Odisha Elections 2024
Posted inଜାତୀୟ

ତିବ୍ବତ ଏୟାରବେସ୍‌ରେ ଡ୍ରୋନ୍‌, ଯୁଦ୍ଧବିମାନ ମହଜୁଦ

ନୂଆଦିଲ୍ଲୀ,୨୦ା୧୨:ଚାଇନାର ପ୍ରାୟ ୩୦୦ ସୈନ୍ୟ ଗତ ୯ ତାରିଖରେ ଅରୁଣାଚଳ ପ୍ରଦେଶର ତାଓ୍ବଙ୍ଗ୍‌ରେ ପ୍ରବେଶ କରି ଉକ୍ତ ଅଞ୍ଚଳକୁ ନିଜର ବୋଲି ଦାବି କରିଥିଲେ। ଭାରତୀୟ ସେନା ଏହାକୁ ବିରୋଧ କରିବାରୁ ଉଭୟଙ୍କ ମଧ୍ୟରେ ସଂଘର୍ଷ ଘଟି ଅନେକ ସୈନ୍ୟ ଆହତ ହୋଇଥିଲେ। ସଂଘର୍ଷ ପରେ ଚାଇନା ସୈନ୍ୟ ଫେରିଯାଇଥିଲେ ହେଁ ପୁନର୍ବାର ଆକ୍ରମଣ ପାଇଁ ପ୍ରସ୍ତୁତି ଚଳାଇଥିବା ଜଣାପଡ଼ିଛି। ତିବ୍ବତୀୟ ଏୟାରବେସ୍‌ଗୁଡ଼ିକରେ ଚାଇନା ବହୁସଂଖ୍ୟାରେ ଡ୍ରୋନ୍‌ ଏବଂ ଲଢ଼ୁଆ ବିମାନ ଠୁଳ କରିଥିବା ହାଇରିଜଲ୍ୟୁଶନ ସାଟେଲାଇଟ୍‌ ଚିତ୍ରରୁ ଜଣାପଡ଼ିଛି।
ସୀମାରେ ଚାଇନା ବିମାନ ଓ ଡ୍ରୋନ୍‌ ପଇଁତରା ବଢ଼ିବାରୁ ଅରୁଣାଚଳ ପ୍ରଦେଶ ଉପରେ ଭାରତୀୟ ବାୟୁସେନା ଏୟାର ପାଟ୍ରୋଲ ଆରମ୍ଭ କରିଛି। କିଛିଦିନ ପୂର୍ବରୁ ଅରୁଣାଚଳ ଉପରେ ଭାରତୀୟ ବାୟୁସୀମା ଲଂଘନ କରିଥିବା ଚାଇନାର ଦୁଇଟି ଯୁଦ୍ଧବିମାନକୁ ଭାରତୀୟ ଯୁଦ୍ଧବିମାନ ତଡ଼ିଥିଲା। ଅରୁଣାଚଳ ପ୍ରଦେଶଠାରୁ ୧୫୦ କିଲୋମିଟର ଉତ୍ତର-ପୂର୍ବରେ ଅବସ୍ଥିତ ଚାଇନାର ବାଙ୍ଗ୍‌ଡ଼ା ଏୟାରବେସ୍‌ର ସାଟେଲାଇଟ୍‌ ଚିତ୍ର ଏକ ଗଣମାଧ୍ୟମର ହସ୍ତଗତ ହୋଇଛି। ସେଠାରେ ଚାଇନାର ଅତ୍ୟାଧୁନିକ ଡବ୍ଲ୍ୟୁଜେଡ୍‌- ‘ସୋରିଙ୍ଗ୍‌ ଡ୍ରାଗନ’ ଡ୍ରୋନ୍‌ ମହଜୁଦ ରହିଥିବା ଦେଖାଯାଇଛି। ଏହି ଡ୍ରୋନ୍‌ଗୁଡ଼ିକ ୧୦ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ନ ଅଟକି ଉଡ଼ିପାରିବ। ଗୋଇନ୍ଦା, ସାମରିକ ପର୍ଯ୍ୟବେକ୍ଷଣ ଓ ତଦାରଖ ଲାଗି ଏହି ଡ୍ରୋନ୍‌କୁ ଡିଜାଇନ୍‌ କରାଯାଇଛି। ଏହା ଶତ୍ରୁପକ୍ଷର ଗତିବିଧି ଏବଂ ମିଶାଇଲ୍‌ ଟାର୍ଗେଟ ସ୍ଥଳ ସମ୍ପର୍କରେ ଚାଇନାକୁ ତଥ୍ୟ ପ୍ରେରଣ କରିପାରିବ। ଭାରତ ପାଖରେ ଏଭଳି ଡ୍ରୋନ୍‌ ନାହିଁ। ଏଭଳି ଡ୍ରୋନ୍‌ ଓ ଯୁଦ୍ଧବିମାନ ମହଜୁଦ ରଖିବା ଘଟଣାରୁ ଚାଇନା ଏକ ସକ୍ରିୟ ତଥା ପୂର୍ଣ୍ଣ କାର୍ଯ୍ୟକ୍ଷମ ନେଟ୍‌ଓ୍ବର୍କ ପରିବେଶ ସୃଷ୍ଟି କରୁଥିବାର ସୂଚନା ଦେଉଛି। ଅକ୍ସାଇ ଚୀନ୍‌ ଏବଂ ଉତ୍ତରପୂର୍ବାଞ୍ଚଳରେ ଥିବା ମାକ୍‌ମହୋନ ଲାଇନ ଅଞ୍ଚଳ ପାଇଁ ଏହା ଏକ ସପୋର୍ଟ ମିଶନ ବୋଲି ବାୟୁସେନାର ପୂର୍ବତନ ପାଇଲଟ ତଥା ନ୍ୟୁସ୍ପେସ୍‌ କମ୍ପାନୀର ମୁଖ୍ୟ ସମୀର ଜୋଷୀ କହିଛନ୍ତି।
ଗତ ନଭେମ୍ବର ୨୭ରେ ଚାଇନା ଶିଗାତ୍‌ସେ ଏୟାରପୋର୍ଟରେ ୧୦ଟି ଫ୍ଲାଙ୍କର ଟାଇପ୍‌ ଯୁଦ୍ଧବିମାନ ସହ କେଜି-୫୦୦ ଏୟାରକ୍ରାଫ୍ଟ ମୁତୟନ କରିଥିଲା। ବାଙ୍ଗ୍‌ଡା ଏୟାରବେସ୍‌ ଫ୍ଲାଇଟ୍‌ଲାଇନରେ ଦୁଇଟି ଫ୍ଲାଙ୍କର ଟାଇପ୍‌ ଯୁଦ୍ଧବିମାନ ରହିଥିବା ଡିସେମ୍ବର ୧୪ର ସାଟେଲାଇଟ୍‌ ଫଟୋରେ ଦେଖିବାକୁ ମିଳିଥିଲା। ଗତ ସପ୍ତାହରେ ଅରୁଣାଚଳ ପ୍ରଦେଶରେ ଭାରତୀୟ ବାୟୁସେନା ଯୁଦ୍ଧାଭ୍ୟାସ ଚଳାଇଥିବାବେଳେ ଚାଇନା ଏହା ଉପରେ ନଜର ରଖିବା ଲାଗି ଉଦ୍ୟମ କରିଥିଲା ବୋଲି ବାଙ୍ଗ୍‌ଡା ଚିତ୍ରରୁ ସ୍ପଷ୍ଟ ସୂଚନା ମିଳୁଛି।
୨୦୨୦ରୁ ଭାରତ ସହ ଚାଇନାର ସୀମା ବିବାଦ ବଢ଼ିଛି। ସେବେଠାରୁ ଚାଇନା ସୀମାନ୍ତ ଅଞ୍ଚଳରେ ଏହାର ଏୟାରବେସ୍‌ ଏବଂ ଲଢ଼ୁଆ ବିମାନ, ଡ୍ରୋନ୍‌, ଇଲେକ୍ଟ୍ରୋନିକ୍‌ ଯୁଦ୍ଧାସ୍ତ୍ର ଏବଂ ପର୍ଯ୍ୟବେକ୍ଷଣ ଉପକରଣ ବଢ଼ାଇବାରେ ଲାଗିଛି। ତିବ୍ବତ ହେଲିପୋର୍ଟରେ ବେଜିଂ ବିପୁଳ ପରିମାଣର ଏୟାର ଡିଫେନ୍ସ ମହଜୁଦ ରଖିବା ସହ ସୀମାରେ ରେଳଲାଇନ ଓ ଭିତ୍ତିଭୂମି ନିର୍ମାଣ ବଢ଼ାଇ ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏ ଦୁଃଖଦ ସମୟରେ ଇରାନ ସହ ଅଛି ଭାରତ: ଶୋକପ୍ରକାଶ କଲେ ମୋଦି

ନୂଆଦିଲ୍ଲୀ,୨୦।୫: ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି। ଇବ୍ରାହିମଙ୍କ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ସେ ଏଥିରେ ମୃତ୍ୟୁବରଣ...

ଦେଶବାସୀଙ୍କୁ ଏମିତି ଅପିଲ୍‌ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୦।୫: ଲୋକ ସଭା ନିର୍ବାଚନରେ ପଞ୍ଚମ ପର୍ଯ୍ୟାୟରେ ମତଦାନ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୋଟରଙ୍କୁ ନିବେଦନ କରିଛନ୍ତି। ସେ ଲୋକମାନଙ୍କୁ ନିବେଦନ କରି କହିଛନ୍ତି,...

ଶ୍ରୀମନ୍ଦିରରେ ମୋଦି

ପୁରୀ,୨୦ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଶ୍ରୀମନ୍ଦିରରେ ପହଞ୍ଚିଛନ୍ତି।  ପ୍ରଧାନମନ୍ତ୍ରୀ ପ୍ରଥମେ ଗରୁଡ଼ ସ୍ତମ୍ଭ ନିକଟରେ ଦୀପ ଦାନ କରି ଭିତରକୁ ପ୍ରବେଶ କରିଛନ୍ତି। ଏହି...

ବୃଦ୍ଧଙ୍କୁ ଉଲଗ୍ନ କରି ବାଇକ୍‌ରେ ଘୋଷାଡ଼ିଲେ ନେଲେ, ଆଉ ତାପରେ…

ଗରହ୍ବା,୧୯ା୫: ଝାଡ଼ଖଣ୍ଡର ଗରହ୍ବା ଜିଲାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋରୁ ଚୋରାଚାଲାଣ ସନ୍ଦେହରେ ଜଣେ ୬୦ ବର୍ଷୀୟ ବୃଦ୍ଧଙ୍କୁ ଉଲଗ୍ନ କରି ବାଇକ୍‌ରେ...

ମୁମ୍ବାଇ ନିର୍ବାଚନ ପୂର୍ବରୁ ଶାହାରୁଖଙ୍କ ବିଶେଷ ଅପିଲ

ମୁମ୍ବାଇ,୧୯।୫: ୨୦୨୪ ଲୋକ ସଭା ନିର୍ବାଚନର ପର୍ଯ୍ୟାୟ ଚାଲିଛି। ୨୦ ମେ’ ୨୦୨୪ରେ ମୁମ୍ବାଇରେ ଭୋଟିଂ ଅନୁଷ୍ଠିତ ହେବ। ଏହାପୂର୍ବରୁ ଅନେକ ସେଲିବ୍ରିଟି ଯେମିତିକି ବଲିଉଡର...

ଜୟରାମ ଠାକୁରଙ୍କ ତୃତୀୟ ଫିଲ୍ମ ‘କଙ୍ଗନା ମଣ୍ଡି କେ ଅଙ୍ଗନା’ ବି ହେବ ଫ୍ଲପ: ମୁଖ୍ୟମନ୍ତ୍ରୀ ସୁଖୁ

ଶିମଲା,୧୯୧।୫: ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ବିଲାସପୁରର ଜଗତଖାନା ଠାରେ ନିର୍ବାଚନ ପ୍ରଚାର କରିଥିଲେ। ସେ ହମିରପୁର ଆସନରୁ ଲୋକ ସଭା ପ୍ରାର୍ଥୀ ସତ୍ୟପାଲ ସିଂ...

ମୁଁ କେବେ ଏତେ ମୁଛୁଆ ଲୋକ ଦେଖି ନାହିଁ: ମୋଦିଙ୍କୁ ଟାର୍ଗେଟ କଲେ ଦିଗବିଜୟ

ନୂଆଦିଲ୍ଲୀ,୧୯।୫: ମଧ୍ୟପ୍ରଦେଶରେ ହେବାକୁ ଥିବା ଲୋକ ସଭା ନିର୍ବାଚନ ପାଇଁ ମତଦାନ ସମସ୍ତ ୨୯ ଟି ଆସନରେ ଚାରିଟି ପର୍ଯ୍ୟାୟରେ ଶେଷ ହୋଇଛି। ସେପଟେ ପୂର୍ବତନ...

ପଞ୍ଚମ ପର୍ଯ୍ୟାୟରେ ରାହୁଲ ଗାନ୍ଧୀ, ରାଜନାଥ ସିଂ, ସ୍ମୃତି ଇରନୀଙ୍କ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ,୧୯।୫: ଲୋକ ସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟ ପାଇଁ ଭୋଟ ସୋମବାର (୨୦ ମେ’) ରେ ହେବ। ଏହି ପର୍ଯ୍ୟାୟରେ ଆଠଟି ରାଜ୍ୟରେ ୪୯ ଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri