ପିଏମ୍‌ଜିଏସ୍‌ୱାଇ ରାସ୍ତା ନିର୍ମାଣରେ ଲାଞ୍ଚ ଅଭିଯୋଗ

ଯାଜପୁର ଅଫିସ,୨୮।୮: ଯାଜପୁର ଜିଲାରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା (ପିଏମ୍‌ଜିଏସ୍‌ୱାଇ)ରେ ବିନା ପିସିରେ ଫାଇଲ୍‌ ଘୁଞ୍ଚେ ନାହିଁ ବୋଲି ଠିକାଦାରମାନେ ଅଭିଯୋଗ କରିଆସୁଛନ୍ତି। ଏଭଳି ଏକ ଉଦାହରଣ ଦେଖିବାକୁ ମିଳିଛି ସୁକିନ୍ଦା ବ୍ଲକ ଆରଡି ରାସ୍ତାଠାରୁ ଡୁବିଖାଲ ପିଏମ୍‌ଜିଏସ୍‌ୱାଇ ରାସ୍ତାରେ। ଏନ୍‌କ୍ୟୁଏମ୍‌(ନ୍ୟାଶନାଲ କ୍ବାଲିଟି ମନିଟର) ଏବଂ ଏସ୍‌କ୍ୟୁଏମ(ଷ୍ଟେସ କ୍ବାଲିଟି ମନିଟର) ଭଳି ସରକାରୀ ସଂସ୍ଥା କାର୍ଯ୍ୟ ମାନରେ ସବୁଜ ସଙ୍କେତ ଦେଇଥିବା ସତ୍ତ୍ବେ ଫାଇନାଲ ବିଲ ପାଇଁ ୫ ଲକ୍ଷ ଟଙ୍କା ଦାବି କରି ସମ୍ପୃକ୍ତ ଯନ୍ତ୍ରୀ ହଇରାଣ କରିଥିବା ଅଭିଯୋଗ ହୋଇଛି। ଏନେଇ ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀ ଏବଂ ଚିଫ୍‌ କନଷ୍ଟ୍ରକ୍ସନ ଇଞ୍ଜିନିୟରଙ୍କ ନିର୍ଦ୍ଦେଶକ୍ରମେ ଏକାଧିକ ଥର ତଦନ୍ତ ହୋଇଥିଲେ ହେଁ ସମ୍ପୃକ୍ତ ଯନ୍ତ୍ରୀଙ୍କୁ ପରୋକ୍ଷରେ ସହଯୋଗ କରାଯାଉଥିବା ଅଭିଯୋଗ ହେଉଛି।
୨୦୧୮-୧୯ ବର୍ଷରେ ୧.୩୩ କୋଟି ଟଙ୍କା ବ୍ୟୟରେ ଆର୍‌ଡି ରାସ୍ତାଠାରୁ ଡୁବିଖାଲ ପର୍ଯ୍ୟନ୍ତ ପିଏମ୍‌ଜିଏସ୍‌ୱାଇ ରାସ୍ତା ନିର୍ମାଣ ହୋଇଥିଲା, ଯାହାକି ୨୫ା୬ା୨୦୨୧ରେ ସମ୍ପୂର୍ଣ୍ଣ ହୋଇଥିଲା। କାର୍ଯ୍ୟର ଫାଇନାଲ ବିଲ୍‌ କରିଦେବାକୁ ସମ୍ପୃକ୍ତ ଯନ୍ତ୍ରୀ ୫ ଲକ୍ଷ ଟଙ୍କା ଦାବି କରିଥିଲେ ବୋଲି ଠିକାଦାର ପ୍ରଦୀପ୍ତ କୁମାର ବିଶ୍ୱାଳ ପିଏମ୍‌ଜିଏସୱାଇ ଚିଫ୍‌ ଇଞ୍ଜିନିୟରଙ୍କ ନିକଟରେ ୮ା୮ା୨୦୨୨ରେ ଅଭିଯୋଗ କରିଛନ୍ତି। ଯନ୍ତ୍ରୀଙ୍କ ଦାବିକୁ ସେ ନ ମାନିବାରୁ ଫାଇନାଲ ବିଲ୍‌ ପ୍ରସ୍ତୁତିରେ ଚଞ୍ଚକତା କରାଯାଇଛି। ପ୍ରାୟ ୩୨ ଲକ୍ଷ ଟଙ୍କା ବିଲ୍‌ କରିବାକୁ ଥିବାବେଳେ ବିନା କାରଣରେ ମାତ୍ର ୧୨ ଲକ୍ଷ ଟଙ୍କା ବିଲ୍‌ ହୋଇଥିଲା। ଯନ୍ତ୍ରୀଙ୍କ ଏଭଳି କାର୍ଯ୍ୟ ଉପରେ ସେ ୧୦ା୨ା୨୦୨୨ରେ ଗ୍ରାମ୍ୟ ଉନ୍ନୟନ ବିଭାଗର ଅତରିକ୍ତ ସଚିବଙ୍କ ନିକଟରେ ଗ୍ରୀଭାନ୍ସ ପିଟିସନ ଦାଖଲ କରିଥିଲେ। ତଥାପି କୌଣସି ପଦକ୍ଷେପ ନିଆଯାଇ ନ ଥିଲା। ଏହାପରେ ପିଏମ୍‌ଜିଏସ୍‌ୱାଇର ଚିଫ୍‌ ଇଞ୍ଜିନିୟର ୧୭ା୮ା୨୦୨୨ରେ କେନ୍ଦ୍ରାପଡା-ଯାଜପୁର ଗ୍ରାମ୍ୟ ନିର୍ମାଣ ସର୍କିଲର ଚିଫ୍‌ କନଷ୍ଟ୍ରକ୍ସନ ଇଞ୍ଜିନିୟରଙ୍କୁ ଅଭିଯୋଗ ଅନୁସାରେ ଉତ୍ତର ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶକୁ ଭିତ୍ତିକରି ୨୨ା୮ା୨୦୨୨ରେ କେନ୍ଦ୍ରାପଡ଼ା-ଯାଜପୁର ଗ୍ରାମ୍ୟ ନିର୍ମାଣ ସର୍କିଲର ଚିଫ୍‌ କନଷ୍ଟ୍ରକ୍ସନ ଇଞ୍ଜିନିୟର ଆବଶ୍ୟକ ତଦନ୍ତ କରିବାକୁ ଯାଜପୁର ଅଧୀକ୍ଷଣ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି।
ଅନ୍ୟପକ୍ଷରେ ଉକ୍ତ ପିଏମ୍‌ଜିଏସ୍‌ୱାଇ ରାସ୍ତାରେ ନିର୍ଦ୍ଧାରିତ ବ୍ୟୟ ଅଟକଳ ଅନୁସାରେ କାମ ହୋଇ ନ ଥିବାରୁ ଫାଇନାଲ ବିଲ୍‌ ତଦନୁସାରେ ପ୍ରସ୍ତୁତ ହୋଇଥିବା ଯନ୍ତ୍ରୀ ଦାବି କରିଛନ୍ତି। ଏ ସଂକ୍ରାନ୍ତରେ ଯାଜପୁର ଗ୍ରାମ୍ୟ ନିର୍ମାଣ ଡିଭିଜନ-୧ର ଅଧୀକ୍ଷଣ ଯନ୍ତ୍ରୀ ଜ୍ଞାନରଞ୍ଜନ ନାୟକଙ୍କୁ ପଚରାଯିବାରୁ ସେ କହିଛନ୍ତି , ଉକ୍ତ ପିଏମ୍‌ଜିଏସ୍‌ଓ୍ବାଇ ରାସ୍ତାର ଫାଇନାଲ ବିଲ୍‌ରେ ମାପିବା ପ୍ରକ୍ରିୟା ଭୁଲ୍‌ ରହିଛି ବୋଲି ଠିକାଦାର ଅଭିଯୋଗ କରିଛନ୍ତି। ଉକ୍ତ ଅଭିଯୋଗ ଆଧାରଣରେ ଚିଫ୍‌ କନଷ୍ଟ୍ରକ୍ସନ ଇଞ୍ଜିନିୟର ପୁନଃ ମାପିବାକୁ ଆସିବେ। ଏହାପରେ ବିହତ ପଦକ୍ଷେପ ନିଆଯିବ
ସୂଚନାଥାଉ କି, ବେଆଇନ ଅର୍ଥ କାରବାର ଯୋଗୁ ଜିଲାର ଏକାଧିକ ପିଏମ୍‌ଜିଏସ୍‌ୱାଇ କାର୍ଯ୍ୟ ଅତି ନିମ୍ନମାନର ହେଉଥିବା ଜଣାପଡିଛି। ୨୦୨୧ରେ ଜାରକା ଗ୍ରାମ୍ୟ ନିର୍ମାଣ ଡିଭିଜନ-୨ ଅଧୀନରେ ବାଲିଚନ୍ଦ୍ରପୁର-ଦେକୁରୀ ଏବଂ ଏନଏଚ-୫(କ) ଠାରୁ ଭରତପୁର ପିଏମ୍‌ଜିଏସ୍‌ୱାଇ ରାସ୍ତାରେ ବିପୁଳ ପରିମାଣର ସରକାରୀ ଅର୍ଥ ହରିଲୁଟ୍‌ ହୋଇଥିବା ଅଭିଯୋଗ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆଦାନୀ ଗ୍ରୁପ କଲା ବଡ଼ ଡିଲ୍‌, ଭାରତରେ ପାଇଲଟ ଟ୍ରେନିଂ ଓ ପ୍ରତିରକ୍ଷା ସିମୁଲେସନରେ ହେବ ପରିବର୍ତ୍ତନ!

ନୂଆଦିଲ୍ଲୀ,୯।୧୨: ଆଡାନୀ ଗ୍ରୁପର ପ୍ରତିରକ୍ଷା ଓ ଏରୋସ୍ପେସ ଆର୍ମ ADSTL (ଆଡାନୀ ଡିଫେନ୍ସ ସିଷ୍ଟମ୍ସ ଏଣ୍ଡ ଟେକ୍ନୋଲୋଜିଜ ଲିମିଟେଡ) ଏବଂ ପ୍ରାଇମ ଏରୋ ସର୍ଭିସେସ LLP...

ପାଦରେ ସୁନା ପିନ୍ଧିବା କାହିଁକି ଅଶୁଭ? ପିନ୍ଧିଲେ ମାଡ଼ି ଆସିବ…

ବର୍ତ୍ତମାନ, ସୁନା ବିଶ୍ୱର ସବୁଠାରୁ ମହଙ୍ଗା ଧାତୁ ମଧ୍ୟରୁ ଗୋଟିଏ। ସୁନା ସମସ୍ତଙ୍କୁ ଆକର୍ଷିତ କରେ। ମହିଳାମାନେ ସୁନା ଅଳଙ୍କାରକୁ ଭଲ ପାଆନ୍ତି। ଅଳଙ୍କାର ପିନ୍ଧିବା...

ନୂଆବର୍ଷରେ ୩ ରାଶିରେ ଭୟଙ୍କର ଶନି ଦଶା ! ପାଦେ ପାଦେ ବିପଦ, ନୂଆବର୍ଷରେ…

ଶନିଦେବତାଙ୍କୁ ନ୍ୟାୟପ୍ରିୟ ଓ କର୍ମଫଳ ପ୍ରଦାତା ଭାବେ ଗ୍ରହଣ କରାଯାଇଛି । ଶନି ପ୍ରତି ଅଢେଇ ବର୍ଷରେ ଥରେ ରାଶି ପରିବରର୍ତ୍ତନ କରିଥାନ୍ତି । ଶନିଙ୍କର...

ଭାରତ ପାଇଁ ସତ୍ୟ ନାଡେଲାଙ୍କ ବଡ଼ ଘୋଷଣା: AI ପାଇଁ ମାଇକ୍ରୋସଫ୍ଟ ନିବେଶ କରିବ ୧.୫ ଲକ୍ଷ କୋଟି ଟଙ୍କା

ନୂଆଦିଲ୍ଲୀ,୯।୧୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ବିକାଶ ପାଇଁ ଏକ ବଡ଼ ପଦକ୍ଷେପ ନେଇ ମାଇକ୍ରୋସଫ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ସତ୍ୟ ନାଡେଲା...

Ayushman Card: ବର୍ଷକୁ କେବଳ ଏତିକି ଥର ମିଳେ ମାଗଣା ଚିକିତ୍ସା, ନିୟମ ନ ଜାଣିଲେ ପକେଟରୁ ବାଜିବ ଟଙ୍କା!

ନୂଆଦିଲ୍ଲୀ,୯।୧୨: ଭାରତରେ ସାଧାରଣ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟସେବା ସୁଲଭ କରିବା ପାଇଁ ସରକାର ଅନେକ ପ୍ରମୁଖ ପଦକ୍ଷେପ ନେଇଛନ୍ତି, ଯାହା ମଧ୍ୟରୁ ସବୁଠାରୁ ପ୍ରମୁଖ ହେଉଛି...

ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ବଡ଼ ପରିବର୍ତ୍ତନ: ବଦଳିଲା ପ୍ରମୁଖ ବିଷୟର ତାରିଖ

ଭୁବନେଶ୍ୱର,୯ା୧୨: ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ମଙ୍ଗଳବାର ୨୦୨୬ ମସିହା ପାଇଁ ହେବାକୁ ଥିବା ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା ସୂଚୀରେ କିଛି...

ଓଡ଼ିଶାକୁ ‘ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାର

ଭୁବନେଶ୍ୱର,୯ା୧୨: ହାଇଦ୍ରାବାଦରେ ଆୟୋଜିତ ତିନି ଦିନିଆ ଇଣ୍ଡିଆ ଇଣ୍ଟରନ୍ୟାସନାଲ ଟ୍ରାଭେଲ ମାର୍ଟ (IITM) ରେ ଓଡ଼ିଶାକୁ ‘ଭାରତରେ ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାରରେ ସମ୍ମାନିତ...

ବାରବାଟୀ ମ୍ୟାଚ ଭିତରେ ବଡ଼ ଘୋଷଣା, ପୁଣି T20 ପାଇଁ ଟିମ୍‌ ଇଣ୍ଡିଆର ଟିମ୍‌ ଘୋଷଣା, ଦଳରେ ଅଛନ୍ତି…

ନୂଆଦିଲ୍ଲୀ,୯।୧୨: ବିଶ୍ୱ ଚାମ୍ପିଅନ ଟିମ ଇଣ୍ଡିଆ ଖୁବଶୀଘ୍ର ପଡ଼ିଆକୁ ଫେରିବାକୁ ଯାଉଛି। ପ୍ରଥମ ଥର ପାଇଁ ICC ମହିଳା ବିଶ୍ୱକପ ଜିତିଥିବା ଭାରତୀୟ କ୍ରିକେଟ ଦଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri