Posted inରାଜ୍ୟ

କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର: ଓଡ଼ିଶୀରେ ସୁରୂପା, ଛଉରେ ତପନ

ଭୁବନେଶ୍ୱର,୧୭ା୭(ବ୍ୟୁରୋ): ଘୋଷଣା ହୋଇଛି ବହୁ ପ୍ରତୀକ୍ଷିତ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ୨୦୧୮। ଏହାସହ ଉସ୍ତାଦ୍‌ ବିସ୍‌ମିଲ୍ଲା ଖାନ୍‌ ଯୁବ ପୁରସ୍କାର ଏବଂ ଏକାଡେମୀ ଫେଲୋ(ଏକାଡେମୀ ରତ୍ନ) ମଧ୍ୟ ଘୋଷଣା କରାଯାଇଛି। ବିଶିଷ୍ଟ ଓଡିଶୀ ନୃତ୍ୟଗୁରୁ ସୋନାଲ ମାନସିଂ ସଙ୍ଗୀତ ନାଟକ ଏକାଡେମୀ ଫେଲୋ ତଥା ସମ୍ମାନଜନକ ଏକାଡେମୀ ରତ୍ନ ପାଇବାକୁ ମନୋନୀତ ହୋଇଛନ୍ତି। ସେହିଭଳି ଛଉ ନୃତ୍ୟ ପାଇଁ ଓଡ଼ିଶାରୁ ତପନ କୁମାର ପଟ୍ଟନାୟକ ଏବଂ ଓଡ଼ିଶୀ ନୃତ୍ୟ ପାଇଁ ସୁରୂପା ସେନ ସମ୍ମାନଜନକ ‘କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର’ ପାଇବେ। କେବଳ ଏତିକି ନୁହେଁ, ଓଡିଶୀ ନୃତ୍ୟ କ୍ଷେତ୍ରରେ ଉତ୍କର୍ଷ ଲାଗି ଯୁବ ଓଡ଼ିଶୀ ନୃତ୍ୟଶିଳ୍ପୀ ମଧୁଲିତା ମହାପାତ୍ର ଏବଂ ଛଉନୃତ୍ୟ ପାଇଁ ଯୁବ ଛଉ ନୃତ୍ୟଶିଳ୍ପୀ ରାକେଶ ସାଇବାବୁ ‘ଉସ୍ତାଦ୍‌ ବିସ୍‌ମିଲ୍ଲା ଖାନ୍‌ ଯୁବ ପୁରସ୍କାର’ ଲାଗି ମନୋନୀତ ହୋଇଛନ୍ତି।
ଏକାଡେମୀର ସାଧାରଣ ପରିଷଦ ଦ୍ବାରା ଦେଶରୁ ମୋଟ ୪୪ଜଣ କଳାକାର ‘କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର’ ପାଇବାକୁ ମନୋନୀତ ହୋଇଛନ୍ତି। ସଙ୍ଗୀତ, ନୃତ୍ୟ, ମଞ୍ଚ ନାଟକ, ବାଦ୍ୟ, ପାରମ୍ପରିକ ଲୋକକଳା, ଲୋକନୃତ୍ୟ, ଆଦିବାସୀ ସଙ୍ଗୀତ ଓ ନୃତ୍ୟ ଆଦି କ୍ଷେତ୍ରରୁ ପ୍ରତିଭାବାନ କଳାକାରମାନେ ଏହି ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ନୃତ୍ୟ କ୍ଷେତ୍ରରେ ମୋଟ ୯ଜଣ କଳାକାର ଏକାଡେମୀ ପୁରସ୍କାର ପାଇବାକୁ ମନୋନୀତ ହୋଇଥିବାବେଳେ ଏଥିରେ ଓଡିଶାରୁ ଖ୍ୟାତନାମା ଛଉ ନୃତ୍ୟଶିଳ୍ପୀ ତପନ କୁମାର ପଟ୍ଟନାୟକ ରହିଛନ୍ତି। ସେହିଭଳି ଓଡ଼ିଶୀ ନୃତ୍ୟ କ୍ଷେତ୍ରରେ ଅବଦାନ ଲାଗି ଗୁରୁ କେଳୁଚରଣ ମହାପାତ୍ରଙ୍କ ଶିଷ୍ୟା ସୁରୂପାଙ୍କୁ ଏକାଡେମୀ ପୁରସ୍କାର ପ୍ରଦାନ କରାଯିବ। ସୁରୂପା ଓଡ଼ିଶୀ ନୃତ୍ୟ କ୍ଷେତ୍ରରେ ଗବେଷଣା ସହ ନୂତନ ନୃତ୍ୟଶୈଳୀ ମାଧ୍ୟମରେ ଓଡ଼ିଶୀ ନୃତ୍ୟର ପ୍ରାଚୁର୍ଯ୍ୟତାକୁ ବୃଦ୍ଧି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ସେ ବାଙ୍ଗାଲୋରରେ ଥିବା ନୃତ୍ୟାନୁଷ୍ଠାନ ‘ନୃତ୍ୟଗ୍ରାମ’ରେ ଓଡ଼ିଶୀ ନୃତ୍ୟ ଶିକ୍ଷା ପ୍ରଦାନ କରି ଏହାକୁ ବିଶ୍ୱବ୍ୟାପୀ କରାଇଛନ୍ତି।
ଅନ୍ୟପକ୍ଷରେ ସମଗ୍ର ଦେଶରୁ ୩୨ଜଣ ‘ଉସ୍ତାଦ ବିସ୍‌ମିଲ୍ଲା ଖାନ୍‌ ଯୁବ ପୁରସ୍କାର-୨୦୧୮’ ପାଇବାକୁ ମନୋନୀତ ହୋଇଥିବା ବେଳେ ୨ ଓଡ଼ିଆ ଏହି ପୁରସ୍କାର ପାଇବେ। ଓଡ଼ିଶୀ ନୃତ୍ୟଶିଳ୍ପୀ ମଧୁଲିତା ଓ ବିଶିଷ୍ଟ ଛଉ ନୃତ୍ୟଗୁରୁ ଜନ୍ମେଜୟ ସାଇବାବୁଙ୍କ ପୁଅ ରାକେଶଙ୍କୁ ଏଥିଲାଗି ମନୋନୀତ କରାଯାଇଛି। ମଧୁଲିତା ଜଣେ ଯୁବ ପ୍ରତିଭାଭାବେ ଓଡିଶୀ ନୃତ୍ୟ କ୍ଷେତ୍ରରେ ନିଜ ପରାକାଷ୍ଠା ପ୍ରଦର୍ଶନ କରିବା ସହ ଦେଶ ବିଦେଶରେ ଏହାର ପ୍ରଚାର ପ୍ରସାର କରିଛନ୍ତି। ସେହିଭଳି ଦିଲ୍ଲୀରେ ମୟୂରଭଞ୍ଜ ଛଉର ପ୍ରଚାର ପ୍ରସାରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ରାକେଶ ଏହି ପାରମ୍ପରିକ କଳାକୁ ବର୍ତ୍ତମାନର ପିଢି ନିକଟରେ ପହଞ୍ଚାଇଛନ୍ତି। ଓଡ଼ିଶୀ ନୃତ୍ୟ କ୍ଷେତ୍ରକୁ ଗୁରୁ କେଳୁଚରଣ ମହାପାତ୍ରଙ୍କ ପ୍ରମୁଖ ଶିଷ୍ୟା ତଥା ବିଶିଷ୍ଟ ଓଡ଼ିଶୀ ଓ ଭାରତନାଟ୍ୟମ୍‌ ଶିଳ୍ପୀ ପଦ୍ମବିଭୂଷଣ ସୋନାଲ ମାନସିଂଙ୍କ ସ୍ବତନ୍ତ୍ର ଅବଦାନ ଲାଗି ତାଙ୍କୁ ‘ଏକାଡେମୀ ରତ୍ନ’ ପାଇଁ ଚୟନ କରାଯାଇଛି। ତାଙ୍କ ସହ ଜାକିର ହୁସେନ, ଯତୀନ ଗୋସ୍ବାମୀ ଓ କେ. କଲ୍ୟାଣସୁନ୍ଦରମ୍‌ ପିଲ୍ଲାଇ ଏହି ସମ୍ମାନଜନକ ପୁରସ୍କାର ପାଇବେ। ଏକ ସ୍ବତନ୍ତ୍ର ଉତ୍ସବରେ ରାଷ୍ଟ୍ରପତିଙ୍କ ଦ୍ୱାରା ଏହି ପୁରସ୍କାର ପ୍ରଦାନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

ଦାରିଙ୍ଗବାଡିର ଗର୍ବ ଓ ଗୌରବ, ଓପିଏସ୍‌ସି ପରୀକ୍ଷାରେ ୧୬ତମ ସ୍ଥାନରେ ମାନସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ): ଓପିଏସସିର ଫଳାଫଳ ବାହାରି ସାରିଥିବା ବେଲେ ଏଥିରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ମେରାମାହା ଗ୍ରାମର ମାନସ...

ପୃଥକ ଦୁର୍ଘଟଣା: ଅଟୋ-ବାଇକ୍‌ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ, ଜଳିଗଲା କାର୍‌

ବ୍ରହ୍ମଗିରି,୨୮।୧୨: ଜାତୀୟ ରାଜପଥ ବ୍ରହ୍ମଗିରି ପଣଷପଦା ନିକଟରେ ରବିବାର ଏକ ଅଘଟଣ ଘଟିଛି। ଚିଲିକାରୁ ଫେରୁଥିବା ଏକ କାର୍‌ ରାଜପଥରେ ଜଳି ଯାଇଛି। CNG ଗ୍ୟାସ...

ଗଟାମାହା ଜଙ୍ଗଲରେ ଅତର୍କିତ ଚଢ଼ାଉ, ଗଞ୍ଜେଇ ଗଛ ପୋଡ଼ିଦେଲା ପୋଲିସ

ଜି.ଉଦୟଗିରି,୨୮/୧୨( ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ପୋଲିସ ଥାନା ଅନ୍ତର୍ଗତ ଗଟାମାହା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଗଞ୍ଜେଇ ଚାଷ ହେଉଥିବା ଖବର ପାଇ...

ବାଲେଶ୍ୱରରେ କାଠ ମାଫିଆଙ୍କ ଆତଙ୍କ: ବନ ବିଭାଗ ଗାଡ଼ି ଭଙ୍ଗାରୁଜା ସହ ଜବତ ଗାଡ଼ି ଛଡ଼ାଇ ନେଲେ

ବାଲେଶ୍ୱର,୨୮ା୧୨: ନୀଳଗିରି ବନଖଣ୍ଡରେ କାଠ ମାଫିଆଙ୍କ ଦୌରାତ୍ମ୍ୟ ଚରମ ସୀମାରେ ପହଞ୍ଚିଛି। ବନବିଭାଗ କର୍ମଚାରୀଙ୍କ ଉପରେ ଆକ୍ରମଣ କରି ନେଇଗଲେ ଜବତ ହୋଇଥିବା କାଠ ବୋଝେଇ...

ପିକନିକ୍ ବେଳେ ପାଇନ୍ ବଣରେ ଦୁଇ ଯୁବ ଗୋଷ୍ଠୀ ପିଟାପିଟି, ଲାଠି ଚାଳନା କଲା ପୋଲିସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ ): ବର୍ଷର ଶେଷ ରବିବାର ରହିଥିବାରୁ ଦାରିଙ୍ଗବାଡିରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି । ତେବେ ଦାରିଙ୍ଗବାଡିର ଡ଼ୁଲୁରୀ ପାଇନ...

ସ୍କୁଟି ଆରୋହୀଙ୍କ ଉପରେ ଚଢ଼ିଗଲା ୧୦ ଚକିଆ ଟ୍ରକ, ଟାୟାର ଜାଳି ରାସ୍ତାକୁ ଓହ୍ଲାଇଲେ ଲୋକେ

ବଲାଙ୍ଗିର,୨୮ା୧୨: – ବଲାଙ୍ଗିର ୨୬ନମ୍ୱର୍ ଜାତୀୟ ରାଜପଥ ଶାସ୍ତ୍ରୀ ନଗର ଛକରେ ସଡ଼କ ଦୁର୍ଘଟଣା ହୋଇଛି ।୧୦ଚକିଆ ମାଲ ବୋଝେଇ ଟ୍ରକ ଜଣେ ସ୍କୁଟି ଆରୋହୀ...

ଜିଲା ବିଜେଡି ପାଇଁ ୫୧ କର୍ମକର୍ତ୍ତାଙ୍କ ନାଁ ଘୋଷଣା: ୧୪ ବରିଷ୍ଠ ନେତା ହେଲେ ଉପସଭାପତି

କେନ୍ଦୁଝର,୨୮ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ବିଜୁ ଜନତା ଦଳର ନୂତନ କର୍ମକର୍ତ୍ତାଙ୍କ ନାମ ଘୋଷିତ ହୋଇଛି। ଜିଲା ସଭାପତି ଆଶିଷ ଚକ୍ରବର୍ତ୍ତୀଙ୍କ ଅନୁମୋଦନ କ୍ରମେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri