Posted inଖେଳ

ସମୁଦ୍ର ମଝିରେ ଗର୍ଲଫେଣ୍ଡଙ୍କୁ ମୁଦି ପିନ୍ଧାଇଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୨୧।୧୧: ଟି -୨୦ ବିଶ୍ୱକପ ୨୦୨୧ ଶେଷ ହୋଇଛି। ଏହାର କିଛି ଦିନ ପରେ ଇଂଲଣ୍ଡ କ୍ରିକେଟର ସାମ ବିଲିଙ୍ଗସ ତାଙ୍କ ଗର୍ଲଫ୍ରେଣ୍ଡ ସାରା କେଣ୍ଟଲିଙ୍କ ସହ ନିର୍ବନ୍ଧ ଶେଷ କରିଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷରେ ଟି -୨୦ ବିଶ୍ୱକପର ସେମିଫାଇନାଲ ମ୍ୟାଚ ଖେଳିଥିବା ବିଲିଙ୍ଗସ ସମୁଦ୍ର ମଝିରେ ସାରାଙ୍କୁ ମୁଦି ପିନ୍ଧାଇଥିଲେ। ବିଲିଙ୍ଗ୍ସଙ୍କ ପ୍ରେମିକା ସାରା ଜଣେ ଟେନିସ ଖେଳାଳି। ସେ ତାଙ୍କ କ୍ୟାରିୟରରେ ଅନେକ ପୁରସ୍କାର ଜିତିଛନ୍ତି । ସେ ସାଇକୋଲୋଜିରେ ସ୍ନାତକ ମଧ୍ୟ କରିଛନ୍ତି। ସାମ ବିଲିଙ୍ଗସ ଏବଂ ସାରା କେଣ୍ଟଲି ମାଲଦ୍ୱୀପର ସମୁଦ୍ର କୂଳରେ ପରସ୍ପରକୁ ମୁଦି ପିନ୍ଧାଇଥିଲେ। ବିଲିଙ୍ଗସ ସୋସିଆଲ ମିଡିଆରେ କିଛି ଫଟୋ ଶେୟାର କରିଥିଲେ। ଫଟୋରେ ସାରା ହାତରେ ନିର୍ବନ୍ଧ ମୁଦି ଦେଇଥିବା ନଜର ଆସିଛନ୍ତି। ଏହା ସହିତ ସେ କ୍ୟାପସନ ଲେଖିଛନ୍ତି ଯେ ଆଗାମୀ ଶ୍ରୀମତୀ ବି। ମୁଁ ଦୁନିଆର ସବୁଠାରୁ ଭାଗ୍ୟବାନ ବ୍ୟକ୍ତି।
ଟି -୨୦ ବିଶ୍ୱକପରେ ବିଲିଙ୍ଗସ କେବଳ ଗୋଟିଏ ମ୍ୟାଚ ଖେଳିବାର ସୁଯୋଗ ପାଇଲେ। ତେବେ ସେ ନ୍ୟୁଜିଲାଣ୍ଡ ବିପକ୍ଷ ସେମିଫାଇନାଲ ମ୍ୟାଚରେ ବ୍ୟାଟିଂ କରିବାର ସୁଯୋଗ ପାଇ ନ ଥିଲେ।
ଟୁର୍ନାମେଣ୍ଟ ପୂର୍ବରୁ ଖେଳାଯାଇଥିବା ଦୁଇଟି ୱାର୍ମ ଅପ ମ୍ୟାଚରେ ସେ ନ୍ୟୁଜିଲାଣ୍ଡ ବିପକ୍ଷରେ ଅପରାଜିତ ୨୭ ସ୍କୋର କରିଥିବାବେଳେ ଭାରତ ବିପକ୍ଷରେ ବ୍ୟାଟିଂ କରିବାର ସୁଯୋଗ ପାଇ ନ ଥିଲେ। ବିଲିଙ୍ଗସ ଇଂଲଣ୍ଡ ପାଇଁ ୨୫ଟି ଦିନିକିଆ ଏବଂ ୩୩ଟି -୨୦ ଖେଳିଛନ୍ତି । ତାଙ୍କ ନାମରେ ୬୦୭ଟି ଦିନିକିଆ ରନ ଏବଂ ୪୧୭ଟି -୨୦ ରନ ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri