ଅମିତାଭଙ୍କ ନାତିଙ୍କ ସହ ଡେବ୍ୟୁ କରିବେ ସୁହାନା

ମୁମ୍ବାଇ: ଏବେ ଆସିଛି ଷ୍ଟାର କିଡଙ୍କ ଜମାନ । ଅମିତାଭ ବଚ୍ଚନଙ୍କ ନାତି ଅଗସ୍ତ୍ୟ ନନ୍ଦା, ଶାହାରୁଖ ଖାଁଙ୍କ ଝିଅ ସୁହାନା ଖାଁ ଓ ଶ୍ରୀଦେବୀଙ୍କ ସାନ ଝିଅ ଖୁସି କପୁର ଖୁବଶୀଘ୍ର ଆକ୍ଟିଙ୍ଗ ଡେବ୍ୟୁ କରିବାକୁ ଯାଉଛନ୍ତି । ନିର୍ଦ୍ଦେଶକ ଜୋୟା ଅଖତରଙ୍କ ଫିଲ୍ମ ‘ଦ ଆର୍ଚିଜ’ରେ ଏମାନେ ନଜର ଆସିବେ । ଏହି ଫିଲ୍ମକୁ ବେଶ କିଛି ଦିନ ହେବ ଦର୍ଶକେ ଅପେକ୍ଷା ରଖିଛନ୍ତି । ନେଟଫ୍ଲିକ୍ସରେ ରିଲିଜ ହେବାକୁ ଥିବା ଏହି ଫିଲ୍ମର ଫାଷ୍ଟ ଲୁକ ଏବେ ସାମ୍ନାକୁ ଆସିଛି । ଏହାର ଏକ ମଜାଦାର ଭିଡିଓ ଜୋୟା ଅଖତର ଶେୟାର କରିଛନ୍ତି । ଭିଡିଓରେ ପୂରା ଷ୍ଟାରକାଷ୍ଟଙ୍କୁ ଦେଖିବାକୁ ମିଳିଛି । ଏହା ନୂଆ ୟଙ୍ଗଷ୍ଟାର୍‌ଙ୍କ ଇଣ୍ଟ୍ରୋଡକଶନ ଭିଡିଓ । ଏଥିରେ ସମସ୍ତ ୟଙ୍ଗ ସେଲିବ୍ରିଟି ଖୁବ୍ ଖୁସି ଥିବା ନଜର ଆସିଛି କିଏ ସାଇକେଲ ଚଲାଉଛି ତ କିଏ ଗିଟାର ବଜାଉଛି, କିଏ ନାଚକୁଦରେ ବ୍ୟସ୍ତ ପୁଣି ସମସ୍ତେ ମିଶି ପିକନିକ କରୁଛନ୍ତି ।
ଅମିତାଭ ତାଙ୍କ ନାତିଙ୍କ ଆକ୍ଟିଙ୍ଗ ଡେବ୍ୟୁରେ ଖୁବ ଖୁସିଥିବା ସହ ସମସ୍ତଙ୍କୁ ଶୁଭକାମନା ଦେଇଛନ୍ତି । ସେ ତାଙ୍କ ଇନଷ୍ଟାଗ୍ରାମରେ ‘ଦ ଆର୍ଚିଜ’ର ପୋଷ୍ଟରକୁ ବି ଶେୟାର କରିଛନ୍ତି । ଆଉ ଲେଖିଛନ୍ତି, ଆଉ ଏକ ସକାଳ, ମୋ ନାତି ଅଗସ୍ତ୍ୟ, ମୋର ଆଶୀର୍ବାଦ, ଲଭ ୟୁ, ପ୍ରସ୍ତୁତ ହୋଇଯାଅ ସ୍ୱପ୍ନରେ ବୁଡି ଯିବାକୁ , ଜୋୟା ଅଖତରଙ୍କ ଫିଲ୍ମ ‘ଦ ଆର୍ଚିଜ’ ଖୁବଶୀଘ୍ର ଆସୁଛି ନେଟଫ୍ଲିକ୍ସରେ ।


Enter your email to get our daily news in your inbox.

All Right Reserved By Dharitri.Com

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

ଭିଜିଲାନ୍ସ ଜାଲରେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର, ୯ ହଜାର ଟଙ୍କା ପାଇଁ…

ଅନୁଗୋଳ,୩୧ା୧୨: ଜମି ମ୍ୟୁଟେସନ କେସ୍‌ ପାଇଁ ଲାଞ୍ଚ ନେବା ଅତିରିକ୍ତ ତହସିଲଦାରଙ୍କୁ ମହଙ୍ଗା ପଡ଼ିଛି। ବୁଧବାର ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲର ଅତିରିକ୍ତ ତହସିଲଦାର ପ୍ରକାଶ...

ଉଷୁ କପ ପ୍ରତିଯୋଗିତାରେ ବଲାଙ୍ଗୀରକୁ ୩ ପଦକ, ଜିଲା ପ୍ରଶାସନ ପକ୍ଷରୁ ଖେଳାଳୀଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗୀର,୩୧/୧୨ -( ସୁନିଲ କୁମାର ମହାନ୍ତି): ଦ୍ବିତୀୟ ତମ ଜାତୀୟ ଫେଡେରେସନ ଉଷୁ କପ ପ୍ରତିଯୋଗିତା ଛତିଶଗଡ଼ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗୀତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri