କେନ୍ଦ୍ର କ୍ୟାବିନେଟରେ ମଞ୍ଜୁରୀ;ରାଜ୍ୟ ଯୋଜନାରେ ସାମିଲ ହୋଇପାରିବ ଆଧାର

ନୂଆଦିଲ୍ଲୀ,୨୫-୭: କେନ୍ଦ୍ର କ୍ୟାବିନେଟ ବୁଧବାର ଆଧାର ଏବଂ ଅନ୍ୟ ଆଇନ ସଂଶୋଧନ ବିଲ୍‌ ୨୦୧୯କୁ ଅନୁମୋଦନ କରିଛନ୍ତି। ଏହି ଆଇନରେ ଏକ ବ୍ୟବସ୍ଥା ଯୋଡାଯାଇଛି। ତଦନୁଯାୟୀ ଆଧାର ତଥ୍ୟକୁ ରାଜ୍ୟ ଯୋଜନା ଏବଂ ସବ୍‌ସିଡି ପ୍ରଦାନ ଲାଗି ବ୍ୟବହାର କରାଯାଇପାରିବ।
କ୍ୟାବିନେଟର ଏହି ସଂଶୋଧନ ଦ୍ୱାରା ରାଜ୍ୟ ସରକାରଗୁଡ଼ିକ ନିଜର କନ୍‌ସୋଲିଡେଟେଡ ଫଣ୍ଡ ଦ୍ୱାରା ପରିଚାଳିତ ଯୋଜନାଗୁଡ଼ିକରେ ଆଧାରକୁ ବ୍ୟବହାର କରିପାରିବେ। ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ବୁଧବାର ଏଠାରେ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି ଯେ, ଦୀର୍ଘଦିନ ହେଲା ରାଜ୍ୟଗୁଡିକ ନିଜ ଯୋଜନାରେ ଆଧାର ବ୍ୟବହାର ଲାଗି ଦାବି କରିଆସୁଥିଲେ। କେନ୍ଦ୍ର ସରକାରଙ୍କ ଠାରୁ ସିଧାସଳଖ ପାଣ୍ଠି ଆସୁଥିବା ଯୋଜନାଗୁଡ଼ିକରେ ଆଧାର ବ୍ୟବହାର କରାଯାଇପାରିବ ବୋଲି ସୁୁପ୍ରିମକୋର୍ଟ ତାଙ୍କ ରାୟରେ ଦର୍ଶାଇଥିଲେ। କେନ୍ଦ୍ର ସରକାର ଯେପରି କେନ୍ଦ୍ରୀୟ ପାଣ୍ଠିରୁ ଲାଭାର୍ଥତ୍ଙ୍କୁ ସବ୍‌ସିଡି ପ୍ରଦାନ କରୁଛନ୍ତି, ଠିକ୍‌ ସେହିପରି ରାଜ୍ୟଗୁଡ଼ିକ ଆଧାର ବ୍ୟବହାର କରି ସବ୍‌ସିଡି ପ୍ରଦାନ କରିପାରିବେ। ଏଥିପୂର୍ବେ ଚଳିତ ମାସରେ ଆଧାର ସଂଶୋଧନ ବିଲ୍‌କୁ ପାର୍ଲାମେଣ୍ଟରେ ଅନୁମୋଦନ କରାଯାଇସାରିଛି। ଏହି ସଂଶୋଧନ ଜରିଆରେ ମୋବାଇଲ ଫୋନ ଲାଗି ସିମ୍‌ ନେବା ଏବଂ ନୂଆ ବ୍ୟାଙ୍କ ଖାତା ଖୋଲିବାରେ ଆଧାର ବ୍ୟବହାର କରାଯାଇପାରିବ। ବୁଧବାର ଆଧାର ଆଇନରେ ଆଉ ଏକ ସଂଶୋଧନ ହୋଇଛି। ଏହାଦ୍ୱାରା ରାଜ୍ୟଗୁଡ଼ିକ ଏହାକୁ ବ୍ୟବହାର କରିବା ଲାଗି କ୍ଷମତା ପାଇବେ। ଜଣେ ସରକାରୀ ଅଧିକାରୀ କହିଛନ୍ତି ଯେ, ବିଲ୍‌କୁ ପାର୍ଲାମେଣ୍ଟରେ ଉପସ୍ଥାପନ କରିବା ପରେ ସମ୍ପୃକ୍ତ ସଂଶୋଧନକୁ ଯୋଡାଯାଇଛି। ଏପରି ସ୍ଥିତିରେ କ୍ୟାବିନେଟ ଦେଇଥିବା ମଞ୍ଜୁରୀକୁ ପରେ ଦିଆଯାଇଥିବା ସହମତି ଭଳି ମନେ କରାଯିବ। ସଂଶୋଧିତ ବିଲ୍‌ରେ ଏକ ନୂଆ ଧାରା ୫ଏ ଯୋଡାଯାଇଛି। ବିଲ୍‌ର ଧାରା ୭ରେ କେନ୍ଦ୍ରର ‘ଏକୀକୃତ ପାଣ୍ଠି’ ସହିତ ରାଜ୍ୟଗୁଡ଼ିକର ‘ଏକୀକୃତ ପାଣ୍ଠି’ ଶବ୍ଦକୁ ଯୋଡାଯାଇଛି। ଜାଭଡେକର କହିଛନ୍ତି ଯେ, ବର୍ତ୍ତମାନ ଦେଶରେ ୧୨୮ କୋଟି ପଞ୍ଜୀକୃତ ଆଧାର କାର୍ଡ ରହିଛି। ରାଜ୍ୟ ସରକାରଗୁଡ଼ିକ ଆଧାର କାର୍ଡ ବ୍ୟବହାର କରି ନିଜର ଯୋଜନାର ଲାଭାର୍ଥତ୍ଙ୍କୁ ସବ୍‌ସିଡି ଦେବା ଦ୍ୱାରା ଜାଲ୍‌ ଲାଭାର୍ଥତ୍ ହଟିଯିବେ।


Enter your email to get our daily news in your inbox.

All Right Reserved By Dharitri.Com

ଡିସେମ୍ୱର ୩୧ ସୁଦ୍ଧା ସାରି ନିଅନ୍ତୁ ଏସବୁ କାମ, ନ ହେଲେ ସହିବେ ବଡ଼ କ୍ଷତି!

ନୂଆଦିଲ୍ଲୀ,୧୯।୧୨: ୨୦୨୫ ମସିହାର ଶେଷ ମାସ ଡିସେମ୍ୱର ମାସ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଜି ଡିସେମ୍ୱର ୧୯ ତାରିଖ, ଅର୍ଥାତ ବର୍ଷ ଶେଷ ହେବାକୁ...

କେବେ ବୃଦ୍ଧି ହେବ ଦରମା ଆଉ କେତେ ବୃଦ୍ଧି ହେବ? ଅଷ୍ଟମ ବେତନ କମିଶନରକୁ ନେଇ ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୧୯।୧୨: ସପ୍ତମ ବେତନ କମିଶନର କାର୍ଯ୍ୟକାଳ ଡିସେମ୍ବର ୩୧, ୨୦୨୫ରେ ଶେଷ ହେବାକୁ ଯାଉଛି, ଏବଂ ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀ...

ରେଳଯାତ୍ରୀଙ୍କ ପାଇଁ ଖୁସି ଖବର, ଏଣିକି େଓ଼୍ବଟିଂ ଟିକେଟ୍‌ ବିନା କରିପାରିବେ ଯାତ୍ରା!

ନୂଆଦିଲ୍‌ଲୀ,୧୯।୧୨: ଯଦି ଆପଣ ପ୍ରାୟତଃ ଟ୍ରେନରେ ଯାତ୍ରା କରୁଛନ୍ତି ଏବଂ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ େଓ଼୍ବଟିଂ ତାଲିକା କିମ୍ୱା RAC ଟିକେଟ ବିଷୟରେ ଚିନ୍ତିତ ଅଛନ୍ତି,...

ପ୍ରାଇଭେଟ୍‌ ଚାକିରି କରୁଥିବା ଲୋକଙ୍କ ପାଇଁ ବଡ଼ଖବର: EPFO ନେଲା ବଡ଼ ପଦକ୍ଷେପ, ଏବେ ହେବ ବଡ଼ ଫାଇଦା

ନୂଆଦିଲ୍ଲୀ,୧୯।୧୨: ଘରୋଇ କ୍ଷେତ୍ରର କର୍ମଚାରୀଙ୍କ ପାଇଁ ବଡ଼ ଖବର ଆସିଛି। କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ EDLI ଯୋଜନା ସମ୍ପର୍କରେ ଏକ ବଡ଼ ଘୋଷଣା କରିଛି।...

ମହଙ୍ଗା ହେବ ମୋବାଇଲ୍ ରିଚାର୍ଜ, ୨୦% ପର୍ଯ୍ୟନ୍ତ ବଢ଼ିପାରେ ଦାମ୍

ନୂଆଦିଲ୍ଲୀ,୧୯ା୧୨:   ଭାରତର ପ୍ରମୁଖ ଟେଲିକମ୍ କମ୍ପାନୀଗୁଡ଼ିକ ରିଲାଏନ୍ସ ଜିଓ, ​​ଭାରତୀ ଏୟାରଟେଲ୍ ଏବଂ ଭୋଡାଫୋନ୍ ଆଇଡିଆ, ଆସନ୍ତା ବର୍ଷ ପ୍ରିପେଡ୍ ଏବଂ ପୋଷ୍ଟପେଡ୍ ଉଭୟ ପ୍ଲାନର...

ଆଉ ହାତ ମାରିହେବନି, ପୁଣି ଏତେ ବଢିଗଲା ସୁନା ଦର

ନୂଆଦିଲ୍ଲୀ,୧୮।୧୨: ଗୁରୁବାର, ଡିସେମ୍ବର ୧୮ ତାରିଖ, ଭାରତରେ ସୁନା ମୂଲ୍ୟ ପୁଣି ଥରେ ବୃଦ୍ଧି ପାଇଛି। ଗୁରୁବାର ରୂପା ମୂଲ୍ୟ ମଧ୍ୟ ପ୍ରତି କିଲୋଗ୍ରାମ ୨.୧୧...

୨୦୩୦ରେ ଅବସର ନେବାକୁ ଥିବା ପ୍ରାଇଭେଟ କର୍ମଚାରୀଙ୍କୁ ମିଳିବ ଏତିକି ଦରମା, ଏମିତି କରନ୍ତୁ ହିସାବ

ନୂଆଦିଲ୍ଲୀ,୧୫।୧୨:ପ୍ରାଇଭେଟ କ୍ଷେତ୍ରର କର୍ମଚାରୀମାନେ ପ୍ରାୟତଃ ସେମାନଙ୍କର ବାର୍ଦ୍ଧକ୍ୟ ସୁରକ୍ଷା ବିଷୟରେ ଚିନ୍ତିତ ଥାଆନ୍ତି। ତଥାପି, ଯଦି ଆପଣଙ୍କର PF କଟାଯାଏ, ତେବେ ନିରାଶ ହେବାର କୌଣସି...

ନଭେମ୍ବରରେ ଦ୍ୱିତୀୟ ମାସ ପାଇଁ ପାଇକାରୀ ମୁଦ୍ରାସ୍ଫୀତି ନକାରାତ୍ମକ

ନୂଆଦିଲ୍ଲୀ,୧୫।୧୨: ସରକାରୀ ତଥ୍ୟ ଅନୁଯାୟୀ, ନଭେମ୍ବର ୨୦୨୫ରେ ପାଇକାରୀ ମୂଲ୍ୟ ସୂଚକାଙ୍କ (WPI) ଭିତ୍ତିକ ମୁଦ୍ରାସ୍ଫୀତି ହାର କ୍ରମାଗତ ଦ୍ୱିତୀୟ ମାସ ପାଇଁ (-) ୦.୩୨...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri