Posted inଜାତୀୟ

ପରଲୋକରେ ଆଧୁନିକ ଦିଲ୍ଲୀର ବିନ୍ଧାଣି

ନୂଆଦିଲ୍ଲୀ,୨୧ା୭(ପି.ଟି.): ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ଶୀଲା ଦୀକ୍ଷିତଙ୍କର ଶନିବାର ଅପରାହ୍ଣରେ ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଯାଇଛି। ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା। ହୃତ୍‌ଘାତ ହେବାରୁ ଶୀଲାଙ୍କୁ ସକାଳେ ଫର୍ଟିସ ଏସ୍‌କଟର୍‌ସ ହାର୍ଟ ଇନ୍‌ଷ୍ଟିଚ୍ୟୁଟରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲ୍‌ର ଅଧ୍ୟକ୍ଷ ଡ. ଅଶୋକ ସେଠ୍‌ଙ୍କ ନେତୃତ୍ୱରେ ବିଭିନ୍ନ ବିଭାଗର ଡାକ୍ତରମାନଙ୍କ ଏକ ଟିମ୍‌ ତାଙ୍କର ଚିକିତ୍ସା କରିଥିଲେ। ସାମୟିକ ଭାବେ ଶୀଲାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିଲା। ତେବେ ଅପରାହ୍ନ ୩ଟା ୫୫ରେ ଦ୍ୱିତୀୟ ହୃଦ୍‌ଘାତ ହେବାରୁ ଡାକ୍ତରମାନଙ୍କ ସମସ୍ତ ଉଦ୍ୟମ ସତ୍ତ୍ୱେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ତାଙ୍କ ମରଶରୀରକୁ ନିଜାମୁଦ୍ଦିନ ଅଞ୍ଚଳରେ ଥିବା ବାସଭବନକୁ ନିଆଯାଇଛି। ଶୀଲାଙ୍କ ପରଲୋକରେ ଦିଲ୍ଲୀ ସରକାର ଦୁଇଦିନିଆ ଶୋକ ଘୋଷଣା କରିଛନ୍ତି। ରବିବାର ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ଟୁଇଟ୍‌ କରିଛନ୍ତି। ଶନିବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଓ ଉପମୁଖ୍ୟମନ୍ତ୍ରୀ ଜମ୍ମୁ-କଶ୍ମୀରର ବୈଷ୍ଣୋଦେବୀ ମନ୍ଦିର ଯିବା କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି।
ଶୀଲା ଦୀକ୍ଷିତଙ୍କୁ ଆଧୁନିକ ଦିଲ୍ଲୀର ନିର୍ମାତ୍ରୀ କହିଲେ ଅତ୍ୟୁକ୍ତି ହେବ ନାହିଁ। ତାଙ୍କର ୧୫ ବର୍ଷର ମୁଖ୍ୟମନ୍ତ୍ରିତ୍ୱ ସମୟରେ ଦିଲ୍ଲୀକୁ ଆଧୁନିକ ରୂପରେଖ ମିଳିଥିଲା। ଦିଲ୍ଲୀ ପ୍ରଦେଶ କଂଗ୍ରେସ ସଭାପତି ଥିବା ଶୀଲା ୧୯୯୮ରୁ ୨୦୧୩ ପର୍ଯ୍ୟନ୍ତ କ୍ରମାଗତ ତିନିଥର ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଥିଲେ। ୨୦୧୪ରେ ସେ ୫ ମାସ ପାଇଁ କେରଳର ରାଜ୍ୟପାଳ ମଧ୍ୟ ହୋଇଥିଲେ। ନିକଟରେ ଶେଷ ହୋଇଥିବା ଲୋକ ସଭା ନିର୍ବାଚନରେ ଶୀଲା ଉତ୍ତର-ପୂର୍ବ ଦିଲ୍ଲୀ ନିର୍ବାଚନମଣ୍ଡଳୀରୁ ଲଢ଼ି ହାରିଯାଇଥିଲେ।
୧୯୮୪ରେ ସେ ପ୍ରଥମଥର ପାଇଁ ଉତ୍ତରପ୍ରଦେଶର କନୌଜ ଆସନରୁ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଘନିଷ୍ଠ ଥିବା ଶୀଲା ତାଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିଲେ। ଏହି ବର୍ଷୀୟାନ ନେତ୍ରୀଙ୍କ ପରଲୋକରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଏମ୍‌. ଭେଙ୍କାୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକବ୍ୟକ୍ତ କରିଛନ୍ତି।
କଂଗ୍ରେସ ନେତ୍ରୀ ଶୀଲା ଦୀକ୍ଷିତଙ୍କ ରାଜନୈତିକ କ୍ୟାରିୟରରେ ଅନେକ ଘଟଣା ତାଙ୍କୁ ପ୍ରଥମ କରିଛି। ସେ ପ୍ରଥମ ମୁଖ୍ୟମନ୍ତ୍ରୀ ଯିଏ ଦିଲ୍ଲୀରେ କ୍ରମାଗତ ୩ ଥର କ୍ଷମତାରେ ରହିଥିଲେ। କୌଣସି ରାଜ୍ୟରେ ୧୫ ବର୍ଷ କ୍ଷମତାରେ ରହିବାରେ ସେ ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ।୨୦୧୯ ଲୋକ ସଭା ନିର୍ବାଚନ ପୂର୍ବରୁ ଦିଲ୍ଲୀରେ କଂଗ୍ରେସକୁ ସୁଦୃଢ଼ କରିବା ପାଇଁ ତାଙ୍କୁ ପ୍ରଦେଶ କଂଗ୍ରେସ କମିଟି ସଭାପତି କରାଯାଇଥିଲା। ତାଙ୍କ ନେତୃତ୍ୱରେ କଂଗ୍ରେସ ମୁଖ୍ୟ ବିରୋଧୀ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି)କୁ ତୃତୀୟ ସ୍ଥାନକୁ ପଠାଇବାରେ ସକ୍ଷମ ହୋଇଥିଲା।
୧୯୩୮ ମାର୍ଚ୍ଚ ୩୧ରେ ପଞ୍ଜାବର କପୁରଥାଲାରେ ଶୀଲାଙ୍କ ଜନ୍ମ। ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ଇତିହାସରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ। ୧୯୮୪ରେ ଶୀଲା ଉତ୍ତରପ୍ରଦେଶର କନୌଜ ଆସନରୁ ଲୋକ ସଭାକୁ ପ୍ରଥମେ ନିର୍ବାଚିତ ହୋଇ ଜାତିସଂଘରେ ମହିଳାମାନଙ୍କ ସ୍ଥିତି ସମ୍ପର୍କରେ ଭାରତର ପ୍ରତିନିଧିତ୍ୱ କରିଥିଲେ। ୧୯୮୬ରେ ସେ କେନ୍ଦ୍ରରେ ମନ୍ତ୍ରୀ ହୋଇଥିଲେ। ୧୯୯୮ରେ ସେ ଲୋକ ସଭା ନିର୍ବାଚନ ହାରିଥିଲେ ଏବଂ ସେହିବର୍ଷ ପ୍ରଥମ ଥର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହୋଇଥିଲେ। ୨୦୧୪ରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ସେ କେରଳ ରାଜ୍ୟପାଳ ହୋଇଥିଲେ ମଧ୍ୟ ୫ ମାସ ପରେ ଇସ୍ତଫା ଦେଇଥିଲେ। ୨୦୦୯ରେ ତାଙ୍କ ବିରୋଧରେ ଦୁର୍ନୀତି ମାମଲା ରୁଜୁ ହେବା ପରେ ସେ ବିବାଦ ଘେରକୁ ଆସିଥିଲେ। ଜବାହରଲାଲ୍‌ ନେହେରୁ ଜାତୀୟ ସହରାଞ୍ଚଳ ନବୀକରଣ ମିଶନ ପାଇଁ କେନ୍ଦ୍ର ସରକାର ଦେଇଥିବା ୩.୫ କୋଟି ଟଙ୍କାର ଅପବ୍ୟୟ ନେଇ ଅଭିଯୋଗ ହୋଇଥିଲା। ୨୦୧୦ ରାଜ୍ୟଗୋଷ୍ଠୀ କ୍ରୀଡା ଦୁର୍ନୀତିରେ ମଧ୍ୟ ସେ ଅଭିଯୁକ୍ତ ଥିଲେ। ଏହା ସତ୍ତ୍ୱେ ମେଟ୍ରୋ ପ୍ରକଳ୍ପ ସମେତ ଦିଲ୍ଲୀର ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ତାଙ୍କ ସମୟରେ ହୋଇଥିଲା। ଭାଗୀଦାରି ବ୍ୟବସ୍ଥା ମାଧ୍ୟମରେ ସେ ପୌର ପ୍ରଶାସନରେ ଜନସାଧାରଣଙ୍କ ଅନ୍ତର୍ଭୁକ୍ତୀକରଣକୁ ପ୍ରୋତ୍ସାହିତ କରିଥିଲେ। ଫଳରେ ଜନସେବାର ମାନ ବଢ଼ିବା ସହ ଠିକ୍‌ ସମୟରେ ଲୋକଙ୍କ ପାଖରେ ପହଞ୍ଚତ୍ପାରିଥିଲା।

ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ


ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତଙ୍କ ପରଲୋକ ଖବର ଶୁଣି ଦୁଃଖିତ ବୋଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି। ମୁଖ୍ୟମନ୍ତ୍ରୀ ଭାବେ ତାଙ୍କର ୧୫ ବର୍ଷର କାର୍ଯ୍ୟକାଳ ମଧ୍ୟରେ ରାଜଧାନୀର ଉଲ୍ଲେଖନୀୟ ବିକାଶ ହୋଇଥିଲା, ଯେଉଁଥିପାଇଁ ସେ ସ୍ମରଣୀୟ ହୋଇ ରହିବେ ବୋଲି ରାଷ୍ଟ୍ରପତି ଟୁଇଟ୍‌ କରିଛନ୍ତି। ସେହିପରି ଶୀଲାଙ୍କ ପରଲୋକରେ ଉପରାଷ୍ଟ୍ରପତି ଏମ୍‌.ଭେଙ୍କୟା ନାଇଡୁ ଗଭୀର ଶୋକବ୍ୟକ୍ତ କରିଛନ୍ତି। ସେ ଜଣେ ଉତ୍ତମ ପ୍ରଶାସିକା ଥିଲେ ବୋଲି ଉପରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ୍‌ କରାଯାଇଛି।
ବରିଷ୍ଠ କଂଗ୍ରେସ ନେତ୍ରୀଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକବ୍ୟକ୍ତ କରିଛନ୍ତି। ଦିଲ୍ଲୀର ବିକାଶରେ ତାଙ୍କର ଉଲ୍ଲେଖନୀୟ ଅବଦାନ ଥିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏଥିସହିତ ତାଙ୍କର ପରିବାର ସଦସ୍ୟ ଓ ସମର୍ଥକମାନଙ୍କୁ ପ୍ରଧାନମନ୍ତ୍ରୀ ସମବେଦନା ଜଣାଇଛନ୍ତି। ଦଳର ନେତା ରାହୁଲ ଗାନ୍ଧୀ ଶୀଲାଙ୍କୁ କଂଗ୍ରେସର ଆଦରଣୀୟା କନ୍ୟା କହିବା ସହ ତାଙ୍କର ପରଲୋକରେ ମର୍ମାହତ ବୋଲି ଟୁଇଟ୍‌ କରିଛନ୍ତି। ତାଙ୍କ ସହ ରାହୁଲଙ୍କର ଅତ୍ୟନ୍ତ ଘନିଷ୍ଠତା ଥିଲା। ସେ ନିଃସ୍ବାର୍ଥପର ଭାବେ ଦିଲ୍ଲୀ ପାଇଁ କାର୍ଯ୍ୟ କରୁଥିଲେ ବୋଲି ରାହୁଲ ତାଙ୍କ ଶୋକବାର୍ତ୍ତାରେ କହିବା ସହ ତାଙ୍କ ପରିବାର ସଦସ୍ୟ ଓ ଦିଲ୍ଲୀବାସୀଙ୍କୁ ସମବେଦନା ଜଣାଇଛନ୍ତି। ଦିଲ୍ଲୀର ବିକାଶ ପାଇଁ ଶୀଲାଙ୍କ ଅବଦାନ ଚିରସ୍ମରଣୀୟ ହୋଇ ରହିବ ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି। ଦେଶ ଜଣେ ଉତ୍ସର୍ଗୀକୃତ କଂଗ୍ରେସ ନେତ୍ରୀଙ୍କୁ ହରାଇଲା ବୋଲି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ଦାନ ଅର୍ଥରେ ଚାଲିଛି ଅଞ୍ଚଳବାସୀଙ୍କ ସେବା

ଭଞ୍ଜନଗର,୨୬ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜଳସମ୍ପଦ ବିଭାଗ କର୍ମଚାରୀମାନେ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି। କର୍ମଚାରୀମାନେ ୨୦୧୦ରେ ମିଶି ଭଞ୍ଜନଗର ଜଳସେଚନ ବିଭାଜନ କର୍ମଚାରୀ...

୨୯ ବଲରେ ଅର୍ଦ୍ଧଶତକ କରି ପ୍ରଶଂସକଙ୍କ ମନ ଜିଣିଲେ ବିରାଟ

ନୂଆଦିଲ୍ଲୀ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ବ୍ୟାଟସମ୍ୟାନ ବିରାଟ କୋହଲି ୨୦୨୫-୨୬ ବିଜୟ ହଜାରେ ଟ୍ରଫିରେ ଆଉ ଏକ ଚମତ୍କାର ଇନିଂସ ଖେଳି ତାଙ୍କର ପ୍ରଭାବଶାଳୀ ଫର୍ମ...

କାନାଡ଼ାରେ ଆଉ ଜଣେ ଭାରତୀୟ ଯୁବକଙ୍କୁ ଗୁଳି, ଅଭିଯୁକ୍ତ ଫେରାର

ଓଟାଓ୍ବା,୨୬।୧୨: କାନାଡ଼ାର ଟୋରଣ୍ଟୋ ବିଶ୍ୱବିଦ୍ୟାଳୟର ସ୍କାରବୋରୋ କ୍ୟାମ୍ପସ ନିକଟରେ ଗୁଳିକାଣ୍ଡରେ ଜଣେ ଭାରତୀୟ ଛାତ୍ର ପ୍ରାଣ ହରାଇଛନ୍ତି। ଭାରତୀୟ କନସୁଲେଟ ଗୁରୁବାର (ଡିସେମ୍ବର ୨୫) ଦିନ...

ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଲୁଦୁ ଜଳପ୍ରପାତ, ୧୦୦ ଫୁଟ ଉପରୁ ପଡୁଛି ପାଣି, ଯିବାକୁ ଚାହୁଁଥିଲେ ଜାଣନ୍ତୁ…

ରାଇକିଆ,୨୬ା୧୨(ପ୍ରଦୀପ ବେହେରା): ରାଜ୍ୟର ପ୍ରମୁଖ ଜଳପ୍ରପାତଗୁଡ଼ିକ ମଧ୍ୟରୁ ଅନ୍ୟତମ ହେଉଛି କନ୍ଧମାଳ ଜିଲାର ଲୁଦୁ ଜଳପ୍ରପାତ। ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଏହି ଜିଲାର ବିଭିନ୍ନ ପର୍ଯ୍ୟଟନସ୍ଥଳୀ...

ଗତ ୭ ବର୍ଷ ହେବ BCCI ବଢାଇନାହିଁ ଅମ୍ପାୟର୍ସଙ୍କ ଦରମା, ଜାଣନ୍ତୁ ଗୋଟିଏ ମ୍ୟାଚ ପାଇଁ କେତେ ମିଳେ

ନୂଆଦିଲ୍ଲୀ,୨୬।୧୨: ଗତ କିଛି ବର୍ଷ ମଧ୍ୟରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଆନ୍ତର୍ଜାତୀୟ ଏବଂ ଘରୋଇ, ପୁରୁଷ ଏବଂ ମହିଳା ଉଭୟ ଖେଳାଳିଙ୍କ ଦରମାରେ...

Gold Silver Price: ରେକର୍ଡ ଭାଙ୍ଗିଲା ସୁନା ଦର, ରୂପା ଏକାଥରେ ୮ ହଜାର…..

ନୂଆଦିଲ୍ଲୀ,୨୬।୧୨:  ୨୦୨୫ ବର୍ଷ ଶେଷ ହେବାକୁ ଯାଉଛି କିନ୍ତୁ ସୁନା ଏବଂ ରୂପାର ଚମକ କମିବାର କୌଣସି ଲକ୍ଷଣ ଦେଖାଯାଉନାହିଁ । ବର୍ଷର ଶେଷ ଦିନଗୁଡ଼ିକରେ...

୯ ଟଙ୍କା ଛୁଇଁଲାଣି ଅଣ୍ଡା ଦର: କେବେ ମିଳିବ ଆଶ୍ୱସ୍ତି, କାହିଁକି ହେଉଛି ମହଙ୍ଗା?

ଭୁବନେଶ୍ୱର,୨୬।୧୨: ଭାରତର ଅନେକ ସହରରେ ଗୋଟିଏ ଅଣ୍ଡା ଦର ୮ ଟଙ୍କା କିମ୍ବା ତା’ଠାରୁ ଅଧିକରେ ବିକ୍ରି ହେଉଥିବା ବେଳେ ଏହି ଶୀତଦିନେ ଅଣ୍ଡା ଦର...

ୟୁନୁସଙ୍କ ଗୋଟିଏ ଭୁଲ, ଯାହା ପାଇଁ ଦଣ୍ଡ ପାଉଛି ବାଂଲାଦେଶ

ଢାକା,୨୬।୧୨: ବାଂଲାଦେଶ ଆଜି ହିଂସା ଏବଂ ଉଗ୍ରବାଦର ନିଆଁରେ ଜଳୁଛି। ମହମ୍ମଦ ୟୁନୁସଙ୍କ ଦ୍ୱାରା କରାଯାଇଥିବା ଭୁଲର ପରିଣାମ ବାଂଲାଦେଶ ଏବେ ଭୋଗୁଛି। ହିନ୍ଦୁ ହୁଅନ୍ତୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri