Posted inଖେଳ

ଏଫ୍‌ଆଇଏଚ୍‌ ମହିଳା ହକି ପ୍ରୋ ଲିଗ୍‌: ସବିତା ଅଧିନାୟକ, ଓଡ଼ିଶାର ଦୀପ ଗ୍ରେସ ଏକ୍କା ଉପଅଧିନାୟକ

ନୂଆଦିଲ୍ଲୀ,୨୧।୫: ଏଫ୍‌ଆଇଏଚ୍‌ ମହିଳା ହକି ପ୍ରୋ ଲିଗ୍‌ ଟୁର୍ନାମେଣ୍ଟ ଲାଗି ଶନିବାର ଭାରତ ୨୪ ଜଣିଆ ଖେଳାଳି ତାଲିକା ଘୋଷଣା କରିଛି। ଜୁନ୍‌ରେ ନେଦରଲ୍ୟାଣ୍ଡ ଓ ବେଲଜିୟମ୍‌ରେ ଖେଳାଯିବାକୁ ଥିବା ଏହି ପ୍ରୋ ଲିଗ୍‌ରେ ଭାରତର ନେତୃତ୍ୱ ୩୧ ବର୍ଷୀୟ ସବିତା ପୁନିଆ ନେବେ। ସେହିପରି ଉପଅଧିନାୟକ ଭାବେ ଓଡ଼ିଶାର ଦୀପ ଗ୍ରେସ ଏକ୍କା ନିଯୁକ୍ତି ପାଇଛନ୍ତି। ଅଲିମ୍ପିକ୍ସରେ ମଧ୍ୟ ଦୀପ ଗ୍ରେସ ଭାରତର ଉପ ଅଧିନାୟକ ଦାୟିତ୍ୱ ତୁଲାଇଥିଲେ।

ପ୍ରକାଶ ଯେ, ଜୁଲାଇ ୧ରୁ ୧୭ ଯାଏ ନେଦରଲ୍ୟାଣ୍ଡସ ଓ ସ୍ପେନରେ ମହିଳା ହକି ବିଶ୍ୱକପ ଅନୁଷ୍ଠିତ ହେବ। ଏହାପୂର୍ବରୁ ଭାରତୀୟ ମହିଳା ଦଳ ଜୁନ ୧୧ରୁ ୨୨ ମଧ୍ୟରେ ୬ଟି ମ୍ୟାଚ ଖେଳିବ। ଆୟୋଜକ ବେଲଜିୟମକୁ ଜୁନ ୧୧ ଓ ୧୨ ଭାରତ ଭେଟିବ। ଜୁନ ୧୮ ଓ ୧୯ରେ ଆର୍ଜେଣ୍ଟିନା ଏବଂ ୨୧ ଓ ୨୨ ତାରିଖରେ ଭାରତ ଆମେରିକା ସହ ଦୁଇଟି ମ୍ୟାଚ ଖେଳିବ।

ଭାରତୀୟ ଦଳ:

ଗୋଲ କିପର: ସବିତା ପୁନିଆ(ଅଧିନାୟକ), ବିଚୁ ଦେବୀ ଖାରିବାମ

ଡିଫେଣ୍ଡର: ଦୀପ ଗ୍ରେସ ଏକ୍କା(ଉପ ଅଧିନାୟକ), ଗୁଜଜିତ କୌର, ନିକ୍କି ପ୍ରଧାନ, ଉଦିତା, ଇଶିକା ଚୌଧୁରୀ, ଅକ୍ଷିତା ଆବାସୋ ଦେଖାଲେ

ମିଡ ଫିଲ୍ଡର: ନିଶା, ସୁଶୀଲା ଚାନୁ ପି, ମୋନିକା, ନେହା, ଜ୍ୟୋତି, ନବଜୋତ କୌର, ସୋନିକା, ସଲିମା ଟେଟେ, ବଲଜୀତ କୌର

ଫରୱାର୍ଡ: ବନ୍ଦନା କଟାରିୟା, ଲାଲରେମସିଆମି, ନବନୀତ କୌର, ଶର୍ମିଲା ଦେବୀ, ସଙ୍ଗୀତା କୁମାରୀ, ଦୀପିକା ଓ ରାନୀ ରାମପଲ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri