ଅବହେଳାରୁ ଆଦର ହରାଉଛି

ଯାଜପୁର ଅଫିସ,୨୪।୭: ଓଡ଼ିଶାକୁ ଆସୁଥିବା ପର୍ଯ୍ୟଟକଙ୍କ ସଂଖ୍ୟା କ୍ରମଶଃ ହ୍ରାସ ପାଉଛି। ୨୦୧୯ ତୁଳନାରେ ୨୦୨୦ରେ ୬୯.୯୬% ଏବଂ ୨୦୨୧ରେ ୭୬% ପର୍ଯ୍ୟଟକଙ୍କ ସଂଖ୍ୟା ହ୍ରାସ ପାଇଛି, ଯାହାକି ପର୍ଯ୍ୟଟନ କ୍ଷେତ୍ରରେ ନିର୍ଭର କରୁଥିବା ଲୋକଙ୍କ ଜୀବିକା ଉପରେ ପ୍ରଭାବ ପକାଇଛି ବୋଲି ଅଭିଯୋଗ ହୋଇଛି।
ରାଜ୍ୟ ପର୍ଯ୍ୟଟନ ଶିଳ୍ପର ସ୍ବତନ୍ତ୍ରତା ରହିଛି। ସୁଦୀର୍ଘ ବେଳାଭୂମି ସାଙ୍ଗକୁ ବିଭିନ୍ନ ଜିଲାରେ ଥିବା ବଣପାହାଡ଼ ଘେରା ପ୍ରାକୃତିକ ପରିବେଶ, ଐତିହାସିକ ସ୍ଥଳୀ, ସାଂସ୍କୃତିକ ଏବଂ ଧାର୍ମିକ ପୀଠ ଦେଶ, ବିଦେଶ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ବେଶ୍‌ ସକ୍ଷମ। ହେଲେ ଓଡ଼ିଶା ପର୍ଯ୍ୟଟନ ସ୍ଥଳ ସମ୍ପର୍କରେ ଦେଶ, ବିଦେଶରେ ଆବଶ୍ୟକ ପ୍ରଚାର ପ୍ରସାର ହେଉନାହିଁ। ଏହାବାଦ୍‌ ଅନେକ ପର୍ଯ୍ୟଟନସ୍ଥଳୀ ଲୋକଲୋଚନରୁ ଦୂରେଇ ରହିଛି। କେତେକ ପର୍ଯ୍ୟଟନସ୍ଥଳୀର ସୌନ୍ଦର୍ଯ୍ୟକରଣ ସହ ଭିତ୍ତିଭୂମିର ବିକାଶ ହେଉ ନ ଥିବାରୁ ଆଗାମୀ ଦିନରେ ସେହି ସ୍ଥାନ ଜନମାନସରୁ ଦୂରେଇ ଯିବ ବୋଲି ଆଶଙ୍କା ପ୍ରକାଶ ପାଇଛି। ଅନ୍ୟ ରାଜ୍ୟ ଭଳି ଓଡ଼ିଶାର ସମୁଦ୍ର ତଟରେ ସେଭଳି ଆଖିଦୃଶିଆ ପର୍ଯ୍ୟଟନସ୍ଥଳୀ ନିର୍ମାଣ କରିବାରେ ସରକାର ବିଫଳ ହୋଇଛନ୍ତି। ଏହାସହ ପର୍ଯ୍ୟଟନସ୍ଥଳର ଉନ୍ନତି ପାଇଁ ପ୍ରତିବର୍ଷ ପ୍ରସ୍ତାବ ଯାଉଛି, ଅନୁଦାନ ବି ଆସୁଛି। ହେଲେ ତାହା ଉପଯୁକ୍ତ ଭାବେ ବିନିଯୋଗ ହେଉ ନ ଥିବାରୁ ପର୍ଯ୍ୟଟକଙ୍କ ସଂଖ୍ୟା ଧୀରେ ଧୀରେ ହ୍ରାସ ପାଉଥିବା ଅଭିଯୋଗ ହୋଇଛି।
ରାଜ୍ୟ ପର୍ଯ୍ୟଟନ ବିଭାଗର ଯୁଗ୍ମ ସଚିବ ଇ.ବି. ଜେନାଙ୍କ ରିପୋର୍ଟ ଅନୁସାରେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟ ପକ୍ଷରୁ ୨ଟି ଯୋଜନାରେ ରାଜ୍ୟ ପର୍ଯ୍ୟଟନ କ୍ଷେତ୍ରକୁ ଅନୁଦାନ ମିଳିଛି। ପ୍ରଥମେ ସ୍ବଦେଶ ଦର୍ଶନ ଯୋଜନାରେ ଉପକୂଳବର୍ତ୍ତୀ ଗୋପାଳପୁର, ବାରକୋଟ, ସାତପଡ଼ା, ଟମ୍ପରା ଏବଂ ପ୍ରସାଦ ଯୋଜନାରେ ପୁରୀ ଶ୍ରୀଜଗନ୍ନାଥ ଧାମ, ରାମଚଣ୍ଡୀ-ପ୍ରାଚୀ, ଦେଉଳି-ଧଉଳିର ଭିତ୍ତିଭୂମିର ବିକାଶ କାର୍ଯ୍ୟ ହେଉଛି। ଏହାସହ ସାତକୋଶିଆ, ହୀରାକୁଦ, ଭିତରକନିକା, ଚିଲିକା, ଚନ୍ଦ୍ରଭାଗା, ଧଉଳି, ଦାରିଙ୍ଗବାଡି, ଉଦୟପୁର-ତଳସାରୀ, ବୌଦ୍ଧପୀଠ ଖଣ୍ଡଗିରି ଓ ଉଦୟଗିରି, କୋରାପୁଟ ନୃସିଂହନାଥ ଓ ହରିଶଙ୍କର, ଟମ୍ପରା, ମହେନ୍ଦ୍ରଗିରି, ବକୁଳବଣ, ରଘୁରାଜପୁର, ଶିଖରଚଣ୍ଡୀ, ଧବଳେଶ୍ୱର ସ୍ଥଳୀର ବିକାଶ ପାଇଁ ପ୍ରସ୍ତାବ ରହିଛି। ସେହିପରି ଭୁବନେଶ୍ୱର, ପୁରୀ, ସମ୍ବଲପୁର, ରାଉରକେଲା, ରମ୍ଭା, ବରକୁଳ, ଚନ୍ଦନେଶ୍ୱର, ଚାନ୍ଦିପୁର ଆଦି ୮ ପାନ୍ଥନିବାସର ନବୀକରଣ କରିବାକୁ ଯୋଜନା ହୋଇଛି। ରାଜ୍ୟରେ ଚିହ୍ନଟ ହୋଇଥିବା ୩୫୮ରୁ ୪୯ଟି ପର୍ଯ୍ୟଟନସ୍ଥଳୀର ଇନ୍‌ଫ୍ରାଷ୍ଟ୍ରକ୍ଚର ଗ୍ୟାପ୍‌ ଆସେସମେଣ୍ଟ ଜରିଆରେ ପର୍ଯ୍ୟାୟ କ୍ରମେ ଉନ୍ନତୀକରଣ କରାଯାଇଛି। ରାମଚଣ୍ଡୀ, ଟମ୍ପରା ଇକୋ କଟେଜ, ତ୍ରିଶୂଳିଆ ଫୁଡ୍‌ କୋର୍ଟ, ରାମଚଣ୍ଡୀ ଫୁଡ୍‌ କୋର୍ଟ, ସିଲଭର ସିଟି ବୋଟ୍‌ କ୍ଲବ୍‌, ହୀରାକୁଦ ବୋଟ୍‌ କ୍ଲବକୁ ସ୍ବତନ୍ତ୍ର ପ୍ରକଳ୍ପ ଭାବେ ଗ୍ରହଣ କରି କାମ ଆରମ୍ଭ ହୋଇଛି। ବଲାଙ୍ଗୀର ଜିଲାର ହରିଶଙ୍କର ପୀଠର ଉନ୍ନତୀକରଣ ପାଇଁ ୧୫ କୋଟି ୧୨ ଲକ୍ଷ ୫୩ ହଜାର ଟଙ୍କା ଏବଂ ନୃସିଂହନାଥ ମନ୍ଦିରର ଉନ୍ନତୀକରଣ ପାଇଁ ୨୩ କୋଟି ୧ ଲକ୍ଷ ୭୪ ହଜାର ୨୦୦ ଟଙ୍କାର ବ୍ୟୟ ଅଟକଳ ହୋଇଛି। ପୌରାଣିକ ଗନ୍ଧମାର୍ଦ୍ଦନ ପାହାଡ଼ର ଉଭୟପାର୍ଶ୍ୱରେ ଥିବା ଏହି ଦୁଇ ପୀଠରେ ପ୍ରାକୃତିକ ସୌନ୍ଦର୍ଯ୍ୟ ସହ ଏକାଧିକ ଝରଣା ରହିଛି। ତେବେ ହରିଶଙ୍କରଠାରୁ ନୃସିଂହନାଥ ମନ୍ଦିରକୁ ଗର୍ଦ୍ଦମାର୍ଦ୍ଦନ ପାହାଡ଼ ଦେଇ ରୋପ୍‌ୱେ ଯୋଗାଯୋଗ କରାଗଲେ ପର୍ଯ୍ୟଟକଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ଦାବି ହୋଇଆସୁଛି। ହେଲେ ଏହି ଦାବି ଅଣଦେଖା ହୋଇରହିଛି। ତେବେ ରାଜ୍ୟର କେତେକ ପର୍ଯ୍ୟଟନସ୍ଥଳୀରେ ପର୍ଯ୍ୟାୟକ୍ରମେ ରୋପ୍‌ୱେ ନିର୍ମାଣ କରିବାକୁ ଯୋଜନା ରହିଛି ବୋଲି ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟକୁ ଦିଆଯାଇଥିବା ରିପୋର୍ଟରେ ଦର୍ଶାଯାଇଛି।
ସୂଚନାଥାଉ କି, ଗତ ୧୦ ବର୍ଷ ମଧ୍ୟରେ ୨୦୧୯ରେ ସର୍ବାଧିକ ୧,୫୪,୨୨,୭୬୫ ପର୍ଯ୍ୟଟକ ଓଡ଼ିଶାକୁ ଆସିଥିଲେ। ସେମାନଙ୍କ ମଧ୍ୟରୁ ୧,୧୫,୧୨୮ ଜଣ ବିଦେଶୀ ପର୍ଯ୍ୟଟକ ଥିଲେ। କିନ୍ତୁ ୨୦୨୦ରେ ମାତ୍ର ୪୬,୩୨,୪୭୯ (-୬୯.୯୬%) ଏବଂ ୨୦୨୧ରେ ୩୭,୪୪,୪୯୨ ପର୍ଯ୍ୟଟକ ଆସିଛନ୍ତି। ଯାଜପୁର ଜିଲାର ଐତିହାସିକ ରତ୍ନଗିରି, ଉଦୟଗିରି, ଲଳିତଗିରି ଓ ଓଳାଶୁଣି ପର୍ଯ୍ୟଟନସ୍ଥଳୀ ଅବହେଳିତ ହୋଇ ପଡ଼ିରହିଛି।
ବଲାଙ୍ଗୀର ଜିଲା ପର୍ଯ୍ୟଟନ ଅଧିକାରୀ ରବୀନ୍ଦ୍ର କୁମାର ଦଲେଇଙ୍କୁ ପଚାରିବାରେ ସେ କହିଛନ୍ତି, କରୋନା ମହାମାରୀ ପର୍ଯ୍ୟଟକ ଆଗମନ ସଂଖ୍ୟା ହ୍ରାସର ମୁଖ୍ୟ କାରଣ। ଏହାସହ ହରିଶଙ୍କର ଭଳି କେତେକ ପର୍ଯ୍ୟଟନସ୍ଥଳୀକୁ ଉପଯୁକ୍ତ ଗମନାଗମନ ସୁବିଧା ନ ଥିବାରୁ ପର୍ଯ୍ୟଟକମାନେ ସହଜରେ ଯାଇ ପାରୁନାହାନ୍ତି। ବର୍ତ୍ତମାନ ଅଧିକାଂଶ ପର୍ଯ୍ୟଟନସ୍ଥଳୀର ବିକାଶ କାର୍ଯ୍ୟକୁ ତ୍ୱରାନ୍ବିତ କରାଯାଉଛି।
ହରିଶଙ୍କର ମନ୍ଦିର ପରିସରର ଫେନ୍ସି ଦୋକାନୀ ସାଧୁ ଦେ କୁହନ୍ତି, କରୋନା ସମୟରେ ମନ୍ଦିର ପରିସର ଶୂନଶାନ ହୋଇ ପଡ଼ିଥିଲା। ସେତେବେଳେ ପରିବାର ଚଳାଇବା ବହୁ କଷ୍ଟକର ହୋଇଥିଲା। ସରକାର ବିିଭିନ୍ନ ଦୋକାନୀଙ୍କୁ ସହାୟତା ରାଶି ଦେଇଥିବାବେଳେ ସେମାନଙ୍କୁ ବଞ୍ଚିତ କରିଛନ୍ତି। ଏହାସହ ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ଅନେକ ଯୋଜନା ହେଉଥିଲେ ହେଁ ଠିକ୍‌ ସମୟରେ କାର୍ଯ୍ୟକାରୀ ହୋଇ ପାରୁନାହିଁ। ଫଳରେ ପର୍ଯ୍ୟଟକ ସଂଖ୍ୟା ହ୍ରାସ ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବାରିପଦାରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର

ବାରିପଦାରେ,୧୭।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ...

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ମୁକେଶଙ୍କୁ ପୁଣି ଗୁରୁଦାୟିତ୍ୱ ଦେଲା ଭାଜପା: ଜିଲା ଉପସଭାପତି ପଦବୀ ପାଇ କହିଲେ…

ଭବାନୀପାଟଣା,୧୭।୧୨(ଉତ୍ତମ କୁମାର ଦାଶ): ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ମଙ୍ଗଳବାର କଳାହାଣ୍ଡି ଜିଲା ଭାଜପା ସଭାପତି ଯୁଗଳ କିଶୋର ପୋଢ଼ ଜିଲାର...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri