କାହିଁକି ସୋସିଆଲ୍‌ ମିଡିଆରୁ ସ୍ବାମୀଙ୍କ ସର୍‌ନେମ୍‌ ହଟାଇଲେ ପ୍ରିୟଙ୍କା: କଲେ ଖୁଲାସା

ସୋସିଆଲ ମିଡିଆରୁ ତାଙ୍କ ସ୍ବାମୀ ନିକ ଜୋନାସଙ୍କ ସରନେମ୍‌କୁ ହଟାଇ ଦେଇଥିବା ପ୍ରିୟଙ୍କା ଚୋପ୍ରା ଏହି ପ୍ରସଙ୍ଗରେ ପ୍ରଥମ ଥର ମୁହଁ ଖୋଲିଛନ୍ତି। ମୁଁ ମୋର ୟୁଜରନେମ୍‌ ମୋ ଟୁଇଟର୍‌ ସହିତ ସମାନ୍‌ କରିବାକୁ ଚାହୁଁଥିଲି ସେଥିପାଇଁ ଏପରି କଲି। କିନ୍ତୁ ଏହା କାହିଁକି ଲୋକଙ୍କ ପାଇଁ ଏତେ ବଡ ପ୍ରସଙ୍ଗ ହୋଇଗଲା ମୁଁ ଆଶ୍ଚର୍ଯ୍ୟ। ଏହା ହେଉଛି ସୋସିଆଲ ମିଡିଆ, ତୁମେମାନେ ସମସ୍ତେ ଥଣ୍ଡା ରୁହ।
ନିକଟରେ ପ୍ରିୟଙ୍କା ଇନଷ୍ଟାଗ୍ରାମରେ କିଛି ଖବରର ସ୍କ୍ରିନସଟ ଶେୟାର କରିଥିଲେ। ଏଥିରେ ନିକ ଜୋନାସଙ୍କ ସ୍ତ୍ରୀ ଗୁଡ ମର୍ନିଂ ଆମେରିକା ଶୋ’ରେ ମ୍ୟାଟ୍ରିକ୍ସ ଚଳଚ୍ଚିତ୍ରର ସହ-ତାରକା କିଆନୁ ରିଭସଙ୍କ ବିଷୟରେ କଥାବାର୍ତ୍ତା କରିଥିଲେ।ଏନେଇ ପ୍ରିୟଙ୍କା କହିଛନ୍ତି, ମୁଁ ଏପର୍ଯ୍ୟନ୍ତ ସବୁଠୁ ପ୍ରତିଷ୍ଠିତ ଚଳଚ୍ଚିତ୍ର ଫ୍ରାଞ୍ଚାଇଜ ପାଇଁ ପ୍ରଚାର କରୁଛି ଏବଂ ମୋତେ ଏବେ ବି ‘ନିକ ଜୋନାସଙ୍କ ସ୍ତ୍ରୀ’ ବୋଲି ଦର୍ଶାଯାଉଛି।
ଭାରତୀୟ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ମଧ୍ୟ ମୋଷ୍ଟ ଆଡମିଟେଡ ମହିଳା -୨୦୨୧ ତାଲିକାରେ ସ୍ଥାନ ପାଇଛନ୍ତି। ଚଳିତ ବର୍ଷ ଶ୍ରେଷ୍ଠ ୧୦ ତାଲିକାରେ ସ୍ଥାନ ପାଇଥିବା ପ୍ରିୟଙ୍କା ହେଉଛନ୍ତି ଏକମାତ୍ର ଭାରତୀୟ ଅଭିନେତ୍ରୀ। ଗତ ବର୍ଷ ଏହି ତାଲିକାରେ ସେ ୧୫ ନମ୍ବରରେ ଥିଲେ। କିନ୍ତୁ ତାଙ୍କର ର଼୍ୟାଙ୍କିଙ୍ଗ ବୃଦ୍ଧି କରି ସେ ଚଳିତ ବର୍ଷ ଦଶମ ସ୍ଥାନ ହାସଲ କରିଛନ୍ତି। ଏହି ସର୍ଭେରେ ୩୮ ଟି ଦେଶରୁ ମୋଟ ୪୨,୦୦୦ ଲୋକ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri