ପ୍ରେମବିିବାହ କରାଇଦେବାକୁ ସମଲେଇଙ୍କୁ ଚିଠି

ସମ୍ବଲୁପୁର,୨୭ା୯(ବ୍ୟୁରୋ):ନିଜ ପ୍ରେମକୁ ପାଇବା ପାଇଁ ବର୍ତ୍ତମାନ ସମୟରେ ଯୁବତୀଯୁବକ ଭିନ୍ନ ଭିନ୍ନ ପନ୍ଥା ଅବଲମ୍ବନ କରୁଛନ୍ତି। କେହିକେହି ଠାକୁରଙ୍କ ନିକଟରେ ଗୁହାରି ପଡ଼ୁଛନ୍ତି। ନିଜର ମନସ୍କାମନା ପୂର୍ଣ୍ଣ ପାଇଁ ମାନସିକ ମଧ୍ୟ ରଖୁଛନ୍ତି। ହେଲେ ଏବେ ଜଣେ ଯୁବତୀ ମନ୍ଦିର ହୁଣ୍ଡି ବାକ୍ସରେ ଏକ ଚିଠି ପକାଇ ନିଜର ପ୍ରେମ ବିବାହକୁ ସାକାର କରାଇଦେବାକୁ ମା’ସମଲେଇଙ୍କୁ ନିବେଦନ କରିଥିବା ଜାଣିବାକୁ ମିଳିଛି। ଏହି ଘଟଣା ଏବେ ଜିଲାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।
ସୂଚନା ଅନୁଯାୟୀ ରବିବାର ପୂର୍ବାହ୍ନରେ ସମ୍ବଲପୁର ଅଧିଷ୍ଠାତ୍ରୀ ମା’ ସମଲେଇ ମନ୍ଦିରରେ ହୁଣ୍ଡି ଖୋଲାଯାଇଥିଲା। ଏଥିରୁ ଟଙ୍କା, ସିନ୍ଦୂର, ବେଲପତ୍ର ଭଳି ସାମଗ୍ରୀ ସହ ୪ ଗୋଟି ହାତଲେଖା ଚିଠି ବାହାରିଥିଲା। ଏଥିମଧ୍ୟରୁ ତେଲୁଗୁ ଓ ବଙ୍ଗଳା ଭାଷାରେ ୨ଟି ଏବଂ ଓଡ଼ିଆରେ ଲେଖାଥିବା ୨ଟି ଚିଠି ରହିଥିଲା। ଓଡ଼ିଆରେ ଲେଖା ହୋଇଥିବା ଚିଠିରେ ଜଣେ ଯୁବତୀ ଉଲ୍ଲେଖ କରିଛନ୍ତି, ”ଜୟ ମଁା ସମଲେଇ, ମଁା ଗୋ ମୋର ଜୁହାର ଗ୍ରହଣ କରିବୁ, ମୁଇଁ ତୋର ନିକେ ଗୁଟେ ଆଶା ନେଇ ଆସିଛେ। ତୁଇ ମାଁ ଗୋ ମୋର ପ୍ୟାର ରବୀନ୍ଦ୍ର ସାଙ୍ଗରେ ସମସ୍ତଙ୍କ ସହମତିରେ ବିବାହ କରାଇ ଦେ। ଜୟ ମଁା ଜଗତ୍‌ଜନନୀ କି ଜୟ“ ବୋଲି ଉଲ୍ଲେଖ ରହିଛି। ସେହିପରି ଅନ୍ୟ ଏକ ଚିଠିରେ ଜଣେ ଯୁବକ ନିଟ୍‌ ପରୀକ୍ଷାରେ ସଫଳତା ପାଇବା ଆଶାରେ ମା’ଙ୍କୁ ନିବେଦନ କରିଛନ୍ତି। ଏ ସମ୍ପର୍କରେ ମନ୍ଦିର ଟ୍ରଷ୍ଟ ସଭାପତି ସଞ୍ଜୟ ବାବୁ କହିଛନ୍ତି, ଅଧିକାଂଶ ସମୟରେ ଏଭଳି ଚିଠି ହୁଣ୍ଡିରୁ ବାହାରିଥାଏ। ମା’ଙ୍କ ପାଖରେ ଭକ୍ତମାନେ ଗୁହାରି କରିବା ପାଇଁ ଭିନ୍ନ ପନ୍ଥା ଆପଣେଇଥାନ୍ତି। ଝିଅ ବିବାହ, ଚାକିରି, ବଦଳି, ଚାକିରିରେ ପଦୋନ୍ନତି, ପରିବାରରେ ଶାନ୍ତି ଆଣିଦେବା, ଦମ୍ପତିଙ୍କ ମନୋମାଳିନ୍ୟ ବନ୍ଦ କରାଇବା ଭଳି ଅନେକ ସମସ୍ୟା ଉପରେ ଭକ୍ତମାନେ ଚିଠି ଲେଖି ଗୁହାରି କରନ୍ତି। ଚିଠି ଦେବା ସହିତ ନଡିଆ, ଫୁଲ ଦେବାକୁ କହି ମା’ଙ୍କ ନିକଟରେ ମାନସିିକ କରନ୍ତି। ଏହା ନୂଆ କଥା ନୁହେଁ। ହେଲେ ଜଣେ ଯୁବତୀ ତାଙ୍କ ମନର କଥାକୁ ମା’ଙ୍କୁ ଜଣାଇବା ପାଇଁ ହୁଣ୍ଡି ମାଧ୍ୟମରେ ପତ୍ର ଲେଖି ପକାଇବା ତାଙ୍କର ମା’ଙ୍କ ପ୍ରତି ସମର୍ପଣ ଭାବକୁ ବୁଝାଉଛି। ହୁଣ୍ଡିରୁ ନଗଦ ୪ ଲକ୍ଷ ୫୯ ହଜାର ଟଙ୍କା ବାହାରିଥିଲା। ପ୍ରାୟ ୨ମାସ ପରେ ହୁଣ୍ଡି ଖୋଲାଯାଇଥିଲା ବୋଲି ସେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଟ୍ରଷ୍ଟ ସଦସ୍ୟ ପ୍ରଫୁଲ୍ଲ ହୋତା, ହେମନ୍ତ ମିଶ୍ର, ଦେବୋତ୍ତର ବିଭାଗ ଅଧିକାରୀ, ପୋଲିସ ଅଧିକାରୀ, ସ୍ଥାନୀୟ ସ୍ବେଚ୍ଛାସେବୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସଲମାନଙ୍କ ଜନ୍ମଦିନରେ ଏମିତି କହି ଶୁଭେଚ୍ଛା ଜଣାଇଲେ କ୍ୟାଟ୍ରିନା

ବଲିଉଡ ସୁପରଷ୍ଟାର ସଲମାନ ଖାନ ୬୦ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ତାଙ୍କୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି। ଅନେକ ବଲିଉଡ ସେଲିବ୍ରିଟି ମଧ୍ୟ...

କେମିତି, କାହିଁକି ହୋଇଥିଲା ମାତା ଗାନ୍ଧାରୀଙ୍କର ଶହେ ପୁତ୍ର, ଜାଣନ୍ତୁ କୌରବଙ୍କ ରହସ୍ୟମୟ କାହାଣୀ…

ଦ୍ୱାପର ଯୁଗରେ, ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଏହି ଧର୍ମୀୟ ଯୁଦ୍ଧରେ ପାଣ୍ଡବମାନେ ବିଜୟୀ ହୋଇଥିଲେ। ମହାଭାରତରେ ମଧ୍ୟ ଅନେକ କାହାଣୀ...

ଅଜବ ସହର,ଯେଉଁଠି ଚପଲ ପିନ୍ଧି ଗାଡ଼ି ଚଲାଇବା ମନା

ନୂଆଦିଲ୍ଲୀ,୨୭।୧୨: ବିଦେଶ ଭ୍ରମଣର ସ୍ବପ୍ନ ଦେଖିବା ସମୟରେ ଲୋକମାନେ ପ୍ରାୟତଃ ସୁନ୍ଦର ବେଳାଭୂମି, ଐତିହାସିକ ରାସ୍ତା ଏବଂ ଖୋଲା ସ୍ବାଧୀନତା କଥା ଭାବନ୍ତି। କିନ୍ତୁ ଯଦି...

ମହିଳାଙ୍କୁ ICMRର ଚେତାବନୀ, ସ୍ତନ କର୍କଟ ପାଇଁ କେବଳ…

ନୂଆଦିଲ୍ଲୀ,୨୭।୧୨: ଭାରତରେ ସ୍ତନ କର୍କଟ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ICMR ର ଏକ ଅଧ୍ୟୟନ ଅନୁଯାୟୀ, ନିରାମିଷ ଖାଦ୍ୟ, ଖରାପ ନିଦ୍ରା...

ମୟୂରଭଞ୍ଜ ଜିଲାରେ ଖୋଲିଲା ଧାନମଣ୍ଡି

ମୋରଡ଼ା,୨୭ା୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍‌ ଅଧୀନ ଚିତ୍ରଡ଼ା ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି ପରିସରରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ଜିଲାସ୍ତରୀୟ ଖରିଫ...

ବାଇକ୍‌ରେ ଦାରିଙ୍ଗବାଡ଼ି ଫେରିବାବେଳେ ଦୁର୍ଘଟଣା: ୨ ଯୁବକ ଗୁରୁତର

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଡବେରୀ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ବାଇକ୍‌ ଦୁର୍ଘଟଣା ଘଟି ୨ ଯୁବକ ଗୁରୁତର ହୋଇଥିବାବେଳେ ଜଣେ...

ନୂଆବର୍ଷରୁ ବଢିଯିବ ଏସବୁ ଗାଡିର ଦାମ୍‌, କମ୍ପାନୀଗୁଡିକର ବଡ଼ ଘୋଷଣା, ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ,୨୭।୧୨: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ଭାରତରେ କାର୍‌ କିଣିବାକୁ ଯୋଜନା କରୁଥିବା ଲୋକଙ୍କୁ ଟିକେ ଅଧିକ ଖର୍ଚ୍ଚ କରିବାକୁ ପଡ଼ିପାରେ। ପ୍ରକୃତରେ,...

Ashes 2025-26: ୧୪ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇଲା ଇଂଲଣ୍ଡ, ଅଷ୍ଟ୍ରେଲିଆକୁ କଲା ପରାସ୍ତ

ନୂଆଦିଲ୍ଲୀ,୨୭।୧୨: ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ୨୦୨୫-୨୬ ଆଶେସ୍ ସିରିଜର ଚତୁର୍ଥ ମ୍ୟାଚ୍ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଇଥିଲା। ଏହି ମ୍ୟାଚ୍ ବୋଲରଙ୍କ ପ୍ରିୟ ଥିଲା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri