Posted inଜାତୀୟ

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ କଲା ଇପିଏଫ୍‌ଓ: ଅଧିକ ପେନ୍‌ସନ ବିକଳ୍ପ ବାଛିପାରିବେ କର୍ମଚାରୀ

ନୂଆଦିଲ୍ଲୀ,୧।୧: ସୁପ୍ରିମକୋର୍ଟଙ୍କ ୨୦୨୨ ନଭେମ୍ବର ୪ ରାୟ ଅନୁଯାୟୀ କର୍ମଚାରୀ ଭବିଷ୍ୟନିଧି ସଂଗଠନ (ଇପିଏଫ୍‌ଓ)ର ଯୋଗ୍ୟ ସଦସ୍ୟମାନେ ଉଚ୍ଚତର ପେନ୍‌ସନ ବିକଳ୍ପ ବାଛିପାରିବେ। ଏଥିପାଇଁ ବିକଳ୍ପ ଯୋଗାଇଦେବାକୁ ଇପିଏଫ୍‌ଓ କର୍ତ୍ତୃପକ୍ଷ ଏହାର କ୍ଷେତ୍ରୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଗତ ୨୯ ତାରିଖରେ ପ୍ରକାଶିତ ଇପିଏଫ୍‌ଓ ସର୍କୁଲାର ଅନୁଯାୟୀ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶନାମା କାର୍ଯ୍ୟକାରୀ କରିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ରାୟର ପାରା ୪୪(୯)ରେ ଥିବା ନିର୍ଦ୍ଦେଶାବଳୀ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଲାଗୁ କରିବାକୁ ଫିଲ୍ଡ ଅଫିସରମାନଙ୍କୁ କୁହାଯାଇଛି। ଇପିଏଫ୍‌ଓର ଏହି ନିଷ୍ପତ୍ତିର ବ୍ୟାପକ ପ୍ରଚାର କରାଇବାକୁ ସର୍କୁଲାରରେ କୁହାଯାଇଛି।

୨୦୨୨ ନଭେମ୍ବରରେ ସୁପ୍ରିମକୋର୍ଟ କର୍ମଚାରୀ ପେନ୍‌ସନ (ସଂଶୋଧନ) ଯୋଜନା, ୨୦୧୪କୁ କାଏମ ରଖିଥିଲେ। ୨୦୧୪ ଅଗଷ୍ଟ ୨୨ରେ କାର୍ଯ୍ୟକାରୀ ହୋଇଥିବା ଇପିଏସ୍‌ ସଂଶୋଧନ ଅନୁଯାୟୀ ପେନ୍‌ସନ ଯୋଗ୍ୟ ମାସିକ ବେତନ ସୀମା ୬,୫୦୦ରୁ ୧୫,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଥିଲା। କର୍ମଚାରୀ ଏବଂ ନିଯୁକ୍ତିଦାତା ପ୍ରକୃତ ବେତନର ୮.୩୩ ପ୍ରତିଶତ ଇପିଏଫ୍‌ରେ ଯୋଗଦାନ ଲାଗି ବ୍ୟବସ୍ଥା କରାଯାଇଥିଲା। ସଂଶୋଧିତ ଯୋଜନା ଚୟନ ଲାଗି ସେତେବେଳେ ସମସ୍ତ ଇପିଏସ୍‌ ସଦସ୍ୟଙ୍କୁ ୬ ମାସ ସମୟ ଦିଆଯାଇଥିଲା। ଇପିଏସ୍‌-୯୫ ଅଧୀନରେ ଅଧିକ ପେନ୍‌ସନ ବିକଳ୍ପ ଚୟନ କରିବା ଲାଗି ସର୍ବୋଚ୍ଚ ଅଦାଲତ ଯୋଗ୍ୟ ସଦସ୍ୟମାନଙ୍କୁ ଆଉ ୪ ମାସ ସମୟ ଦେଇଥିଲେ। ସଂଶୋଧିତ ଯୋଜନା ଅନୁଯାୟୀ ମାସିକ ୧୫,୦୦୦ ଟଙ୍କା ପରେ ଅଧିକ ବେତନ ଲାଗି କର୍ମଚାରୀଙ୍କୁ ବେତନର ୧.୧୬ ପ୍ରତିଶତ ଯୋଗଦାନ ଦେବାକୁ ହେବ। ଏହାଦ୍ୱାରା ସମ୍ପୃକ୍ତ ସଦସ୍ୟ ଇପିଏଫ୍‌କୁ ଅଧିକ ଯୋଗଦାନ ଦେବା ସହ ଅଧିକ ପେନ୍‌ସନ ଓ ଅନ୍ୟାନ୍ୟ ସୁବିଧା ପାଇପାରିବେ। ଏଥିପାଇଁ ଯୋଗ୍ୟ ସଦସ୍ୟ ସେମାନଙ୍କ ନିଯୁକ୍ତିଦାତାଙ୍କ ସହ ମିଳିତ ଭାବେ ବର୍ଦ୍ଧିତ ସୁବିଧା ପାଇଁ ଆବେଦନ କରିବାକୁ ହେବ।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ବଦଳିଲା MGNREGA ନାଁ

ଭୁବନେଶ୍ୱର,୧୨।୧୨: କେନ୍ଦ୍ର ସରକାର ଶୁକ୍ରବାର ପୁଣି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ସରକାର MGNREGA ନାଁ ବଦଳାଇ ପୂଜ୍ୟ ବାପୁ ଗ୍ରାମୀଣ ରୋଜଗାର ଯୋଜନା(Pujya...

ରାହୁଲଙ୍କ ବୈଠକରେ ଥରୁର ଅନୁପସ୍ଥିତ: ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ,୧୨।୧୨: କଂଗ୍ରେସ ଏମ୍‌ପି ଶଶି ଥରୁର ଶୁକ୍ରବାର ରାହୁଲ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଦଳର ଲୋକ ସଭା ଏମ୍‌ପି ବୈଠକରେ ଯୋଗ ଦେଇ ନ ଥିଲେ।...

‘ଧମକ ସେହିମାନେ ଦିଅନ୍ତି, ଯେଉଁମାନେ…’, SIR ବିରୋଧରେ ମମତାଙ୍କ ବୟାନକୁ ନେଇ ଭାଜପା ଖପ୍ପା!

ନୂଆଦିଲ୍ଲୀ/କୋଲକାତା,୧୨।୧୨: ପଶ୍ଚିମବଙ୍ଗରେ SIR ଉପରେ ଚାଲିଥିବା ବିବାଦ ମଧ୍ୟରେ, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବିବୃତ୍ତି ଦେଇ ରାଜନୈତିକ ବିବାଦକୁ ଆହୁରି ବଢ଼ାଇ ଦେଇଛନ୍ତି। ଗୁରୁବାର...

ଆସନ୍ତା ୭ ଦିନ ହେବ ବର୍ଷା! ୫୫ କିଲୋମିଟର ବେଗରେ ବହିବ ପବନ

ଚେନ୍ନାଇ,୧୨।୧୨: ତାମିଲନାଡୁରେ ଉତ୍ତର-ପୂର୍ବ ମୌସୁମୀ ବାୟୁ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଅକ୍ଟୋବର ୧୬ରେ ଆରମ୍ଭ ହୋଇଥିବା ଉତ୍ତର-ପୂର୍ବ ମୌସୁମୀ ବାୟୁ ନଭେମ୍ବରରେ ନିରାଶାଜନକ ଥିଲା। ତଥାପି,...

ଅଶ୍ୱିନୀ ବୈଷ୍ଣବ ବଡ଼ ଘୋଷଣା: କୃଷକ ହେବେ….

ନୂଆଦିଲ୍ଲୀ,୧୨।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଶୁକ୍ରବାର ତିନୋଟି ପ୍ରମୁଖ ନିଷ୍ପତ୍ତି ନେଇଛି। କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ୨୦୨୭...

ଲୋକପ୍ରିୟ ଗାୟକ ଜୁବିନ ମୃତ୍ୟୁ ମାମଲା: ଚାର୍ଜସିଟ ଦାଖଲ କଲା STF

ଗୌହାଟି,୧୨।୧୨: ଲୋକପ୍ରିୟ ଗାୟକ ଜୁବିନ ଗର୍ଗ ମୃତ୍ୟୁ ମାମଲାର ଶୁକ୍ରବାର ଚାର୍ଜସିଟ ଦାଖଲ କରାଯାଇଛି। ମୃତ୍ୟୁର ୩ ମାସ ପରେ ଆସାମ ପୋଲିସ STF ଗୌହାଟୀ...

ଓଡ଼ିଶା ଆସିବେ CJI: ପ୍ରଥମ ଥର ପାଇଁ…

ଭୁବନେଶ୍ୱର,୧୨।୧୨: ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ ଆସନ୍ତା ରବିବାର ଓଡ଼ିଶା ଆସିବେ । CJI ଭାବେ ଶପଥ ଗ୍ରହଣ କରିବା ପରେ ପ୍ରଥମ ଥର...

୧୦,୦୦୦ ଟଙ୍କା ହେଉ କି ୧ ଲକ୍ଷ ଟଙ୍କା ଦିଅ, ଜଣେ ମୁସଲିମ ଭୋଟର ମୋତେ କେବେ ବାଛିବେ ନାହିଁ: ହିମନ୍ତ ଶର୍ମା

ନୂଆଦିଲ୍ଲୀ,୧୨ା୧୨: ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଦୃଢ଼ତାର ସହ କହିଛନ୍ତି ଯେ ରାଜ୍ୟରେ ସରକାରୀ ଯୋଜନା କିମ୍ବା ଆର୍ଥିକ ପ୍ରୋତ୍ସାହନ ଅପେକ୍ଷା ବିଚାରଧାରା ଭୋଟ୍...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri