ଅଧିଆ ପଡ଼ିଲେ ଭାଜପା ବିଧାୟକ

ପୁରୀ ଅଫିସ,୧୨।୧୨: ନିର୍ଦ୍ଧାରିତ ସମୟର ୨୦ଦିନ ପୂର୍ବରୁ ବିଧାନସଭାକୁ ଭଙ୍ଗ କରିବା, ମମିତା ମେହେର ହତ୍ୟାକାଣ୍ଡରେ ସମ୍ପୃକ୍ତ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ନ କରିବା ପ୍ରତିବାଦରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଅଧିଆ ପଡ଼ିଛନ୍ତି ଭାଜପାର ୧୨ ବିଧାୟକ। ଚାଷୀମାନଙ୍କ ସମସ୍ୟା ଉପରେ ଆଲୋଚନା ପାଇଁ ବିଧାନସଭାରେ ସୁଯୋଗ ଦିଆଗଲା ନାହିଁ। ରାଜ୍ୟ ସରକାର ମମିତା ହତ୍ୟା ଘଟଣାର ସ୍ବଚ୍ଛ ତଦନ୍ତ କଲେ ନାହିଁ। ସେହିଭଳି ଏକାଧିକ ମୌଳିକ ସମସ୍ୟାକୁ ନେଇ ବିରୋଧୀ ପ୍ରଶ୍ନ କରିବାକୁ ଚାହୁଁଥିବାବେଳେ ସରକାର ଜାଣିଶୁଣି ବିଧାନସଭାକୁ ବନ୍ଦ କରିଦେଲେ। ଫଳରେ ଆଲୋଚନା ହୋଇପାରିଲା ନାହିଁ ବୋଲି ଭାଜପା ନେତାମାନେ ଅଭିଯୋଗ କରିଛନ୍ତି। ମହାପ୍ରଭୁ ଜଗନ୍ନାଥ ଓଡ଼ିଆ ଜାତିର କେବଳ ଆରାଧ୍ୟ ନୁହନ୍ତି ସେ ଆମ ପରିବାରର ମୁରବି ମଧ୍ୟ। ମହାପ୍ରଭୁଙ୍କ ଶରଣାପନ୍ନ ହୋଇ ରାଜ୍ୟ ସରକାରଙ୍କୁ ସଦବୁଦ୍ଧି ଦିଅନ୍ତୁ ବୋଲି କାମନା କରିଛୁ। ଯେଉଁଭଳି ଭାବେ ରାଜ୍ୟରେ ଏକଚ୍ଛତ୍ରବାଦ ବ୍ୟବସ୍ଥା ସ୍ଥାପିତ ହୋଇସାରିଛି ଓ ସରକାର ଜାଣିଶୁଣି ଅପରାଧୀକୁ ଘଣ୍ଟ ଘୋଡ଼ାଉଛନ୍ତିଚ୍‌, ତାହା ନିହାତି ପକ୍ଷେ ଚିନ୍ତାଜନକ ପ୍ରସଙ୍ଗ। ନାରୀମାନେ ରାଜ୍ୟରେ ସୁରକ୍ଷିତ ନୁହନ୍ତି। ମହାପ୍ରଭୁ ଚାହିଁଲେ ହିଁ ରାଜ୍ୟକୁ ରକ୍ଷା କରିପାରିବେ ବୋଲି ଆମର ଆଶା ରହିଥିବା ଭାଜପା ବିଧାୟକ ବିଷ୍ଣୁଚରଣ ସେଠୀ କହିଛନ୍ତି। ବ୍ରହ୍ମଗିରି ବିଧାୟକ ଲଳିତେନ୍ଦ୍‌ୁ ବିଦ୍ୟାଧର ମହାପାତ୍ର କହିଛନ୍ତି ଯେ, ମହାପ୍ରଭୁଙ୍କ ଶରଣ ପଶିବା ପାଇଁ ଆମେ ବାଧ୍ୟ ହେଲୁ। ଦୀର୍ଘ ୧୦ ଦିନ ହେବ ବିଧାନସଭା ଚାଲିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଆମେ ସାକ୍ଷାତ କରିପାରିଲୁନାହିଁ। କୌଣସି ପ୍ରଶ୍ନର ଉତ୍ତର ଦେବା ପାଇଁ ମୁଖ୍ୟମନ୍ତ୍ରୀ ବିଧାନସଭାକୁ ଆସିଲେ ନାହିଁ। ମମିତା ମେହେରଙ୍କୁ ନ୍ୟାୟ ଦେବା ପାଇଁ ଆମେ ମହାପ୍ରଭୁଙ୍କ ଶରଣ ପଶିଲୁ। ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି ଯେ, ଯେତେବେଳେ ରାଜ୍ୟ ସରକାର ବିଧାନସଭାକୁ ଡ଼ରିଲେ। ୨୦ ଦିନ ପୂର୍ବରୁ ବିଧାନସଭାକୁ ବନ୍ଦ କରି ଦିଆଗଲା। ରାଜ୍ୟ ସରକାରଙ୍କର ପଳାୟନପନ୍ଥୀ ଆଭିମୁଖ୍ୟକୁ ଆମେ ନିନ୍ଦା କରିବା ସହ ରାଜ୍ୟବାସୀଙ୍କ ପାଇଁ ନ୍ୟାୟ ଭିକ୍ଷା କରୁଛୁ। ଯେଉଁ ସରକାର ଉତ୍ତରଦାୟୀ ସେ ଦାୟିତ୍ୱଠାରୁ ମୁହଁ ମୋଡ଼ିନେବା ପରେ ମହାପ୍ରଭୁଙ୍କ ଶରଣ ପଶିବା ଛଡ଼ା ଆମ ପାଖରେ ବିକଳ୍ପ ନାହିଁ। ଭାଜପା ବିଧାୟକମାନେ ରାଜ୍ୟବାସୀଙ୍କ ମଙ୍ଗଳକାମନା କରି ଦୀପଦାନ କରିବା ସହ ମହାପ୍ରଭୁଙ୍କ ଆଶିଷ ଭିକ୍ଷା କରିଛନ୍ତି। ଶ୍ରୀମନ୍ଦିର ସମ୍ମୁଖରେ ଭାଜପାର ୧୨ ଜଣ ବିଧାୟକ ମାନେ ଅଧିଆ ପଡ଼ିବା ସହ ମହାପ୍ରଭୁଙ୍କ ନାମ ଜପ କରିଥିଲେ। ଓଡ଼ିଶାକୁ ରକ୍ଷା କରିବା ସହ ମହାପ୍ରଭୁଙ୍କୁ ସଦ୍‌ବୁଦ୍ଧି ଦେବା ପାଇଁ କାମନା କରିଥିଲେ। ବିଧାୟକମାନଙ୍କ ମଧ୍ୟରେ, ଜୟନ୍ତ କୁମାର ଷଡ଼ଙ୍ଗୀ, ଲଲାତେନ୍ଦୁ ବିଦ୍ୟାଧର ମହାପାତ୍ର, ବିଷ୍ଣୁଚରଣ ସେଠୀ, ମୋହନ ମାଝୀ, ନଉରୀ ନାୟକ, ଭାସ୍କର ମଢେଇ, ନବଚରଣ ମାଝୀ, ସନାତନ ବିଜୁଳି, ମୁକେଶ ମହାଲିଙ୍ଗ, ଜୟନାରାୟଣ ମିଶ୍ର, ନିତ୍ୟାନନ୍ଦ ଗଣ୍ଡ ଓ ପ୍ରକାଶ ସୋରେନ ପ୍ରମୁଖ ଉପସ୍ଥିତ ଥିଲେ। ଶ୍ରୀମନ୍ଦର ସମ୍ମୁଖରେ କାର୍ଯ୍ୟକ୍ରମ ସାରି ବିଧାୟକମାନେ ପୁରୀ ସ୍ବତନ୍ତ୍ର ପ୍ରଦକ୍ଷିଣ ଗୃହରେ ପହଞ୍ଚି ଦଳୀୟ କର୍ମୀଙ୍କ ଗହଣରେ ସମୟ ଅତିବାହିତ କରି ମହାପ୍ରସାଦ ସେବନ କରି ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri