ମୂଳ ଡାକ୍ତର ପଦର ୫୩ ଭାଗ ଖାଲି

ସୋନପୁର,୩୧।୧(ନି.ପ୍ର.): କେନ୍ଦ୍ର ଓ ରାଜ୍ୟ ସରକାର ସ୍ବାସ୍ଥ୍ୟ ସେବାକୁ ଗୁରୁତ୍ୱ ଦେଉଥିବା ବେଳେ ସୁବର୍ଣ୍ଣପୁର ଜିଲାରେ ଏବେ ଡାକ୍ତର ସଙ୍କଟ ଦେଖାଦେଇଛି। ପ୍ରତିବର୍ଷ ରାଜ୍ୟର ବିଭିନ୍ନ ଭେଷଜ ମହାବିଦ୍ୟାଳୟରୁ ଡାକ୍ତର ବାହାରୁଥିଲେ ମଧ୍ୟ ପଦ ପୂରଣ ହୋଇ ପାରୁନାହିଁ। ମଞ୍ଜୁରୀପ୍ରାପ୍ତ ମୂଳପଦବୀରୁ ପ୍ରାୟ ୫୩ ପ୍ରତିଶତ ଡାକ୍ତର ନାହାନ୍ତି। ଜିଲାର ମୁଖ୍ୟ ଡାକ୍ତରଖାନା, ବୀରମହାରାଜପୁର ଉପଖଣ୍ଡ ଡାକ୍ତରଖାନା, ୬ଟି ଗୋଷ୍ଠି ଡାକ୍ତରଖାନା ଓ ପ୍ରାଥମିକ ଡାକ୍ତରଖାନାଗୁଡିକରେ ଡାକ୍ତରଙ୍କ ଅଭାବ ରହିଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚଓ) ଅନୁସାରେ ପ୍ରତି ହଜାରେ ଲୋକରେ ଜଣେ ଡାକ୍ତର ରହିବା କଥା, ମାତ୍ର ଜିଲା କ୍ଷେତ୍ରରେ ଦେଖାଦେଇଛି ବ୍ୟତିକ୍ରମ। ସୁବର୍ଣ୍ଣପୁର ଜିଲାରେ ମୋଟ ୧୫୨ ଡାକ୍ତର ପଦବିରୁ ୮୦ଡାକ୍ତର ପଦ ଖାଲି ପଡିଛି। ଡାକ୍ତରଖାନାରେ ରଙ୍ଗ ମାରିଦେଇ ନୂଆ ରୂପ ଦିଆ ଯାଉଥିଲେ ମଧ୍ୟ ବାସ୍ତବତା ହେଲା ଚିକିତ୍ସା କରିବାକୁ ଡାକ୍ତର ନାହାନ୍ତି ।
ସୁବର୍ଣ୍ଣପୁର ଜିଲା ସମେତ ବୌଦ୍ଧ ଜିଲାର ଅଧିକାଂଶ ରୋଗୀ ଚିକିତ୍ସା ପାଇଁ ସୁବର୍ଣ୍ଣପୁର ଜିଲା ମୁଖ୍ୟ ଡାକ୍ତରଖାନାକୁ ବହୁ ଆଶା ଓ ବିଶ୍ୱାସ ନେଇ ଆସୁଛନ୍ତି। ପ୍ରତିବର୍ଷ ପ୍ରାୟ ୨ ଲକ୍ଷ ରୋଗୀଙ୍କର ବର୍ହିଃବିଭାଗ ଚିକିତ୍ସା କରାଯାଇଥାଏ। ହେଲେ ଏହି ଚିକିତ୍ସାଳୟରେ ନାନା ଅବ୍ୟବସ୍ଥା ଲାଗିରହିଛି । ରୋଗୀଙ୍କ ପାଇଁ ସିଟି ସ୍କାନ ବ୍ୟବସ୍ଥା ନାହିଁ । ଇଣ୍ଟେନ୍‌ସିଭ କେୟାର ୟୁନିଟ୍‌(ଆଇସିୟୁ) ନ ଥିବା ବେଳେ ଭେଣ୍ଟିଲେଟର ନାହିଁ । ୫୮ଜଣ ଡାକ୍ତରଙ୍କ ଆବଶ୍ୟକ ଥିବା ବେଳେ ୨୬ ଡାକ୍ତର ପଦବୀ ଖାଲି ପଡିଛି । ଏପରି ସ୍ଥିତିରେ ଦାୟିତ୍ୱରେ ଥିବା ଡାକ୍ତରମାନେ ରୋଗୀଙ୍କୁ କଟକ, ଭୁବନେଶ୍ୱର, ବୁର୍ଲା ଓ ବଲାଙ୍ଗୀର ରେଫର କରୁଥିବା ଅଭିଯୋଗ ହେଉଛି ।
ଜିଲାରେ ଜିଲା ମୁଖ୍ୟ ଡାକ୍ତରଖାନାକୁ ମିଶାଇ ୨୭ଟି ଡାକ୍ତରଖାନା ଅଛି। ବୀରମହାରାଜପୁର ଉପଖଣ୍ଡ ଡାକ୍ତରଖାନା, ନାଇକେନପାଲି, ତରଭା, ଉଲୁଣ୍ଡା, ବିନିକା ଓ ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ସମସ୍ତ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଅଭାବ ଜନିତ ସମସ୍ୟା ଲାଗିରହିଛି । ଜିଲାରେ ଡାକ୍ତର ମାନଙ୍କ ସ୍ଥିତିକୁ ଅନୁଧ୍ୟାନ କଲେ ସ୍ବାସ୍ଥ୍ୟସେବା ଭୁଶୁଡି ପଡିଥିବା ଅଭିଯୋଗ ହୋଇଛି। ଜିଲା ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ମନୋଜ କୁମାର ଆଦବରଙ୍କୁ ଡୁଙ୍ଗୁରିପାଲି ସିଏଚ୍‌ସିରେ ଅବସ୍ଥାପିତ କରାଯାଇଛି। ସେହିପରି ଜିଲା ମୁଖ୍ୟ ଚିକିତ୍ସାଳୟ ଅଧିକ୍ଷକ ଓ ଅତିରିକ୍ତ ଜିଲା ଜନସ୍ବାସ୍ଥ୍ୟ ଅଧିକାରୀ(କୁଷ୍ଠ) ପଦ ଖାଲି ପଡିଛି। ଅତିରିକ୍ତ ଜିଲା ଜନସ୍ବାସ୍ଥ୍ୟ ଅଧିକାରୀ(ଭିବିଡି) ଡାକ୍ତର ନବ କିଶୋର ବେହେରାଙ୍କୁ ସରକାର ନିଲମ୍ବନ କରିଥିବା ବେଳେ ଏହି ପଦରେ ଆଉ କାହାରିକୁ ନିଯୁକ୍ତି ଦିଆଯାଇନି। ଜିଲା ମୁଖ୍ୟ ଡାକ୍ତରଖାନାରେ ବରିଷ୍ଠ ଶିଶୁ ରୋଗ ବିଶେଷଜ୍ଞ, ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ, ନିଶ୍ଚେତକ, ଅସ୍ଥିଶଲ୍ୟ, ଇଏନଟି(କାନ, ନାକ ଓ ଗଳା), ସର୍ଜରୀ, ଭେଷଜ, ପାଥୋଲୋଜି, ମାନସିକ ରୋଗ, ହୃଦ୍‌ରୋଗ ଓ କିଡ୍‌ନୀ ରୋଗ ବିଶେଷଜ୍ଞଙ୍କ ସମେତ ଜିଲା ଜନସ୍ବାସ୍ଥ୍ୟ ଅଧିକାରୀ ଏବଂ ଜିଲା ରକ୍ତ ଭଣ୍ଡାର ଅଧିକାରୀ ନାହାନ୍ତି। ବରିଷ୍ଠ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଡାକ୍ତର ଅରବିନ୍ଦ ମହାପାତ୍ର ସୁବର୍ଣ୍ଣପୁରରୁ ଦରମା ପାଉଥିବା ବେଳେ ସରକାରଙ୍କ ଆଦେଶକ୍ରମେ ନୟାଗଡରେ କାମ କରୁଛନ୍ତି। ସେହିପରି ଏଠାରେ ନିଯୁକ୍ତି ପାଇଥିବା ଡାକ୍ତର କ୍ଷୀରୋଦ କୁମାର ମିଶ୍ରଙ୍କୁ ତରଭା ସିଏଚ୍‌ସିରେ ଅବସ୍ଥାପିତ କରାଯାଇଛି। ଜିଲାରେ ୭ ଜଣ ଦନ୍ତ ଡାକ୍ତରଙ୍କ ସ୍ଥାନରେ ମାତ୍ର ୨ ଜଣଙ୍କୁ ନିଯୁକ୍ତି ମିଳିଛି। ବିନିକା ସିଏଚ୍‌ସିରେ ୧୩ ଡାକ୍ତରରୁ ୧୨ ପଦ ଖାଲି ଅଛି। ତରଭାରେ ୧୫ରୁ ୧୦ ଡାକ୍ତର ପଦ ଖାଲି ପଡିଛି। ଉଲୁଣ୍ଡାରେ ଡାକ୍ତରଖାନା ଅଧୀକ୍ଷକ, ଭେଷଜ, ସର୍ଜରୀ ବିଶେଷଜ୍ଞ, ଡୁଙ୍ଗୁରିପାଲିରେ ଡାକ୍ତରଖାନା ଅଧୀକ୍ଷକ, ସ୍ତ୍ରୀ ଓ ପ୍ରସୂତି, ଭେଷଜ ଏବଂ ସର୍ଜରୀ ବିଶେଷଜ୍ଞ ପଦବି ଖାଲି ପଡିଛି। ବୀରମହାରାଜପୁର ଡାକ୍ତରଖାନାରେ ଶିଶୁ, ଭେଷଜ, ଆନାସ୍ଥେସିଆ, ପାଥୋଲୋଜି ଓ ଅସ୍ଥିଶଲ୍ୟ ବିଶେଷଜ୍ଞ ପଦବି ଖାଲି ପଡିଛି। ନାଇକେନପାଲି ସିଏଚ୍‌ସିରେ ମୋଟ ୧୩ ଡାକ୍ତର ପଦବିରୁ ୯ ପଦ ଖାଲି ଅଛି । ସେହିଭଳି ଜିଲାର ହରିହରଯୋର, ମହାଦେବପାଲି ଓ ହରଡଖୋଲ ଡାକ୍ତରଖାନା ଡାକ୍ତର ଶୂନ୍ୟ ରହିଛି। ଗୁଳି ମାଡରେ ନବ ଦାସଙ୍କ ମୃତ୍ୟୁ ପରେ ସୋନପୁର ବିଧାୟକ ତଥା ରାଜ୍ୟ ଅର୍ଥ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ଦାୟିତ୍ୱ ମିଳିଛି। ତେଣୁ ଜିଲାର ସ୍ବାସ୍ଥ୍ୟବସ୍ଥା ଏବଂ ଡାକ୍ତର ସମସ୍ୟା କେତେକାଂଶରେ ଦୂର ହେବ ବୋଲି ଜିଲାବାସୀ ଆଶା ରଖିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri