Posted inଖେଳ

ବିଶ୍ୱର ୫ ଦୁର୍ଭାଗ୍ୟଶାଳୀ କ୍ରିକେଟର୍‌

ଦେଶ ପାଇଁ ଥରେ ବିଶ୍ୱକପ ଖେଳିବା ଏବଂ ଟ୍ରଫି ଜିତିବା ପ୍ରତ୍ୟେକ କ୍ରିକେଟରଙ୍କ ସ୍ବପ୍ନ ଥାଏ। କିନ୍ତୁ ବିଶ୍ୱରେ ଅନେକ କ୍ରିକେଟର ଅଛନ୍ତି, ଯେଉଁମାନେ ଦେଶ ପାଇଁ ଭଲ ଖେଲିଥିଲେ ମଧ୍ୟ ବିଶ୍ୱକପ୍‌ ଦଳରେ ସ୍ଥାନ ପାଇ ପାରି ନ ଥିଲେ। ଏମିତି ୫ ଦୁର୍ଭାଗ୍ୟଶାଳୀ କ୍ରିକେଟରଙ୍କ ଉପରେ ନଜର ପକାଇବା:

ଭିଭିଏସ ଲକ୍ଷ୍ମଣ(ଭାରତ)
ଖେଳ ଇତିହାସରେ ଭିଭିଏସ ଲକ୍ଷ୍ମଣ ଅନ୍ୟତମ ଷ୍ଟାଇଲିସ ବ୍ୟାଟ୍ସମ୍ୟାନ। ଭିଭିଏସ ଲକ୍ଷ୍ମଣ ୧୬ ବର୍ଷ କ୍ରିକେଟ୍‌ କ୍ୟାରିୟରରେ ଭାରତ ପାଇଁ ୧୩୪ ଟେଷ୍ଟ ଖେଳିଥିଲେ। ଏଥିରେ ସେ ଅନେକ ମାରାଥନ ଇନିଂସ ଖେଳିଥିଲେ। ଟେଷ୍ଟରେ ଲକ୍ଷ୍ମଣ ଚମତ୍କାର ଥିଲେ, କିନ୍ତୁ ତାଙ୍କର ଦିନିକିଆ କ୍ୟାରିଅର୍‌ କେବେ ବି ଭଲ ଥିଲା। ୨୦୦୩ ବିଶ୍ୱକପ ଦଳରେ ଅନ୍ତର୍ଭୁକ୍ତ ହେବାର ଭିଭିଏସ ଲକ୍ଷ୍ମଣଙ୍କର ଏକ ଭଲ ସୁଯୋଗ ଥିଲା, କିନ୍ତୁ ତାଙ୍କୁ ଅଣଦେଖା କରାଯାଇଥିଲା। ତତ୍କାଳୀନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି ସ୍ବୀକାର କରିଥିଲେ ଯେ ଲକ୍ଷ୍ମଣଙ୍କୁ ଅନ୍ତର୍ଭୁକ୍ତ ନ କରିବା ଭୁଲ ଥିଲା।

ଜଷ୍ଟିନ ଲାଙ୍ଗର (ଅଷ୍ଟ୍ରେଲିଆ)

ଅନେକ ପ୍ରଶଂସକ ଜଷ୍ଟିନ ଲାଙ୍ଗରଙ୍କୁ ଟେଷ୍ଟ କ୍ରିକେଟର ମହାନ ଓପନର୍‌ ବୋଲି ଭାବନ୍ତି। ଲାଙ୍ଗର ଏବଂ ମାଥ୍ୟୁ ହେଡେନ ସବୁଠାରୁ ବିପଜ୍ଜନକ ଓପନିଂ ଯୋଡି ମଧ୍ୟରୁ ଅନ୍ୟତମ। ଟେଷ୍ଟରେ ଲାଙ୍ଗରଙ୍କ ଆକଳନ ଅତ୍ୟନ୍ତ ପ୍ରଭାବଶାଳୀ ହୋଇଥିବାବେଳେ ଦିନିକିଆ ଫର୍ମାଟରେ ତାଙ୍କର ରେକର୍ଡ ବହୁତ ଖରାପ। ଲାଙ୍ଗର କେବଳ ଆଠଟି ଦିନିକିଆ ଖେଳିଥିଲେ। ଏଥିସହ ତାଙ୍କୁ ଅଷ୍ଟ୍ରେଲିଆ ପାଇଁ ବିଶ୍ୱକପ ଖେଳିବାର ସୁଯୋଗ ମିଳି ନ ଥିଲା।

ଆଲିଷ୍ଟାୟର୍‌ କୁକ (ଇଂଲଣ୍ଡ)

ଇଂଲଣ୍ଡର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରୁ ଆଲାଷ୍ଟାୟର୍‌ କୁକ ଅନ୍ୟତମ। ଇଂଲଣ୍ଡର ପୂର୍ବତନ ଅଧିନାୟକ ଟେଷ୍ଟ କ୍ରିକେଟରେ ୧୨ ହଜାରରୁ ଅଧିକ ରନ ସଂଗ୍ରହ କରିଥିଲେ। ଯଦିଓ ଦିନିକିଆରେ କୁକ୍‌ଙ୍କ ପ୍ରଦର୍ଶନ ବିଶେଷ ଭଲ ନ ଥିଲା। ୨୦୧୧ ବିଶ୍ୱକପ ପରେ ଆଣ୍ଡ୍ରିୟୁ ଷ୍ଟ୍ରାସ୍‌ ଇସ୍ତଫା ପରେ ଆଲେଷ୍ଟାୟର୍‌ କୁକ ଦିନିକିଆ ଏବଂ ଟେଷ୍ଟ ଦଳର ଅଧିନାୟକତ୍ୱ ଗ୍ରହଣ କରିଥିଲେ। ତେବେ, ୨୦୧୫ ବିଶ୍ୱକପ ପୂର୍ବରୁ ତାଙ୍କୁ ଇଂଲଣ୍ଡ ଦିନିକିଆ ଦଳର ଅଧିନାୟକତ୍ୱ ଛାଡିବାକୁ ପଡିଲା ଏବଂ ସେ ରଙ୍ଗୀନ ଜର୍ସି କ୍ରିକେଟରୁ ଦୂରେଇ ଯାଇଥିଲେ। ଆଲିଷ୍ଟେୟାର କୁକ ମଧ୍ୟ ବିଶ୍ୱକପରେ ଖେଳି ନାହାଁନ୍ତି।

ଷ୍ଟୁଆର୍ଟ ମ୍ୟାକଗିଲ (ଅଷ୍ଟ୍ରେଲିଆ)

ଷ୍ଟୁଆର୍ଟ ମ୍ୟାକଗିଲ ନିଜକୁ ଇତିହାସର ସବୁଠାରୁ୍‌ ଦୁର୍ଭାଗ୍ୟଶାଳୀ କ୍ରିକେଟର ଭାବରେ ବିବେଚନା କରିପାରନ୍ତି । ସେନ୍‌ ୱାର୍ନଙ୍କ ଯୁଗରେ, ଏହି ଲେଗ ସ୍ପିନରର ଭାଗ୍ୟ ଉଜ୍ଜ୍ୱଳ ହୋଇ ନ ଥିଲା। ଷ୍ଟୁଆର୍ଟ ମ୍ୟାକଗିଲ ଅଷ୍ଟ୍ରେଲିଆ ପାଇଁ ୪୪ଟି ଟେଷ୍ଟ ଏବଂ ତିନୋଟି ଦିନିକିଆ ଖେଳିବାକୁ ସୁଯୋଗ ପାଇଲେ। ସେ ବିଶ୍ୱକପରେ କେବେ ବି ଖେଳି ପାରି ନ ଥିଲେ।

ଇରାପାଲୀ ପ୍ରସନ୍ନ (ଭାରତ)

ଇରାପାଲୀ ପ୍ରସନ୍ନଙ୍କୁ ସର୍ବକାଳୀନ ସର୍ବଶ୍ରେଷ୍ଠ ଅଫ ସ୍ପିନର ଭାବରେ ବିବେଚନା କରାଯାଏ, କିନ୍ତୁ ବିଶ୍ୱକପରେ ସେ ଭାରତ ପାଇଁ ଖେଳିବାର ସୁଯୋଗ ପାଇ ନ ଥିଲେ। ଭାରତ ପାଇଁ ୪୯ ଟି ଟେଷ୍ଟ ମ୍ୟାଚରେ ପ୍ରସନ୍ନ ୧୮୯ ଉଇକେଟ ନେଇଥିଲେ, କିନ୍ତୁ ଚୟନକର୍ତ୍ତାମାନେ ତାଙ୍କୁ ଦିନିକିଆ ଦଳ ପାଇଁ ଚୟନ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭଉଣୀଙ୍କୁ ଅସଦାଚରଣ କରିଥିଲେ ଭାଇ, ଅଭିଯୋଗ ହେବାପରେ ଘଟିଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତ ସିନ୍ଧୁଖାଳି ଗ୍ରାମରେ ଭଉଣୀଙ୍କୁ ଅସଦାଚରଣ ସହ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ...

ସୋସିଆଲ ମିଡିଆ ନୀତିରେ ବଡ଼ ପରିବର୍ତ୍ତନ କଲା ଭାରତୀୟ ସେନା, ଏଣିକି ଦେଖିପାରିବେ ହେଲେ…

ନୂଆଦିଲ୍ଲୀ,୨୫।୧୨: ଭାରତୀୟ ସେନା ଏହାର ସୈନିକ ଏବଂ ଅଧିକାରୀମାନଙ୍କ ପାଇଁ ସୋସିଆଲ ମିଡିଆ ଆପ୍ ବ୍ୟବହାର ସମ୍ପର୍କରେ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛି । ପ୍ରତିରକ୍ଷା ଅଧିକାରୀଙ୍କ...

ସରକାରୀ ପ୍ରତିଶ୍ରୁତି ପାଣିର ଗାର: ୬ ମାସ ହେଲା ବସୁଧା ପ୍ରକଳ୍ପ ଅଚଳ!

ଥୁଆମୂଳ ରାମପୁର,୨୫।୧୨(ଦୁର୍ଗା କୀର୍ତ୍ତି): ସରକାରଙ୍କ ‘ବସୁଧା’ ଯୋଜନାରେ ଘରକୁ ଘର ପାନୀୟ ଜଳ ଯୋଗାଇ ଦେବା ପ୍ରତିଶ୍ରୁତି ଏବେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ...

ଦୁଇ ବାଇକ ମୁହାଁମୁହିଁ ଧକ୍କା: ଆଉ ତା’ପରେ ଘଟିଗଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି- ଘୋଡାହାଡ ଡ଼୍ୟାମ ରାସ୍ତାର ଦ୍ବାର ଗାଁ ମୁଖ୍ୟରାସ୍ତା କ୍ରସର ନିକଟରେ ଗୁରୁବାର ମଧ୍ୟାହ୍ନରେ ଦୁଇ ବାଇକ...

ଗାଁରେ ପହଞ୍ଚିଲା ଦାଦନ ଶ୍ରମିକଙ୍କ ମୃତଦେହ: ସହାୟତା ଦାବି

ଦିଗପହଣ୍ଡି,୨୫।୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ନୂଆଗାଁର ଦାଦନ ଶ୍ରମିକ ଅରକ୍ଷିତ ନାୟକ(୧୯) ତାମିଲନାଡୁର ତ୍ରିପୁର କାଙ୍ଗିଆମ ଠାରେ ଗତ...

ମତ୍ସ୍ୟ ଚାଷ ପ୍ରତି ବଢୁଛି ଆଗ୍ରହ: ଚାଷୀଙ୍କୁ ୪୦ ରୁ ୫୦ ପ୍ରତିଶତ ମିଳୁଛି ସବସିଡି

ଭଞ୍ଜନଗର,୨୫/୧୨(ବାବୁଲା ପ୍ରଧାନ): ଚିକେନ, ମଟନ ଅପେକ୍ଷା ମାଛ ସ୍ବାସ୍ଥ୍ୟ ପାଇଁ ହିତକର। ତେଣୁ ମାଛ ପ୍ରତି ଲୋକଙ୍କ ଆଗ୍ରହ ବଢୁଛି। କିନ୍ତୁ ଗଞ୍ଜାମ ଜିଲାରେ ଆବଶ୍ୟକତା...

ଆଶ୍ଚର୍ଯ୍ୟ ଲାଗିଲେ ବି ସତ, ପୋଷା କୁକୁର ପାଇଁ ଫିନାଇଲ ପିଇ ଜୀବନ ହାରିଲେ ଦୁଇ ଭଉଣୀ

ନୂଆଦିଲ୍ଲୀ,୨୫।୧୨: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଦୁଇ ଭଉଣୀ ଫିନାଇଲ୍ ପିଇ ଆତ୍ମହତ୍ୟା କରିଛନ୍ତି । ଏହାର  କାରଣ...

ହିଲଭିୟୁ ପାର୍କରେ ଟ୍ରେନ ଦୁର୍ଘଟଣା: ଟ୍ରାକ ବାହାରକୁ ଚାଲିଗଲା ବଗି

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ହିଲଭିୟୁ ପାର୍କରେ ଛୁଟିଦିନ ରହିଥିବାରୁ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି । ତେବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri