Posted inଖେଳ

ତଳେ ପଡ଼ିଗଲେ, ତଥାପି ମାରିଲେ ଛକା

ରାଜକୋଟ,୭।୧: ଫୁଲ୍‌ଟସ୍‌ ବଲ୍‌ ଖେଳିବାକୁ ଯାଇ ତଳେ ପଡ଼ିଗଲେ, ତଥାପି ଛକା ମାରିଲେ କ୍ରିକେଟର। କିଛି ଏଭଳି ଦୃଶ୍ୟ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ନିର୍ଣ୍ଣାୟକ ଟି୨୦ ମୁକାବିଲାରେ ଦେଖିବାକୁ ମିଳିଛି।

ଭାରତୀୟ ଇନିଂସର ୧୩ତମ ଓଭରର ଦ୍ୱିତୀୟ ବଲ୍‌ରେ ଶ୍ରୀଲଙ୍କାର ମଧୁସଙ୍କା ଏକ ଫୁଲ୍‌ଟସ୍‌ ବଲ୍‌ ପକାଇଥିଲେ। ଏହାକୁ ସୂର୍ଯ୍ୟକୁମାର ଉଇକେଟକିପରଙ୍କ ଉପରୁ ଖେଳିବାକୁ ଚେଷ୍ଟା କରିଥିଲେ। ଏପରି କରିବାକୁ ଯାଇ ସେ ତଳେ ପଡ଼ିଯାଇଥିଲେ। ହେଲେ ସେ ବଲ୍‌କୁ ବାଉଣ୍ଡ୍ରି ଆରପଟକୁ ପଠାଇବାକୁ ହେଳା କରି ନ ଥିଲେ। ଏହା ସିଧା ଛକା ହୋଇଥିଲା। ଏଭଳି ଶଟ୍‌ ଦେଖି ମଇଦାନରେ ଉପସ୍ଥିତ ଦର୍ଶକ ଚକିତ ହୋଇଥିଲେ।

ପ୍ରକାଶ ଯେ, ଏହି ମ୍ୟାଚ୍‌ରେ ସୂର୍ଯ୍ୟକୁମାର ନିଜ ଟି୨୦ କ୍ୟାରିୟରର ୩ୟ ଶତକ ମାରିବାରେ ସଫଳ ହୋଇଛନ୍ତି। ସେ ମାତ୍ର ୪୫ ବଲରେ ନିଜର ଶତକ ପୂରଣ କରିଥିଲେ। ଏପରିକି ନିଜ ଇନିଂସରେ ସେ ମୋଟ ୧୧୨ ରନ୍‌ କରିଥିଲେ, ଯାହାକି ତାଙ୍କର ଦ୍ୱିତୀୟ ସର୍ବାଧିକ ଟି୨୦ ସ୍କୋର ବୋଲି ଜଣାପଡ଼ିଛି। ସେ ମୋଟ ୫୭ ବଲ୍‌ ଖେଳିଥିଲେ। ସେଥିରେ ୭ ଚୌକା ଏବଂ ୯ ଛକା ରହିଥିଲା। ସୂର୍ଯ୍ୟକୁମାରଙ୍କ ଏଭଳି ଜବରଦସ୍ତ ଇନିଂସ ବଳରେ ଭାରତ ଶ୍ରୀଲଙ୍କାକୁ ୨୨୯ ରନ୍‌ର ବିଶାଳ ଟାର୍ଗେଟ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦଳ ଜିତିବା ପରେ ବି ଖୁସି ନାହାନ୍ତି ରିଷଭ ପନ୍ତ: ଦୁଃଖରେ କହିଲେ ଏମିତି କଥା

ନୂଆଦିଲ୍ଲୀ,୧୫।୫: ଆଇପିଏଲ ୨୦୨୪ର ୬୪ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଲକ୍ଷ୍ନୌ ସୁପର ଜିଆଣ୍ଟସକୁ ୧୯ ରନ୍‌ରେ ପରାସ୍ତ କରିଛି। ଏହି ବିଜୟ ସହିତ ଦିଲ୍ଲୀ ପ୍ଲେ...

ଏମିତି ଚମତ୍କାର କ୍ୟାଚ୍‌ ଧରିଲେ ରାହୁଲ, ଛିଡାହୋଇ କରତାଳି ଦେଲେ ମାଲିକ

ନୂଆଦିଲ୍ଲୀ,୧୫।୫: ଲକ୍ଷ୍ନୌ ସୁପର ଜିଆଣ୍ଟସ କେ.ଏଲ ରାହୁଲଙ୍କ ଅଧିନାୟକତ୍ୱରେ ଆଉ ଏକ ମ୍ୟାଚ ହାରିଛି। ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ଲକ୍ଷ୍ନୌ କ୍ରମାଗତ ତୃତୀୟ...

କୋହଲିଙ୍କ ବଡ ରେକର୍ଡ ଭାଙ୍ଗିଦେଲେ ପାକିସ୍ତାନ ଅଧିନାୟକ

ଡବଲିନ୍‌,୧୫।୫: ଆୟର୍ଲାଣ୍ଡ ବିପକ୍ଷରେ ଖେଳାଯାଇଥିବା ତୃତୀୟ ଟି-୨୦ ମ୍ୟାଚ୍‌ ଜିତି ସିରିଜ କବ୍‌ଜା କରିଛି ପାକିସ୍ତାନ। ଡବଲିନ୍‌ରେ ଖେଳାଯାଇଥିବା ମ୍ୟାଚରେ ପାକିସ୍ତାନ ଆୟର୍ଲାଣ୍ଡକୁ ୬ ଉଇକେଟରେ...

ଚିନ୍ମୟ ଏସିଆନ ଟାଏକୋଣ୍ଡୋ ଜାତୀୟ ଦଳର କୋଚ୍‌ ଭାବେ ମନୋନୀତ

ଭଦ୍ରକ,୧୫।୫ (ସନାତନ ରାଉତ): ଭିଏତ୍‌ନାମର ଦାନାଙ୍ଗଠାରେ ଆୟୋଜିତ ଏସିଆନ ଟାଏକୋଣ୍ଡୋ ପ୍ରତିଯୋଗିତା ପାଇଁ ଜାତୀୟ ଦଳର କୋଚ୍‌ ଭାବେ ଓଡ଼ିଶା ଟାଏକୋଣ୍ଡୋର ସମ୍ପାଦକ ଭଦ୍ରକ ଜିଲା...

ଗୋଲ୍ଡେନ୍‌ ବଲ୍‌ ନିଲାମି ରୋକିବାକୁ ଉତ୍ତରାଧିକାରୀଙ୍କ ପ୍ରୟାସ

ପ୍ୟାରିସ୍‌,୧୫ା୫(ପି.ଟି): ଆର୍ଜେଣ୍ଟିନାର ଫୁଟବଲ କିମ୍ବଦନ୍ତୀ ଡିଏଗୋ ମାରାଡୋନାଙ୍କ ଚୋରି ହୋଇଥିବା ଗୋଲ୍ଡେନ୍‌ ବଲ୍‌ର ନିଲାମକୁ ରୋକିବା ପାଇଁ ପ୍ରୟାସ କରିଛନ୍ତି ତାଙ୍କ ଉତ୍ତରାଧିକାରୀ। ୧୯୮୬ରେ ଆର୍ଜେଣ୍ଟିନା...

କୋଚ୍‌ ଦୌଡ଼ରେ ଲକ୍ଷ୍ମଣ, ଲାଙ୍ଗର, ଗମ୍ଭୀର

ନୂଆଦିଲ୍ଳୀ୍‌,୧୫ା୫: ଆସନ୍ତା ଟି୨୦ କ୍ରିକେଟ ବିଶ୍ୱକପ୍‌ ଶେଷ ହେବା ସହ ଭାରତୀୟ ଦଳର ମୁଖ୍ୟ କୋଚ୍‌ ରାହୁଲ ଡ୍ରାଭିଡଙ୍କ କାର୍ଯ୍ୟକାଳ ମଧ୍ୟ ଶେଷ ହେବ। ଡ୍ରାଭିଡ୍‌ଙ୍କ...

ଷ୍ଟବ୍ସ, ପୋରେଲଙ୍କ ଅର୍ଦ୍ଧଶତକ

ନୂଆଦିଲ୍ଲୀ,୧୫ା୫: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ବିପକ୍ଷରେ ଅର୍ଦ୍ଧଶତକ ହାସଲ କରିଛନ୍ତି ଦିଲ୍ଲୀ କ୍ୟାପିଟାଲ୍ସର ଟ୍ରିଷ୍ଟାନ ଷ୍ଟବ୍ସ ଓ ଅଭିଷେକ ପୋରେଲ।...

ମହିଳା ପୋଲ୍‌ଭଲ୍ଟରେ ରୋଜିଙ୍କୁ ସ୍ବର୍ଣ୍ଣ

ଭୁବନେଶ୍ୱର, ୧୫।୫(ତପନ ସ୍ବାଇଁ): କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ୨୭ତମ ଜାତୀୟ ଫେଡେରେଶନ କପ୍‌ ସିନିୟର ଆଥ୍‌ଲେଟିକ୍ସ ଚାମ୍ପିୟନଶିପ୍‌ର ତୃତୀୟ ଦିବସରେ ଅନୁଷ୍ଠିତ ମହିଳା ପୋଲଭଲ୍ଟ ଫାଇନାଲରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri