ଦୁଇଦିନ ଝଡ଼ବର୍ଷା

ଭୁବନେଶ୍ୱର,୩୧ା୫(ବ୍ୟୁରୋ):ଆସନ୍ତା ଦୁଇଦିନ ଯାଏ ରାଜ୍ୟରେ ଝଡ଼ବର୍ଷା ସମ୍ଭାବନା ରହିଛି। ମଙ୍ଗଳବାର ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ବୁଧବାର ମାଲକାନଗିରି , କୋରାପୁଟ, ନବରଙ୍ଗପୁର, କେନ୍ଦୁଝର, ମୟୂଭରଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଗଜପତି, ଗଞ୍ଜାମ ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ପାଣିପାଗ ପକ୍ଷରୁ ୟେଲୋଓ୍ବାର୍ଣ୍ଣିଂ ଜାରି କରାଯାଇଛି।
ଝଡ଼ବର୍ଷା ସତ୍ତ୍ୱେ ରାଜ୍ୟର ପ୍ରବଳ ଗରମ ଓ ଗୁଳୁଗୁଳି ଲାଗି ରହିଛି। ସୋମବାର ରାଜ୍ୟର ଅଧିକାଂଶ ସ୍ଥାନରେ ପାରଦ ୪୦ ଡିଗ୍ରୀ ସେଲସିୟସ ଉପରେ ରହିଥିଲା। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଝାରସୁଗୁଡ଼ାରେ ସର୍ବୋଚ୍ଚ ତାପମାତ୍ରା ୪୧.୪ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳେ ହୀରାକୁଦ ୪୦.୫, ଭବାନୀପାଟଣା ୪୦, ବଲାଙ୍ଗୀର ୪୧.୩, ଟିଟିଲାଗଡ଼ ୪୧.୪, ମାଲକାନଗିରି ୪୧, ସୋନପୁର ୪୨, ବୌଦ୍ଧ ୪୨.୨ , ନୂଆପଡ଼ା ୪୧ ଏବଂ ବରଗଡ଼ରେ ସର୍ବୋଚ୍ଚ ତାପାମାତ୍ରା ୪୧ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତିଦିନ ଓଡ଼ିଶାରୁ ଖଣି ଲୁଟୁଛନ୍ତି

ଭୁବନେଶ୍ୱର, ୨୦।୧୨(ସୁନିତ୍‌ ମିଶ୍ର): ରାଜ୍ୟ ସରକାର ଓଡ଼ିଶାର ବିକାଶ ଲାଗି ପ୍ରସ୍ତୁତ କରୁଥିବା ଯୋଜନା ମଧ୍ୟରୁ ମୁଖ୍ୟତଃ ଖଣି ରାଜସ୍ବ ଉପରେ ସର୍ବାଧିକ ନିର୍ଭର କରିଥାଆନ୍ତି।...

ସରକାରଙ୍କ ବଡ଼ ଘୋଷଣା: ପ୍ରତି ବ୍ଲକରେ ଖୋଲିବ…

ଭୁବନେଶ୍ୱର,୨୦ା୧୨ (ସୁଚିସ୍ମିତା ସାହୁ):ଓଡ଼ିଶାରେ ଉଚ୍ଚଶିକ୍ଷାର ବିକାଶକୁ ନେଇ ଓଡ଼ିଶା ଭିଜନ ଡକ୍ୟୁମେଣ୍ଟ ୨୦୩୬ ଓ ୨୦୪୭ରେ ୪ଟି ପ୍ରମୁଖ ମାନଦଣ୍ଡକୁ ସ୍ଥାନିତ କରାଯାଇଛି। ଉଚ୍ଚଶିକ୍ଷା କ୍ଷେତ୍ରରେ...

ବିବାହିତ ମହିଳାଙ୍କ ପ୍ରେମରେ ପଡିଥିଲେ ନାବାଳକ, ଦେଖାକରିବାକୁ ଯାଇ…

ବିଞ୍ଝାରପୁର, ୨୦ା୧୨(ରାମକୃଷ୍ଣ ଦାସ): ପ୍ରେମ ପାଇଁ ଆସିଥିବା ଜଣେ ନାବାଳକ ପ୍ରେମିକଙ୍କ ଝୁଲନ୍ତା ମୃତଦେହକୁ ବିଞ୍ଝାରପୁର ଥାନା ଅଞ୍ଚଳର ପ୍ରେମିକାଙ୍କ ଘର ନିକଟରୁ ଶୁକ୍ରବାର ପୂର୍ବାହ୍ନରେ...

ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ଚାଲିଛି ଗଛକଟା: ଉଦ୍‌ବେଗ ପ୍ରକାଶ କଲେ ପରିବେଶବିତ୍‌

ବାରିପଦା,୨୦ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା ମୁଖ୍ୟାଳୟ ବାରିପଦାସ୍ଥିତ ପାଲବଣୀଠାରେ ଆନ୍ତଃରାଜ୍ୟ ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ଜିଲା ପ୍ରଶାସନ ପକ୍ଷରୁ ଅନେକ ହଜାର ଗଛ କଟାଯାଉଛି। ଏହାକୁ...

୧୦ମ ଶ୍ରେଣୀ ଛାତ୍ରୀ ହେଲେ ଗର୍ଭବତୀ , ବଳାତ୍କାର କରିବା ସହ…

କୁଆଁରମୁଣ୍ଡା,୨୦ା୧୨ (ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା ଅଞ୍ଚଳର ଜଣେ ନାବାଳିକା ୫ ମାସର ଗର୍ଭବତୀ ହେବା ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ବୀରମିତ୍ରପୁର...

ଖୁସିଖବର ଦେଲେ ମୁଖ୍ୟମନ୍ତ୍ରୀ: ୫୬ହଜାର ଯୁବବର୍ଗଙ୍କୁ ମିଳିବ ନିଯୁକ୍ତି

ଭୁବନେଶ୍ୱର,୨୦।୧୨(ରବିନାରାୟଣ ଜେନା):ଓଡ଼ିଶା ଦେଶର ବିକାଶର ଇଞ୍ଜିନ୍‌ ହେବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ହାଇଦ୍ରାବାଦ୍‌ସ୍ଥିତ ଇନଭେଷ୍ଟର୍ସ ମିଟ୍‌ସର ଉଦ୍‌ଯାପନୀ ଅବସରରେ...

ଆଜି ଏହି 3 ରାଶି ଉପରେ ରହିବ ଶନିଦେବଙ୍କ କୃପା, ଆସିବ ଖୁସିର ସମୟ

ନୂଆଦିଲ୍ଲୀ,୨୦ା୧୨: ଆଜି ଏକ ସ୍ପଷ୍ଟ ଭାବପ୍ରବଣ ଏବଂ ମାନସିକ ପରିବର୍ତ୍ତନର ସଙ୍କେତ ଦେଉଛି। ଶୁକ୍ର ଧନୁ ରାଶିରେ ପ୍ରବେଶ କରିବା ଏବଂ ଚନ୍ଦ୍ର ସେଠାରେ ପୂର୍ବରୁ...

ବଦଳିଗଲେ ନବୀନ, ପ୍ରଥମରୁ ଏମିତି ନ ଥିଲେ…

ଭୁବନେଶ୍ୱର, ୨୦।୧୨(ସୁନିତ୍‌ ମିଶ୍ର):ବିଧାୟକ ଓ ପୂର୍ବତନ ବିଧାୟକମାନଙ୍କ ଦରମା ଏବଂ ଭତ୍ତା ବୃଦ୍ଧି ସମ୍ପର୍କିତ ବିଲ୍‌ ଯାହା ବିଧାନସଭାରେ ପାରିତ ହୋଇଛି ସେଥିରେ ସଂଶୋଧନ ହେବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri