ନୂଆ ଓପିଡି ଖୋଲିବାକୁ ଅପେକ୍ଷା

ବାଲେଶ୍ୱର ଅଫିସ,୨୩ ।୧୧ ବାଲେଶ୍ୱର ରେମୁଣା ଗୋଲେଇ ନିକଟରେ ଏମ୍‌ସ ସାଟେଲାଇଟ୍‌ ସେଣ୍ଟର ଓପିଡି ସେବା ପାଇଁ ନିର୍ମାଣାଧୀନ କୋଠା ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଆସନ୍ତା ଡିସେମ୍ବର ଶେଷ ସୁଦ୍ଧା ଏହି ଓପିଡି ସେଣ୍ଟର କାର୍ଯ୍ୟକ୍ଷମ ହେବ ବୋଲି ବିଭାଗୀୟ ସୂତ୍ରରୁ ସୂଚନା ମିଳିଛି। ଏମ୍‌ସର ସ୍ବାସ୍ଥ୍ୟସେବା ଆରମ୍ଭ ହେଲେ ବାଲେଶ୍ୱର ଜିଲା ସମେତ ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ, ଯାଜପୁର ସମେତ ପଡ଼ୋଶୀ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ରାଜ୍ୟର ଲୋକେ ଉପକୃତ ହେବେ। ତେବେ ଏଯାବତ୍‌ ବିଲ୍ଡିଂ କାର୍ଯ୍ୟ ସମ୍ପୂର୍ଣ୍ଣ ନ ହେବା, ଆବଶ୍ୟକ କର୍ମଚାରୀଙ୍କୁ ନିଯୁକ୍ତି ଦିଆ ନ ଯିବା ଓ କୌଣସି ଅତ୍ୟାଧୁନିକ ସ୍ବାସ୍ଥ୍ୟ ପରୀକ୍ଷା ଯନ୍ତ୍ରପାତି ଇନଷ୍ଟଲ ନ ହେବା ଦେଖିବାକୁ ମିଳିଛି। ତେଣୁ ଏତେ କମ୍‌ ସମୟ ମଧ୍ୟରେ ଏସବୁ କାର୍ଯ୍ୟ କିପରି ହେବ ଏବଂ ଚଳିତବର୍ଷ ଡିସେମ୍ବର ଶେଷ ସୁଦ୍ଧା ଓପିଡି କାର୍ଯ୍ୟକ୍ଷମ ହେବା ନେଇ ଅନିଶ୍ଚିତତା ପ୍ରକାଶ ପାଇଛି।
ଜିଲା ରାଜ୍ୟର ୩ୟ ହେଲ୍‌ଥ ହବ୍‌ ପାଲଟିବାକୁ ଯାଉଥିବା ଜିଲାବାସୀ ଆଶାପୋଷଣ କରିଛନ୍ତି। ସହର ଉପକଣ୍ଠ ରେମୁଣାରେ ୪୫ଏକର ପରିମିତ ଜାଗାରେ ଗଢ଼ା ଚାଲିଛି ମେଡିକାଲ କଲେଜ ଓ ହସ୍ପିିଟାଲର ବିଶାଳକାୟ କୋଠା। ଏଥିସହ ଏମ୍‌ସ ଭଳି ବିଶ୍ୱସ୍ତରୀୟ ଚିକିତ୍ସାନୁଷ୍ଠାନର ସାଟେଲାଇଟ୍‌ ସେଣ୍ଟର ମଧ୍ୟ ଖୁବ୍‌ଶୀଘ୍ର କାର୍ଯ୍ୟକ୍ଷମ ହେବାକୁ ଯାଉଛି। ଡିସେମ୍ବର ପହିଲାରୁ ଏଠାରେ ବହିର୍ବିଭାଗ ରୋଗୀ ସେବା (ଓପିଡି) ଆରମ୍ଭ ହେବ ବୋଲି ସୂଚନା ମିଳିଛି। ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ୨୬ଜଣ ସୁପର୍‌ ସ୍ପେଶାଲିଷ୍ଟ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଛି। ପୂର୍ବରୁ ଏମ୍‌ସର ସାପ୍ତାହିକ ଓପିଡି ସେବା ବାଲେଶ୍ୱର ସହରର ପ୍ରତିରକ୍ଷା କଲୋନୀରେ ଚାଲିଥିଲା। କରୋନା ପରଠୁ ତାହା ବନ୍ଦ ରହିଛି। ଏବେ ସ୍ଥାୟୀ କୋଠାରେ ଓପିଡି ସେବା ସହିତ କିଛି ବିଭାଗର ପାଥୋଲୋଜି ପରୀକ୍ଷାଗାର କାର୍ଯ୍ୟକ୍ଷମ ହେବ ବୋଲି ଜଣାଯାଇଛି। ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଭୁବନେଶ୍ୱର ଏମ୍‌ସରୁ ମଧ୍ୟ ବିଭିନ୍ନ ସମୟରେ ବିଶେଷଜ୍ଞ ଡାକ୍ତରମାନେ ଆସି ଏଠାରେ ଚିକିତ୍ସା କରିବେ। ପରବର୍ତ୍ତୀ ସମୟରେ ଏହି ସାଟେଲାଇଟ୍‌ ସେଣ୍ଟରରେ ୩୫୦ ଶଯ୍ୟା ବିଶିଷ୍ଟ ଆଇପିଡି ବିଭାଗ ଏବଂ ଅନ୍ୟାନ୍ୟ ଚିକିତ୍ସା ସୁବିଧା ଯୋଗାଇବାର ଯୋଜନା ରହିଛି। ସେହିପରି ଜନସାଧାରଣଙ୍କ ବହୁ ଦାବି ପରେ ୨୦୧୮ରେ ଉତ୍ତର ଓଡ଼ିଶାର ପ୍ରାଣକେନ୍ଦ୍ର ବାଲେଶ୍ୱରରେ ଫକୀରମୋହନ ମେଡିକାଲ କଲେଜର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ରାଜ୍ୟ ସରକାର। ଫକୀରମୋହନ ଭେଷଜ ମହାବିଦ୍ୟାଳୟରେ ଡାକ୍ତରୀ ପାଠପଢ଼ା ଚାଲିଥିବା ବେଳେ ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ସେବା ଚାଲିଛି। ମେଡିକାଲ୍‌ କଲେଜ ପରିସରରେ ୬୫୦ ଶଯ୍ୟା ବିଶିଷ୍ଟ ବିଲ୍‌ଡିଂର ନିର୍ମାଣ କାମ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି। ନିକଟ ଭବିଷ୍ୟତରେ ସେଠାରେ ଜିଏନ୍‌ଏମ୍‌ ନର୍ସିଂ କଲେଜ ଓ ଫାର୍ମାସୀ କଲେଜର ବିଲ୍‌ଡିଂ କାମ ଆରମ୍ଭ ହେବ। ଅନ୍ୟପକ୍ଷରେ ରେମୁଣା ବ୍ଲକ ଅଚ୍ୟୁତପୁରଠାରେ ଆୟୁର୍ବେଦ, ୟୁନାନି, ଯୋଗ, ସିଦ୍ଧ ଓ ହୋମିଓପାଥି ଚିକିତ୍ସାକୁ ନେଇ ୫୦ ଶଯ୍ୟା ବିଶିଷ୍ଟ ସମନ୍ବିତ ଆୟୁଷ ହସ୍‌ପିଟାଲ ଖୋଲାଯିବ। ତେଣୁ ଆଗାମୀ ଦିନରେ ବାଲେଶ୍ୱର ଏକ ସ୍ବାସ୍ଥ୍ୟ ହବ୍‌ ଭାବେ ପରିଣତ ହେବାକୁ ଯାଉଛି।
ଏନେଇ ବାଲେଶ୍ୱର ସରକାରୀ ମେଡିିକାଲ କ୍ରିୟାନୁଷ୍ଠାନ କମିଟିର କାର୍ଯ୍ୟକାରୀ ସଭାପତି ନିରଞ୍ଜନ ପରିଡ଼ାଙ୍କ କହିବା ଅନୁଯାୟୀ ଉତ୍ତର ଓଡ଼ିଶାବାସୀଙ୍କୁ ଉନ୍ନତ ସ୍ବାସ୍ଥ୍ୟ ସୁବିଧା ଯୋଗାଇ ଦେବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବହୁ କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରାଯାଇଛି। କିନ୍ତୁ ଏହାର ସଫଳ କାର୍ଯ୍ୟାନ୍ବୟନ ହେଲେ ଯାଇ ଜନସାଧାରଣଙ୍କୁ ସୁଫଳ ମିଳିପାରିବ। ଏମ୍‌ସ ବାଲେଶ୍ୱରର ନୋଡାଲ ଅଫିସର ଡା. ମୁକୁନ୍ଦ ସାହୁ କୁହନ୍ତି, ଆସନ୍ତା ଡିସେମ୍ବର ଶେଷ ସୁଦ୍ଧା ଏମ୍‌ସର ଓପିଡି ସେଣ୍ଟର କାର୍ଯ୍ୟକ୍ଷମ କରାଯିବାର ଯୋଜନା ରହିଛି। କୋଠା କାମ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ ସାରିଛି। ଭୁବନେଶ୍ୱର ଏମ୍‌ସରୁ ଡାକ୍ତର ଓ ପ୍ରଫେସର ସେଠାରେ ପହଞ୍ଚତ୍ ରୋଗୀମାନଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଦେବାର ପ୍ରକ୍ରିୟା ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

ସୁନା ପାଇଁ ବୃଦ୍ଧାଙ୍କୁ ପୋଡ଼ି ମାରିଦେଲେ! ଦୁଇ ଗୋଡ଼କୁ ଛାଡ଼ି ସବୁ ପାଉଁଶ, ପୋଲିସ ପହଞ୍ଚି…

ଅମ୍ବାଦୋଳା,୨୦।୧୨(ରବୀନ୍ଦ୍ର ପଣ୍ଡା):ରାୟଗଡା ଜିଲା ମୁନିଗୁଡା ବ୍ଲକ ଅମ୍ବାଦଳା ଥାନା ଅନ୍ତର୍ଗତ କୁମୁଡ଼ାବାଲି ଗାଁରେ ଜଣେ ବୃଦ୍ଧାଙ୍କ ଦଗ୍ଧ ମୃତଦେହ ଉଦ୍ଧାର ହୋଇଛି I  ମୃତ ବୃଦ୍ଧା...

ପ୍ରଦୂଷଣ ପ୍ରମାଣପତ୍ର ନ ଥିଲେ ଓଡ଼ିଶାରେ ପେଟ୍ରୋଲ ମନା

ଭୁବନେଶ୍ୱର,୨୦।୧୨: ପରିବହନ କ୍ଷେତ୍ରରେ ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ ପ୍ରାଧିକରଣ (STA) ପକ୍ଷରୁ ଶନିବାର ଏକ ବଡ଼ ପଦକ୍ଷେପ ନିଆଯାଇଛି। ପ୍ରଦୂଷଣ ପ୍ରମାଣପତ୍ର...

ରାଜ୍ୟ ପାଇଁ ଗୌରବ ଆଣିଲେ ରଞ୍ଜନା: ଥାଇଲାଣ୍ଡରୁ ରୌପ୍ୟ ପଦକ ପାଇ…

ପୁରୁଷୋତ୍ତମପୁର,୨୦।୧୨ (ସବିତା ମିଶ୍ର): ଥାଇଲାଣ୍ଡରେ ଚାଲିଥିବା ଅନ୍ତର୍ଜାତୀୟ ପାରା ଆଥ୍ଲେଟିକ ପ୍ରତିଯୋଗିତାରେ ଗଞ୍ଜାମ ଜଲା ପୁରୁଷୋତ୍ତମପୁର ବ୍ଳକ କୁଶପୁର ଗ୍ରାମର ରଞ୍ଜନା ନାୟକ ଦୁଇଗୋଟି ରୌପ୍ୟ...

ମିନି ଟ୍ରାକ୍ଟର ଚଲାଇଲେ ବିଧାୟକ: କହିଲେ କୃଷକ ଦେଶର ମେରୁଦଣ୍ଡ 

ଭଞ୍ଜନଗର,୨୦।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଲ ପଡିଆରେ ତିନିଦିନ ଧରି ଚାଲିଥିବା ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଶନିବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ...

ମିନି ଟ୍ରାକ୍ଟର ଚଲାଇଲେ ବିଧାୟକ: କହିଲେ କୃଷକ ଦେଶର ମେରୁଦଣ୍ଡ 

ଭଞ୍ଜନଗର,୨୦।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଲ ପଡିଆରେ ତିନିଦିନ ଧରି ଚାଲିଥିବା ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଶନିବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri