Posted inଜାତୀୟ

ଲାଲକିଲ୍ଲା ପଡ଼ିଆରେ ଆୟୋଜିତ ହେବ ରାମଲୀଳା: ୩ କ୍ୟାବିନେଟ ମନ୍ତ୍ରୀ ନଜର ଆସିବେ ଏହି ଚରିତ୍ରରେ

ନୂଆଦିଲ୍ଲୀ,୧୩।୯: ଚଳିତ ଥର ଦେଶର ରାଜଧାନୀ ଦିଲ୍ଲୀରେ ରାମଲିଳା ଭବ୍ୟ ସହକାରେ ଆୟୋଜିତ ହେବା ପାଇଁ ପୁରା ଜୋରସୋରରେ ପ୍ରସ୍ତୁତି ଚାଲିଛି। ବିଶେଷ କଥା ହେଉଛି ଏଥର ରାମଲୀଳାରେ କ୍ୟାବିନେଟ ମନ୍ତ୍ରୀ ଓ ଟିଭି କଳାକାରଙ୍କୁ ଏକାଠି ଦେଖିବାକୁ ମିଳିବ। ଏଥିରେ ଅଶ୍ୱିନୀ କୁମାର ଚୌବେ ଋଷି ବୈଶିଷ୍ଠ, ଫଗାନ ସିଂ କୁଲାସ୍ତେ ଋଷି ଅଗସ୍ତ୍ୟ ଏବଂ ଧୀବର ଭୂମିକାରେ ଉତ୍ତର-ପୂର୍ବ ଦିଲ୍ଲୀର ଭାଜପା ବିଧାୟକ ମନୋଜ ତିୱାରୀ ଙ୍କ ଅଭିନୟ ଦେଖିବାକୁ ମିଳିବ। ସେହିପରି ଅର୍ଜୁନ ରାମ ମେଘୱାଲ ଭଜନ ଗାଇବେ ବୋଲି ଜଣାପଡ଼ିଛି। ଭେଟେରାନ ଅଭିନେତା ଅସରାନୀ ନାରଦ ଭୂମିକାରେ ନଜର ଆସିବେ। ସେପ୍ଟେମ୍ବର ୨୬ରୁ ଆରମ୍ଭ ହୋଇ ଏହା ଦଶହରାରେ ଶେଷ ହେବ। ତେବେ ୧୦ଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଓ କଳାକାରମାନେ ମିଳିତ ଭାବେ ରାମଲୀଳାରେ ରାମଙ୍କ ପୁରୁଣା କାହାଣୀକୁ ଜୀବନ୍ତ କରିବାକୁ ଚେଷ୍ଟା କରିବେ। କେବଳ ଏତିକି ନୁହେଁ, ଏଥର ଦର୍ଶକମାନେ କର୍ତ୍ତବ୍ୟ ପଥ ମଡେଲ ଏବଂ ସବୁଠୁ ବଡ଼ ମଞ୍ଚ ଦେଖିବାକୁ ପାଇବେ। ଏଥର ଦଶହରାରେ ବାହୁବଲୀ ଫେମ୍‌ ଅଭିନେତା ପ୍ରଭାସ ରାବଣର ପୁତ୍ତଳିକା ଜଳାଇବେ। ଭାରତର ସ୍ବାଧୀନତାର ୭୫ତମ ବାର୍ଷିକୀ ପାଳନ ଅବସରରେ ପଡ଼ିଆରେ ୭୫ଟି ତ୍ରିରଙ୍ଗା ପତାକାରେ ସଜାଯିବ। ରାମଲୀଳା ପଡ଼ିଆର ମୁଖ୍ୟ ଫାଟକରେ ପ୍ରଭୁ ରାମଙ୍କ ଫଟୋ ଲଗାଯିବ, ଯାହାର ନାମ ‘ରାମ ଦ୍ୱାର’ ରଖାଯିବ ବୋଲି ଲୁଭ କୁଶ ରାମଲୀଳା କମିଟିର ସଭାପତି ଅର୍ଜୁନ କୁମାର କହିଛନ୍ତି। ସେହିପରି ଦ୍ୱିତୀୟ ଫାଟକକୁ ‘ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଦ୍ୱାର’ କୁହାଯିବ। ତାଙ୍କର ପ୍ରତିମୂର୍ତ୍ତି ଏଠାରେ ଲଗାଯିବ। ପଡ଼ିଆରେ ୧୮୦X୬୦ ଫୁଟର ଏକ ତିନି ମହଲା ମଞ୍ଚ ତିଆରି କରାଯିବ। ଯାହା ଉପରେ ଏକ ବଡ଼ ରାମ ମନ୍ଦିର ନିର୍ମାଣ ହେବ। ଏହା ପୂର୍ବରୁ ଏହା ୧୨୦X୪୮ ଫୁଟ ମଞ୍ଚ ତିଆରି ହେଉଥିଲା। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନିମନ୍ତ୍ରଣ କରାଯାଇଛି ବୋଲି ଅର୍ଜୁନ କୁମାର କହିଛନ୍ତି। ଅନ୍ୟପଟେ ମୁମ୍ବାଇର ମେକ୍‌ଅପ୍‌ ଆଟିଷ୍ଟ ବିଷ୍ଣୁ ପାଟିଲ ରାମଲୀଳା ସମୟରେ ଦିଲ୍ଲୀରେ ରହିବେ। ଅଭିନେତାମାନଙ୍କ ପୋଷାକ ମଧ୍ୟ ବଲିଉଡ୍‌ର ଫ୍ୟାଶନ ଡିଜାଇନର୍‌ ଦ୍ୱାରା ଡିଜାଇନ କରାଯାଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

୧୨ ଘଣ୍ଟିଆ ଦେବଗଡ଼ ବନ୍ଦ: ଆନ୍ଦୋଳନକାରୀଙ୍କୁ ଉଠାଇନେଲା ପୋଲିସ…

ଦେବଗଡ,୧୭।୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୁରୁଣା ଡାକ୍ତରଖାନାରେ ୨୪ ଘଣ୍ଟିଆ ସ୍ବାସ୍ଥ୍ୟସେବା ଦାବିରେ ବନ୍ଦ ଡାକରା ଦେଇଛି ଜିଲା ମହିଳା ଏକତା ମଞ୍ଚ। ସକାଳ ୬ରୁ...

୮ ଦିନ ମଧ୍ୟରେ କିଡନୀ ରୋଗରେ ୩ ଜଣଙ୍କ ମୃତ୍ୟୁ ଘଟଣା: ରକ୍ତ, ପାନୀୟ ଜଳ ନମୁନା ସଂଗ୍ରହ

ଅମରପାଲି,୧୭ା୧୨(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲଶ ବୀରମହାରାଜପୁର ବ୍ଲକର ଉପାନ୍ତ ଅଞ୍ଚଳରେ କିଡ଼ନୀ ରୋଗରେ ୮ ଦିନ ମଧ୍ୟରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଏନେଇ ଧରିତ୍ରୀରେ ଖବର...

ଶୀତ ମହୋତ୍ସବ ହେବ ଉତ୍ସବମୁଖର: ସାଂସ୍କୃତିକ କାର୍ଯ୍ୟକ୍ରମକୁ ଆକୃଷ୍ଟ ପାଇଁ ଲକ୍ଷ୍ୟ

ଦାରିଙ୍ଗବାଡି,୧୭।୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଶୀତ ମହୋତ୍ସବ ନେଇ ତୃତୀୟଥର ପାଇଁ ପ୍ରସ୍ତୁତି ବୈଠକ ବ୍ଲକ ସଭାଗୃହ ଠାରେ ହୋଇଯାଇଛି। ବିଡ଼ିଓ ତଥା...

୬ ମାସରେ ମାତ୍ର ୨ ପ୍ରତିଶତ ଅଗ୍ରଗତି: ଅନିଶ୍ଚିତତା ଘେରରେ ମେଗା ପାନୀୟ ଜଳ ପ୍ରକଳ୍ପର ଭବିଷ୍ୟତ

ଭଞ୍ଜନଗର,୧୭।୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଗ୍ରାମ୍ୟ ପାଇପ ଜଳ ଯୋଗାଣ ବିଭାଗ ଅଧୀନରେ ରାଜ୍ୟର ସବୁଠୁ ବଡ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ...

ଜିଆ ଖାଉଛି ମାଛକୁ

ଗାଡ଼ିଆରେ ବନିଶିରେ ମାଛ ଧରାଯାଉଥିବାର ଏକ ଦୃଶ୍ୟକୁ ଅବତାରଣା କରାଯାଉ। ଜଣେ ବ୍ୟକ୍ତି ବାଉଁଶ ଛଡ଼ିରେ ସୂତା ଲଗାଇ ସେଥିରେ କଣ୍ଟା ଓହଳାଇ ଥାଏ। ସୂତାକୁ...

ଧାନରେ ଇନ୍‌ପୁଟ୍‌ ଆସିଷ୍ଟାଣ୍ଟ ହ୍ରାସ, ବଢ଼ିଲା ଅସନ୍ତୋଷ

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। ଆଉ ୨ଦିନ ପରେ ଜିଲାରେ ଧାନ ସଂଗ୍ରହ ପ୍ରକ୍ରିୟାକୁ ୩ସପ୍ତାହ ପୂରିବ। ଅଥଚ ଏପର୍ଯ୍ୟନ୍ତ...

ଦିଲ୍ଲୀ ସରକାରଙ୍କ ପ୍ରାଣମୁର୍ଚ୍ଛା ଉଦ୍ୟମ, ପ୍ରଦୂଷଣ ରୋକିବାକୁ ‘ତନ୍ଦୁର’ ଉପରେ ଲାଗିଲା ବ୍ୟାନ

ନୂଆଦିଲ୍ଲୀ,୧୬।୧୨: ଦିଲ୍ଲୀରେ ବାୟୁ ପ୍ରଦୂଷଣ ସଙ୍କଟଜନକ ସ୍ତରରେ ପହଞ୍ଚିବା ପରେ ରାଜ୍ୟ ସରକାର ଅଧିକ କଡ଼ା କଟକଣା ଲାଗୁ କରିଛନ୍ତି। ରୁଟି ଏବଂ ଅନ୍ୟାନ୍ୟ ଖାଦ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri