ଆଇଫା ୨୦୨୨କୁ ହୋଷ୍ଟ କରିବେ ସଲମାନ

ମୁମ୍ବାଇ: ଅନ୍ତରାଷ୍ଟ୍ରୀୟ ଭାରତୀୟ ଫିଲ୍ମ ଏକାଡେମୀ ୱିକେଣ୍ଡ ଆଣ୍ଡ ଆୱାର୍ଡସର ୨୨ତମ ସଂସ୍କରଣ ୧୮ ଓ ୧୯ ମାର୍ଚ୍ଚ ୨୦୨୨ରେ ୟାଶ ଆଇଜଲ୍ୟାଣ୍ଡ ବା ୟାଶ ଦ୍ୱିପ ଆବୁଧାବିରେ ଏତିହାଦ ଏରିନାରେ ଆୟୋଜିତ ହୋଇଛି । ଏହି ଆୱାର୍ଡ ନାଇଟକୁ ସୁପରଷ୍ଟାର ସଲମାନ ଖାଁ ହୋଷ୍ଟ କରିବେ ବୋଲି ସୂଚନା ମିଳିଛି ।
ସିନେମାର ଉତ୍କର୍ସତାର ପର୍ବ ପାଳନ କରିବା ଓ ଏହାର ପ୍ରଶଂସା କରିବା ସହ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ଆବୁଧାବି (ଡିଟିସି-ଆବୁଧାବି) ସହିତ ମିଳିତ ଭାବରେ ଆୟୋଜିତ ହୋଇଥିବା ପୁରସ୍କାର ଗୁଡିକ ଭାରତ ସ୍ୱାଧିନତାର ୭୫ ବର୍ଷ ଓ ସଂଯୁକ୍ତ ଆରବ ଏମିରେଟସ୍‌ରେ ବର୍ଷ ତମାମ ପାଳନ କରାଯାଉଥିବା ସ୍ୱର୍ଣ୍ଣ ଜୟ୍‌ନ୍ତି ସମାରୋହକୁ ଚିହ୍ନିତ କରିବ । ୫୦ ତମ ବର୍ଷ ପୂର୍ତ୍ତି, ଭାରତ ଓ ୟୁଏଇ ମଧ୍ୟରେ ସାଂସ୍କୃତିକ ସମ୍ପର୍କକୁ ମଜଭୁତ କରୁଛି, କାରଣ ଏଥିରେ ସାରା ବିଶ୍ୱର ଗଣ୍ୟମାନ୍ୟ ବ୍ୟକ୍ତି, ପ୍ରଶଂସକ ଓ ଫିଲ୍ମ ପ୍ରତି ଉତ୍ସାହ ରଖୁଥିବା ବ୍ୟକ୍ତି ସାମିଲ ହେବେ ।
ବହୁ ପ୍ରତିକ୍ଷିତ ପୁରସ୍କାର ବିଷୟରେ କଥା ହୋଇ, ଇଭେଣ୍ଟ ହୋଷ୍ଟ ସଲମାନ ଖାଁ କହିଛନ୍ତି, ମୁଁ ସବୁବେଳେ ଆଇଫା ପରିବାର ଅଂଶ ହୋଇ ରହିବା ସହ, ଭଲ ଭଲ ସ୍ଥାନ ଯାତ୍ରା କରିବାର ଆନନ୍ଦ ନେଇଛି । ହେଲେ ଏଥର ଖୁସି ଲାଗୁଛି କି ଆମେ ନିଜ ପସନ୍ଦର ଏକ ସ୍ଥାନ ୟାଶ ଦ୍ୱିପ, ଆବୁଧାବି ଯାଉଛୁ । ସେ ଆହୁରି ମଧ୍ୟ କହିଛନ୍ତି ଆଇଫା ସବୁବେଳେ ଏକ ମନେ ରଖିବା ଭଳି ସମୟ ହୋଇଥାଏ, ଏଥର ଆହୁରି ବଡ ଉତ୍ସବ ହେବ, କାରଣ ଆମେ ଆମ ଦେଶର ୭୫ତମ ସ୍ୱାଧିନତା ଦିବସ ଓ ସଂଯୁକ୍ତ ଆରବ ଏମିରେଟ୍ସର ୫୦ତମ ସ୍ୱର୍ଣ୍ଣ ଜୟନ୍ତି ସମାରୋହ ପାଳନ କରୁଛୁ ।


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

ଦିନକ ପରେ ବରଗଡ଼ ଧନୁଯାତ୍ରା: ମହୋତ୍ସବକୁ ନେଇ ଏମିତି କହିଲେ ଜିଲାପାଳ

ବରଗଡ,୨୨।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ୭୮ତମ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ଦିନେ ବାକି। ଆସନ୍ତା ୨୪ତାରିଖରୁ ଏହି ମହୋତ୍ସବ ଆରମ୍ଭ ହେବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri