Posted inଖେଳ

ଏମିତି କାମ କରି ସ୍ତ୍ରୀଙ୍କୁ ଡରାଇଲେ ରୋହିତ ଶର୍ମା

ଦୁବାଇ,୫।୧୦: ଆଇପିଏଲ ୨୦୨୧ରେ ଟାଇଟଲ ବିଜୟରେ ହ୍ୟାଟ୍ରିକ କରିବା ଠାରୁ ବହୁ ଦୂରରେ ଅଛି ମୁମ୍ବାଇ ଇଣ୍ଡିଆନ୍ସ। କିନ୍ତୁ ଅଧିନାୟକ ରୋହିତ ଶର୍ମା ତାଙ୍କ ସାଥୀ ଖେଳାଳିଙ୍କ ମନୋବଳ ବଢାଇବା ସହ ସେମାନଙ୍କୁ ଉତ୍ସାହିତ କରିବାକୁ ଚେଷ୍ଟା କରୁଛନ୍ତି। ପ୍ଲେ ଅଫ୍‌କୁ ଯିବା ପାଇଁ ଦଳ ଯଥାସମ୍ଭବ ଉଦ୍ୟମ କରିବାକୁ ଚେଷ୍ଟା କରୁଛି। ପଏଣ୍ଟ ଟେବୁଲରେ ପଏଣ୍ଟ ଏବଂ ନେଟ ରନ-ରେଟ ବୃଦ୍ଧି ହେଲେ ମୁମ୍ବାଇ ଇଣ୍ଡିଆନ୍ସ ଦଳ ପ୍ଲେ ଅଫ ପାଇଁ ଯୋଗ୍ୟତା ଅର୍ଜନ କରିପାରିବ, କାରଣ ପଞ୍ଜାବ କିଙ୍ଗସ, ରାଜସ୍ଥାନ ରୟାଲ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ପଏଣ୍ଟ ଟେବୁଲରେ ୧୦-୧୦ ପଏଣ୍ଟରେ ରହିଛି। ଏହି ସବୁ ମଧ୍ୟରେ ରୋହିତ ଶର୍ମା ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରୁ ଏକ ଭିଡିଓ ଶେୟାର କରିଛନ୍ତି, ଯେଉଁଥିରେ ସେ ତାଙ୍କ ସ୍ତ୍ରୀଙ୍କୁ ଭୟଭୀତ କରୁଥିବାର ନଜର ଆସିଛନ୍ତି।
ରୋହିତ ଶର୍ମା ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମରୁ ଏକ ମଜାଦାର ଭିଡିଓ ଶେୟାର କରିଛନ୍ତି। ଏହି ଭିଡିଓରେ ରୋହିତଙ୍କ ସ୍ତ୍ରୀ ରିତିକା ସଜଦେହ ମଧ୍ୟ ନଜର ଆସିଛନ୍ତି। ଏହି ଭିଡିଓକୁ ପ୍ରଶଂସକମାନେ ବହୁତ ପସନ୍ଦ କରୁଛନ୍ତି। ଏହି ଭିଡିଓରେ ରୋହିତ ସ୍ତ୍ରୀଙ୍କ ସହ ଥଟ୍ଟା କରୁଥିବା ନଜର ଆସିଛନ୍ତି। ଏହି ଭିଡିଓକୁ ରୋହିତ ଶର୍ମା ନିଜେ ସୁଟ କରିଛନ୍ତି। ସେ ପ୍ରଥମେ ଦର୍ଶାଇଥିଲେ ଯେ ତାଙ୍କ ହାତରେ ଚକୋଲେଟ ଅଛି ଏବଂ ପରେ ସେ ଚକୋଲଟଟିକୁ ହାତରେ ରଖି ମୁଠା ବନ୍ଦ ସିଧା ରିତିକାଙ୍କ ପାଖକୁ ଯାଇଥିଲେ। ଏଭଳି ପରିସ୍ଥିତିରେ ରିତିକା ଭାବିଥିଲେ ଯେ ରୋହିତ ତାଙ୍କ ହାତରେ କିଛି ଭୟାନକ ଜିନିଷ ଲୁଚାଇ ରଖିଛନ୍ତି, କାରଣ ଭିଡିଓରେ ରୋହିତ ରିତିକାଙ୍କୁ ତାଙ୍କ ହାତ ଛୁଇଁ କ’ଣ ଅଛି କୁହ ବୋଲି କହିଛନ୍ତି। ରିତିକା ଏହା ଦେଖି ଭୟଭୀତ ହୋଇ ପଛକୁ ଯାଇଛନ୍ତି। ରୋହିତ ତାଙ୍କୁ ବାରମ୍ବାର ମୁଠା ଖୋଲିବାକୁ କୁହନ୍ତି। କ୍ୟାମେରା ପଛରୁ ରୋହିତ କୁହନ୍ତି, ତୁମେ ଭାବୁଛ କି, ରିତିକା ମୁଁ ତୁମକୁ ଡାରାଉଛି, ମୁଁ ରାଣ ପକାଉଛି କରୁଛି … ଥରେ ମୋ ମୁଠା ଖୋଲି ଦିଅ। ରୋହିତଙ୍କ ଫ୍ରାଙ୍କ୍‌ କରି ସଫଳ ହେବା ପରେ ରିତିକା ହସିଥିଲେ। ଉଭୟ ଏବେ ସଂଯୁକ୍ତ ଆରବ ଏମିରେଟ୍ସରେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ପରବ’ର ଚତୁର୍ଥ ସନ୍ଧ୍ୟାରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ପ୍ରକଳ୍ପ ଘୋଷଣା କରି…

କୋରାପୁଟ,୨୧ା୧୨(ଅମିତାଭ ବେହେରା): ଜାତୀୟସ୍ତରୀୟ ଆଦିବାସୀ ଲୋକ ମହୋତ୍ସବ ‘ପରବ’ ରବିବାର ଅନୁଷ୍ଠିତ ହେବାକୁ ଥିବା ଚତୁର୍ଥ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥିଭାବେ...

ନାଲ୍‌କୋ ଛକ ଏକ ଗେଷ୍ଟ ହାଉସରୁ ମିଳିଲା ଯୁବକଙ୍କ ମୃତଦେହ, ପାଟିରୁ ରକ୍ତ ବାହାରିବାକୁ ନେଇ ସନ୍ଦେହ

ଭୁବନେଶ୍ବର,୨୧।୧୨:   ଭୁବନେଶ୍ୱର ନାଲ୍‌କୋ ଛକ ଏକ ଗେଷ୍ଟ ହାଉସରୁ ଉଦ୍ଧାର ହେଲା ମୃତଦେହ । ଖବରପାଇ ମୈତ୍ରୀବିହାର ଥାନା ପୋଲିସ ଗେଷ୍ଟହାଉସରେ ପହଞ୍ଚି ମୃତଦେହ ଉଦ୍ଧାର...

ପ୍ରେମ ସମ୍ପର୍କକୁ ନେଇ ହତ୍ୟା ଅଭିଯୋଗ: ପୋଲିସ ଗାଡ଼ି ଅଟକାଇଲେ ଗାଁ ଲୋକେ, ଜିଲାପାଳ ନ ଆସିଲେ…

ବଲାଙ୍ଗୀର,୨୧ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ମାୟାବରା ଗାଁର ଏକ କୁକୁଡ଼ା ଫାର୍ମର ପଛପଟ ଏକ ଗଛରେ ରବିବାର ଜଣେ ଯୁବକଙ୍କର ମୃତଦେହ...

ମାତ୍ର ୬୧ ଟଙ୍କାରେ ଇନ୍‌ସୁରାନ୍ସ, ଫୋନ ଚୋରି ହୋଇଗଲେ ମିଳିବ ୨୫,୦୦୦ ଟଙ୍କା…

ଯଦି ଆପଣଙ୍କ ସ୍ମାର୍ଟଫୋନ ଚୋରି ହୋଇଯାଏ ନଚେତ କେଉଁଠି ହଜି ଯାଏ, ତେବେ କ୍ଷତି ସହିବାକୁ ଏବେ ପଡ଼ିବ ନାହିଁ। VI ଭାରତରେ ପ୍ରଥମ ଥର...

ସୁଟିଂ ସେଟରେ ଆହତ ହେଲେ ଇମ୍ରାନ, ହସ୍ପିଟାଲରୁ ଭାଇରାଲ ହେଉଛି ଫଟୋ

ମୁମ୍ବାଇ,୨୧ା।୧୨:  ହସ୍ପିଟାଲରେ ଭର୍ତ୍ତି ହେଲେ ଅଭିନେତା ଇମ୍ରାନ ହାସମୀ । ଆବାରାପନ 2 ଫିଲ୍ମର ଏକ ହାଇ-ଅକ୍ଟେନ୍ ଆକ୍ସନ୍ ସିକ୍ୱେନ୍ସ ସୁଟିଂ ସମୟରେ ତାଙ୍କ ପେଟରେ ଗମ୍ଭୀର...

ମହେନ୍ଦ୍ରଗିରିରେ ୨ ପର୍ଯ୍ୟଟକ ଭରା ଗାଡ଼ି ଦୁର୍ଘଟଣା: ଘାଟିରୁ ଖସି…

ଗଜପତି,୨୧ା୧୨(ଗିରିଧାରୀ ପରିଚ୍ଛା): ଢେଙ୍କାନାଳ ଓ କଟକ ଅଞ୍ଚଳରୁ ଭରା ପର୍ଯ୍ୟଟକ ଥିବା ଦୁଇ ଗାଡ଼ି ଆସି ପବିତ୍ର ମହେନ୍ଦ୍ରଗିରି ଭ୍ରମଣ କରିଥିଲେ। ତେବେ ମହେନ୍ଦ୍ର ଦର୍ଶନ...

ପାଣ୍ଡିଆନଙ୍କ ଭୂମିକାକୁ ନେଇ ଏମିତି କହିଲେ ସମ୍ବିତ ରାଉତରାୟ, ୨୦୨୬ରେ ବହୁତ କିଛି…

ଭୁବନେଶ୍ୱର,୨୧ା୧୨: ୨୦୨୬ରେ ବହୁତ କିଛି ହେବ। କିଛି ମେଳି ନାହିଁ ବୋଲି କହିଛନ୍ତି ବିଜେଡି ନେତା ସମ୍ବିତ ରାଉତରାୟ। ସେ କହିଛନ୍ତି, ରାଜନୀତି କଲେ ଚର୍ଚ୍ଚା...

ଥାନାରେ ଏତଲା ଦେଲେ ହ୍ୟୁମାନ ସାଗରଙ୍କ ମା, ମୋ’ ପୁଅକୁ…

କଟକ,୨୧ା୧୨: ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଥାନାରେ ଏତଲା ଦିଆଯାଇଛି। ତେବେ କଟକ ମର୍କତ ନଗର ଥାନାରେ ଏତଲା ଦେଇଛନ୍ତି ହ୍ୟୁମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri