ଆଜି ମଧ୍ୟରାତ୍ରରେ ଧରାବତରଣ

ଭୁବନ, ୪।୧୧(ଡି.ଏନ୍‌.ଏ.)  ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସି ଏବଂ ବ୍ଲକର ପ୍ରସିଦ୍ଧ କାଳୀପୂଜା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଚଳିତବର୍ଷ ୪ ସ୍ଥାନରେ ପୂଜା ଅନୁଷ୍ଠିତ ହେଉଛି। ଗୁରୁବାର ମଧ୍ୟରାତ୍ରରେ ମା’ ଧରାବତରଣ କରିବେ। ସରକାରୀ ଗାଇଡ୍‌ଲାଇନ୍‌ ଅନୁଯାୟୀ ସମସ୍ତ କାର୍ଯ୍ୟକ୍ରମ ସମ୍ପନ୍ନ ହେବାକୁ ଥିବାବେଳେ ମା’ଙ୍କ ସ୍ବାଗତ ପାଇଁ ଚଳଚଞ୍ଚଳ ହୋଇଉଠିଛି ପୂଜାମଣ୍ଡପ।
ଏନ୍‌ଏସିର କାଳୀବଜାର ବଣିକ ସଂଘ ପକ୍ଷରୁ ଅନୁଷ୍ଠିତ କାଳୀପୂଜାର ସ୍ବତନ୍ତ୍ରତା ରହିଛି। ସବୁବର୍ଷ ମା’ଙ୍କ ପୂଜା ସମୟରେ ଅଞ୍ଚଳର ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବାକୁ ନୃତ୍ୟଗୀତ ସହ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଉଥିଲା। ହେଲେ ୨ ବର୍ଷ ହେଲା ମହାମାରୀ ପାଇଁ କେବଳ ପରମ୍ପରା ରକ୍ଷା ଲାଗି ପୂଜା ଅନୁଷ୍ଠିତ ହେଉଛି। ସାଂସ୍କୃତିକ କାର୍ଯ୍ୟକ୍ରମ ତଥା ନୃତ୍ୟସଙ୍ଗୀତ ପ୍ରତିଯୋଗିତା ବନ୍ଦରହିଛି। ଚଳିତବର୍ଷ ପୂଜା ବଜେଟ୍‌ କମାଇ ଦିଆଯାଇଥିବାବେଳେ ମଣ୍ଡପରେ କେବଳ ନୀତି ଅନୁଷ୍ଠିତ ହେବ। ଚଳିତବର୍ଷ ସୁଧାଂଶୁ ଶେଖର ଶତପଥୀ ପୁରୋଧା ଭାବେ ଦାୟିତ୍ୱ ନିର୍ବାହ କରିବେ। ଗୁରୁବାର ମଧ୍ୟରାତ୍ରରୁ ମା’ଙ୍କ ପୂଜା ଆରମ୍ଭ ହେବ। ଏଥିପୂର୍ବରୁ କଳସ ସ୍ଥାପନ କରାଯିବ। ରାତି ସାଢ଼େ ୧ଟା ମଧ୍ୟରେ ମୁଖ୍ୟପୂଜା, ୨ଟାରେ ପ୍ରାଣ ପ୍ରତିଷ୍ଠା ସମ୍ପନ୍ନ ହେବ। ଏହାପରେ ବୈଦିକ ନୀତି ଅନୁଯାୟୀ ମହାଆଳତି କରାଯିବ। ମଣ୍ଡପରେ ୫ଦିନ ପୂଜା ଅନୁଷ୍ଠିତ ହେବାକୁ ଥିବାବେଳେ ଶନିବାର ସାମୂହିକ ପ୍ରସାଦ ସେବନ, ସୋମବାର ମଣ୍ଡପରେ ଆନୁଷ୍ଠାନିକ ବିସର୍ଜନ ଏବଂ ବୁଧବାର ଭସାଣି ଲାଗି ନିଷ୍ପତ୍ତି ହୋଇଛି। ସେହିପରି ସିନେମା ହଲ୍‌ ଛକରେ ମଧ୍ୟ ଅନୁରୂପ ପୂଜା ପାଳନ କରାଯିବ।
ଅପରପକ୍ଷେ ମୃଦଙ୍ଗା ହାଟଛକ ଏବଂ ମଠକରଗୋଳାରେ ପାରମ୍ପରିକ ନୀତି ଅନୁଯାୟୀ ମା’କାଳୀଙ୍କ ପୂଜା ଅନୁଷ୍ଠିତ ହେବ। ମଣ୍ଡପରେ ରବିବାର ବିସର୍ଜନ କାର୍ଯ୍ୟକ୍ରମ ସମାପନ ହେବାକୁ ଥିବାବେଳେ ସୋମବାର ମା’ଙ୍କୁ ମେଲାଣି ଦିଆଯିବ। ସର୍ବସାଧାରଣଙ୍କ ଦର୍ଶନ ବାରଣ ଥିବାବେଳେ ସମସ୍ତ ମଣ୍ଡପରେ କଟକଣା କଡ଼ାକଡ଼ି ପାଳନ କରାଯିବ ବୋଲି ପୂଜା ପ୍ରତିଷ୍ଠାନ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଲୋକବଳ, ଧନବଳ ମଧ୍ୟରେ ଲଢ଼େଇ: ଧର୍ମେନ୍ଦ୍ର

ଢେଙ୍କାନାଳ,୪ା୫(ରତନ ନାୟାର): ଓଡ଼ିଶା ସରକାରଙ୍କ ବିରୋଧରେ ପ୍ରବଳ ଜନମତ ଦେଖାଦେଲାଣି। ଦୁର୍ନୀତିଗ୍ରସ୍ତଙ୍କୁ ବିଜେଡି ପ୍ରାର୍ଥୀ କରିଛି। ଚଳିତ ନିର୍ବାଚନରେ ଧନବଳ ଓ ଲୋକବଳ ମଧ୍ୟରେ ଲଢ଼େଇ...

ହଠାତ ଢେଙ୍କାନାଳ ସହରରେ ଅବତରଣ କଲା ହେଲିକପ୍ଟର, ତଦନ୍ତ କରୁଛି ପୋଲିସ

ଢେଙ୍କାନାଳ,୨।୫: ଗୁରୁବାର କୌଣସି ପୂର୍ବ ସୂଚନା ନଦେଇ ଏକ ହେଲିକପ୍ଟର ଢେଙ୍କାନାଳ ସହରରେ ଅବତରଣ କରିଛି। ଏହା କେଉଁଠୁ ଆସିଛି ଓ କାହିଁକି ଆସିଛି ସେ...

୩ରେ ପ୍ରାର୍ଥତ୍ପତ୍ର ଦାଖଲ କରିବେ ଭାଜପା ପ୍ରାର୍ଥୀ ରୁଦ୍ର ପାଣି

ଢେଙ୍କାନାଳ,୧ା୫(ରତନ ନାୟାର): ଭାରତୀୟ ଜନତା ପାର୍ଟିର ଢେଙ୍କାନାଳ ଲୋକ ସଭା ପ୍ରାର୍ଥୀ ରୁଦ୍ର ନାରାୟଣ ପାଣି ଆସନ୍ତା ୩ ତାରିଖରେ ପ୍ରାର୍ଥତ୍ପତ୍ର ଦାଖଲ କରିବେ। ଏଥିପାଇଁ...

ଭାଜପା କର୍ମୀ ସମ୍ମିଳନୀ, ମିଶ୍ରଣ ପର୍ବ

କାମାକ୍ଷାନଗର,୩୦।୪(ସୁଧୀର ପରିଡ଼ା): ଢେଙ୍କାନାଳ ଜିଲା କଙ୍କଡାହାଡ଼ ବ୍ଲକ ଦଶୀପୁର, କଣ୍ଟାପାଳ ଓ ବିରିବୋଲେଇ ପଞ୍ଚାୟତରେ ଭାଜପାର କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି।...

ବିଜେଡିରେ ମିଶିଲେ ଜିଲା ଯୁବ କଂଗ୍ରେସ ପୂର୍ବତନ ସଭାପତି

ଢେଙ୍କାନାଳ,୩୦ା୪(ରତନ ନାୟାର): ଢେଙ୍କାନାଳ ସହର ଗଣେଶ ମଣ୍ଡପଠାରେ ରବିବାର ବିଜେଡି ପକ୍ଷରୁ ଏକ ମିଶ୍ରଣପର୍ବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲା ଯୁବ କଂଗ୍ରେସର ପୂର୍ବତନ ସଭାପତି...

ରୋଚକ ସ୍ଥିତିରେ ହିନ୍ଦୋଳ ଲଢ଼େଇ

ଢେଙ୍କାନାଳ,୨୯ା୪(ରତନ ନାୟାର):ଢେଙ୍କାନାଳ ଜିଲାର ହିନ୍ଦୋଳ ସଂରକ୍ଷିତ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯିବା ପରେ ରାଜନୈତିକ ବାତାବରଣ ସରଗରମ...

ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁବାସ ଆହତ

କାମାକ୍ଷାନଗର,୨୯ା୪(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ପୋଲିସ କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆଙ୍କୁ ଏନ୍‌କାଉଣ୍ଟର କରିଛି। ଫଳରେ ସେ ଆହତ ହୋଇଛନ୍ତି। ତାଙ୍କ ଡାହାଣ...

ହିନ୍ଦୋଳରୁ ଲଢ଼ିବେ ସୀମାରାଣୀ

ଢେଙ୍କାନାଳ,୨୮ା୪(ରତନ ନାୟାର)ଢେଙ୍କାନାଳ ଜିଲା ହିନ୍ଦୋଳ ବିଧାନସଭା କ୍ଷେତ୍ରରୁ ତୃତୀୟ ଥର ପାଇଁ ନିର୍ବାଚନ ଲଢ଼ିବେ ବିଧାୟିକା ସୀମାରାଣୀ ନାୟକ। ଶନିବାର ଭାଜପା ପକ୍ଷରୁ ତାଙ୍କୁ ପ୍ରାର୍ଥୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri