ରକ୍ଷକ ଯଦି ଭକ୍ଷକ ହୁଏ

ବିମଳ ପ୍ରସନ୍ନ ଦାସ

 

ଆଉ କେତୋଟି ଦିନ ପରେ ବର୍ଷ ୨୦୨୨ ବିଦାୟ ନେବ। ମାତ୍ର ସମୟର ବାଲୁକାରେ କେତେ ଘଟଣା, ଅଘଟଣ, ଦୁର୍ଘଟଣାର ଅଲିଭା ପଦଚିହ୍ନ ଛାଡ଼ିଯିବ। ସେଥି ମଧ୍ୟରୁ ଐତିହ୍ୟ ପ୍ରାଣୀ ଗଜରାଜ-ଯିଏ ଆମ ଶ୍ରୀଜଗନ୍ନାଥ ସଂସ୍କୃତିର ଅବିଚ୍ଛେଦ୍ୟ ଅଙ୍ଗ, ତା’ ପାଇଁ ୨୦୨୨ ଅଭିଶାପର ବର୍ଷ। ଆହୁରି ଦୁଃଖଦ ଯେ ଆମେ ମଣିଷମାନେ ନିଜ ସଂସ୍କୃତିକୁ ତୁଚ୍ଛ କରି ଅଥର୍ର୍ ଲୋଭରେ ଦନ୍ତାହାତୀକୁ ଖୋଜି ଖୋଜି ଶିକାର କରୁଛୁ। ଶିକାରୀମାନଙ୍କଠାରୁ ହାତୀକୁ କିଭଳି ରକ୍ଷା କରାଯାଇପାରିବ ସେ ସମ୍ପର୍କରେ ସରକାରଙ୍କୁ ବୁଦ୍ଧିବାଟ ଦିଶୁ ନ ଥିବାବେଳେ ଖୋଦ୍‌ ବନ କର୍ମଚାରୀ (ରକ୍ଷକ) ଶିକାରୀଙ୍କ ସହଯୋଗୀ ହୋଇ (ଭକ୍ଷକ) ପାଲଟି ଯାଇଛନ୍ତି; ଯାହା ଶିମିଳିପାଳ ହାତୀ ହତ୍ୟା ଘଟଣାରୁ ଅତି ସ୍ପଷ୍ଟ ଭାବେ ପ୍ରମାଣିତ ହୋଇଛି।
ଏହାକୁ ଅତି ସ୍ପର୍ଶକାତର ମନେକରି ହାଇକୋର୍ଟ ଗତ ୧୩ା୧୨ା୨୦୨୨ରେ ଜରୁରିକାଳୀନ ଶୁଣାଣି କରିଛନ୍ତି। ଓଡ଼ିଶାର ହାତୀଙ୍କ ପାଇଁ ବୋଧହୁଏ ଏହା ସବୁଠୁ ଖରାପ ବର୍ଷ ବୋଲି ହାଇକୋର୍ଟର ମୁଖ୍ୟ ବିଚାରପତି ଏସ୍‌. ମୁରଲୀଧର କହିଛନ୍ତି। ଏ ଯାବତ୍‌ ରାଜ୍ୟରେ ୬୧(ଏକଷଠି) ହାତୀଙ୍କ ଅକାଳ ମୃତ୍ୟୁ ହୋଇଥିବା ତାଙ୍କୁ ଆହତ କରିଛି।
ଶିମିଳିପାଳରେ ହନ୍ତାହତୀକୁ ହତ୍ୟାକରି ତା’ର ଦାନ୍ତକାଟି ଓ ସେ ହାତୀକୁ ପୋଡ଼ି ପ୍ରମାଣ ନଷ୍ଟ କରିବା ପରି ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ପ୍ରାଣୀପ୍ରେମୀ ଓ ପରିବେଶବିତ୍‌ମାନେ ଏ ସମ୍ପର୍କରେ କ୍ଷୋଭ ପ୍ରକାଶ କରିଛନ୍ତି। ହାଇକୋର୍ଟ ମଧ୍ୟ ଜଏଣ୍ଟ ଟାସ୍କ ଫୋର୍ସ କମିଟିର ମୁଖ୍ୟ ତଥା ପିସିସିଏଫ୍‌ (ବନ୍ୟପ୍ରାଣୀ)ଙ୍କୁ ଭର୍ତ୍ସନା କରିଛନ୍ତି, ୩(ତିନିଜଣ) ବନ କର୍ମଚାରୀଙ୍କୁ ନିଲମ୍ବିତ କରି ବନବିଭାଗ ଦାୟିତ୍ୱ ସାରି ଦେଇଥିବାବେଳେ ସେମାନଙ୍କ ବିରୋଧରେ କାହିଁକି ମାମଲା ରୁଜୁ ହୋଇନାହିଁ ବୋଲି ମାନ୍ୟବର ହାଇକୋର୍ଟ ପ୍ରଶ୍ନ ଉଠାଇଛନ୍ତି। ଏ ସମ୍ପର୍କରେ ଆସନ୍ତା ୨୨ା୦୧ା୨୦୨୩ରେ ଶୁଣାଣି ହେବ।
ଅନ୍ୟପକ୍ଷରେ ହାଇକୋର୍ଟଙ୍କ ଆଦେଶ ପରେ ଏସବୁ ମାମଲା ନୂଆମୋଡ଼ ନେବାର ସମ୍ଭାବନା ରହିଛି। ଜେଟିଏଫ୍‌ ମୁଖ୍ୟ ତଥା ପିସିସିଏଫ୍‌ (ବନ୍ୟପ୍ରାଣୀ) ହାଇକୋର୍ଟଙ୍କ ଆଗରେ ଉତ୍ତର ରଖିଲେ ଓ ମାନବସମ୍ବଳ ତଥା ଟେକ୍‌ନୋଲୋଜି ଅଭାବ ଆଦି ସମ୍ପର୍କରେ ଦର୍ଶାଇଲେ। ଏ ନେଇ ବ୍ୟବସ୍ଥା କରିବା ଦିଗରେ ରାଜ୍ୟ ସରକାରଙ୍କୁ ଜଣାଇ ଭିିତ୍ତିଭୂମି ସୁଦୃଢ଼ କରିବାକୁ ହାଇକୋର୍ଟ କହିବା ସହ ହାତୀମୃତ୍ୟୁ ରୋକିବା ସୁନିଶ୍ଚିତ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଲେ। ପିସିସିଏଫ୍‌ ସ୍ବୀକାର କଲେ ଯେ ବନକର୍ମଚାରୀମାନେ ମୃତହାତୀଙ୍କୁ ପୋଡ଼ି ପାଉଁଶ ନାଳରେ ଭସାଇ ଦେଇଛନ୍ତି। ନିଲମ୍ବିତ ତିନିଜଣ ବନକର୍ମଚାରୀଙ୍କ ବିରୋଧରେ ମାମଲା ମଧ୍ୟ ରୁଜୁ କରାଯିବ।
ମାନ୍ୟବର ହାଇକୋର୍ଟଙ୍କ ଆଦେଶ ପରେ କେତେକ ଚର୍ଚ୍ଚିତ ମାମଲାରେ ନୂଆମୋଡ଼ ନେବାର ସମ୍ଭାବନା ଦେଖାଦେଇଛି। ନରସିଂହପୁର ୱେଷ୍ଟ ରେଞ୍ଜର ବାରାସିଂଘା ବିଟ୍‌ରେ ହାତୀକୁ ଜେସିବି ଲଗେଇ ମାଟି ଖୋଳି ପୋତିବା ଅପରାଧରେ ତତ୍କାଳୀନ ରେଞ୍ଜର, ଫରେଷ୍ଟର ଓ ଫରେଷ୍ଟ ଗାର୍ଡକୁ କେବଳ ନିଲମ୍ବନ କରାଯାଇଥିଲା। ବର୍ତ୍ତମାନ ସେ ୩ଜଣ ଗିରଫ ହେବେ ଯଦି ହାଇକୋର୍ଟଙ୍କ ଆଦେଶ ଠିକ୍‌ ଭାବରେ ପାଳନ ହୁଏ, କାରଣ ସେମାନେ ସରକାରୀ କର୍ମଚାରୀ ହୋଇ ମଧ୍ୟ ଏକ ଅପରାଧକୁ ଲୁଚାଇବାକୁ ଯାଇ ପ୍ରମାଣ ନଷ୍ଟ କରିଥିଲେ। ଅନୁରୂପ ଭାବରେ ସମ୍ବଲପୁର ଡିଭିଜନରେ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଯାଇ ଦୁଇ ଦୁଇଟି ହାତୀକଙ୍କାଳ ପୋଡ଼ା ଯାଇଥିବା ପର୍ଦ୍ଦାଫାଶ କରିଥିଲା। ମାତ୍ର ଛଅମାସ ବିତିଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ କରାଯାଇନାହିଁ। ହାଇକୋର୍ଟଙ୍କ ରାୟ ପରେ ଏ ଦିଗରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ।
ସ୍ଥାନୀୟ ଡିଏଫ୍‌ଓଙ୍କୁ ବାଦଦେଇ ଏକ ନିରପେକ୍ଷ ତଦନ୍ତକାରୀ ସଂସ୍ଥା ଦ୍ୱାରା ତଦନ୍ତ କରାଇବା ପାଇଁ ବନ୍ୟପ୍ରାଣୀ ବିଶେଷଜ୍ଞମାନେ ଦାବି କରୁଛନ୍ତି। କେବଳ ନିଲମ୍ବନ ଏପରି ଅପରାଧକୁ ନିଷେଧ କରିପାରିବ ନାହିଁ। କିଛିଦିନ ପରେ ନିଲମ୍ବିତ କର୍ମଚାରୀମାନେ ଚାକିରିକୁ ଫେରିବେ ଓ ପୁଣି ଏ ପ୍ରକାର ଅପରାଧ ଅବାଧରେ ଚାଲିବ। ଏ ସମ୍ପର୍କରେ ଖୋର୍ଦ୍ଧା ଜିଲାର ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି, ମାନ୍ୟବର ହାଇକୋର୍ଟଙ୍କ ରାୟ ସାରା ରାଜ୍ୟ ପାଇଁ ପ୍ରଯୁଜ୍ୟ ହୋଇଥିବାରୁ ସମ୍ବଲପୁର ଡିଏଫ୍‌ଓଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯାଉ। ପୂର୍ବତନ ପିସିସିଏଫ୍‌ ଡ. ବିଜୟ କେତନ ପଟ୍ଟନାୟକଙ୍କ ପରାମର୍ଶ ‘ହାତୀ ପାଇଁ ହାତଟିଏ’ ଅତ୍ୟନ୍ତ ପ୍ରଣିଧାନଯୋଗ୍ୟ। ଗଜରାଜ ବଞ୍ଚତ୍ ରହୁ ଓ ଶିକାରୀ ରୂପୀ କୁମ୍ଭୀରମାନଙ୍କର ତୁରନ୍ତ ବିଚାର ହେଉ- ଏତିକି ନୂଆବର୍ଷରେ ପ୍ରାର୍ଥନା।
ମୋ :୯୪୩୮୧୮୬୨୨୬


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ବାଂଲାଦେଶ ପରେ ବର୍ମା

ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ଅଚିହ୍ନା...

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri