Posted inଜାତୀୟ

‘ଜାତୀୟ ସ୍ବାର୍ଥ ହାନି କରିଛି କେନ୍ଦ୍ର’

ନୂଆଦିଲ୍ଲୀ, ୧୦ା୧୧: ଫ୍ରାନ୍ସରୁ ରାଫାଲ ଯୁଦ୍ଧ ବିମାନ କିଣିବା ପାଇଁ ଭାରତ ସହ ହୋଇଥିବା ଚୁକ୍ତିରେ ୬୫ କୋଟି ଟଙ୍କା ଲାଞ୍ଚ କାରବାର, ନକଲି ଇନ୍‌ଭଏସ୍‌ ପ୍ରସ୍ତୁତ ଆଦି ବେଆଇନ କାର୍ଯ୍ୟକଳାପକୁ ନେଇ ମିଡିଆପାର୍ଟ ପୋର୍ଟାଲରେ ରିପୋର୍ଟ ପ୍ରକାଶ ପାଇବା ପରେ ଜାତୀୟ ରାଜନୀତି ସରଗରମ ହୋଇଛି। ଏ ନେଇ କଂଗ୍ରେସ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାରଙ୍କୁ ଟାର୍ଗେଟ କରିଛି। କଂଗ୍ରେସ ମୁଖପାତ୍ର ପଓ୍ବନ ଖେରା ମଙ୍ଗଳବାର ଅଭିଯୋଗ ଆଣିଛନ୍ତି, ଫ୍ରାନ୍ସ କମ୍ପାନୀ ସହ ଚୁକ୍ତିରେ ହୋଇଥିବା ଦୁର୍ନୀତି ଓ ସତ ଲୁଚାଇବାକୁ ଯାଇ ଭାଜପା ଅପରେଶନ ‘କଭର ଅପ୍‌’ ଦ୍ୱାରା ଦୋଷୀଙ୍କୁ ସୁରକ୍ଷା ଦେଇଛି। ମଧ୍ୟସ୍ଥ ସୁଶେନ ଗୁପ୍ତା କେନ୍ଦ୍ର ସରକାରଙ୍କ ନିକଟରୁ ଗୋପନୀୟ ତଥ୍ୟ ହାସଲ କରିଥିବାର ପ୍ରମାଣ ଥିଲେ ସୁଦ୍ଧା ତାହାର ତଦନ୍ତ କରାଯାଇନାହିଁ। ଭାଜପା ସରକାର ଜାତୀୟ ନିରାପତ୍ତାକୁ ବଳି ଦେଇ ବାୟୁସେନାର ସ୍ବାର୍ଥହାନି କରିଛି। ଏଥିଯୋଗୁ ରାଜକୋଷକୁ ହଜାର ହଜାର କୋଟି ଟଙ୍କାର କ୍ଷତି ହୋଇଛି ବୋଲି ସେ କହିଛନ୍ତି।
ଆହୁରି ଅଭିଯୋଗ କରିଛନ୍ତି, ସଦ୍ୟ ପ୍ରଘଟ ହୋଇଥିବା ରିପୋର୍ଟ ଅନୁସାରେ, ରାଫାଲ ଚୁକ୍ତିରେ ବେଆଇନ କାମକୁ ଘଣ୍ଟ ଘୋଡ଼ାଇବା ପାଇଁ ମୋଦି ସରକାର ସିବିଆଇ-ଇଡି ସହ ବୁଝାମଣା କରିଛନ୍ତି। ୨୦୧୯ ମାର୍ଚ୍ଚ ୨୬ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଜଣେ ମଧ୍ୟସ୍ଥଙ୍କ ଘରେ ଚଢ଼ାଉବେଳେ ଗୋପନୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ ଦସ୍ତାବିଜ୍‌ ଜବତ କରିଥିଲା। ସେହି ଦସ୍ତାବିଜ୍‌ରେ ୨୦୧୫ ଅଗଷ୍ଟ ୧୦ର ବେଞ୍ଚମାର୍କ ପ୍ରାଇସ୍‌ ଡକ୍ୟୁମେଣ୍ଟ, ଚୁକ୍ତିନାମାର ରେକର୍ଡ, ପ୍ରତିରକ୍ଷା ମନ୍ତ୍ରଣାଳୟ କରିଥିବା ହିସାବର ଏକ୍ସଏଲ୍‌ ଶିଟ୍‌, ୟୁରୋଫାଇଟର ଭାରତକୁ ୨୦ ପ୍ରତିଶତ ଛାଡ଼ ଅଫର କରିଥିବାର ରେକର୍ଡ ଆଦି ରହିଥିଲା। ଏତେ ସବୁ ପ୍ରମାଣ ହାତରେ ଲାଗିବା ସତ୍ତ୍ୱେ ଇଡି କାହିଁିକି ଏ ଦିଗରେ ତଦନ୍ତ କରି ନ ଥିଲା, ମୋଦି ସରକାର ଡାସଲ୍ଟ ଆଭିଏଶନ ଏବଂ ପ୍ରତିରକ୍ଷା ଡକ୍ୟୁମେଣ୍ଟ ଲିକ୍‌ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ନେଇ ନ ଥିଲେ ବୋଲି ସେ ପ୍ରଶ୍ନ କରିଛନ୍ତି। ୨୦୧୮ ଅକ୍ଟୋବର ୪ରେ ଭାଜପାର ଦୁଇ ପୂର୍ବତନ ମନ୍ତ୍ରୀ ଯଶଓ୍ବନ୍ତ ସିହ୍ନା ଏବଂ ଅରୁଣ ସୌରି ଓ ଜଣେ ବରିଷ୍ଠ ଆଇନଜୀବୀ ରାଫାଲ ଚୁକ୍ତିରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ କ୍ରେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ନିକଟରେ ଅଭିଯୋଗ କରିଥିଲେ। ୨୦୧୮ ଅକ୍ଟୋବର ୧୧ରେ ମରିସସ୍‌ ସରକାର ସିବିଆଇକୁ ରାଫାଲ ଡିଲ୍‌ ସହ ସଂଯୋଗ ଥିବା ଆର୍ଥତ୍କ କାରବାରର ଡକ୍ୟୁମେଣ୍ଟ ମଧ୍ୟ ସିବିଆଇକୁ ପ୍ରଦାନ କରିଥିଲେ। କିନ୍ତୁ ଏହା ପରେ ମୋଦି ସରକାର ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କୁ ଅକ୍ଟୋବର ୨୩ରେ ହଟାଇ ଦେଇଥିଲେ। ରାଫାଲ ଷଡ଼ଯନ୍ତ୍ର ଉପରେ ପରଦା ପକାଇବା ପାଇଁ ଏହା କେନ୍ଦ୍ର ସରକାରଙ୍କ ଉଦ୍ୟମ ଥିଲା ବୋଲି ପଓ୍ବନ କହିଛନ୍ତି।

ସତ୍ୟ ସହ ଥିଲେ ଡର ନାହିଁ: ରାହୁଲ

ଦୁର୍ନୀତିଗ୍ରସ୍ତ ଭାଜପା ସରକାର ବିରୋଧରେ ଲଢ଼େଇ ଜାରି ରଖିବାକୁ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଆହ୍ବାନ ଦେଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଯଦି ତୁମେ ତୁମେ ସତ୍ୟ ସହ ଜଡ଼ିତ ତେବେ ଡରିବାର ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି। କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାର ଅମଳରେ ରାଫାଲ ଚୁକ୍ତିରେ ହୋଇଥିବା ଲାଞ୍ଚ କାରବାର ସମ୍ପର୍କରେ ରିପୋର୍ଟ ପ୍ରକାଶ ପାଇବା ପରେ ରାହୁଲ ହାଶ୍‌ଟ୍ୟାଗ୍‌ ରାଫାଲସ୍କାମ୍‌ରେ ଏକ ଟୁଇଟ୍‌ କରିଛନ୍ତି।

କମିଶନ ବିନା କାମ କରେନି କଂଗ୍ରେସ

ରାଫାଲ ଚୁକ୍ତି ଦୁର୍ନୀତି ବାବଦରେ ଫ୍ରାନ୍ସ ମିଡିଆପାର୍ଟ ରିପୋର୍ଟ ଉପରେ କଂଗ୍ରେସକୁ ସମାଲୋଚନା କରିଛନ୍ତି ଭାଜପା ମୁଖପାତ୍ର ସମ୍ବିତ ପାତ୍ର। କଂଗ୍ରେସ ଶାସନରେ ଥିବାବେଳେ ୨୦୦୭ରୁ ୨୦୧୨ ମଧ୍ୟରେ ଉକ୍ତ ଯୁଦ୍ଧବିମାନ କ୍ରୟ ବାବଦରେ ମଧ୍ୟସ୍ଥ ସୁଶେନ ଗୁପ୍ତା ୬୫ କୋଟି ଟଙ୍କା କମିଶନ ନେଇଥିବା ଉକ୍ତ ରିପୋର୍ଟରେ ଦର୍ଶାଯାଇଛି। ବିନା କମିଶନରେ କଂଗ୍ରେସ କୌଣସି କାମ କରେନାହିଁ। ତେଣୁ ଆଇଏନ୍‌ସି (ଇଣ୍ଡିଆନ୍‌ ନ୍ୟାଶନାଲ କଂଗ୍ରେସ)ର ନାମ ‘ଆଇ ନିଡ୍‌ କମିଶନ’ ରହିବା ଉଚିତ ବୋଲି ସମ୍ବିତ କହିଛନ୍ତି। ଏହି ଫାଇଟର ଜେଟ୍‌ କ୍ରୟକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ କେନ୍ଦ୍ରର ଭାଜପା ସରକାରଙ୍କ ବିରୋଧରେ ମିଛ, ଗୁଜବ ଏବଂ ଭୁଲ୍‌ ତଥ୍ୟ ଦେଇଆସୁଥିଲେ ବୋଲି ସମ୍ବିତ ଅଭିଯୋଗ କରିଛନ୍ତି। ମୋଦି ସରକାରଙ୍କ ବେଳେ ହୋଇଥିବା ରାଫାଲ ଡିଲ୍‌ରେ କୌଣସି ତ୍ରୁଟି କିମ୍ବା ଦୁର୍ନୀତି ହୋଇ ନ ଥିବା ସୁପ୍ରିମକୋର୍ଟ ଏବଂ ସିଏଜି ମଧ୍ୟ ପୂର୍ବରୁ ସ୍ପଷ୍ଟ କରିସାରିଛନ୍ତି। ଇଟାଲୀରୁ ରାହୁଲ ଏହା ଉପରେ ଏବେ ସ୍ପଷ୍ଟୀକରଣ ରଖନ୍ତୁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...

ୟୁନୁସ ସରକାରଙ୍କ କ୍ଲାସ୍‌ ନେଲା ଭାରତ: ଆମେ ଅଣଦେଖା କରିପାରିବୁ ନାହିଁ…

ଢାକା,୨୬।୧୨: ବାଂଲାଦେଶରେ ଚାଲିଥିବା ରାଜନୈତିକ ସଙ୍କଟ ଏବଂ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଅତ୍ୟାଚାର ସମ୍ପର୍କରେ ଭାରତ ସରକାର ଏକ ବିବୃତ୍ତି ଜାରି କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟର...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

କେରଳରେ ଇତିହାସ ରଚିଲା ଭାଜପା: ଘଟିଲା ବଡ଼ ରାଜନୈତିକ ପରିବର୍ତ୍ତନ

ଥିରୁଭାନନ୍ତପୁରମ୍‌,୨୬।୧୨: କେରଳରେ ଭାଜପା ଇତିହାସ ସୃଷ୍ଟି କରିଛି। ଶୁକ୍ରବାର ଭାଜପା ନେତା ଭିଭି ରାଜେଶ ତିରୁଭାନନ୍ତପୁରମର ମେୟର ଭାବରେ ଶପଥ ଗ୍ରହଣ କରି ରାଜ୍ୟ ରାଜନୀତିରେ...

ଫେଲ ମାରିଲା ‘ମେଡ ଇନ ଚାଇନା’! ଥାଇଲ୍ୟାଣ୍ଡ ବିରୋଧରେ ପ୍ରୟୋଗ ସମୟରେ ଫାଟିଲା ରକେଟ ସିଷ୍ଟମ, ୮ ସେନା ମୃତ

ବ୍ୟାଙ୍କକ,୨୬।୧୨: ପାକିସ୍ତାନର ସେନା ମୁଖ୍ୟ ଅସୀମ ମୁନିର ଚାଇନାର JF-17 ଥଣ୍ଡର ଲଢୁଆ ବିମାନ ଲିବିଆକୁ ବିକ୍ରି କରିଥାଇପାରନ୍ତି, କିନ୍ତୁ ବାସ୍ତବତା ହେଉଛି ଚାଇନା ଅସ୍ତ୍ରଶସ୍ତ୍ରର...

ପ୍ରତି ମାସରେ ମହିଳାଙ୍କୁ ମିଳିବ ୧୦୦୦ଟଙ୍କା, ଜାଣନ୍ତୁ କେମିତି କରିବେ ଆବେଦନ

ନୂଆଦିଲ୍ଲୀ,୨୬।୧୨: ଆର୍ଥିକ ଦୃଷ୍ଟିରୁ ଦୁର୍ୱଳ ଏବଂ ବେକାର ମହିଳାମାନଙ୍କୁ ସୁରକ୍ଷିତ ଜୀବନ ପ୍ରଦାନ କରିବା ପାଇଁ, କେରଳ ସରକାର ସ୍ତ୍ରୀ ସୁରକ୍ଷା ଯୋଜନା ଆରମ୍ଭ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri