ବାଲିଗୁଡ଼ାରୁ ଭୁବନେଶ୍ୱର ଆସୁଥିଲା ଗଞ୍ଜେଇ

ଖୋର୍ଦ୍ଧା ଅଫିସ,୧୭ା୯: ବ୍ରାଉନ୍‌ସୁଗାର ପରେ ଗଞ୍ଜେଇ କାରବାର ବଢ଼ିବାରେ ଲାଗିଛି। ବ୍ରାଉନ୍‌ସୁଗାର କାରବାର ଉପରେ ଏସ୍‌ଟିଏଫ୍‌ ପକ୍ଷରୁ ବାରମ୍ବାର ଚଢ଼ାଉ ଯୋଗୁ ମାଫିଆମାନଙ୍କ ନଜର ଏବେ ଗଞ୍ଜେଇ ଉପରେ ରହିଛି। କନ୍ଧମାଳରୁ ଭୁବନେଶ୍ୱରକୁ ଜାତୀୟ ରାଜପଥ ଦେଇ ଗଞ୍ଜେଇ ଚୋରାଚାଲାଣ ଚାଲିଛି। ଯାତ୍ରୀବାହୀ ବସ୍‌ ଏବଂ କାର୍‌ରେ ଗଞ୍ଜେଇ ଚାଲାଣ କରୁଛନ୍ତି ମାଫିଆ। ଶୁକ୍ରବାର ଅପରାହ୍ନ ୨ଟାରେ ଖୋର୍ଦ୍ଧା ଜିଲା ବାଘମାରୀ ଥାନା ଅନ୍ତର୍ଗତ ବୋମାଢିହ ଛକରୁ ବାଘମାରୀ ପୋଲିସ ଏକ କାର (ଓଡି-୦୨-ଏଫ୍‌-୨୫୨୭) ସହ ୩୬ କେଜି ୩ ଶହ ଗ୍ରାମ୍‌ ଗଞ୍ଜେଇ ଜବତ କରିଛି। ଏଥିରେ ସମ୍ପୃକ୍ତି ନେଇ କନ୍ଧମାଳ ଜିଲା ବାଲିଗୁଡ଼ା ଥାନା କିଆମୁଣ୍ଡା ବରିଗୁଡ଼ାର ସୁଶାନ୍ତ ଦିଗାଲ(୩୫)ଙ୍କୁ ଗିରଫ କରାଯାଇଛି। ବାଲିଗୁଡ଼ାରୁ ଭୁବନେଶ୍ୱରକୁ ଗଞ୍ଜେଇ ଚାଲାଣ ହେଉଥିଲା ବୋଲି ପୋଲିସ କହିଛି।
ସୂଚନା ମୁତାବକ, ବାଲିଗୁଡ଼ାପଟୁ ଏକ କାର୍‌ରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ ପୋଲିସକୁ ସୂଚନା ମିଳିଥିଲା। ଖୋର୍ଦ୍ଧା ଏସ୍‌ପି ସିଦ୍ଧାର୍ଥ କଟାରିଆଙ୍କ ନିର୍ଦ୍ଦେଶକ୍ରମେ ସଦର ଏସ୍‌ଡିପିଓ ଦିଲୀପ ଦାସଙ୍କ ତତ୍ତ୍ୱାବଧାନରେ ଆଇଆଇସି ପି.ଆର୍‌. କରଙ୍କ ନେତୃତ୍ୱରେ ଏକ ଟିମ୍‌ ବୋମାଢିହ ଛକରେ ସମ୍ପୃକ୍ତ କାରକୁ ଅଟକାଇ ଯାଞ୍ଚ କରିଥିଲା। କାରରେ ଦୁଇଟି ପ୍ଲାଷ୍ଟିକ୍‌ ଜରିରେ ଥିବା ଗଞ୍ଜେଇ ଜବତ କରିବା ସହ ଚାଳକ ସୁଶାନ୍ତଙ୍କୁ ପଚରାଉଚରା କରିଥିଲା। ତେବେ ସୁଶାନ୍ତଙ୍କଠାରୁ ପୋଲିସ ସନ୍ତୋଷଜନକ ଉତ୍ତର ନ ପାଇବାରୁ ତାଙ୍କୁ ଗିରଫ କରିଥିଲା। ଏନେଇ ଥାନାରେ ଏନ୍‌ଡିପିଏସ୍‌ ଆକ୍ଟ ୨୦(ବି)(ସି)/୨୫/୨୯ରେ ଏକ ମାମଲା(ନଂ .୧୧୯/୨୨) ରୁଜୁ ହୋଇଛି। ଗଞ୍ଜେଇ ଚାଲାଣ ର଼୍ୟାକେଟ ପଛରେ ଅନ୍ୟ କେଉଁମାନେ ରହିଛନ୍ତି, ଭୁବନେଶ୍ୱର କାହା ପାଖକୁ ଯାଉଥିଲା ସେ ସମ୍ପର୍କରେ ପୋଲିସ ଖୋଳତାଡ଼ ଚଳାଇଛି। ଏହି ଚଢ଼ାଉରେ ଏସ୍‌ଆଇ ଗାୟତ୍ରୀ ଗୋଚ୍ଛାୟତ, ଏଏସ୍‌ଆଇ ରଞ୍ଜିତ କୁମାର ନାୟକ, କନ୍‌ଷ୍ଟେବଲ ଏସ୍‌.କେ. ବେହେରା ଓ ଅନ୍ୟମାନେ ସାମିଲ ଥିଲେ। ସୂଚନାଯୋଗ୍ୟ, ଜାତୀୟ ରାଜପଥ ମାଫିଆଙ୍କ ପାଇଁ ଗଳାବାଟ ସାଜିଛି। ଗତ କିଛିମାସ ତଳେ ଖୋର୍ଦ୍ଧା ଅବକାରୀ ବିଭାଗ କନ୍ଧମାଳରୁ ଖୋର୍ଦ୍ଧାକୁ ଚାଲାଣ ହେଉଥିବା ଦୁଇଟି କାରରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଥିଲା। ଗତ ଏପ୍ରିଲ ମାସରେ ଭୁବନେଶ୍ୱର-ଚେନ୍ନାଇ ୧୬ ନମ୍ବର ଜାତୀୟ ରାଜପଥ ଛତ୍ରମା ଛକ ଏକ ଢାବା ନିକଟରୁ ଗଞ୍ଜେଇ ଭର୍ତ୍ତି ପିକ୍‌ଅପ ଭ୍ୟାନ୍‌ରୁ ୧ କୁଇଣ୍ଟାଲ ୨୫ କେଜି ଗଞ୍ଜେଇ ସହ ୫୬ ହଜାର ଟଙ୍କା ଜବତ ହୋଇଥିଲା। ଏଥିସହ ଦୁଇଜଣଙ୍କୁ ଗିରଫ କରାଯାଇଥିଲା। ଗତ ମଙ୍ଗଳବାର ପୂର୍ବାହ୍ନରେ ଖୋର୍ଦ୍ଧା ପୋଲିସ ନୂଆ ବସ୍‌ଷ୍ଟାଣ୍ଡରେ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ବସ୍‌ରୁ ଦୁଇଟି ଗଞ୍ଜେଇ ପ୍ୟାକେଟ୍‌ ଜବତ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜିଲା ବିଜେଡି କାର୍ଯ୍ୟକାରିଣୀରେ ସ୍ଥାନ ପାଇଲେ ପାଟଣା ନିର୍ବାଚନମଣ୍ଡଳୀର ତୁଙ୍ଗ ନେତା

ପାଟଣା,୨୮ା୧୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ବିଜେଡିର ନୂତନ ଜିଲା କାର୍ଯ୍ୟକାରୀ କମିଟିକୁ ବିଜେଡି ସଭାପତି ତଥା ସୁପ୍ରିମୋ ନବୀନ ପଟ୍ଟନାୟକ ପୁନର୍ଗଠନ କରିଛନ୍ତି। ଏହି...

୧୦୨ ହୋମ୍‌ଗାର୍ଡ ପଦବୀ ପାଇଁ ୪୦୪୦ ପରୀକ୍ଷାର୍ଥୀ, ଚାଲିଛି ଲିଖିତ ପରୀକ୍ଷା

ଝାରସୁଗୁଡ଼ା,୨୮ା୧୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ଜିଲାରେ ଖାଲି ପଡ଼ିଥିବା ୧୦୨ଟି ହୋମଗାର୍ଡ ପଦ ପାଇଁ ରବିବାର ଲିଖିତ ପରୀକ୍ଷା ଅନୁଷ୍ଠିତ ହେଉଛି। ଏହି ପରୀକ୍ଷାରେ ମୋଟ୍‌...

ନେତାନ୍ୟାହୁ-ଟ୍ରମ୍ପଙ୍କ ସାକ୍ଷାତ ପୂର୍ବରୁ ମାସୁଦ୍‌ଙ୍କ ବଡ଼ ଘୋଷଣା: କହିଲେ ଆମ ଦେଶ ଏବେ ଯୁଦ୍ଧ ପାଇଁ…

ତେହରାନ,୨୮ା୧୨: ଇରାନ ରାଷ୍ଟ୍ରପତି ମାସୁଦ୍‌ ପେଜେସ୍କିଆନ କହିଛନ୍ତି, ତାଙ୍କ ଦେଶ ବର୍ତ୍ତମାନ ଆମେରିକା, ଇସ୍ରାଏଲ ଏବଂ ୟୁରୋପ ସହିତ ଏକ ପୂର୍ଣ୍ଣାଙ୍ଗ ଯୁଦ୍ଧରେ ଲିପ୍ତ। ସୋମବାର...

ଭରସା କଲେ ନବୀନ: ସିଲୁଙ୍କୁ ମିଳିଲା ଗୁରୁଦାୟତ୍ୱ, କହିଲେ…

କେସିଙ୍ଗା,୨୮।୧୨(ତୁମେଶ୍ୱର ସାହୁ): ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସାରା ରାଜ୍ୟରେ ନୂତନ ବିଜେଡି ପଦାଧିକାରୀମାନଙ୍କ...

ଶୀତ ମହୋତ୍ସବ ଲାଗି ଗାଁ ଗାଁରେ ଉତ୍କଣ୍ଠା, ଉତ୍ସାହ

ଦାରିଙ୍ଗବାଡି, ୨୮।୧୨ (ଅରୁଣ ସାହୁ ): ଆଉ କିଛି ଦିନର ଅପେକ୍ଷା। ଶୀତ ମହୋତ୍ସବ ୨୦୨୬ ପାଇଁ ଦାରିଙ୍ଗବାଡି ଏବେ ଠାରୁ ଉତ୍ସବମୁଖର ହୋଇପଡିଛି। ଗାଁ...

ଧନୁଯାତ୍ରା ରାଜ ଦରବାରରେ ଉଚ୍ଚଶିକ୍ଷା, ସଂସ୍କୃତି ମନ୍ତ୍ରୀ କହିଲେ ଅସ୍ମିତାର କଥା…

ମଥୁରାନଗରୀ,୨୮।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ଚତୁର୍ଥ ଦିବସରେ ଗୋପପୁର ଦୃଶ୍ୟାଭନିନୟ ଗୁଡ଼ିକ ଚିତ୍ତାକର୍ଷକ ଥିଲା। କୃଷ୍ଣଙ୍କ ବାଲ୍ୟଲୀଳା ଦେଖିବାକୁ ନାହିଁ...

ଚୋରକୁ କାବୁ କରି ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧିଲେ ଲୋକେ, ପ୍ରବଳ ମାଡ଼ ମାରିବା ପରେ…

ଭଦ୍ରକ,୨୮ା୧୨(ସନାତନ ରାଉତ): ଚୋରି କରୁଥିବାବେଳେ ଜଣେ ନିଶାଡ଼ି ଯୁବକଙ୍କୁ କାବୁ କରି ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧି ଦେଲେ ଗ୍ରାମବାସୀ। ପ୍ରବଳ ମାଡ଼ ମାରିବା ପରେ ପୋଲିସକୁ...

ଡ୍ରାଇଭର ମହାସଂଘର ଉପସଭାପତି ସନ୍ତୋଷଙ୍କୁ ଝୁରୁଛନ୍ତି ଅଞ୍ଚଳବାସୀ, କଂଗ୍ରେସ ପତାକା ଉପରେ ଢାଙ୍କି ଦେଇ ନେତା…

ଦାରିଙ୍ଗବାଡ଼ି,୨୮ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଓଡ଼ିଶା ଡ୍ରାଇଭର ମହାସଂଘର ଉପସଭାପତି ସନ୍ତୋଷ ଦିଗାଲଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପ୍ରକାଶ ଯେ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri