ରାଜସ୍ବ ଆଦାୟ ଚିନ୍ତାରେ ବିଏମ୍‌ସି

ଭୁବନେଶ୍ୱର, ୮।୨ (ବ୍ୟୁରୋ): ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଚିଠା ବଜେଟ ପ୍ରସ୍ତୁତ କରିଛି ବିଏମ୍‌ସି। ଗତ କର୍ପୋରେଶନ ବୈଠକରେ ୬୯୦ କୋଟିର ଚିଠା ବଜେଟ ପ୍ରସ୍ତାବ ଆଗତ କରିବା ପରେ ମଙ୍ଗଳବାର ଏନେଇ ବିସ୍ତୃତ ଆଲୋଚନା କରାଯାଇଛି। ବିଏମ୍‌ସି କାର୍ଯ୍ୟାଳୟରେ ସମସ୍ତ ଷ୍ଟାଣ୍ଡିଂ କମିଟି ଏବଂ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ନେଇ ଏହି ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ କେଉଁ ବିଭାଗରେ କେତେ ଟଙ୍କା ଖର୍ଚ୍ଚ ହେବ, ସେ ନେଇ ପ୍ରସ୍ତାବ ଦିଆଯିବା ସହ ଆସନ୍ତା କର୍ପୋରେଶନ ବୈଠକରେ ବଜେଟ ପାସ୍‌ କରାଯିବ ବୋଲି ସୂଚନା ଦିଆଯାଇଛି। ଅପରପକ୍ଷେ ଚିଠା ବଜେଟ ସହିତ ରାଜସ୍ବ ଆଦାୟ ନେଇ ମଧ୍ୟ ଆଲୋଚନା କରାଯାଇଥିଲା। ୨୦୨୨-୨୩ ଆର୍ଥତ୍କ ବର୍ଷରେ ମୋଟ୍‌ ୨୭୭.୭୪କୋଟି ଟଙ୍କାର ରାଜସ୍ବ ଆଦାୟ ଲକ୍ଷ୍ୟ ରହିଥିବା ବେଳେ ଏହାର ଅଧା ମଧ୍ୟ ଆଦାୟ କରିବାରେ ସଫଳ ହୋଇପାରିନାହିଁ। ଜାନୁୟାରୀ ଶେଷ ସୁଦ୍ଧା ମାତ୍ର ୭୮.୬୧ କୋଟି ଟଙ୍କା ରାଜସ୍ବ ଆଦାୟ ହୋଇଛି। ଫଳରେ ଲକ୍ଷ୍ୟ ହାସଲର ବହୁ ଦୂରରେ ରହିଛି ବିଏମ୍‌ସି। ତେବେ ଗତ ଆର୍ଥିକ ବର୍ଷ ଅପେକ୍ଷା ଏଥର ଅଧିକ ରାଜସ୍ବ ଆଦାୟ ହୋଇଥିବାରୁ ଏତିକିରେ ବିଏମ୍‌ସିକୁ ସନ୍ତୁଷ୍ଟ ହେବାକୁ ପଡିଛି। ଅପରପକ୍ଷେ ବିଏମ୍‌ସି ଅଧୀନରେ ମୋଟ୍‌ ୬୭ଟି ଓ୍ବାର୍ଡ ଥିବାବେଳେ ମାତ୍ର ୪୧ଜଣ ଓ୍ବାର୍ଡ ଅଫିସର ଅଛନ୍ତି। ଫଳରେ ସମସ୍ତ ଓ୍ବାର୍ଡରେ ଓ୍ବାର୍ଡ ଅଫିସର ନଥିବାରୁ ରାଜସ୍ବ ଆଦାୟ ଲକ୍ଷ୍ୟ ପୂରଣ ହୋଇପାରୁନାହିଁ। ତେଣୁ ସବୁ ଓ୍ବାର୍ଡରେ ଓ୍ବାର୍ଡ ଅଫିସର ନିୟୋଜିତ କରିବା କିମ୍ବା ରାଜସ୍ବ ଆଦାୟ ପାଇଁ ଆଉଟ୍‌ସୋର୍ସିଂ କର୍ମଚାରୀଙ୍କୁ ନିୟୋଜିତ କରିବାକୁ ବିଏମ୍‌ସି ଫାଇନାନ୍ସ ଷ୍ଟାଣ୍ଡିଂ କମିଟି ପକ୍ଷରୁ ପ୍ରସ୍ତାବ ଦିଆଯାଇଛି। ସେହିପରି ସମସ୍ତ ଓ୍ବାର୍ଡ ଅଫିସରଙ୍କୁ ଟାର୍ଗେଟ ଦିଆଯିବା ସହ ଟିକସ ଖିଲାପକାରୀଙ୍କ ତାଲିକା ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଖିଲାପକାରୀଙ୍କୁ ରେଡ୍‌ ନୋଟିସ ଜାରି କରିବା ସହିତ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦିଆଯାଇଛି। ରାଜସ୍ବ ସଂଗ୍ରହ ଏବଂ ବୃଦ୍ଧିରେ ସହାୟକ ହେବା ଭଳି ନୂତନ ପ୍ରକଳ୍ପ ନିର୍ମାଣ ନେଇ ବିଏମ୍‌ସି ଯୋଜନା ରଖିଛି ବୋଲି ମେୟର ସୁଲୋଚନା ଦାସ କହିଛନ୍ତି। ଏଥିସହ ନିର୍ଦ୍ଧାରିତ ସମୟ ମଧ୍ୟରେ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ହେବ ବୋଲି ସୂଚନା ଦେଇଛନ୍ତି। ଅପରପକ୍ଷେ ହାତରେ ଆଉ ମାତ୍ର ୧ମାସ ସମୟ ଥିବାବେଳେ ଏହା ଭିତରେ କିପରି ଅଧିକରୁ ଅଧିକ ରାଜସ୍ବ ଆଦାୟ କରାଯାଇପାରିବ ସେ ନେଇ ବିଏମ୍‌ସି ଅଧିକାରୀ ତତ୍ପରତା ଦେଖାଉଛନ୍ତି। ଏନେଇ କମିଶନର ବିଜୟ ଅମୃତା କୁଲାଙ୍ଗେ ବୁଧବାର ରାଜସ୍ବ ଆଦାୟ ସମ୍ପର୍କିତ ରିଭ୍ୟୁ ମିଟିଂ ଡାକିଛନ୍ତି। ବିଏମ୍‌ସିର ନୂତନ ବିଲ୍ଡିଂରେ ଏହି ବୈଠକ ଅନୁଷ୍ଠିତ ହେବାକୁ ଥିବାବେଳେ ଏଠାକୁ ସମସ୍ତ ଷ୍ଟାଣ୍ଡିଂ କମିଟି ଚେୟାରମ୍ୟାନ, ଓ୍ବ୍‌ାର୍ଡ ଅଫିସରଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀଙ୍କୁ ଡକାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

ଦିଗପହଣ୍ଡିରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିମନ୍ତେ ଶିଳାନ୍ୟାସ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି,୨୪|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିମନ୍ତେ ବୁଧବାର ବିଧାୟକ ଡ଼.ସିଦ୍ଧାନ୍ତ ମହାପାତ୍ର ଶିଳାନ୍ୟାସ କରିଛନ୍ତି । ରାଜ୍ୟ...

ଶୀତଦିନେ ପରିସ୍ରାର ରଙ୍ଗ ଏପରି ଦେଖାଯାଉଛି କି, ହୋଇପାରେ…

ନୂଆଦିଲ୍ଲୀ,୨୪।୧୨: ଶୀତଦିନ ଆସିବା ସହିତ ଶରୀରରେ ଅନେକ ପରିବର୍ତ୍ତନ ଘଟେ । ଥଣ୍ଡା ବଢ଼ିବା ସହିତ ଖାଦ୍ୟପେୟ, ପାନୀୟ ଅଭ୍ୟାସ ଏବଂ ଦୈନନ୍ଦିନ କାର୍ଯ୍ୟଶୈଳୀରେ ପରିବର୍ତ୍ତନ ଆସେ...

ଡ୍ରେନରେ ପଡ଼ି ସାଇକେଲ ଆରୋହୀ ମୃତ, ମୁକୁଳା ଥିବାରୁ ଅଘଟଣ ଅଭିଯୋଗ

ବଲାଙ୍ଗୀର, ୨୪/୧୨- (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ବଲାଙ୍ଗୀର ସହର ଜଗନ୍ନାଥପଡା ପାଟଣେଶ୍ୱରୀ ମନ୍ଦିର ସମ୍ମୁଖରେ ଥିବା...

ନୂଆ ବର୍ଷର ଉପହାର! 3ଟି ନୂଆ ଏୟାରଲାଇନ୍ସକୁ ସରକାରଙ୍କ ସବୁଜ ସଙ୍କେତ

ନୂଆଦିଲ୍ଲୀ,୨୪।୧୨: ନୂଆ ବର୍ଷରେ ଦେଶବାସୀ ତିନୋଟି ନୂତନ ବିମାନ ସେବାର ଉପହାର ପାଇବାକୁ ଯାଉଛନ୍ତି । କେନ୍ଦ୍ର ସରକାର ଦେଶରେ ତିନୋଟି ନୂତନ ବିମାନ ସେବାକୁ...

ଶୀତ ମହୋତ୍ସବକୁ ଆସିବା ପାଇଁ ନିମନ୍ତ୍ରଣ ଗ୍ରହଣ କଲେ ପ୍ରଭାତୀ

ଦାରିଙ୍ଗବାଡି, ୨୪/୧୨ (ଅରୁଣ ସାହୁ):  ଦାରିଙ୍ଗବାଡିରେ ଆସନ୍ତା ୮ ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ହେବାକୁ ଯାଉଛି । ଏହି ମହୋତ୍ସବରେ ରାଜ୍ୟର ବିଭିନ୍ନ...

ନକଲି ଜିନିଷ ପାଇଁ ଅସଲି ଗ୍ରାହକ ହେଉଛନ୍ତି ଠକେଇ, ଭଞ୍ଜନଗରରେ ଖାଉଟି ଅଦାଲତ ସ୍ଥାପନ ଦାବି

ଭଞ୍ଜନଗର,୨୪/୧୨(ବାବୁଲା ପ୍ରଧାନ)-ଜାତୀୟ ଖାଉଟି ଦିବସ ପାଳନ ଅବସରରେ ଉପଭୋକ୍ତା ଓକିଲାତି ସଂଘ ବୋର୍ଡ, ଅବସର ସୈନିକ ସଂଘ, ଗ୍ରାହକ ପଞ୍ଚାୟତ ମିଳିତ ସହଯୋଗରେ ବୁଧବାର ଭଞ୍ଜନଗର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri