ପୋଲାଣ୍ଡରେ ବାଇଡେନ୍‌

ଓ୍ବାର୍‌ସ,୨୨।୨: କିଭ୍‌ ଦଖଲର ସ୍ବପ୍ନ ଦେଖିଥିବା ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ବର୍ଷକ ତଳେ ୟୁକ୍ରେନ୍‌ ଆକ୍ରମଣ ପାଇଁ ନିଜ ସୈନ୍ୟଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେବେଠୁ ଅଦ୍ୟାବଧି ୟୁକ୍ରେନ୍‌ ଉପରେ ରୁଷିଆ ତୁହାକୁ ତୁହା ମିଶାଇଲ୍‌ ଓ ରକେଟ୍‌ ମାଡ଼ କରିଆସିଛି। ଏହାର ଜବାବ୍‌ରେ ୟୁକ୍ରେନ୍‌ ମଧ୍ୟ ଯଥାସାଧ୍ୟ ରୁଷୀୟ ସୈନ୍ୟଙ୍କୁ ଟାର୍ଗେଟ୍‌ କରିଛି। ଯୁଦ୍ଧକୁ ବର୍ଷେ ପୂରିବାକୁ ଥିବାବେଳେ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡମିର ଜେଲେନ୍‌ସ୍କି ନିଜ ପରାକ୍ରମ ଦେଖାଇ ଅଟଳ ରହିଛନ୍ତି। ଆମେରିକା ସମେତ ନାଟୋ ସହଯୋଗୀଙ୍କ ଦ୍ୱାରା ଯୋଗାଇ ଦିଆଯାଇଥିବା ଅସ୍ତ୍ରଶସ୍ତ୍ର ୟୁକ୍ରେନ୍‌କୁ ମଜଭୁତ ଭାବେ ପ୍ରତିରୋଧ କରିବା ପାଇଁ ବଳ ଦେଇଛି। ଏଭଳି ସମୟରେ ପୁଟିନ୍‌ ନିଜ ସ୍ବପ୍ନ ପୂରଣ ହୋଇପାରିବ ନାହିଁ ବୋଲି ନିଶ୍ଚିତ ହେବା ପରେ ଯୁଦ୍ଧ ପାଇଁ ପାଶ୍ଚାତ୍ୟ ଉପରେ ଦୋଷ ଲଦିଛନ୍ତି।
ଫେବୃୟାରୀ ୨୪ରେ ଆରମ୍ଭ ହୋଇଥିବା ରୁଷିଆର ୟୁକ୍ରେନ୍‌ ଆକ୍ରମଣକୁ ଆଉ ଦୁଇଦିନ ପରେ ବର୍ଷେ ପୂରିବାକୁ ଯାଉଥିବାବେଳେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ କିଭ୍‌ ଗସ୍ତ ଶେଷକରି ମଙ୍ଗଳବାର ପୋଲାଣ୍ଡ ରାଜଧାନୀ ଓ୍ବାର୍‌ସରେ ପହଞ୍ଚତ୍ଛନ୍ତି। ଏହି ଅବସରରେ ସେ ପୋଲାଣ୍ଡ ରାଷ୍ଟ୍ରପତି ଆଣ୍ଡ୍ରେଜ୍‌ ଡୁଡାଙ୍କୁ ଭେଟିଛନ୍ତି। ୟୁକ୍ରେନ୍‌କୁ ସହଯୋଗ, ରୁଷିଆ ଉପରେ କଟକଣା ଜାରି ଏବଂ ନର୍ଥ ଆଟଲାଣ୍ଟିକ୍‌ ଟ୍ରିଟି ଅର୍ଗାନାଇଜେଶନ୍‌ (ନାଟୋ)କୁ ମଜଭୁତ କରିବା ଉପରେ ଦୁଇନେତାଙ୍କ ମଧ୍ୟରେ ଆଲୋଚନା ହୋଇଛି। ଏଥିସହ ଶକ୍ତି, ସିଭିଲ୍‌ ନ୍ୟୁକ୍ଲିୟର ଏନର୍ଜି, ପ୍ରତିରକ୍ଷା କ୍ଷେତ୍ରରେ ସହଯୋଗ ବୃଦ୍ଧି ନେଇ ମଧ୍ୟ ସହମତି ପ୍ରକାଶ ପାଇଥିବା ହ୍ବାଇଟ୍‌ ହାଉସ୍‌ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି। ଡୁଡା କହିଛନ୍ତି, ପୋଲାଣ୍ଡକୁ ବାଇଡେନ୍‌ଙ୍କ ଗସ୍ତ ୟୁରୋପରେ ସୁରକ୍ଷା ବଜାୟ ରଖିବା ଦିଗରେ ଆମେରିକାର ପ୍ରତିଶ୍ରୁତିବଦ୍ଧତାକୁ ଦର୍ଶାଉଛି। ଆମେରିକା ସାରା ବିଶ୍ୱରେ ଶୃଙ୍ଖଳା ବଜାୟ ରଖିବାକୁ ସକ୍ଷମ ବୋଲି ବାଇଡେନ୍‌ଙ୍କ ଆଗରେ ଡୁଡା ପ୍ରକାଶ କରିଛନ୍ତି।
ପୁଟିନ୍‌ଙ୍କ ନିଷ୍ପତ୍ତି ଦାୟିତ୍ୱହୀନ
ଏଥେନ୍ସ ଗସ୍ତରେ ଥିବା ଆମେରିକାର ପରରାଷ୍ଟ୍ର ସଚିବ ଆଣ୍ଟୋନି ବ୍ଲିଙ୍କେନ୍‌ କହିଛନ୍ତି, ଷ୍ଟ୍ରାଟେଜିକ୍‌ ଆମର୍‌ସ ରିଡକ୍ସନ୍‌ ଟ୍ରିଟି (ଷ୍ଟାର୍ଟ)କୁ ରଦ୍ଦ କରିବା ନେଇ ପୁଟିନ୍‌ଙ୍କ ନିଷ୍ପତ୍ତି ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ଦାୟିତ୍ୱହୀନ। ରୁଷିଆ ପ୍ରକୃତରେ କ’ଣ କରୁଛି ତାହା ଉପରେ ଆମର ନଜର ରହିବ। ଆମେରିକା ଓ ଆମ ସହଯୋଗୀ ରାଷ୍ଟ୍ରଗୁଡ଼ିକର ସୁରକ୍ଷା ସୁନିଶ୍ଚିତ କରିବା ଦିଗରେ ସବୁ ପ୍ରୟାସ ଜାରି ରଖିବୁ। ସେହିପରି ପରରାଷ୍ଟ୍ର ବିଭାଗର ମୁଖପାତ୍ର ନେଡ୍‌ ପ୍ରାଇସ୍‌ କହିଛନ୍ତି, ପୁଟିନ୍‌ଙ୍କ ଏହି ପଦକ୍ଷେପର ବ୍ୟବହାରିକ ପ୍ରଭାବ ଅସ୍ପଷ୍ଟ। ଆମ ଆଣବିକ ଅସ୍ତ୍ରଶସ୍ତ୍ରଗୁଡ଼ିକର ଅବସ୍ଥିତିରେ କୌଣସି ପ୍ରକାର ପରିବର୍ତ୍ତନ ଆଣିବା ଆବଶ୍ୟକ ବୋଲି ଓ୍ବାଶିଂଟନ୍‌ ମନେକରୁନାହିଁ।
ତାଇଓ୍ବାନ୍‌ ପ୍ରସଙ୍ଗ: ଚାଇନାକୁ ରୁଷିଆର ସମର୍ଥନ
ଚାଇନାର ଶୀର୍ଷ କୂଟନୀତିଜ୍ଞ ଓ୍ବାଙ୍ଗ୍‌ ୟି ମସ୍କୋରେ ରୁଷିଆର ପ୍ରଭାବଶାଳୀ ସିକ୍ୟୁରିଟି କାଉନ୍‌ସିଲ୍‌ ମୁଖ୍ୟ ନିକୋଲାଇ ପଟ୍ରୁଶେଭ୍‌ଙ୍କୁ ଭେଟିଛନ୍ତି। ମସ୍କୋ ଓ ବେଜିଂ ପାଶ୍ଚାତ୍ୟ ବିରୋଧରେ ଏକାଠି ହୋଇ ରହିବା ଜରୁରୀ। ତାଇଓ୍ବାନ୍‌, ହଂକଂ ଏବଂ ଶିଞ୍ଜିଆନ୍‌ ପ୍ରସଙ୍ଗରେ ଚାଇନାର ଆଭିମୁଖ୍ୟକୁ ରୁଷିଆ ସମର୍ଥନ କରୁଛି ବୋଲି ଓ୍ବାଙ୍ଗ୍‌ଙ୍କୁ ପୁଟିନ୍‌ଙ୍କ ଘନିଷ୍ଠ ସହଯୋଗୀ ନିକୋଲାଇ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ବଳାତ୍କାର ମାମଲାର ଆସିଲା ରାୟ: ଅଭିଯୁକ୍ତଙ୍କୁ ମିଳିଲା ଏଭଳି ଦଣ୍ଡ, ଜାଣନ୍ତୁ…

ଫୁଲବାଣୀ,୧୮ା୧୨(ରାକେଶ କୁମାର ରାଉତ): ଜଣେ ନାବାଳିକାଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାର ବିଚାର କରି ଗୁରୁବାର ଫୁଲବାଣୀ ପୋକ୍‌ସୋ କୋର୍ଟ ବିଚାରପତି ମନୋରଞ୍ଜନ ଦାସ ଅଭିଯୁକ୍ତଙ୍କୁ...

ରେଳଯାତ୍ରୀଙ୍କୁ ବଡ଼ ଝଟ୍‌କା: ପ୍ଲେନ୍‌ ଭଳି ଏବେ…

ନୂଆଦିଲ୍ଲୀ, ୧୮।୧୨: ଟ୍ରେନ୍‌ ଯାତ୍ରା କରୁଥିବା ଯାତ୍ରୀମାନେ ନିର୍ଦ୍ଧାରିତ ସୀମାରୁ ଅଧିକ  ସାମଗ୍ରୀ ନେଲେ ଶୁଳ୍କ ଦେବାକୁ ପଡ଼ିବ। ଏନେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ...

ମା’ଙ୍କ ମୃତ୍ୟୁ ଖବର ପାଇ ଧାଇଁ ଆସିଥିଲେ, ଦ୍ୱାଦଶାହରେ ଚାଲିଗଲା ପୁଅଙ୍କ ଜୀବନ, ଗାଁରେ ଶୋକାକୂଳ ପରିବେଶ…

ଦିଗପହଣ୍ଡି,୧୮।୧୨(ଅଶେଷ ନାଥ ମିଶ୍ର): ମା’ଙ୍କ ମୃତ୍ୟୁ ଖବର ଶୁଣି ମୁମ୍ବାଇରୁ ଧାଇଁ ଆସିଥିଲେ ପୁଅ। ହେଲେ ଦ୍ୱାଦଶାହରେ ଚାଲିଗଲା ଜୀବନ।  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ...

ସ୍କୁଲରେ ମଦ୍ୟପ ଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ: ୩୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଗୋଡେଇ ଗୋଡେଇ ନିସ୍ତୁକ ପିଟିଲେ

ଅନୁଗୋଳ,୧୮ା୧୨: ଅନୁଗୁଳ ଜିଲା ପାଳଲହଡ଼ା ବ୍ଲକ ସାନବାଗଦରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ମଦ୍ୟପ ଶିକ୍ଷକଙ୍କ କାର୍ଯ୍ୟକଳାପକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ସହକାରୀ...

ମୁଣ୍ଡରେ ପଡ଼ିଲା ଅମୃତଭଣ୍ଡା: ଚାଲିଗଲା ମହିଳାଙ୍କ ଜୀବନ

ବାଲିଗୁଡ଼ା,୧୮ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଗୋଛାପଡ଼ା ଗ୍ରାମରେ ଗୁରୁବାର ଏକ ଅଘଟଣ ଘଟିଛି। ଅମୃତଭଣ୍ଡା ତୋଳିବା ବେଳେ ଅମୃତଭଣ୍ଡା ମୁଣ୍ଡରେ ପଡି...

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା: ମିଳିବ ୫୧,୦୦୦ ଟଙ୍କା, ଜାଣନ୍ତୁ ଯୋଗ୍ୟତା ଓ କିପରି କରିବେ ଆବେଦନ

ଭୁବନେଶ୍ୱର,୧୮ା୧୨: ରାଜ୍ୟର ଗରିବ ଓ ଆର୍ଥିକ ଅନଗ୍ରସର ପରିବାରର ଝିଅମାନଙ୍କ ବିବାହ ପାଇଁ ଓଡ଼ିଶା ସରକାର ଏକ ବଡ଼ ଘୋଷଣା କରିଛନ୍ତି। ନୂତନ ଭାବେ ଆରମ୍ଭ...

ରାଶନ କାର୍ଡ ହିତାଧିକାରୀଙ୍କ ପାଇଁ ମନ୍ତ୍ରୀଙ୍କ ବଡ଼ ଘୋଷଣା: ନୂଆବର୍ଷରେ ମିଳିବ…

ଭୁବନେଶ୍ୱର,୧୮।୧୨: ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଗୁରୁବାର ରାଶନ କାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। ନୂଆବର୍ଷରେ ଯୋଗ୍ୟ ହିତାଧିକାରୀଙ୍କୁ ନୂଆ...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା ୩ ଜୀବନ, ୪ ଗୁରୁତର

ନୂଆପଡ଼ା/ କୋମନା,୧୭।୧୨ ( ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ବ୍ଲକ ଅଧୀନ ତିଖାଲି ଛକଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri