ଚୈତ୍ରରେ ଜଳ ସଙ୍କଟ

କର୍ଲାମୁଣ୍ଡା: ୧୧।୪(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ଚୈତ୍ର ମାସ ନ ସରୁଣୁ ପାନୀୟ ଜଳ ସଙ୍କଟ ଦେଖା ଦେଇଛି। ବ୍ଲକରେ ଥିବା ଉତେଇ ନଦୀରେ ପାଣି ଶୁଖି ଯିବାରୁ ପାଇପ୍‌ ଜଳ ଯୋଗାଣ ଠପ୍‌ ହୋଇଯାଇଛି। ଫଳରେ ପାଣି ପାଇଁ ଲୋକେ ଡହଳବିକଳ ହେଉଛନ୍ତି।

ଅନ୍ୟପକ୍ଷେ ନଦୀ ଶୁଖି ଯିବାରୁ ସରଗୁଲ ମାଲପଡ଼ା, ଜୋରାଡବରା, ରେଗଡା, ବୋରପଦର, ରିଂଜା, ସାପଲହରା ପଞ୍ଚାୟତବାସୀ ପାଇପ୍‌ ପାଣି ପାଇବା ମୁସ୍କିଲ ହେଉଥିବା ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷେ ବ୍ଲକର ପୌରକେଲା, ତେରେସିଙ୍ଗା, ଗଜବାହଲ, ରିଷିଡା, ରାଜପୁର, କର୍ଲାମୁଣ୍ଡା ପଞ୍ଚାୟତରେ ମଧ୍ୟ ପାନୀୟ ଜଳ ସମସ୍ୟା ଦେଖାଦେଇଛି।

ଜଳ ସମସ୍ୟା ଦୂର କରିବାକୁ ରିଂଜା ପଞ୍ଚାୟତ ପକ୍ଷରୁ ଉତେଇ ନଦୀରେ ଜେସିବି ସାହାର୍ଯ୍ୟରେ ଚହଲା ଖୋଲିଥିଲେ। ହେଲେ ଜଳ ସମସ୍ୟା ଦୂର ହେଉ ନାହିଁ ବୋଲି ରିଂଜା ସରପଞ୍ଚ ପଞ୍ଚାନନ ବାଗ କହିଛନ୍ତି। ଏହି ସମ୍ପର୍କରେ ବିଭାଗୀୟ ଗ୍ରାମ୍ୟ ଜଳ ଓ ପରିମଳ ମିଶନ ଯନ୍ତ୍ରୀ ବିଭୂତି କିଷାନଙ୍କୁ ପଚାରିବାରୁ ବ୍ଲକରେ ୭୭୯ଟି ନଳକୂଅ କାର୍ଯ୍ୟକ୍ଷମ ରହିଛି, ନଦୀରେ ପାଣି ଶୁଖିବାରୁ ପାଇପ୍‌ପାଣି ଯୋଗେଇବାରେ ସମସ୍ୟା ଦେଖାଦେଇଛି। ଟ୍ୟାଙ୍କର ଯୋଗେ ପିଇବା ପାଣି ଯୋଗେଇବାକୁ ସରପଞ୍ଚମାନଙ୍କୁ କୁହାଯାଇଛି ବୋଲି କହିଛନ୍ତି। ବ୍ଲକର ବଡଡୁଙ୍ଗୁରିଗୁଡା, କର୍ଲାମୁଣ୍ଡା, ରାଜପୁର, ଅଗାଧୁପୁର, କୁସୁରଲା, ରେଗଡା, ସାପଲହରା, ଭଟାପଲା,କଣ୍ଡରେଇ, ସିରାବହାଲ ଆଦି ଅଞ୍ଚଳରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟକୁ ଶେଷ କରାଗଲେ ଜଳ ଯୋଗାଣ ସମସ୍ୟା ଦୂର ହୋଇ ପାରିବ ବୋଲି ଅଞ୍ଚଳବାସୀ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri