ରାସ୍ତା ପାର୍ଶ୍ୱରେ ବିପଦ

ଖଣ୍ଡପଡ଼ା,୩ା୨(ସ୍ବ.ପ୍ର.): ଖଣ୍ଡପଡ଼ା ବିଦ୍ୟୁତ୍‌ ଉପଖଣ୍ଡ ଅଧୀନରେ ଥିବା ଏକାଧିକ ଟ୍ରାନ୍ସଫର୍ମର ଓ ସବ୍‌ଷ୍ଟେଶନ ବିପଦସଙ୍କୁଳ ଅବସ୍ଥାରେ ରହିଛି । ଟିପିସିଓଡିଏଲର ଖାମଖିଆଲ ମନୋଭାବ ଯୋଗୁ ଉକ୍ତ ଟ୍ରାନ୍ସଫର୍ମରଗୁଡ଼ିକ ଖୋଲା ପଡ଼ିଛି । ଟ୍ରାନ୍ସଫର୍ମର ଏବଂ ସବ୍‌ଷ୍ଟେଶନ ଚତୁଃପାର୍ଶ୍ୱରେ ସୁରକ୍ଷା ପ୍ରାଚୀର ନିର୍ମାଣ କରାଯାଉନାହଁି । ଫଳରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜୀବନହାନୀ ଘଟିବାର ଆଶଙ୍କା ରହିଛି ।

ଖଣ୍ଡପଡ଼ା ଓ କଣ୍ଟିଲୋର ବିଭିନ୍ନ ଅଞ୍ଚଳକୁ ବିଦ୍ୟୁତ୍‌ ସେବା ଯୋଗାଇବା ଲକ୍ଷ୍ୟରେ ଦୀର୍ଘ ୫୦ ବର୍ଷ ହେବ ଜନବସତି ନିକଟ ଏବଂ ରାସ୍ତାପାର୍ଶ୍ୱରେ ସବ୍‌ଷ୍ଟେଶନ ସ୍ଥାପନ କରାଯାଇଛି । ନିୟମାନୁସାରେ ଖୋଲାରେ ଥିବା ସବ୍‌ଷ୍ଟେଶନ ଓ ଟ୍ରାନ୍ସଫର୍ମର ଚତୁଃପାର୍ଶ୍ୱରେ ସୁରକ୍ଷା ପ୍ରାଚୀର କିମ୍ବା ତାର ବାଡ ନିର୍ମାଣ ହେବା କଥା । ସେହିପରି ବିଦ୍ୟୁତ୍‌ ସରବରାହ ହେଉଥିବା ୩ ଫେଜ୍‌ ଜୀବନ୍ତ ତାରଗୁଡ଼ିକ ଭୂମିପତନଠାରୁ ମାତ୍ର ୩ରୁ ୪ଫୁଟ ଉଚ୍ଚରେ ଖୋଲାରେ ରହିଥିବାରୁ ସର୍ବଦା ବିପଦ ଲାଗି ରହିଛି ା ବିଶେଷ କରି ଖଣ୍ଡପଡ଼ା କୋର୍ଟ ଓ ତହସିଲ କାର୍ଯ୍ୟାଳୟ ନିକଟରେ ଥିବା ୧୦୦ କେଭିର ୨ଟି ଟ୍ରାନ୍ସଫର୍ମର ଓ ସବ୍‌ଷ୍ଟେଶନ ଫାଙ୍କା ଅବସ୍ଥାରେ ରହିଛି । ପ୍ରତ୍ୟେହ ବିଭିନ୍ନ କାର୍ଯ୍ୟରେ ତହସିଲ ଓ କଚେରୀକୁ ଲୋକମାନେ ଆସୁଛନ୍ତି। ସାମାନ୍ୟ ଅସାବଧାନ ହେଲେ ଜୀବନ ଚାଲିଯିବାର ଆଶଙ୍କା ରହିଛି । ଅପରପକ୍ଷେ ସେହି ରାସ୍ତା ଦେଇ ଶତାଧିକ ଗୋରୁ ଚଳପ୍ରଚଳ କରୁଛନ୍ତି। ସେହି ଗୋରୁମାନେ ବି ବିଦ୍ୟୁତ୍‌ ଆଘାତରେ ପ୍ରାଣ ହରାଇବାର ଭୟ ରହିଛି । ଖଣ୍ଡପଡ଼ା ବ୍ଳକ ଅଧୀନ ଉମାଦେବୀ ଛକ, ଦୋସନ୍ଧି ସାହି, ରଥଗଡ଼ା ଛକ, କାଦୁଆ ସାହି, ଥାନା ପାଖ, ଗଉଡ଼ ସାହି, କୁମ୍ଭାରସାହି, କୁନ୍ଦୁରା ସାହି, ହରିଜନ ସାହି, ରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ପାଖ, ନୂଆପୋଖରୀ ପାଖ, ମଠସାହି, କଚେରୀପାଖ, ଗଡ଼ଭିତର ସାହି, ବାଇପାସ୍‌ ରାସ୍ତା ପାର୍ଶ୍ୱ, ଫାୟାର ଷ୍ଟେଶନ ପାଖ, ମଧୁବନ ସାହି, ଗିରି ହନୁମାନ ମନ୍ଦିର ପାଖ, ନୂଆସାହାସପୁର, ତୁଳସୀବାରି, ଟିଙ୍କଚୁଆ, କଳସପଲ୍ଲୀ, କରଡ଼ାବଣି, ଶାଳବଣି, ମେଡିକାଲ, ଡାକଘର ଓ ଖଣ୍ଡପଡ଼ା ମହିଳା ମହାବିଦ୍ୟାଳୟ ନିକଟରେ ଥିବା ଏସବୁ ସବ୍‌ଷ୍ଟେଶନ ତଥା ଟ୍ରାନ୍ସଫର୍ମର ଚାରିପାଖରେ କୌଣସି ସୁରକ୍ଷା ପ୍ରାଚୀର ନାହିଁ ବୋଲି ଅଭିଯୋଗ ହୋଇଛି । ଏ ସମ୍ପର୍କରେ ଖଣ୍ଡପଡ଼ା ଉପଖଣ୍ଡ ସହକାରୀ ଯନ୍ତ୍ରୀ ଅନୀଲ କୁମାର ସାହୁଙ୍କ ସହ ଯୋଗାଯୋଗ କରାଯାଇଥିଲା । ସେ କହିଛନ୍ତି, ସମସ୍ତ ବିଦ୍ୟୁତ୍‌ ସବ୍‌ଷ୍ଟେଶନ ଚାରିପାଖରେ ସୁରକ୍ଷା ପ୍ରାଚୀର ନିର୍ମାଣ ପର୍ଯ୍ୟାୟ କ୍ରମେ କରାଯିବ । ଅଧିକ ବିପଦ ସଙ୍କୁଳ ଅବସ୍ଥାରେ ଥିବା ସବ୍‌ଷ୍ଟେଶନ ପ୍ରତି ପ୍ରଥମେ ପଦକ୍ଷେପ ନିଆଯିବ ।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ହାତ ମାରିହେବନି, ପୁଣି ଏତେ ବଢିଗଲା ସୁନା ଦର

ନୂଆଦିଲ୍ଲୀ,୧୮।୧୨: ଗୁରୁବାର, ଡିସେମ୍ବର ୧୮ ତାରିଖ, ଭାରତରେ ସୁନା ମୂଲ୍ୟ ପୁଣି ଥରେ ବୃଦ୍ଧି ପାଇଛି। ଗୁରୁବାର ରୂପା ମୂଲ୍ୟ ମଧ୍ୟ ପ୍ରତି କିଲୋଗ୍ରାମ ୨.୧୧...

ଥାନାରେ ପଶିଲା ଭିଜିଲାନ୍ସ, ୨୦ ହଜାର ଟଙ୍କା ଲାଞ୍ଚ ନେବାବେଳେ…

କୋରାପୁଟ,୧୮ା୧୨(ଅମିତାଭ ବେହେରା): ଭିଜିଲାନ୍ସ ହାତରେ ଦଶମନ୍ତପୁର ଥାନାଧିକାରୀ କୌଣସି ମାମଲାରେ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଜୟପୁର ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ମିଳିଥିବା...

ଭାରତୀୟ ରେଲଓ୍ବେର ନୂଆ ରେକର୍ଡ, ଯାହା ବ୍ରିଟେନ-ଋଷ କରିପାରିନଥିଲେ…

ନୂଆଦିଲ୍ଲୀ,୧୮।୧୨: ଦେଶର ଜୀବନରେଖା ଭାବେ ବିବେଚିତ ଭାରତୀୟ ରେଳବାଇ ଏକ ମାଇଲଖୁଣ୍ଟ ହାସଲ କରିଛି । ଯାହା ବିଶ୍ୱର ପ୍ରମୁଖ ରେଳ ଶକ୍ତିଗୁଡ଼ିକୁ ମଧ୍ୟ ପଛରେ...

ଦୁଇ ବିଶାଳ ହାତୀଙ୍କ ଭୟଙ୍କର ଲଢ଼େଇ: ବଦଳିଗଲା ଜଙ୍ଗଲ, ଚାରିଆଡ଼ ହେଲା ଧୂଳିମୟ, ଭିଡିଓ ଦେଖିଲେ…

ଜଙ୍ଗଲ ଦୁନିଆ ଯେତିକି ରୋମାଞ୍ଚକର ସେତିକି ଆଶ୍ଚର୍ଯ୍ୟଜନକ ମଧ୍ୟ। ଅନେକ ସମୟରେ ଏଠାରେ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଥାଏ, ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ ଏବଂ...

ଅତିରଞ୍ଜିତ କରି ଏମିତି କଥା କହିଲେ ଟ୍ରମ୍ପ, ମୁଣ୍ଡରେ ହାତ ଦେଲେ ବିଶେଷଜ୍ଞ

ନୂଆଦିଲ୍ଲୀ,୧୮।୧୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ତାଙ୍କ ବୟାନ ପାଇଁ ଚର୍ଚ୍ଚାରେ ଅଛନ୍ତି। ଦେଶକୁ ସମ୍ବୋଧିତ କରି ସେ କହିଛନ୍ତି, ତାଙ୍କର ନିଷ୍ପତ୍ତି ଏବଂ...

ଖଣ୍ଡଗିରିରୁ ଏମ୍ସ ହେବ ସ୍ବତନ୍ତ୍ର କରିଡର, ଆଉ ଭିଡ଼ରେ ଅଟକିବନି ଆମ୍ବୁଲାନ୍ସ

ଭୁବନେଶ୍ବର,୧୮।୧୨: ଆଉ ଭିଡରେ ଫସିବନି ଆମ୍ବୁଲାନ୍ସ । ଏନେଇ ପୂର୍ତ୍ତବିଭାଗ ସମୀକ୍ଷା ବୈଠକରେ ବଡ଼ ନିଷ୍ପତ୍ତି ହୋଇଥିବା ନେଇ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି ।...

ପୁଟିନ ଯିବେ ଆମେରିକା! ବଡ଼ ଘୋଷଣା କଲେ ଟ୍ରମ୍ପ ସରକାର, ଟେନସନରେ ଜେଲେନ୍ସକି

ଓ୍ବାଶିଂଟନ,୧୮।୧୨: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଏକ ଜଟିଳ ପ୍ରସଙ୍ଗ ହୋଇ ରହିଛି ଯାହାର ସମାଧାନ ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ...

ଚାଇନାକୁ ବଡ଼ ଝଟକା, ତାଇୱାନକୁ ଏହି ସାହାଯ୍ୟ କରିବେ ଟ୍ରମ୍ପ

ନୂଆଦିଲ୍ଲୀ,୧୮।୧୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ତାଇୱାନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ଯାହା ଚାଇନାକୁ ଏକ ବଡ଼ ଧକ୍କା ଦେଇଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri