆଣିବାକୁ ବିଚାର କରୁଛି। ଏହାକୁ ଦେଶର ବହୁ ନାମିଦାମୀ ଅର୍ଥନୀତିଜ୍ଞ ବିରୋଧ କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ(ପିଏମ୍‌ଓ) ଏହାର ପୁନର୍ବିଚାର କରିବାକୁ ଅର୍ଥମନ୍ତ୍ରୀ ନିର୍ମଳ ସୀତାରାମନ୍‌ଙ୍କୁ ଅନୁରୋଧ କରିଥିଲେ। ତେବେ ସେ ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି।
ଦେଶର ଅର୍ଥନୀତି ପ୍ରତି ଦୀର୍ଘକାଳୀନ ବିପଦ ରହିଥିବା ସତ୍ତ୍ୱେ ସେ ନିଜ ନିଷ୍ପତ୍ତିର ପୁନର୍ବିଚାର କରିବେ ନାହିଁ ବୋଲି ଉଲ୍ଲେଖ କରି ସୀତାରାମନ୍‌ କହିଛନ୍ତି ଯେ, ତାଙ୍କୁ ସମୀକ୍ଷା ପାଇଁ କେହି କହିନାହାନ୍ତି। ଉଲ୍ଲେଖଥାଉ କି, ୨୦୧୯-୨୦ ଆର୍ଥିକ ବର୍ଷ ଲାଗି ବଜେଟ ଉପସ୍ଥାପନ କରି ସୀତାରାମନ୍‌ ବିଦେଶୀ ସଭରେନ ବଣ୍ଡ ଜାରି କରାଯିବ। ଏହା ମାଧ୍ୟମରେ ପ୍ରାୟ ୧୦ବିଲିୟନ ଡଲାର ଋଣ ନିଆଯିବ। ତେବେ ଏହି ନିଷ୍ପତ୍ତିକୁ ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ନରମାନେ, ଅର୍ଥନୀତିଜ୍ଞ ଓ ଭାଜପାର ସହଯୋଗୀ ଏହାକୁ ସମାଲୋଚନା କରୁଛନ୍ତି। ଡଲାର ଆକାରରେ ବିଦେଶୀ ବଣ୍ଡ ଜାରି କରାଯାଉଥିବାରୁ କୌଣସି ପରିସ୍ଥିତିରେ ଟଙ୍କାର ମୂଲ୍ୟ କମିଲେ ସରକାରଙ୍କୁ ଅଧିକ ଅର୍ଥ ଋଣ ବାବଦରେ ଶୁଝିବାକୁ ହେବ। ଫଳରେ ଋଣ ବୋଝ ଦିନକୁ ଦିନ ବଢ଼ିବ ବୋଲି ସେମାନେ ଯୁକ୍ତି ଦର୍ଶାଇଛନ୍ତି। ଅନ୍ୟପକ୍ଷରେ କେନ୍ଦ୍ର ଅର୍ଥମନ୍ତ୍ରୀ ପୂର୍ବରୁ ମିଡିଆ ସହ ଆଲୋଚନା କାଳରେ କହିଥିଲେ ଯେ, ସରକାରଙ୍କ ମୋଟ ଋଣ କାର୍ଯ୍ୟକ୍ରମର ଏକ ଅଂଶବିଶେଷ ଭାବେ ବିଦେଶୀ ବଣ୍ଡ ଜାରି କରାଯିବ। ଏହାଦ୍ୱାରା ଘରୋଇ ବଜାରରେ ସରକାରଙ୍କ ସିକ୍ୟୁରିଟି ଚାହିଦା ସ୍ଥିତି ଉପରେ ଲାଭଜନକ ପ୍ରଭାବ ପଡିବ। ତେବେ ଏହି ବଣ୍ଡ ଜାରି କରିବାର ସମୟ ଏବଂ ଏହାର ଆକାର ସମ୍ପର୍କରେ ଅଦ୍ୟାବଧି କିଛି ନିଷ୍ପତ୍ତି ନିଆଯାଇ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷରେ ମହଙ୍ଗା ଯୋଇଯିବ ଏହିସବୁ ଔଷଧ, ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୨୬।୧୨:ସରକାର ଅତ୍ୟାବଶ୍ୟକ ଔଷଧ ପାଇଁ ସୁଲଭ ଏବଂ ନିରାପଦ କଞ୍ଚାମାଲ ସୁନିଶ୍ଚିତ କରିବା ପାଇଁ ନୂତନ ପଦକ୍ଷେପ ନେଉଛନ୍ତି, କିନ୍ତୁ ଔଷଧ ଶିଳ୍ପ ବିଶେଷଜ୍ଞମାନେ ଭୟ...

Gold Silver Price: ରେକର୍ଡ ଭାଙ୍ଗିଲା ସୁନା ଦର, ରୂପା ଏକାଥରେ ୮ ହଜାର…..

ନୂଆଦିଲ୍ଲୀ,୨୬।୧୨:  ୨୦୨୫ ବର୍ଷ ଶେଷ ହେବାକୁ ଯାଉଛି କିନ୍ତୁ ସୁନା ଏବଂ ରୂପାର ଚମକ କମିବାର କୌଣସି ଲକ୍ଷଣ ଦେଖାଯାଉନାହିଁ । ବର୍ଷର ଶେଷ ଦିନଗୁଡ଼ିକରେ...

୯ ଟଙ୍କା ଛୁଇଁଲାଣି ଅଣ୍ଡା ଦର: କେବେ ମିଳିବ ଆଶ୍ୱସ୍ତି, କାହିଁକି ହେଉଛି ମହଙ୍ଗା?

ଭୁବନେଶ୍ୱର,୨୬।୧୨: ଭାରତର ଅନେକ ସହରରେ ଗୋଟିଏ ଅଣ୍ଡା ଦର ୮ ଟଙ୍କା କିମ୍ବା ତା’ଠାରୁ ଅଧିକରେ ବିକ୍ରି ହେଉଥିବା ବେଳେ ଏହି ଶୀତଦିନେ ଅଣ୍ଡା ଦର...

Post Officeର ଏହି ସ୍କିମ୍‌ରେ କରନ୍ତୁ ନିବେଶ: ମିଳିବ ୧୭ ଲକ୍ଷ ଟଙ୍କା, ଜାଣନ୍ତୁ କେମିତି

ନୂଆଦିଲ୍ଲୀ,୨୬।୧୨: ଆଜିର ଦୁନିଆରେ ସମସ୍ତେ ଏକ ସୁରକ୍ଷିତ ଭବିଷ୍ୟତ ଚାହାଁନ୍ତି। ଯଦି ଆପଣ ଧୀରେ ଧୀରେ ଏକ ବଡ଼ ପାଣ୍ଠି ଗଠନ କରିବାକୁ ଚାହୁଁଛନ୍ତି, ତେବେ...

୬ଦିନରେ ସାରି ଦିଅନ୍ତୁ ଏହି ଜରୁରୀ କାମ, ନ ହେଲେ କଟିଯିବ…

ନୂଆଦିଲ୍ଲୀ,୨୫।୧୨: ବର୍ଷ ଶେଷ ହେବାକୁ ଆଉ ମାତ୍ର ଛଅ ଦିନ ବାକି ଥିବାରୁ, ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମାପ୍ତ କରିବାର ଶେଷ ତାରିଖ ପାଖେଇ ଆସୁଛି।...

ସରକାରୀ କର୍ମଚାରୀଙ୍କୁ ମିଳିବନି ପେନସନ, ଯଦି କରୁଥିବେ ଏହି ଭୁଲ!

ନୂଆଦିଲ୍ଲୀ,୨୫।୧୨: ସରକାରୀ କର୍ମଚାରୀମାନେ ପ୍ରାୟତଃ ଭାବନ୍ତି ଯେ ଯଦି ସେମାନେ ସମୟ ପୂର୍ୱରୁ ଇସ୍ତଫା ଦିଅନ୍ତି ତେବେ ସେମାନେ ପେନସନ ପାଇବେ କି ନାହିଁ। ସୁପ୍ରିମକୋର୍ଟ...

ଅବସରବେଳେ ଦରକାର ୧କୋଟି ଟଙ୍କା? ଏହି ଫର୍ମୂଲାରେ ୫ମାସରେ ମିଳିଯିବ ଟଙ୍କା, ଜାଣନ୍ତୁ କେମିତି

ନୂଆଦିଲ୍ଲୀ,୨୩।୧୨:ଲୋକମାନେ ପ୍ରାୟତଃ ଅବସର ସମୟରେ କୋଟି କୋଟି ଟଙ୍କାର କର୍ପସ ପାଇବାର ସ୍ୱପ୍ନ ଦେଖନ୍ତି, କିନ୍ତୁ କେବଳ କିଛି ଲୋକ ଏହି ସୱପ୍ନକୁ ପୂରଣ କରିପାରିବେ।...

ଏପ୍ରିଲ ପରେ ବନ୍ଦ ହୋଇଯିବ ଏହି ୬ଟି ବଡ଼ ବ୍ୟାଙ୍କ? ଆକାଉଣ୍ଟ ଥିଲେ କଣ କରିବେ…

ନୂଆଦିଲ୍ଲୀ,୨୩।୧୨: କେନ୍ଦ୍ର ସରକାର ପୁଣିଥରେ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ବଡ଼ ପରିବର୍ତ୍ତନ ପାଇଁ ପ୍ରସ୍ତୁତି କରୁଛନ୍ତି। ରିପୋର୍ଟ ଅନୁଯାୟୀ ସରକାର ଛଅଟି ବଡ଼ ସରକାରୀ ବ୍ୟାଙ୍କକୁ ପରସ୍ପର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri