ରାଜସ୍ବ, ଅବକାରୀ ବିଭାଗର ଖର୍ଚ୍ଚଦାବି ମଞ୍ଜୁର

ଭୁବନେଶ୍ୱର, ୧୬।୭(ବ୍ୟୁରୋ): ଷୋଡଶ ବିଧାନସଭାର ପ୍ରଥମ ଅଧିବେଶନରେ ଗୃହରେ ବିଭିନ୍ନ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ହୋଇଯାଇଛି। ସୋମବାର ଗୃହରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଏବଂ ଅବକାରୀ ବିଭାଗର ବ୍ୟୟ ବରାଦ ବିଲ୍‌କୁ ମଞ୍ଜୁରୀ ମିଳିଛି। ଆର୍ଥିକ ବର୍ଷ ୨୦୧୯-୨୦ ବଜେଟରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗରେ ସର୍ବମୋଟ ୧୧୫୮ କୋଟି ୯୩ଲକ୍ଷ ୩୧ ହଜାର ଟଙ୍କାର ବ୍ୟୟବରାଦ ବିଲ୍‌କୁ ମଞ୍ଜୁରୀ ମିଳିଛି। ଗୃହରେ ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି କହିଛନ୍ତି ଯେ, ବିଭିନ୍ନ କାର୍ଯ୍ୟାଳୟ ପ୍ରତିଷ୍ଠାନର ପ୍ରଶାସନିକ ବ୍ୟୟ ବାବଦରେ ୧୦୧୨କୋଟି ୩୨ଲକ୍ଷ ୨୬ହଜାର ଟଙ୍କା ବରାଦ କରାଯାଇଛି। ଏହାସହ କାର୍ଯ୍ୟକ୍ରମ ବାବଦରେ ମୋଟ ୧୪୬,୬୧.୦୫ କୋଟି ଟଙ୍କା ଖର୍ଚ୍ଚ ବରାଦ କରାଯାଇଛି। ଏହି ବିଭାଗ ଅଧୀନ ନୂତନ କୋଠାବାଡି ନିର୍ମାଣ, ରାଜସ୍ବ କାର୍ଯ୍ୟାଳୟ ଗୁଡିକର ଭିତ୍ତିଭୂମିର ସୁଦୃଢୀକରଣ, ସରକାରୀ ଜମିର ସୁରକ୍ଷା ଆଦି ବିଭିନ୍ନ ପରିକଳ୍ପନା କାର୍ଯ୍ୟାନ୍ବୟନ କରିବା ପାଇଁ ବଜେଟରେ ସମୁଦାୟ ୧୪୬କୋଟି ୬୧ଲକ୍ଷ ୦୫ହଜାର ଟଙ୍କା ବ୍ୟୟ ବରାଦ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୫ଟି କୁ ମୂଳମନ୍ତ୍ରଭାବେ ଗ୍ରହଣ କରି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅଧୀନ ସମସ୍ତ ବିଭାଗ ତରଫରୁ ବଳିଷ୍ଠ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି। ସେହିପରି ବିଧାୟକମାନେ ଉଠାଇଥିବା ପ୍ରସଙ୍ଗରେ ଉତ୍ତର ରଖି ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ଥିବା ୪୧୧୬ ପଡାଗ୍ରାମକୁ ରାଜସ୍ବ ଗ୍ରାମରେ ପରିଣତ କରିବା ଲାଗି ସରକାରଙ୍କ ବିଚାରାଧୀନ ରହିଛି। ସମସ୍ତ ତହସିଲରେ ଅନଲାଇନ ଦାଖଲ ଏବଂ ଖାରଜ ପ୍ରକ୍ରିୟାକୁ ବାଧ୍ୟତାମୂଳକ କରାଯାଇଛି। ଖାରଜ ହେଉଥିବା ମାମଲାଗୁଡିକର ଫଇସଲା ପରେ ଆବେଦନକାରୀଙ୍କ ନିକଟକୁ ଡାକ ମାଧ୍ୟମରେ ପଟ୍ଟା ପଠାଇ ଦିଆଯାଉଛି। ରାଜସ୍ବ ଗ୍ରାମଗୁଡିକରେ ଭ୍ରାମ୍ୟମାଣ ରାଜସ୍ବ ଅଦାଲତ ଶିବିର କରିବା ପାଇଁ ତହସିଲଦାରମାନଙ୍କୁ ପରାମର୍ଶ ଦିଆଯାଇଛି। ଜନସାଧାରଣଙ୍କ ଅଭିଯୋଗ ଶୁଣିବାକୁ ଟୋଲ୍‌ ଫି ନମ୍ବର ଦିଆଯାଇଛି। ବିଭାଗ ଦ୍ୱାରା ଅଣଆବାସିକ ଏବଂ ଆବାସିକ ଗୃହ ନିର୍ମାଣ ପାଇଁ ୧୦୦କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ୨୦ କୋଟି ଟଙ୍କା ଯାଜପୁର ଜିଲାରେ ପ୍ରସ୍ତାବିତ ପ୍ରଶାସନ ନଗର ତିଆରି ଲାଗି ଆବଶ୍ୟକ ଜମି ଅଧିଗ୍ରହଣ ନିମନ୍ତେ ପ୍ରସ୍ତାବ ଦିଆଯାଇଛି। ୧୯୯୫ ମସିହା ପୂର୍ବର ଫାଇଲକୁ ଡିଜିଟାଇଜେଶନ କରିବାକୁ ୪ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ରାଜସ୍ବ ରେକର୍ଡ ଗୃହ ପାଇଁ ଆସବାବ ଓ ସଂଲଗ୍ନ ଉପକରଣ ସଂଗ୍ରହ ଏବଂ ଉନ୍ନତୀକରଣ ପାଇଁ ୮ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ରାଜସ୍ବ ଭିତ୍ତିଭୂମିର ସୁଦୃଢ଼ୀକରଣ ଲାଗି ୧୫କୋଟି ୮୦ଲକ୍ଷ ଟଙ୍କାର ବ୍ୟୟ ବରାଦ କରାଯାଇଛି। ଲଘୁ ଖଣିଜ ଦ୍ରବ୍ୟର ବେଆଇନ କାରବାର ଓ ଚୋରି ରୋକିବା ନିମନ୍ତେ ୫କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ଏହାସହ ଏହି ଲଘୁ ଖଣିଜ ଦ୍ରବ୍ୟର ବେଆଇନ କାରବାର ରୋକିବା ନିମନ୍ତେ ସରକାର ଏକ ନିର୍ଦ୍ଦେଶାଲୟ ପ୍ରତିଷ୍ଠା ପାଇଁ ଚିନ୍ତା କରୁଛନ୍ତି।ରାଜ୍ୟରେ ବାସଗୃହ ନ ଥିବା ୭୧,୭୬୧ ପରିବାର ଚିହ୍ନଟ ହୋଇଛନ୍ତି। ସେଥି ମଧ୍ୟରୁ ୨୩,୫୨୧ ବାସଗୃହହୀନ ପରିବାରଙ୍କୁ ବାସ ଉପଯୋଗୀ ଜମି ଯୋଗାଇ ଦିଆଯାଇଛି। ଅବଶିଷ୍ଟଙ୍କୁ ଦେବାକୁ ପଦକ୍ଷେପ ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri