ବୁଷ୍ଟର ପାଇଁ ଅଧିକ ଗବେଷଣା ହେଉ

ନୂଆଦିଲ୍ଲୀ, ୫।୧୨(ପି.ଟି.): କରୋନାର ଓମିକ୍ରନ୍‌ ଭାରିଆଣ୍ଟକୁ ନେଇ ଚିନ୍ତା ବଢ଼ୁଥିବାବେଳେ କୋଭିଡ୍‌ ଟିକାଗୁଡ଼ିକ କେତେ ଫଳପ୍ରଦ, ତାହାର ଆକଳନ କରିବା ପାଇଁ ସଂସଦୀୟ କମିଟି କେନ୍ଦ୍ର ସରକାରଙ୍କୁ ସୁପାରିସ କରିଛନ୍ତି। ଏଥିସହିତ ନୂଆ ଷ୍ଟ୍ରେନ୍‌କୁ ନିୟନ୍ତ୍ରଣ କରିବା ଲାଗି ବୁଷ୍ଟର ଡୋଜ୍‌ର ଆବଶ୍ୟକତା ଉପରେ ଅଧିକ ପରୀକ୍ଷା ନିରୀକ୍ଷା ଓ ଗବେଷଣା କରାଯିବାକୁ କମିଟି ପରାମର୍ଶ ଦେଇଛି। ସ୍ବାସ୍ଥ୍ୟ ସମ୍ପର୍କିତ ସଂସଦୀୟ ଷ୍ଟାଣ୍ଡିଂ କମିଟି ଶୁକ୍ରବାର ଏହାର ରିପୋର୍ଟ ଦାଖଲ କରିବା ସହ ଭୂତାଣୁର ନୂଆ ଭାରିଆଣ୍ଟକୁ ନେଇ ଚିନ୍ତା ପ୍ରକଟ କରିଛି। ମହାମାରୀର ଦ୍ୱିତୀୟ ଲହର ବେଳେ ଅଧିକ ଜୀବନ ଯାଇଥିବାରୁ ସଂକ୍ରମଣ କମାଇବାରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ନେଇଥିବା ପଦକ୍ଷେପ ଯଥେଷ୍ଟ ନ ଥିଲା ବୋଲି କମିଟି କହିଛି। ଏଥିସହିତ ସ୍ବାସ୍ଥ୍ୟସେବା ଭିତ୍ତିଭୂମି ବଢ଼ାଇବା, ହସ୍ପିଟାଲଗୁଡ଼ିକରେ ପର୍ଯ୍ୟାପ୍ତ ଶଯ୍ୟାର ବ୍ୟବସ୍ଥା କରିବା ସହିତ ଅକ୍ସିଜେନ୍‌ ସିଲିଣ୍ଡର ଏବଂ ଜରୁରୀ ଔଷଧ ଯୋଗାଣ ଉପରେ କମିଟି ଜୋର୍‌ ଦେଇଛି। ତୃତୀୟ ଲହର ଆଶଙ୍କା ଦେଖାଦେଇଥିବାରୁ ଜନସ୍ବାସ୍ଥ୍ୟ ଭିତ୍ତିଭୂମିକୁ ମଜଭୁତ କରିବା ଜରୁରୀ ହୋଇପଡ଼ିଛି। ଗ୍ରାମାଞ୍ଚଳରେ ଚିକିତ୍ସା ସୁବିଧା ବଢ଼ାଇବା, ରାଜ୍ୟର ଭିଆର୍‌ଡିଏଲ୍‌ (ଭୂତାଣୁ ଗବେଷଣା ଓ ନିଦାନ ଲାବରେଟୋରି) ଏବଂ ପ୍ରାଥମିକ ଓ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ମଧ୍ୟରେ ସମନ୍ବୟ ରଖିବାକୁ କମିଟି ସୁପାରିସ କରିଛି।

ଡବଲ ଡୋଜ୍‌ ନେଇ ବି ଓମିକ୍ରନ୍‌ରେ ସଂକ୍ରମିତ

ବ୍ରିଟେନରେ ଚିହ୍ନଟ ହୋଇଥିବା ଓମିକ୍ରନ୍‌ ସଂକ୍ରମିତଙ୍କ ମଧ୍ୟରୁ ଅର୍ଦ୍ଧାଧିକ ପୂର୍ବରୁ କୋଭିଡ୍‌ ଟିକାର ଦୁଇଟି ଡୋଜ୍‌ ନେଇଥିଲେ। ବ୍ରିଟେନ୍‌ରେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ୧୩୪ରେ ପହଞ୍ଚତ୍ଥିତ୍ବା ସ୍ବାସ୍ଥ୍ୟ ସୁରକ୍ଷା ସଂସ୍ଥା ପକ୍ଷରୁ କୁହାଯାଇଛି। ସେମାନଙ୍କ ମଧ୍ୟରୁ କେତେଜଣଙ୍କର ଟ୍ରାଭେଲ ହିଷ୍ଟ୍ରି ନ ଥିବାରୁ କିଛି ପରିମାଣରେ ଗୋଷ୍ଠୀ ସଂକ୍ରମଣ ହୋଇଥିବା ନେଇ ସତର୍କ କରାଯାଇଛି। ଗୋଟିଏ ଦିନରେ ସ୍କଟ୍‌ଲାଣ୍ଡରେ ୧୬ ମାମଲା ଚିହ୍ନଟ ହୋଇଛି।

ଦକ୍ଷିଣ ଆଫ୍ରିକାରେ ଅଧିକ ଶିଶୁଙ୍କୁ କରୋନା

ଦକ୍ଷିଣ ଆଫ୍ରିକାରେ ୫ ବର୍ଷରୁ କମ୍‌ ବୟସର ଶିଶୁ କରୋନାରେ ଅଧିକ ସଂକ୍ରମିତ ହେଉଥିବାରୁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଚିନ୍ତା ବ୍ୟକ୍ତ କରିଛନ୍ତି। ଶୁକ୍ରବାର ଦକ୍ଷିଣ ଆଫ୍ରିକାରେ ୧୬,୦୫୫ ନୂଆ ମାମଲା ଚିହ୍ନଟ ହୋଇଥିବାବେଳେ ୨୫ ଜଣଙ୍କ ମୃତ୍ୟୁ ଘଟିଛି। ପୂର୍ବରୁ କୋଭିଡ୍‌ରେ ପିଲାମାନେ ଏତେ ସଂଖ୍ୟାରେ ସଂକ୍ରମିତ ହେଉ ନ ଥିଲେ କିମ୍ବା ହସ୍ପିଟାଲରେ ଭର୍ତ୍ତି ହେଉ ନ ଥିଲେ। ତୃତୀୟ ଲହରରେ ଶିଶୁ, କିଶୋର ଏବଂ ଗର୍ଭବତୀ ମହିଳାମାନେ ଅଧିକ ସଂଖ୍ୟାରେ ସଂକ୍ରମିତ ହୋଇ ହସ୍ପିଟାଲରେ ଭର୍ତ୍ତି ହେଉଥିବା ଦେଖାଯାଇଛି ବୋଲି ଜାତୀୟ ସଂକ୍ରାମକ ରୋଗ ସଂସ୍ଥାନର ଡ. ଓ୍ବାସିଲା ଜସାଟ କହିଛନ୍ତି। ଏହା ପଛର କାରଣ ସମ୍ପର୍କରେ ଜାଣିବା ପାଇଁ ଗବେଷଣା କରାଯାଉଥିବା ଏନ୍‌ଆଇସିଡିର ଡାକ୍ତର ମିଚେଲେ ଗ୍ରୁମ୍‌ କହିଛନ୍ତି।

୩୩% ପିନ୍ଧୁନାହାନ୍ତି ମାସ୍କ

ଡିଜିଟାଲ କମ୍ୟୁନିଟି ପ୍ଲାଟଫର୍ମ ଲୋକାଲସର୍କଲ୍ସ ପକ୍ଷରୁ ହୋଇଥିବା ସର୍ଭେ ଅନୁସାରେ ପ୍ରତି ୩ ଭାରତୀୟଙ୍କ ମଧ୍ୟରେ ଜଣେ (୩୩%) ଘରୁ ବାହାରକୁ ବାହାରିବାବେଳେ ମାସ୍କ ପିନ୍ଧୁନାହାନ୍ତି। ଗତ ଏପ୍ରିଲରେ ୩୬୪ ଜିଲାର ୨୫ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କୁ ନେଇ ସର୍ଭେ କରାଯାଇଥିଲା। ୨୯% ମାସ୍କ ପିନ୍ଧିବାକୁ ଅତ୍ୟାବଶ୍ୟକ ବୋଲି ଦର୍ଶାଇଥିଲେ। ସେପ୍ଟେମ୍ବରରେ ଏହି ହାର ୧୨%କୁ ଖସିଆସିଥିଲା। ନଭେମ୍ବରେ ତାହା ମାତ୍ର ୨% ରହିଛି। ଲୋକାଲ ସର୍କଲ୍ସର ପ୍ରତିଷ୍ଠାତା ସଚିନ ଟାପାରିଆ କହିଛନ୍ତି, ମାସ୍କ ପିନ୍ଧିବା ସହ କୋଭିଡ୍‌ ସଂକ୍ରମଣକୁ ରୋକିବାକୁ ସତର୍କତା ସମୟର ସବୁଠାରୁ ବଡ଼ ଆବଶ୍ୟକତା। ଏଥିପାଇଁ ସରକାରଙ୍କ ଦ୍ୱାରା ଲୋକଙ୍କୁ ସଚେତନ କରାଯିବା ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

ସୁନା ପାଇଁ ବୃଦ୍ଧାଙ୍କୁ ପୋଡ଼ି ମାରିଦେଲେ! ଦୁଇ ଗୋଡ଼କୁ ଛାଡ଼ି ସବୁ ପାଉଁଶ, ପୋଲିସ ପହଞ୍ଚି…

ଅମ୍ବାଦୋଳା,୨୦।୧୨(ରବୀନ୍ଦ୍ର ପଣ୍ଡା):ରାୟଗଡା ଜିଲା ମୁନିଗୁଡା ବ୍ଲକ ଅମ୍ବାଦଳା ଥାନା ଅନ୍ତର୍ଗତ କୁମୁଡ଼ାବାଲି ଗାଁରେ ଜଣେ ବୃଦ୍ଧାଙ୍କ ଦଗ୍ଧ ମୃତଦେହ ଉଦ୍ଧାର ହୋଇଛି I  ମୃତ ବୃଦ୍ଧା...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଷ୍ଟାଣ୍ଡବାଏ କିମ୍ବା ରିଜର୍ଭ ଖେଳାଳିଙ୍କୁ କାହିଁକି ଚୟନ କରାଯାଇ ନ ଥିଲା? କାରଣ କହିଲେ ବିସିସିଆଇ ସଚିବ

ନୂଆଦିଲ୍ଲୀ,୨୦।୧୨: BCCI 2026 ଟି-20 ବିଶ୍ୱକପ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିଛି। ଶୁବମନ ଗିଲ ଏବଂ ରିଷଭ ପନ୍ତଙ୍କ ସମେତ ଅନେକ...

ଦୁଇ ପୁଅଙ୍କ ପାଇଁ ଏତିକି ଟଙ୍କାର ସମ୍ପତ୍ତି ରଖିଛନ୍ତି ଭାରତୀ ସିଂ, ସ୍ବାମୀଙ୍କ ହର୍ଷଙ୍କ ପାଖରେ ଅଛି…

ମୁମ୍ବାଇ,୨୦ା୧୨: କମେଡି କୁଇନ୍‌ ଭାରତୀ ସିଂଙ୍କ ଘରେ ପୁଣି ଥରେ ହସ ଫୁଟିଛି। ଏହି କମେଡି କୁଇନ୍‌ ଜଣେ ଛୋଟ ରାଜକୁମାରଙ୍କ ମା’ ହୋଇଛନ୍ତି। ଭାରତୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri