ବାଲ୍ୟବିବାହ ପ୍ରଥା ରୋକିବାକୁ ପ୍ରଭାସିନୀଙ୍କ ପ୍ରୟାସ

ପାଠପଢ଼ାରେ ସେ ପାରଙ୍ଗମ ଥିଲେ। ଶ୍ରେଣୀରେ ପ୍ରଥମ ବି ହେଉଥିଲେ। କିନ୍ତୁ ମାତାପିତାଙ୍କ ଭିନ୍ନ ମାନସିକତା ଯୋଗୁ ତାଙ୍କୁ ପାଠପଢ଼ା ଅଧାରୁ ଛାଡ଼ିବାକୁ ପଡ଼ିଥିଲା। ମାତ୍ର ଦଶମ ଶ୍ରେଣୀରେ ପଢ଼ୁଥିବାବେଳେ ଘର ଲୋକେ ତାଙ୍କର ବିବାହ କରିଦେଲେ। ହେଲେ ପାଠପଢ଼ିବା ପାଇଁ ତାଙ୍କ ମନରେ ଥିବା ଅଦମ୍ୟ ଇଚ୍ଛା କମି ନ ଥିଲା। ବାହାଘର ଓ ପିଲାଛୁଆ ହେବା ପରେ ବି ତାଙ୍କର ସେହି ମନୋବଳ ଦୃଢ଼ ରହିଥିଲା। ତେଣୁ ସେ ପୁଣି ପାଠପଢ଼ା ଆରମ୍ଭ କଲେ, ଆଉ ଉଚ୍ଚ ଶିକ୍ଷିତ ମଧ୍ୟ ହେଲେ। ବାଲ୍ୟାବସ୍ଥାରେ ନିଜେ ପାଠପଢ଼ାରୁ ବଞ୍ଚତ୍ତ ହେବା ସହିତ ବାଲ୍ୟ ବିବାହ ପରି ସାମାଜିକ କୁପ୍ରଥାର ଶିକାର ହୋଇଥିବାରୁ ଏହାକୁ ରୋକିବା ପାଇଁ ଏବେ ଅଣ୍ଟା ଭିଡ଼ିଛନ୍ତି ପ୍ରଭାସିନୀ।

କନ୍ଧମାଳର ଝିଅ ହେଉଛନ୍ତି ପ୍ରଭାସିନୀ ନାୟକ। ୮ ଭଉଣୀ ଭାଇ ମଧ୍ୟରେ ସେ ସପ୍ତମ। ପିଲାଟିବେଳୁ ମେଧାବୀ ଥିଲେ। ହେଲେ ଘରର ଆର୍ଥତ୍କ ସ୍ଥିତି ତାଙ୍କ ପାଠପଢ଼ାରେ ବାଧକ ସାଜିଥିଲା। ମାତ୍ର ପାଠ ପଢ଼ିବାକୁ ତାଙ୍କର ଏତେ ଇଚ୍ଛାଶକ୍ତି ଥିଲା ଯେ, ସେ ଅଷ୍ଟମ ଶ୍ରେଣୀରେ ନାମ ଲେଖାଇବା ଲାଗି ଆବଶ୍ୟକ ପଡ଼ିଥିବା ୨୫ ଟଙ୍କା ପାଇଁ ପ୍ରଭାସିନୀ ମୂଲ ଲାଗିଥିଲେ। ଏହାପରେ ସେ ବୋର୍ଡିଂରେ ରହି ପାଠ ପଢ଼ିଥିଲେ। କିନ୍ତୁ ମା’ ବାପା ଅଶିକ୍ଷିତ ଥିବାରୁ ପାଠପଢ଼ାର ମୂଲ୍ୟ ବୁଝି ନ ଥିଲେ। ଆଉ ଝିଅପିଲା, ଅଧିକ ପଢ଼ିଲେ ବିପଦ ବୋଲି ମନେକରୁଥିଲେ। ତେଣୁ ଦଶମ ଶ୍ରେଣୀରେ ପଢୁଥିବାବେଳେ ହିଁ ତାଙ୍କର ବିବାହ କରିଦେଲେ। ବିବାହ ନ କରି ପାଠପଢ଼ିବେ ବୋଲି ଯେତେ ବୁଝାଇଥିଲେ ମଧ୍ୟ ପରିବାର ଲୋକେ କିଛି ଶୁଣି ନ ଥିଲେ। ୧୮ବର୍ଷ ବୟସ ପୂର୍ବରୁ ସେ ପିଲାର ମା’ ହୋଇଥିଲେ। ତେବେ ବାହାଘରର ୯ ବର୍ଷ ପରେ ପିଲାମାନେ ଟିକେ ବଡ଼ ହେବାରୁ ସେ ପୁଣି ପାଠ ପଢ଼ିବାକୁ ଇଚ୍ଛା ପ୍ରକାଶ କଲେ। ଏଥିପାଇଁ ସ୍ବାମୀଙ୍କ ସହଯୋଗ ମିଳିଲା। ଭୁବନେଶ୍ୱର ୟୁନିଟ୍‌-୨ ସରକାରୀ ସ୍କୁଲରେ ନାମ ଲେଖାଇ ଖୁବ୍‌ କମ୍‌ ଦିନରେ ଦଶମ ପରୀକ୍ଷା ଦେଲେ ଓ ଭଲ ରେଜଲ୍ଟ ମଧ୍ୟ କଲେ। ଏତେ କମ୍‌ ସମୟରେ ପାଠ ପଢ଼ି ସଫଳତା ପାଇଥିବାରୁ ସ୍ତ୍ରୀଙ୍କୁ ଅଧିକ ପଢ଼ାଇବା ପାଇଁ ସ୍ବାମୀଙ୍କ ଇଚ୍ଛା ବଢ଼ିଯାଇଥିଲା। ପରେ ସେ ମହର୍ଷି କଲେଜରୁ ଯୁକ୍ତ୨ ଉତ୍ତୀର୍ଣ୍ଣ ହୋଇ ଏକ ଘରୋଇ କଲେଜରେ ହୋଟେଲ ମ୍ୟାନେଜମେଣ୍ଟ ଶେଷ କଲେ। ଏବେ ଏକ ଘରୋଇ ସଂସ୍ଥାରେ ଚାକିରି କରୁଛନ୍ତି। ତେବେ ନିଜ ଚାକିରି ଜୀବନ, ପରିବାର ସମ୍ଭାଳିବା ସହିତ ସେ ସମାଜ ସେବାରେ ନିଜକୁ ସାମିଲ କରିଛନ୍ତି। ଏପରି କି ନିଜ ରୋଜଗାରରୁ କିଛି ଅଂଶ ସେ ଗରିବ, ଅସହାୟ ପିଲାଙ୍କ ପାଠପଢ଼ାରେ ଲଗାଇଥାନ୍ତି। କରୋନା ଓ ଲକ୍‌ଡାଉନ୍‌ ସମୟରେ ପିଲାମାନେ ସ୍କୁଲ ଯାଇପାରୁ ନ ଥିବାରୁ ପ୍ରଭାସିନୀ କେତେଜଣ ପିଲାଙ୍କ ଘରକୁ ଯାଇ ପାଠପଢ଼ାଉଥିଲେ। ଖାଲି ସେତିକି ନୁହେଁ, ମହିଳାଙ୍କ ସୁରକ୍ଷା ପାଇଁ ସେ କାମ କରୁଛନ୍ତି। ବାଲ୍ୟବିବାହ ଭଳି କୁପ୍ରଥାକୁ ଲୋପ କରିବା ପାଇଁ ସେ ନିଜ ଲକ୍ଷ୍ୟକୁ ଆହୁରି ଶାଣିତ କରିଛନ୍ତି। ଏଥିପାଇଁ ପ୍ରଭାସିନୀ କେତେଜଣ ମହିଳାଙ୍କୁ ନେଇ ଏକ କମିଟି ଗଠନ କରି ଲୋକଙ୍କୁ ସଚେତନ କରୁଛନ୍ତି। ରାଜ୍ୟ ସରକାରଙ୍କ ଦ୍ୱାରା ୨୦୧୯ରେ ଆରମ୍ଭ ହୋଇଥିବା ‘ଜଳସାଥୀ’ ଅଭିଯାନରେ ସାମିଲ ହୋଇ ଘର ଘର ବୁଲି ପାଣି ବିଲ୍‌ ଆଦାୟ କରିବା ସହ ଜଳର ଗୁଣବତ୍ତା ପରୀକ୍ଷା ଓ ବିଭିନ୍ନ ସଚେତନତାମୂଳକ ବାର୍ତ୍ତା ବାଣ୍ଟୁଛନ୍ତି। ଏ ସମ୍ପର୍କରେ ପ୍ରଭାସିନୀ କହିଛନ୍ତି, ମୋ ସ୍ବାମୀଙ୍କ ସହଯୋଗ ଥିବାରୁ ମୁଁ ଆଗକୁ ପଢ଼ିପାରିଲି ଓ ରୋଜଗାରକ୍ଷମ ହୋଇପାରିଲି। କିନ୍ତୁ ମୋ ଭଳି ଅନେକ ଝିଅ ବାଲ୍ୟବିବାହ କରୁଛନ୍ତି ଓ ଆଗକୁ ବଢ଼ି ପାରୁନାହନ୍ତି। ତେଣୁ ମୋର ସେମାନଙ୍କୁ ଅନୁରୋଧ ନିଜ ପାଇଁ ଏବେ ପାଟି ଫିଟାଇବାର ସମୟ ଆସିଛି। ନିଜେ ସୁରକ୍ଷିତ ରହିବା ସହିତ ଅନ୍ୟ ମହିଳା କିପରି ସୁରକ୍ଷା ପାଇପାରିବେ ସେ ଦିଗରେ ପ୍ରତ୍ୟେକ ମହିଳା ଚିନ୍ତା କରିବା ଜରୁରୀ।
-ଅସମାପିକା ସାହୁ


Enter your email to get our daily news in your inbox.

All Right Reserved By Dharitri.Com

ଗୁଲୁଆ-ବର୍ଷାଙ୍କୁ ନେଇ ବିସ୍ଫୋରକ ବୟାନ ଦେଲେ କାଳିଆ ଷଣ୍ଢ: ଦିନକୁ ୧୭ ହଜାରଥର…

ଭୁବନେଶ୍ୱର,୨୬।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ଫେସବୁକରେ ଭିଡିଓ କରି କମାଇ ପାରିବେ ମୋଟା ଅଙ୍କର ଟଙ୍କା! ଜାଣନ୍ତୁ ପୂରା ପ୍ରକ୍ରିୟା

ନୂଆଦିଲ୍ଲୀ,୨୬।୧୨: ଯଦି ଆପଣ ସୋସିଆଲ ମିଡିଆରେ କଣ୍ଟେଣ୍ଟ ତିଆରି କରୁଛନ୍ତି ତେବେ ଆପଣଙ୍କ ପାଇଁ ଭଲ ଖବର। ଇ-କମର୍ସ କମ୍ପାନୀ ମିଶୋ କଣ୍ଟେଣ୍ଟ କ୍ରିଏଟରଙ୍କ ପାଇଁ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

ଶଟ ସର୍କିଟ୍‌ରୁ ଜଳିଗଲା ଘର

ପାରଳାଖେମୁଣ୍ଡି,୨୬ା୧୨(ଗିରିଧାରୀ ପରିଚ୍ଛା): ପାରଳାଖେମୁଣ୍ଡି ପୌରପରିଷଦ ୬ ନଂ.ୱାର୍ଡ ଅନ୍ତର୍ଗତ ରେଲିସେରି ସାହିର ଜଣେ ବ୍ୟକ୍ତିଙ୍କ ଘରେ ସର୍ଟସର୍କିଟ ଯୋଗୁଁ ନିଆଁଲାଗି ଘରର ସମସ୍ତ ଆସବାବପତ୍ର ପୋଡି...

ବର୍ଷର ଶେଷ ଶନିବାରରେ ବିରଳ ସଂଯୋଗ, ମୀନ ସମେତ ଏହି ୫ ରାଶି ହେବେ ମାଲାମାଲ; ବଢିବ ବ୍ୟାଙ୍କ୍‌ ବାଲାନ୍ସ

ଆସନ୍ତାକାଲି ହେଉଛି 2025 ମସିହାର ଶେଷ ଶନିବାର। ଶନିବାର ନ୍ୟାୟ ଏବଂ କର୍ମର ଗ୍ରହ ଶନିଦେବଙ୍କୁ ଉତ୍ସର୍ଗୀକୃତ, ଏବଂ ତାଙ୍କୁ ପୂଜା କରିବା ଦ୍ୱାରା ଧୈଯ୍ୟ...

ଘର ନିର୍ମାଣ କରିବାକୁ କହି ମହିଳାଙ୍କଠାରୁ ଟଙ୍କା ଠକେଇ

ବ୍ରହ୍ମପୁର,୨୬।୧୨(ସୁବାସ ଚନ୍ଦ୍ର ପାଢ଼ୀ): ଘର ନିର୍ମାଣ କରିବାକୁ କହି ଜଣେ ଠିକାଦାର ସୌନ୍ଦର୍ଯ୍ୟନଗର ଅଞ୍ଚଳର ଜଣେ ମହିଳାଙ୍କଠାରୁ ୮୦ ହଜାର ଟଙ୍କା ଠକି ନେଇଛନ୍ତି। ଏ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri