ଶିକ୍ଷକଙ୍କ ଲମ୍ବା ଛୁଟି ତଥ୍ୟ ପୁନଃ ମାଗିଲେ ଗଣଶିକ୍ଷା ବିଭାଗ ଅତିରିକ୍ତ ସଚିବ

ନବରଙ୍ଗପୁର,୩।୧୨(ବି.ପ୍ର.): ନବରଙ୍ଗପୁର ଜିଲାରେ କେତେଜଣ ଶିକ୍ଷକ ଲମ୍ବା ଛୁଟିରେ ତ ଆଉ କେଉଁଠି ନକଲି ସାର୍ଟିଫିକେଟ ଦେଇ ଚାକିରି କରିଛନ୍ତି। ଯାଞ୍ଚ ପରେ ଧରା ପଡିଲେ ଚାକିରିରୁ ବହିଷ୍କୃତ କରାଯାଉଛି। ବହିଷ୍କାର ପୂର୍ବରୁ ନକଲିି ଶିକ୍ଷକଙ୍କୁ ଆଗୁଆ ଜଣାଇଦେବା ଓ ପରେ ଥାନାରେ ଏତଲା ଦେବା ଭଳି ଘଟଣା ମଧ୍ୟ ନଜିର ରହିଛି । ଅନେକ ନକଲି ଶିକ୍ଷକଙ୍କ ନାମରେ ଜିଲାର ବିଭିନ୍ନ ଥାନାରେ ମାମଲା ପରେ ଏବେ ଫେରାର ଅଛନ୍ତି। ତେବେ ଦୀର୍ଘ ମାସ ଓ ବର୍ଷ ଛୁଟିରେ ରହିଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନାହିଁ। କେବଳ ରାଜ୍ୟ ଗଣଶିକ୍ଷା ବିଭାଗକୁ ଚିଠି ଟିଏ କରି ଦେଇ ଚୁପ୍‌ ରହୁଛନ୍ତି ବ୍ଲକ ଓ ଜିଲା ଶିକ୍ଷା ଅଧିକାରୀ। ଲମ୍ବା ଛୁଟି ତଥ୍ୟ ପ୍ରଦାନ ସମ୍ପର୍କରେ ପ୍ରାଥମିକ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ଛାଡ଼ିଦେଲେ ମାଧ୍ୟମିକ ଶିକ୍ଷକମାନଙ୍କ ପ୍ରତି ଜିଲା ଶିକ୍ଷା ଅଧିକାରୀଙ୍କ ବଦାନ୍ୟତା କାହିଁକି ବୋଲି ଶିକ୍ଷକଙ୍କ ମଧ୍ୟ ଆଲୋଚନା ଚାଲିଛି। ଏବେ ପୁଣି ଗଣଶିକ୍ଷା ବିଭାଗ ଅତିରିକ୍ତ ସଚିବ ସମ୍ପୂର୍ଣ୍ଣ ବିବରଣୀ ସହ ତଥ୍ୟ ପ୍ରଦାନ କରିବାକୁ ଚିଠି କରିଛନ୍ତି।
ଗଣଶିକ୍ଷା ବିଭାଗ ଅତିରିକ୍ତ ସଚିବ ସମ୍ବିତ କୁମାର ନାୟକ ଚିଠି ନମ୍ବର ୨୩୫୦୭ରେ ରାଜ୍ୟର ସମସ୍ତ ଡିଇଓଙ୍କୁ ଲମ୍ବା ଛୁଟିରେ ଅନୁପସ୍ଥିତ ଥିବା ଶିକ୍ଷକଙ୍କ ତାଲିକା ଓ ତଥ୍ୟ ପ୍ରଦାନ ନିର୍ଦ୍ଦେଶ ଦେଇଥିଲେ। ଏହାକୁ ନେଇ ଡିଇଓ ପ୍ରଦୀପ କୁମାର ନାଗ ୩ ତାରିଖରେ ଚିଠି ନମ୍ବର ୬୩୪୧ ପ୍ରକାରେ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକମାନଙ୍କ ତଥ୍ୟ ଦେଇଥିଲେ। ଚାକିରିରୁ ବହିଷ୍କୃତ ଶିକ୍ଷକଙ୍କ ନାମ ଓ କେଉଁ ତାରିଖରୁ ଦର୍ଶାଇଛନ୍ତି। ଜଣେ କୋର୍ଟ ମାମଲାରେ ଲମ୍ବା ଛୁଟିରେ ଥିବା ଦର୍ଶାଇଥିଲେ। ଅନ୍ୟତ୍ର ୧୭ ଜଣ ଶିକ୍ଷୟିତ୍ରୀ ଶିକ୍ଷକ ଦାର୍ଘ ବର୍ଷ ଧରି ଲମ୍ବା ଛୁଟିରେ କ’ଣ ପାଇଁ ରହିଛନ୍ତି ତାହାର କୌଣସି କାରଣ ଦର୍ଶାଯାଇ ନ ଥିଲା। ଏହାଛଡ଼ା ସେ ମାଧ୍ୟାମିକ ଶିକ୍ଷକଙ୍କ ଲମ୍ବାଛୁଟି ତାଲିକା ପ୍ରଦାନ କରି ନ ଥିଲେ। ଏହାକୁ ନେଇ ଗଣଶିକ୍ଷା ବିଭାଗ ଅତିରିକ୍ତ ସଚିବ ୨୪ ତାରିଖରେ ଚିଠି ନମ୍ବର ୨୫୨୧୭ ମାଧ୍ୟମରେ ସମ୍ପୂର୍ଣ୍ଣ ତଥ୍ୟ ମାଗିଛନ୍ତି। ସେଥିରେ ପୂର୍ବ ଚିଠିର ନମ୍ବର ପକାଇ ଜଣାଇଛନ୍ତି ଯେ, ପୂର୍ବରୁ ଯେଉଁ ତଥ୍ୟ ପ୍ରଦାନ କରାଯାଇଥିଲା ତାହା ଅସମ୍ପୂର୍ଣ୍ଣ। ତେଣୁ ତାହା ଗ୍ରହଣଯୋଗ୍ୟ ନୁହେଁ। ଏବେ ସମ୍ପୂର୍ଣ୍ଣ ତଥ୍ୟ ସହ ରିପୋର୍ଟ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ବ୍ରହ୍ମପୁର ଆଞ୍ଚଳିକ ନିର୍ଦ୍ଦେଶକ ଉକ୍ତ ରିପୋର୍ଟ ତଦାରଖ କରିବେ ବୋଲି ନିର୍ଦ୍ଦେଶ ରହିଛି। ଶିକ୍ଷକଙ୍କ ନାମ, କେଉଁ ବର୍ଗର ଶିକ୍ଷୟିତ୍ରୀ ଶିକ୍ଷକ, କେଉଁ ସମୟରୁ କେଉଁ ସମୟ ମଧ୍ୟରେ ଅନୁପସ୍ଥିତ ଅଛନ୍ତି, ସେମାନଙ୍କୁ କେଉଁ ତାରିଖରେ କୈଫିୟତ ମଗାଯାଇଥିଲା, କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି, କେତେ ଜଣଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଓ ବହିଷ୍କୃତ କରାଯାଇଛି, ବର୍ତ୍ତମାନ ସ୍ଥିତି ଓ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଉପରେ ଏକ ଫର୍ମାଟ ମାଧ୍ୟମରେ ତଥ୍ୟ ପ୍ରଦାନ କରିବାକୁ ନିର୍ଦ୍ଦେଶ ରହିଛି, ଯାହାକି ୫ ଦିନ ମଧ୍ୟରେ ପ୍ରଦାନ କରିବାକୁ ଚିଠିରେ ଉଲ୍ଲେଖ ଥିଲେ ମଧ୍ୟ ଏବେ ସୁଦ୍ଧା ତଥ୍ୟ ପଠାଯାଇ ନ ଥିବା ବିଶେଷ ସୂତ୍ରରୁ ପ୍ରକାଶ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ଟୋକୀମରା ପର୍ବ ପାଇଁ ହାଟରେ ଜନସମୁଦ୍ର: ବିପଦପୂର୍ଣ୍ଣ ସ୍ଥାନରେ ଚାଲିଛି କିଣାବିକା, ପ୍ରଶାସନିକ ଅବହେଳାକୁ…

ଥୁଆମୂଳ ରାମପୁର,୨୪।୧୨(ଦୁର୍ଗା କୀର୍ତ୍ତି): ସ୍ଥାନୀୟ ଅଞ୍ଚଳର ଆଦିବାସୀମାନଙ୍କ ପାରମ୍ପରିକ ମୁଖ୍ୟ ପର୍ବ “ଟୋକୀମରା”ପାଇଁ ଆଜି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ବିଦେଶୀ...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri