Posted inଖେଳ

ମିଡିଲ ଅର୍ଡର, ଷଷ୍ଠ ବୋଲର ଉପରେ ନଜର

ମୋହାଲି, ୨୦।୯: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୩ ମ୍ୟାଚ୍‌ବିଶିଷ୍ଟ ଟି୨୦ ସିରିଜ୍‌ ମଙ୍ଗଳବାରଠାରୁ ଏଠାରେ ଆରମ୍ଭ ହେବାକୁ ଯାଉଛି। ଆଗକୁ ଟି୨୦ ବିଶ୍ୱକପ୍‌ ଆସୁଥିବାରୁ ଭାରତ ପାଇଁ ଏହି ଘରୋଇ ସିରିଜ୍‌ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯଦିଓ କେତେକ ଫାଷ୍ଟ ବୋଲର ବିଶ୍ରାମ ନେଇଛନ୍ତି ତଥାପି ଦଳରେ ଷଷ୍ଠ ବୋଲର ଏବଂ ମିଡିଲ ଅର୍ଡର ବ୍ୟାଟିଂ ସମସ୍ୟା ସୁଧାରିବା ଉପରେ ମୁଖ୍ୟତଃ ନଜର ରହିବ। ଏହାପରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ମଧ୍ୟ ୩ ମ୍ୟାଚ୍‌ବିଶିଷ୍ଟ ସିରିଜ୍‌ ଖେଳିବ ଭାରତ। ତେଣୁ ବିଶ୍ୱକପ୍‌ ପାଇଁ କମ୍ବିନେଶନ ଶର୍ଟଆଉଟ କରିବାକୁ ଏହା ଶେଷ ସୁଯୋଗ।
ଏସିଆ କପ୍‌ରେ ଭାରତ ଯଦିଓ ଭଲ ବ୍ୟାଟିଂ କରିଥିଲା ତେବେ ବୋଲିଂ ବିଭାଗର ଦୁର୍ବଳତା ପଦାରେ ପଡ଼ିଥିଲା। ତେବେ ବିଶ୍ୱକପର ପିଚ୍‌ ଓ ପରିବେଶ ଭିନ୍ନ ରହିବ। ଯଶ୍‌ପ୍ରୀତ୍‌ ବୁମ୍‌ରା ଓ ହର୍ଷଲ ପଟେଲଙ୍କ ପ୍ରତ୍ୟାବର୍ତ୍ତନ ଫଳରେ ଦଳର ବୋଲିଂ ଆକ୍ରମଣ ମଜଭୁତ ହୋଇଛି। ଲୋକେଶ ରାହୁଲ ତାଙ୍କ ଓପ୍‌ନିଂ ପାର୍ଟନର ରହିବେ ବୋଲି ରୋହିତ୍‌ ଶର୍ମା ଯଦିଓ ସ୍ପଷ୍ଟ କରିଛନ୍ତି ତେବେ ବିରାଟ କୋହଲି ଇନିଂସ୍‌ ଓପନ୍‌ କରିବା ସମ୍ଭାବନା ମଧ୍ୟ ରହିଛି। ଏସିଆ କପ୍‌ରେ କୋହଲି କ୍ୟାରିୟରର ପ୍ରଥମ ଅନ୍ତର୍ଜାତୀୟ ଟି୨୦ ଶତକ ହାସଲ କରିଥିବାରୁ ତାଙ୍କ ପାଇଁ ଟପ୍‌ ଅର୍ଡର ସ୍ଥାନ ଉନ୍ମୁକ୍ତ ରହିବ। ବ୍ୟାଟିଂରେ ଟପ୍‌-୪ ସ୍ଥାନ ଯଦିଓ ସ୍ଥିର ହୋଇସାରିଛି ତେବେ ପ୍ଲେଇଂ ଇଲେଭେନରେ ଉଇକେଟ କିପର ଭାବେ ରିଷଭ ପନ୍ତ ରହିବେ ନା ଦୀନେଶ କାର୍ତ୍ତିକ ଖେଳିବେ ତାହା ଏବେ ମଧ୍ୟ ଅସମାହିତ ରହିଛି। ରବୀନ୍ଦ୍ର ଜାଡେଜା ଆହତ ଥିବାରୁ ବାମହାତୀ ବ୍ୟାଟର ଭାବେ ପନ୍ତଙ୍କ ପଲା ଭାରି ରହିବ କି ନାହିଁ ତାହା ଉପରେ ଏବେ ନଜର। ଏସିଆ କପ୍‌ରେ କାର୍ତ୍ତିକ ଖୁବ୍‌ କମ୍‌ ବ୍ୟାଟିଂ ସୁଯୋଗ ପାଇଥିଲେ। ତେଣୁ ଆଗାମୀ ୨ ସପ୍ତାହ ତାଙ୍କ ପାଇଁ ଭଲ ରହିବ ବୋଲି ସେ ନିଶ୍ଚିତ ଆଶା କରିବେ। ଦୀପକ ହୁଦା ଯଦିଓ ୟୁଏଇରେ ସୁପର ୪ ପର୍ଯ୍ୟାୟର ସମସ୍ତ ମ୍ୟାଚ୍‌ ଖେଳିଥିଲେ ତଥାପି ତାଙ୍କ ଭୂମିକାକୁ ନେଇ ସ୍ପଷ୍ଟ ଚିତ୍ର ଏପର୍ଯ୍ୟନ୍ତ ମିଳିନାହିଁ।
ଜାଡେଜା ଆହତ ଥିବାରୁ ଏସିଆ କପ୍‌ରେ ଭାରତର ବୋଲିଂ ସନ୍ତୁଳନ ବିଗିଡ଼ି ଯାଇଥିଲା। ଭାରତ ବାଧ୍ୟହୋଇ ୫ ବୋଲରଙ୍କୁ ନେଇ ଖେଳିଥିଲା। ଭାରତ ଯଦି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହିତ ଜାଡେଜାଙ୍କ ବଦଳ ଖେଳାଳି ଅକ୍ଷର ପଟେଲଙ୍କୁ ନେବ ତେବେ ଦଳରେ ଅତିରିକ୍ତ ବୋଲିଂ ବିକଳ୍ପ ଉନ୍ମୁକ୍ତ ରହିବ। ଏ କ୍ଷେତ୍ରରେ ବୁମ୍‌ରା, ଭୁବନେଶ୍ୱର କୁମାର, ହର୍ଷଲ ଓ ହାର୍ଦ୍ଦିକ ପେସ୍‌ ଆକ୍ରମଣ ଏବଂ ୟୁଜ୍‌ବେନ୍ଦ୍ର ଚହଲ ଓ ଅକ୍ଷର ସ୍ପିନ୍‌ ବିଭାଗ ଦାୟିତ୍ୱ ସମ୍ଭାଳିବେ। ଅଷ୍ଟ୍ରେଲିଆର ପରିବେଶ ଏହାଠାରୁ ସମ୍ପୂର୍ଣ୍ଣ ଭିନ୍ନ ରହିବ। ତେଣୁ ଏହାକୁ ଦୃଷ୍ଟିରେ ରଖି ଟିମ୍‌ ମ୍ୟାନେଜ୍‌ମେଣ୍ଟ ଯାହାକିଛି ନିଷ୍ପତ୍ତି ନେବ।
ଅନ୍ୟପକ୍ଷରେ ଡେଭିଡ ଓ୍ବାର୍ନରଙ୍କ ସମେତ କେତେକ ସିନିୟର ଖେଳାଳିଙ୍କୁ ବିଶ୍ରାମ ଦେଇ ଅଷ୍ଟ୍ରେଲିଆ ଏଠାକୁ ଆସିଛି। ମିଚେଲ ଷ୍ଟାର୍କ, ମାର୍କସ ଷ୍ଟୋଇନିସ ଓ ମିଚେଲ ମାର୍ଶ ଆହତ ଥିବାରୁ ଭାରତ ଆସିନାହାନ୍ତି। ତେବେ ଅନ୍ତର୍ଜାତୀୟ ଦିନିକିଆରୁ ନିକଟରେ ଅବସର ନେଇଥିବା ଅଧିନାୟକ ଆରୋନ ଫିଞ୍ଚ୍‌ ବ୍ୟକ୍ତିଗତ ଭାବେ ଅଧିକରୁ ଅଧିକ ରନ୍‌ କରିବା ଉପରେ ଲକ୍ଷ୍ୟ ରଖିବେ ନିଶ୍ଚିତ। ଆଉ ଜଣେ ଖେଳାଳି ଆକର୍ଷଣର କେନ୍ଦ୍ରରେ ରହିବେ। ସେ ହେଲେ ଟିମ୍‌ ଡାଭିଡ। ସିଙ୍ଗାପୁର ପକ୍ଷରୁ ଅନ୍ତର୍ଜାତୀୟ କ୍ରିକେଟ ଖେଳିବା ପରେ ସେ ଏବେ ଅଷ୍ଟ୍ରେଲିଆରୁ କ୍ୟାରିୟର ଆରମ୍ଭ କରିବାକୁ ଯାଉଛନ୍ତି।
ଭାରତୀୟ ଦଳ: ରୋହିତ୍‌ ଶର୍ମା (ଅଧିନାୟକ), ଲୋକେଶ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଦା, ରିଷଭ ପନ୍ତ, ଦୀନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା, ରବିଚନ୍ଦ୍ରନ ଅଶ୍ୱିନ, ୟୁଜ୍‌ବେନ୍ଦ୍ର ଚହଲ, ଅକ୍ଷର ପଟେଲ, ଭୁବନେଶ୍ୱର କୁମାର, ହର୍ଷଲ ପଟେଲ, ଦୀପକ ଚହର, ଯଶ୍‌ପ୍ରୀତ୍‌ ବୁମ୍‌ରା, ଉମେଶ ଯାଦବ।
ଅଷ୍ଟ୍ରେଲିଆ ଦଳ: ଆରୋନ ଫିଞ୍ଚ୍‌ (ଅଧିନାୟକ), ସିଅନ ଆବୋଟ, ଅଷ୍ଟନ ଅଗର, ପ୍ୟାଟ୍‌ କୁମିନ୍ସ, ଟିମ୍‌ ଡାଭିଡ, ନାଥାନ ଏଲିସ, କାମେରନ ଗ୍ରୀନ୍‌, ଜୋଶ୍‌ ହାଜେଲଉଡ୍‌, ଜୋଶ୍‌ ଇଂଲିଶ୍‌, ଗ୍ଲେନ ମ୍ୟାକ୍ସଓ୍ବେଲ, କେନ୍‌ ରିଚାର୍ଡଶନ, ଡାନିଏଲ ସାମ୍ସ, ଷ୍ଟିଭ୍‌ ସ୍ମିଥ, ମାଥ୍ୟୁ ଓ୍ବାଡେ, ଆଡାମ ଜାମ୍ପା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଲକ୍ଷ୍ନୌ ଜିତିବା ପରେ ପଏଣ୍ଟ ଟେବୁଲ୍‌ରେ ହେଲା ବଡ଼ ପରିବର୍ତ୍ତନ: ଜାଣନ୍ତୁ କିଏ କେଉଁ ସ୍ଥାନରେ ଅଛି

ଲକ୍ଷ୍ନୌ,୧।୫: ଆଇପିଏଲ ୨୦୨୪ର ୪୮ତମ ମ୍ୟାଚରେ ଲକ୍ଷ୍ନୌ ସୁପର ଜିଆଣ୍ଟସ ମୁମ୍ବାଇ ଇଣ୍ଡିଆନ୍ସକୁ ୪ ଉଇକେଟରେ ପରାସ୍ତ କରିଛି। ଲକ୍ଷ୍ନୌର ଘରୋଇ ଗ୍ରାଉଣ୍ଡରେ ଖେଳାଯାଇଥିବା ମ୍ୟାଚରେ...

ପାଣ୍ଡ୍ୟାଙ୍କ ଏହି ଭୁଲ ଯୋଗୁ ମୁମ୍ବାଇକୁ ପଡ଼ିଲା ଭାରି, ଅଧିନାୟକ ସମେତ ଖେଳାଳିଙ୍କ ଉପରେ ଲାଗିଲା ମୋଟା ଅଙ୍କର ଫାଇନ୍‌

ନୂଆଦିଲ୍ଲୀ,୧।୫: ଆଇପିଏଲ ୨୦୨୪ରେ ମୁମ୍ବାଇ ଇଣ୍ଡିଆନ୍ସକୁ ଡବଲ ଝଟକା ଲାଗିଛି। ଟୁର୍ନାମେଣ୍ଟର ୪୮ତମ ମ୍ୟାଚରେ ମୁମ୍ବାଇକୁ ଲକ୍ଷ୍ନୌ ସୁପର ଜିଆଣ୍ଟସ ୪ ଉଇକେଟ୍‌ରେ ହରାଇଛି। ଏହି...

ବିରାଟ କୋହଲି ଆମର ଜ୍ୱାଇଁ…କାହିଁକି ଏମିତି କହିଲେ ଶାହରୁଖ

କୋଲକାତା,୧।୫: ଆଇପିଏଲ ଦଳ କୋଲକାତା ନାଇଟ ରାଇଡର୍ସ ମାଲିକ ତଥା ବଲିଉଡ ଅଭିନେତା ଶାହାରୁଖ ଖାନ ବିରାଟ କୋହଲିଙ୍କ ଉପରେ ନିଜର ମତ ରଖିଛନ୍ତି। କୋହଲିଙ୍କୁ...

ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ୍‌ରୁ ବିଦା! ଜାଣନ୍ତୁ କ’ଣ ରହିଛି ସମୀକରଣ

ଲକ୍ଷ୍ନୌ,୧।୫: ଆଇପିଏଲ ୨୦୨୪ର ୪୮ତମ ମ୍ୟାଚ ଲକ୍ଷ୍ନୌ ସୁପର ଜିଆଣ୍ଟସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଇଥିଲା। ସୁପର ଜଏଣ୍ଟସ ଏହି ମ୍ୟାଚ ସହଜରେ ଜିତିଲା।...

ଟି-୨୦ ବିଶ୍ୱକପ ପାଇଁ ଅଷ୍ଟ୍ରେଲିଆ ଦଳ ଘୋଷଣା: ଜାଣନ୍ତୁ ଦଳରେ କାହାକୁ ମିଳିଲା ସ୍ଥାନ

ସିଡନୀ,୧।୫: ଅଷ୍ଟ୍ରେଲିଆ ମଧ୍ୟ ଟି-୨୦ ବିଶ୍ୱକପ ୨୦୨୪ ପାଇଁ ୧୫ ଜଣିଆ ଦଳ ଘୋଷଣା କରିଛି। ବିଶ୍ୱକପ୍‌ରେ ଦଳ ଅନ୍ତର୍ଜାତୀୟ ଟି-୨୦ ଅଧିନାୟକ ମିଚେଲ ମାର୍ଶଙ୍କ...

ଆଦିତ୍ୟଙ୍କ ମାଉଣ୍ଟ କୋଜିଓସ୍କୋ ଆରୋହଣ

ଭୁବନେଶ୍ୱର, ୧।୫ (ତପନ ସ୍ବାଇଁ): ଅଷ୍ଟ୍ରେଲିଆ ମହାଦେଶର ଉଚ୍ଚତମ ଶୃଙ୍ଗ ମାଉଣ୍ଟ କୋଜିଓସ୍କୋକୁ ସଫଳତାର ସହ ଆରୋହଣ କରିଛନ୍ତି ଯୁବ ପର୍ବତାରୋହୀ ଆଦିତ୍ୟ ପ୍ରସାଦ ଖାଡ଼ଙ୍ଗା।...

ଦକ୍ଷିଣ ଆଫ୍ରିକା ଦଳରେ ଦୁଇ ନୂଆ ମୁହଁ

ଜୋହାନ୍ସବର୍ଗ, ୧ା୫ : ଓ୍ବେଷ୍ଟଇଣ୍ଡିଜ ଓ ଆମେରିକାରେ ହେବାକୁଥିବା ଟି୨୦ କ୍ରିକେଟ ବିଶ୍ୱକପ୍‌ ପାଇଁ ମଙ୍ଗଳବାର ଦକ୍ଷିଣ ଆଫ୍ରିକା କ୍ରିକେଟ ଦଳ ଘୋଷଣା କରାଯାଇଛି। ଆଘାତଜନିତ...

ୟୁକେ’ରେ ନିର୍ବାଚନ ଲଢ଼ିବେ ପାନେସର

ଲଣ୍ଡନ, ୧ା୫: ଇଂଲଣ୍ଡର ପୂର୍ବତନ ସ୍ପିନର ମଣ୍ଟି ପାନେସର ରାଜନୀତିରେ ପ୍ରବେଶ କରିଛନ୍ତି। ୟୁନାଇଟେଡ କିଙ୍ଗଡମ୍‌ (ୟୁକେ) ନିର୍ବାଚନରେ ସେ ଜର୍ଜ ଗ୍ୟାଲୋଓ୍ବେଙ୍କ ଓ୍ବାର୍କର୍ସ ପାର୍ଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri